ଗହଳି ନିୟନ୍ତ୍ରଣ କର

ନୂଆଦିଲ୍ଲୀ, ୧୫।୭: ହିଲ୍‌ ଷ୍ଟେଶନ ଏବଂ ବଜାରଗୁଡ଼ିକରେ ଅତ୍ୟଧିକ ଜନଗହଳିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ବେଗ ପ୍ରକାଶ କରିବାର ଦିନକ ପରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ବୁଧବାର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପତ୍ର ଲେଖି ଗହଳି ନିୟନ୍ତ୍ରଣ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛି। ଅଧିକାଂଶ ରାଜ୍ୟରେ କୋଭିଡ୍‌ ସଂକ୍ରମଣର ଆର୍‌-ରେଟ୍‌ ବଢ଼ୁଥିବାରୁ ଭିଡ଼ ନିୟନ୍ତ୍ରଣ ଜରୁରୀ ବୋଲି କୁହାଯାଇଛି। ଏଥିରେ ତ୍ରୁଟି ଦେଖାଦେଲେ ସେଥିପାଇଁ ଜିଲାପାଳମାନଙ୍କୁ ବ୍ୟକ୍ତିଗତ ଭାବେ ଉତ୍ତରଦାୟୀ କରିବା ଲାଗି ସ୍ବରାଷ୍ଟ୍ର ସଚିବ ଅଜୟ ଭାଲ୍ଲା ରାଜ୍ୟଗୁଡ଼ିକୁ ପତ୍ର ଲେଖି ଅନୁରୋଧ କରିଛନ୍ତି।
ଦେଶରେ ସକ୍ରିୟ ମାମଲା କମିବା ସହିତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଲକ୍‌ଡାଉନ କଟକଣାକୁ ପର୍ଯ୍ୟାୟକ୍ରମେ କୋହଳ କରି ବିଭିନ୍ନ କାର୍ଯ୍ୟ କରିବା ଲାଗି ଅନୁମତି ଦେଇଛନ୍ତି। ତେବେ ଦେଶର ବିଭିନ୍ନ ଭାଗରେ କୋଭିଡ୍‌ ନିୟମାବଳୀର ସମ୍ପୂର୍ଣ୍ଣ ଉଲ୍ଲଂଘନ ହେଉଥିବା ଦେଖାଯାଇଛି। ବିଶେଷକରି ସାଧାରଣ ପରିବହନ ଏବଂ ହିଲ୍‌ ଷ୍ଟେଶନଗୁଡ଼ିକରେ କେହି କଟକଣା ମାନୁନାହାନ୍ତି। ସାମାଜିକ ଦୂରତ୍ୱକୁ ଭ୍ରୂକ୍ଷେପ ନ କରି ବଜାରକୁ ବହୁସଂଖ୍ୟାରେ ଆସି ଗହଳି କରିବା ଯୋଗୁ କେତେକ ରାଜ୍ୟରେ ଆର୍‌-ଫ୍ୟାକ୍ଟର ବଢ଼ିଯାଇଛି। ଏବେ ଚିନ୍ତାର କାରଣ ପାଲଟିଥିବା ଭାଲ୍ଲା ସବୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ବୁଧବାର ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ପକ୍ଷରୁ ଜାରି ପ୍ରୋଟୋକଲ ସହ ଲୋକେ କୌଣସି ପ୍ରକାର ସାଲିସ କରିବା ଅନୁଚିତ। କୋଭିଡ୍‌-୧୯ ଭୂତାଣୁ ରୂପ ବଦଳାଇ ଆସିପାରେ ବୋଲି ବିଶେଷଜ୍ଞମାନେ ଅଧ୍ୟୟନରୁ ଜାଣିବାକୁ ପାଇଛନ୍ତି। ଏଭଳି ସ୍ଥିତିରେ ଉଭୟ ନିରାକରଣ ଓ ଚିକିତ୍ସା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ସତର୍କ କରାଇଥିଲେ।
ଭାଲ୍ଲା ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି, ଆର୍‌-ଫ୍ୟାକ୍ଟର ୧.୦ରୁ ଅଧିକ ହେବା ଅର୍ଥ ସଂକ୍ରମଣର ଦ୍ରୁତ ବୃଦ୍ଧି। ସେଥିପାଇଁ ସମସ୍ତ ଗହଳିସ୍ଥାନରେ କୋଭିଡ୍‌ ନିୟମାବଳୀ ଯେପରି ପାଳନ ହୁଏ ସେଥିପାଇଁ ସମ୍ପୃକ୍ତ ଜିଲାପାଳଙ୍କୁ ଉତ୍ତରଦାୟୀ କରାଇବା ନିମନ୍ତେ ସ୍ବରାଷ୍ଟ୍ର ସଚିବ ପରାମର୍ଶ ଦେଇଛନ୍ତି। ମଲ୍‌, ବଜାର, ସାପ୍ତାହିକ ବଜାର, ମାର୍କେଟ କମ୍ପ୍ଲେକ୍ସ, ହୋଟେଲ, ରେଷ୍ଟୁରାଣ୍ଟ, ବାର୍‌, ମଣ୍ଡି, ବସ୍‌ ଷ୍ଟାଣ୍ଡ, ରେଲଓ୍ବେ ପ୍ଲାଟ୍‌ଫର୍ମ ଓ ଷ୍ଟେଶନ, ସର୍ବସାଧାରଣ ପାର୍କ, ଜିମ୍‌, ବିବାହ ମଣ୍ଡପଗୁଡ଼ିକରେ ଗହଳି ନିୟନ୍ତ୍ରଣ କରିବା ସହ କୋଭିଡ୍‌ ନିୟମାବଳୀ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହିଜାବ ମାଧ୍ୟମରେ ସମାନ ନାଗରିକ ସଂହିତା, ରାଜନୈତିକ ମହଲରେ ଚର୍ଚ୍ଚା…

