ଖାଲି ଚାଉଳ ନିଅ

ଭୁବନେଶ୍ୱର,୨୭ା୫(ବ୍ୟୁରୋ):ଆସନ୍ତା ୧୦ ମାସ (ଜୁନ୍‌ରୁ ୨୦୨୩ ମାର୍ଚ୍ଚ) ପାଇଁ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଗହମ ମିଳିବ ନାହିଁ। ଏଥିଯୋଗୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା (ଏନ୍‌ଏଫ୍‌ଏସ୍‌ଏସ୍‌)ରେ ୧ ଟଙ୍କାରେ ଖାଦ୍ୟଶସ୍ୟ ପାଉଥିବା ଓଡ଼ିଶାର ୩ କୋଟି ୨୫ ଲକ୍ଷ ହିତାଧିକାରୀଙ୍କୁ କେବଳ ଚାଉଳ ନେବାକୁ ପଡ଼ିବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟଣାଓଟରା ଭିତରେ ହିତାଧିକାରୀମାନେ ବଳିପଡ଼ିବେ। ଯେଉଁ ହିତାଧିକାରୀମାନେ ପୂର୍ବରୁ ଗହମ ନେଉଥିଲେ ସେମାନେ ଏବେ ଚାଉଳ ନେବାକୁ ବାଧ୍ୟ ହେବେ। ରାଜ୍ୟ ସରକାରଙ୍କ ଅନୁରୋଧ ପରେ ଖାଦ୍ୟ ଓ ଖାଉଟି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ହିତାଧିକାରୀମାନଙ୍କୁ କେବଳ ଚାଉଳ ଦେବାକୁ ଅନୁମତି ଦିଆଯାଇଛି। କେନ୍ଦ୍ର ସରକାର କେବଳ ଚାଉଳ ଦେବାକୁ ରାଜି ହୋଇଥିବାରୁ ଗହମ ଉପରେ ନିର୍ଭର କରୁଥିବା ହିତାଧିକାରୀମାନେ ଏହି ଘୋଷଣା ପରେ ବଜାରରୁ ଗହମ କିଣି ଖାଇବାକୁ ବାଧ୍ୟ ହେବେ। ଏପରି କି ମଧୁମେହ ରୋଗରେ ପୀଡ଼ିତ ଗରିବ ହିତାଧିକାରୀମାନେ ମଧ୍ୟ ୧ ଟଙ୍କାରେ ଗହମ ପାଇବେ ନାହିଁ। ସେମାନେ ବଜାର ମୂଲ୍ୟରେ ଗହମ କିଣିବେ, ନଚେତ୍‌ ଦୋକାନରୁ ଅଟା କିଣି ଖାଇବେ। ଗହମ ଯୋଗାଣରେ ବିଳମ୍ବ ଏବଂ ଏକକାଳୀନ ୩ ମାସ ପାଇଁ ଗହମ ନ ମିଳିବାରୁ ରାଜ୍ୟକୁ ଚାଉଳ ଦେବା ପାଇଁ ନିଷ୍ପତ୍ତି ହୋଇଛି ବୋଲି ଯୋଗାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ଏନ୍‌ଏଫ୍‌ଏସ୍‌ଏସ୍‌ ହିତାଧିକାରୀଙ୍କ ମଧ୍ୟରୁ ୧୪% ଲୋକ ଗହମ ନେଉଥିବାବେଳେ ଅବଶିଷ୍ଟ ୮୬% ଚାଉଳ ନେଉଛନ୍ତି। ଏ ବାବଦରେ କେନ୍ଦ୍ର ସରକାର ମାସିକ ୨୪,୭୦୦ ମେଟ୍ରିକ ଟନ୍‌ ଗହମ ଯୋଗାଇ ଦେଉଛନ୍ତି। ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) କାର୍ଯ୍ୟକାରୀ ହେବା ପରଠୁ ଅଦ୍ୟାବଧି ସବୁ ଠିକ୍‌ ଚାଲିଥିଲା। ପ୍ରତ୍ୟେକ ମାସରେ ହିତାଧିକାରୀମାନଙ୍କୁ ଗହମ ଯୋଗାଇ ଦିଆଯାଉଥିଲା। ତେବେ ୬ ମାସ ହେବ କେନ୍ଦ୍ର ସରକାର ଗହମ ଯୋଗାଣ ବନ୍ଦ କରିଦେଇଥିବାରୁ ସମସ୍ୟା ଦେଖାଦେଇଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ କେନ୍ଦ୍ର ଓ ରାଜ୍ୟ ସରକାର ନିଜ ଇଚ୍ଛାକୁ ହିତାଧିକାରୀଙ୍କ ଉପରେ ଲଦି ଚାଲିଛନ୍ତି। କେନ୍ଦ୍ର ସରକାର ପଞ୍ଜାବ, ହରିିୟାଣାରୁ କ୍ରୟ କରୁଥିବା ଗହମକୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ୟ ରାଜ୍ୟଗୁଡ଼ିକୁ ଯୋଗାଇ ଦେବା ପାଇଁ ପ୍ରୟାସ କରୁଥିବାବେଳେ ଓଡ଼ିଶା ସରକାର ନିଜ ରାଜ୍ୟରେ ଉତ୍ପାଦିତ ଚାଉଳକୁ ହିତାଧିକାରୀଙ୍କୁ ଦେବା ଲାଗି ଦୀର୍ଘ ଦିନରୁ ଦାବି କରୁଛନ୍ତି। ଏ ନେଇ ନିକଟରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୋବେଙ୍କୁ ଚିଠି ଲେଖି ପିଡିଏସ୍‌ ବ୍ୟବସ୍ଥାରେ ଗହମ ବଦଳରେ ୧୦୦ ପ୍ରତିଶତ ଚାଉଳ ଯୋଗାଇ ଦେବା ପାଇଁ ଅନୁମତି ଦେବାକୁ ଅନୁରୋଧ କରିଥିଲେ। ଅନ୍ୟପକ୍ଷରେ ରାଜ୍ୟ ସରକାର ଏକକାଳୀନ ୩ ମାସ ପାଇଁ ହିତାଧିକାରୀମାନଙ୍କୁ ରାଶନ ବାଣ୍ଟିବା ଦ୍ୱାରା ଏଭଳି ସମସ୍ୟା ଉପୁଜିଛି। କେନ୍ଦ୍ର ସରକାର ପ୍ରତି ମାସରେ ରାଜ୍ୟର କୋଟା ହିସାବରେ ଗହମ ଯୋଗାଣ କରୁଥିଲେ। ମାତ୍ର କୋଭିଡ୍‌ ସମୟରେ ହିତାଧିକାରୀଙ୍କୁ ରାଜ୍ୟ ସରକାର ଏକକାଳୀନ ଚାଉଳ ଦେବା ନିଷ୍ପତ୍ତି ନେଇଥିଲେ। ଏ ପର୍ଯ୍ୟନ୍ତ ତାହା ବଳବତ୍ତର ରହିଛି। ଫଳରେ କେନ୍ଦ୍ର ସରକାର ଏକକାଳୀନ ଗହମ ଯୋଗାଣରେ ବିଫଳ ହେଉଛନ୍ତି। ରାଜ୍ୟ ସରକାର ରାଜ୍ୟରୁ କ୍ରୟ କରୁଥିବା ଧାନରୁ ଉତ୍ପାଦିତ ଚାଉଳକୁ ବିକ୍ରି କରି ନ ପାରି ହରଡ଼ଘଣାରେ ପଡ଼ିଛନ୍ତି। ଗୋଟିଏପଟେ ଭାରତର ଖାଦ୍ୟ ନିଗମ (ଏଫ୍‌ସିଆଇ) ବଳକା ଚାଉଳ ନେବାକୁ ରାଜି ହେଉ ନ ଥିବାବେଳେ ଗୋଦାମ ଖାଲି ନ ହେଲେ ରାଜ୍ୟରେ ଚାଉଳ ରଖିବାକୁ ଜାଗା ଅଭାବ ହେଉଛି। ୨୦୨୧-୨୨ରେ ରାଜ୍ୟରେ ୫୨ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ଉତ୍ପାଦିତ ହୋଇଛି। ସେଥିରୁ ରାଜ୍ୟ ସରକାର ୩୦ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ଏନ୍‌ଏଫ୍‌ଏସ୍‌ଏ, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ଅନ୍ୟ ଜନକଲ୍ୟାଣ ଯୋଜନାରେ ଯୋଗାଇ ଦେଉଛନ୍ତି। ୨୨ ଲକ୍ଷ ମେଟ୍ରିକ ଟନ୍‌ ଉଷୁନା ଚାଉଳ ଗୋଦାମରେ ପଡ଼ିରହୁଛି। ସେହି ଚାଉଳ ଖାଲି ନ ହେଲେ ପରବର୍ତ୍ତୀ ବର୍ଷରେ ଆସୁଥିବା ଚାଉଳକୁ ରଖିବା ନେଇ ସମସ୍ୟା ଦେଖାଦେଉଛି। ଗହମ ନେଉଥିବା ହିତାଧିକାରୀ ସୁଦର୍ଶନ ଲେଙ୍କା କହିଛନ୍ତି, ଆଜିକାଲି ଅଧିକାଂଶ ଲୋକ ମଧୁମେହ ରୋଗରେ ପୀଡ଼ିତ। ରୁଟି ଖାଇବା ଜରୁରୀ ହୋଇଗଲାଣି। ଗହମ ନ ମିଳିଲେ ବଜାରରୁ କିଣି ଖାଇବା ମୁସ୍କିଲ ହୋଇଯିବ। କେନ୍ଦ୍ର ସରକାର ପୂର୍ବରୁ ଯେମିତି ଗହମ ଯୋଗାଇ ଦେଉଥିଲେ ଏବେ ସେମିତି ଯୋଗାଇ ଦିଅନ୍ତୁ। ଯେଉଁମାନେ ଚାଉଳ ନେବା କଥା ସେମାନେ ଚାଉଳ ନିଅନ୍ତୁ। ସମସ୍ତଙ୍କୁ ଚାଉଳ ନେବାକୁ ବାଧ୍ୟ କରିବା ଅନୁଚିତ।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଗୋଟିଏ ଆସନ ପାଣ୍ଡିଆନ୍‌ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା

ଭୁବନେଶ୍ୱର, ୨୭।୪(ସୁନିତ୍‌ ମିଶ୍ର): କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri