Posted inଖେଳ

କ୍ରିକେଟରୁ ବ୍ରେକ୍‌ ନେଲେ ଏହି କ୍ରିକେଟ୍‌ର: କାରଣ ରହିଛି ଏମିତି

ସିଡନୀ,୧୮।୫: ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଡାନିଏଲ ସିମସ ଅନ୍ତର୍ଜାତୀୟ କ୍ରିକେଟରୁ ବିରତି ନେବାକୁ ନିଷ୍ପତ୍ତି ନେଇଛନ୍ତି। କୁହାଯାଉଛି ଯେ ମାନସିକ ଚାପ ଯୋଗୁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ସୋମବାର ମାଳଦ୍ୱୀପରୁ ଘରକୁ ଫେରିବା ପରେ ସାମସ ତାଙ୍କ କ୍ରିକେଟ ବୋର୍ଡକୁ ଅନୁରୋଧ କରିଛନ୍ତି ଯେ, ଏବେ କିଛିଦିନ କୌଣସି ଦଳରେ ମନୋନୀତ କରନ୍ତୁ ନାହିଁ। ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୧୪ତମ ସିଜନରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳରେ ସାମସଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା।
ସୂଚନାଯୋଗ୍ୟ, ସାମସ ଅଷ୍ଟ୍ରେଲିଆର ପ୍ରଥମ କ୍ରିକେଟର ନୁହନ୍ତି, ଯିଏ ମାନସିକ ଚାପ ଯୋଗୁ ଅନ୍ତର୍ଜାତୀୟ କ୍ରିକେଟରୁ ବିରତି ନେଇଛନ୍ତ। ମାନସିକ ସ୍ତରରେ ଅସୁସ୍ଥ ଅନୁଭବ କରିବା ଯୋଗୁ ଅତୀତରେ ଗ୍ଲେନ ମ୍ୟାକ୍ସୱେଲ, ୱିଲ ପୁକୋସ୍କି ଏବଂ ନିକ ମେଡିସନ୍‌ସ ମଧ୍ୟ ବିରତି ନେଇଛନ୍ତି। ଏହି ସମୟରେ କ୍ରିକେଟ ଅଷ୍ଟ୍ରେଲିଆ ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ୨୩ ଜଣିଆ ଦଳ ଘୋଷଣା କରିଛି। ଅଷ୍ଟ୍ରେଲିୟ ଦଳରେ ଅନେକ ଭେଟେରାନ ଖେଳାଳି ଅନ୍ତର୍ଭୁକ୍ତ କରାଯାଇଛି। ଏଥିରେ ମାଥ୍ୟୁ ୱେଡ, ଝାଏ ରିଚାର୍ଡସନ, ରିଲେ ମେରେଡିଥ ଏବଂ ତନଭୀର ସାଂଘାଙ୍କ ଭଳି ଖେଳାଳିଙ୍କ ନାମ ଅନ୍ତର୍ଭୁକ୍ତ ହୋଇଥିଲା, କିନ୍ତୁ ସାମସଙ୍କୁ ସ୍ଥାନ ଦିଆଯାଇ ନ ଥିଲା। ଏଥି ସହିତ ମାର୍ନୁସ ଲାବୁସେନ ଏବଂ କ୍ୟାମେରନ ଗ୍ରୀନ ଦଳରୁ ବାଦ ପଡିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କମନୱେଲଥ ଟିଟି: କ୍ରୀଡ଼ା ସଚିବଙ୍କ ସ୍ଥିତି ଅନୁଧ୍ୟାନ; ଆସିବେ ୧୬ ଦେଶର ଖେଳାଳି

କଟକ ଅଫିସ,୨୩।୬- କମନୱେଲଥ ଟେବୁଲ ଟେନିସ (ଟିଟି) ଚାମ୍ପିୟନଶିପ୍‌ର ୨୦୧୯ ସଂସ୍କରଣ ଜୁଲାଇ ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ କଟକର ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ...

ପଡ଼ିଆରେ ଶୋଇ ଏହି କଥା ଚିନ୍ତା କରୁଛନ୍ତି ରୋହିତ ଶର୍ମା

ଅହମଦାବାଦ,୧।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାରି ଟେଷ୍ଟ ସିରିଜର ଶେଷ ମ୍ୟାଚ ମାର୍ଚ୍ଚ ୪ରୁ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ସିରିଜ...

ଟିମ୍‌ ଇଣ୍ଡିଆ ବୋଲିଂ କୋଚ୍‌ ହେବାକୁ ଚାହାନ୍ତି ଅଖତାର

ନୂଆଦିଲ୍ଲୀ,୫।୫ (ପି.ଟି.): ଶେଷରେ ଭାରତୀୟ କ୍ରିକେଟ ଦଳର ବୋଲିଂ କୋଚ୍‌ ହେବାକୁ ଇଛାପ୍ରକାଶ କରିଛନ୍ତି ପାକିସ୍ତାନ ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତାର। ଯଦି ପ୍ରସ୍ତାବ...

ଶତକୀୟ ମ୍ୟାଚ୍‌ରେ ମାଇଲଷ୍ଟୋନ ଛୁଇଁଲେ କୋହଲି

ମୋହାଲି,୪।୩: ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ଶୁକ୍ରବାର କ୍ୟାରିୟରର ୧୦୦ତମ ଟେଷ୍ଟରେ ଏକ ମାଇଲଷ୍ଟୋନ ହାସଲ କରିଛନ୍ତି। ୩୩ ବର୍ଷୀୟ ବ୍ୟାଟର ପ୍ରଥମ ଇନିଂସରେ...

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଜର୍ସି ଉନ୍ମୋଚିତ

ଦୁବାଇ, ୧୮ା୯ (ପି.ଟି.)-କୋଭିଡ୍‌ ହିରୋଙ୍କୁ ସମ୍ମାନ ଜଣାଇ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ଖେଳାଳିମାନେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ସାରା ସ୍ବତନ୍ତ୍ର ଜର୍ସି ବ୍ୟବହାର...

ଆଇପିଏଲ ୨୦୨୦ରୁ ଓହରିପାରେ ଭିଭୋ

ନୂଆଦିଲ୍ଲୀ, ୪ା୮ (ପି.ଟି.)-  ସମ୍ପ୍ରତି ଭାରତ-ଚାଇନା ମଧ୍ୟରେ କୂଟନୈତିକ ଉତ୍ତେଜନା ବୃଦ୍ଧି ପାଇଥିବାରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସହିତ ଆପୋସ ବୁଝାମଣା ଜରିଆରେ...

ଇତିହାସ ରଚିଲେ ଏହି କ୍ରିକେଟର

ଢାକା,୧୦।୮: ଅଷ୍ଟ୍ରେଲିଆ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପଞ୍ଚମ ଟି-୧୦ ମ୍ୟାଚ୍‌ରେ ବାଂଲାଦେଶ ଅଷ୍ଟ୍ରେଲିଆକୁ ୬୦ ରନରେ ପରାସ୍ତ କରିଛି। ଏହା ସହ ଦଳ ୫...

ଦିଆସିଲି କାଠିରେ ଅଲିମ୍ପିକ୍ସ ଲୋଗୋ ତିଆରି କଲେ ଶାଶ୍ୱତ

ଭୁବନେଶ୍ୱର,୨୨।୭(ସ୍ପୋଟର୍‌ସ ବ୍ୟୁରୋ): ପୁରୀର କୁମ୍ଭପଡ଼ାରେ ରହୁଥିବା ଶାଶ୍ୱତ ରଞ୍ଜନ ସାହୁ ଏକ ସ୍ବତନ୍ତ୍ର ଉପାୟରେ ଅଲିମ୍ପିକ୍ସ ଲୋଗୋ ତିଆରି କରିଛନ୍ତି। ଶୁକ୍ରବାରଠାରୁ ଟୋକିଓରେ ଅଲିମ୍ପିକ୍ସ ଆରମ୍ଭ...

Advertisement
Archives

Model This Week