ନୂଆଦିଲ୍ଲୀ,୧୪ା୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ପ୍ରତିଶ୍ରୁତି ଦେଇଛନ୍ତି ଯେ ଯଦି ରାଜ୍ୟରେ ପୁନର୍ବାର ଭାଜପା କ୍ଷମତାକୁ ଆସେ ତେବେ କର୍ନାଟକର ହିଜାବକୁ ନେଇ...

ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହେଲା ପ୍ରଥମ ସ୍ନିପର ରାଇଫଲ୍‌

ବେଙ୍ଗାଲୁରୁ,୧୪।୧୦: ସ୍ବଦେଶୀ ଜ୍ଞାନକୌଶଳରେ ଭାରତ ପ୍ରଥମ ସ୍ନିପର ରାଇଫଲ ତିଆରି କରିବାକୁ ସକ୍ଷମ ହୋଇଛି। ବେଙ୍ଗାଲୁରୁର ଏସ୍‌ଏସ୍‌ଏସ୍‌ ଡିଫେନ୍ସ କମ୍ପାନୀ ପକ୍ଷରୁ ୨ଟି ସ୍ନିପର ରାଇଫଲ...

୧୦ରେ ପିଆଇଏଲ୍‌ ଶୁଣାଣି

ନୂଆଦିଲ୍ଲୀ,୫ା୧୧: ଦିଲ୍ଲୀ ଓ ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ବୃଦ୍ଧି ପାଉଥିବା ବାୟୁ ପ୍ରଦୂଷଣ ରୋକିବା ଲାଗି ନଡ଼ା ପୋଡ଼ି ଉପରେ ସାନି ଗାଇଡ୍‌ଲାଇନ ଜାରି...

ୟୁଏଇ ହେଲିକପ୍ଟରର ଜରୁରୀ ଅବତରଣ

କୋଚି, ୧୨।୪: ୟୁଏଇର ଲୁଲୁ ଗ୍ରୁପ୍‌ ଅଧ୍ୟକ୍ଷ ଶିଳ୍ପପତି ଏମ୍‌.ଏ. ୟୁସୁଫ୍‌ ଅଲି, ତାଙ୍କ ସ୍ତ୍ରୀ ଓ ଅନ୍ୟ ୫ ଜଣଙ୍କୁ ଆଣି ଆସିଥିବା ଏକ...

ଥରିଲା ରାଜସ୍ଥାନ, ରିକ୍ଟର ସ୍କେଲରେ ତୀବ୍ରତା ୪.୬

ଜୟପୁର,୧୭ ।୧୦: ରାଜସ୍ଥାନର ଜାଲୋରରେ ରବିବାର ରାତି ପ୍ରାୟ ୨ଟା ୨୬ରେ ଏକ ଭୂକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୬...

ପାଠପଢ଼ାରେ ଝିଅ ଆଗରେ, ପୁଅଙ୍କ ତୁଳନାରେ କମ୍‌ ଝିଅ ଅଧାରୁ ଛାଡୁଛନ୍ତି ସ୍କୁଲ…

ନୂଆଦିଲ୍ଲୀ,୨୮।୭ : ପାଠପଢ଼ାରେ ଝିଅମାନେ ପୁଅଙ୍କ ତୁଳନାରେ ଆଗରେ ଅଛନ୍ତି। ସ୍କୁଲକୁ ଯିବା ଏବଂ ଅଧ୍ୟୟନ ଜାରି ରଖିବା ହାର ଝିଅମାନଙ୍କ କ୍ଷେତ୍ରରେ ଅଧିକ ରହିଛି।...

ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୯୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୭ା୯(ବ୍ୟୁରୋ): ରାଜ୍ୟରୁ ବୁଧବାର ଆଉ ୧୯୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୩,୧୮,୫୫୦ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

ମର୍ମନ୍ତୁଦ ସଡକ ଦୁର୍ଘଟଣା: ଚାଲିଗଲା ୧୪ ଜୀବନ

ଲକ୍ଷ୍ନୌ,୨୦।୧୧: ଉତ୍ତର ପ୍ରଦେଶର ପ୍ରତାପଗଢରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁରୁବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ୧୪ ଜଣଙ୍କ ଜୀବନ ଯାଇଛି।...

Advertisement
Archives

Model This Week