ପ୍ରେମରେ ପଡ଼ିଛନ୍ତି କି? ଏହି ୩ଟି କଥା ପ୍ରତି ହୁଅନ୍ତୁ ଯତ୍ନବାନ; ନଚେତ ଖରାପ ହୋଇପାରେ ସମ୍ପର୍କ

ଭାରତୀୟ ରାଜନୀତି ଏବଂ ଅର୍ଥଶାସ୍ତ୍ରର ଜନକ କୁହାଯାଉଥିବା ଆଚାର୍ଯ୍ୟ ଚାଣକ୍ୟ ବିଷ୍ଣୁଗୁପ୍ତ ଏବଂ କୌଟିଲ୍ୟ ନାମରେ ମଧ୍ୟ ଖ୍ୟାତ। ସେ ଜଣେ ଦକ୍ଷ ରାଜନେତା, ଚତୁର କୂଟନୀତିଜ୍ଞ ତଥା ଭଲ ଅର୍ଥନୀତିଜ୍ଞ ଭାବରେ ବିଶ୍ୱ ପ୍ରସିଦ୍ଧ ହୋଇଥିଲେ। ଆଜି ବି ଚାଣକ୍ୟଙ୍କ ସିଦ୍ଧାନ୍ତ ଏବଂ ନୀତି ପ୍ରାସଙ୍ଗିକ ଅଟେ। ଯେଉଁମାନେ ନିଜ ଜୀବନରେ ଏହାକୁ ଗ୍ରହଣ କରିଥାନ୍ତି ସେମାନେ ସୁଖମୟ ଜୀବନଯାପନ କରିପାରନ୍ତି। ତେବେ ଚାଣକ୍ୟ ପ୍ରେମସମ୍ପର୍କ ନେଇ ନିଜର ନୀତି ବିଷୟରେ କହିଛନ୍ତି। ଆସନ୍ତୁ ଜାଣିବା:-

ଚାଣକ୍ୟ କୁହନ୍ତି ପ୍ରେମରେ ପଡ଼ିଥିବା ଦୁଇଟି ଲୋକଙ୍କ ମନରେ ପରସ୍ପର ପ୍ରତି ଅତୁଟ ବିଶ୍ୱାସ ରହିବା ଉଚିତ। କାରଣ ଯେଉଁ ସମ୍ପର୍କରେ ବିଶ୍ୱାସ ଥାଏ ସେ ସବୁ ପରିସ୍ଥିତି ସହ ଲଢ଼ିବାରେ ସଫଳ ହୋଇଥାଏ। ହେଲେ ସମ୍ପର୍କରେ ସ୍ବାଧୀନତା ରହିବା ଆବଶ୍ୟକ। ଯେଉଁଠି ତାହା ନ ଥାଏ, ସେ ସମ୍ପର୍କ ବେଶି ଦିନ ଚାଲିପାରେ ନାହିଁ। ବାନ୍ଧି ହୋଇ ରହିବା ଭଳି ମନେ ହୋଇଥାଏ। ଫଳରେ ସମ୍ପର୍କ ତୁଟିଯାଇଥାଏ। ଏହାଛଡ଼ା ଲୋକଙ୍କୁ ଏହି ୩ଟି କଥା ପ୍ରତି ଧ୍ୟାନ ଦେବା ଉଚିତ ବୋଲି ଚାଣକ୍ୟ କହିଛନ୍ତି।

ସମ୍ମାନରେ ଆଞ୍ଚ ନ ଆସିବା: ଯଦି ଜଣେ ବ୍ୟକ୍ତି ସାଥୀଙ୍କଠାରୁ ସମ୍ମାନ ପାଇବାକୁ ଚାହିଁଥାଏ, ତେବେ ସେ ମଧ୍ୟ କେବେହେଲେ ତାଙ୍କର ଆତ୍ମସମ୍ମାନକୁ ଆଞ୍ଚ ଆସିବାକୁ ଦେଇ ନ ଥାଏ। କାରଣ ଆଦର-ସମ୍ମାନ କମିଲେ ସମ୍ପର୍କ ଦୁର୍ବଳ ହେବାରେ ଲାଗିଥାଏ।
ଅହଙ୍କାର ନ କରିବା: ଚାଣକ୍ୟ କୁହନ୍ତି ପ୍ରେମ ସମ୍ପର୍କ ମଧ୍ୟରେ ଅହଂଙ୍କାର ଆସିବା ଠିକ୍‌ ନୁହେଁ। ଯେତେବେଳେ ଆପଣ ନିଜକୁ ଅଧିକ ଏବଂ ସାଥୀଙ୍କୁ କମ୍‌ ଗୁରୁତ୍ୱ ଦେବେ ତେବେ ସମ୍ପର୍କ ଫିକା ପଡ଼ିଥାଏ। ଏଣୁ ଅହଙ୍କାର କରନ୍ତୁ ନାହିଁ।

ଦେଖେଇ ହୁଅନ୍ତୁ ନାହିଁ: ଭଲପାଇବାରେ ଦେଖାଇବା ଗୁଣ ରହିବା ଠିକ୍‌ ନୁହେଁ। ଚାଣକ୍ୟ କୁହନ୍ତି ପ୍ରେମ ନିର୍ମଳ। ଯିଏ ଦେଖାଇ ହେବାକୁ ପ୍ରେମ କରନ୍ତି ସେ ସ୍ବାର୍ଥୀ ହୋଇଥାନ୍ତି। ପ୍ରେମରେ ସମର୍ପଣର ଆବଶ୍ୟକତା ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କାଳିଆ ସାଆନ୍ତଙ୍କ ପହଣ୍ଡି ଆରମ୍ଭ, ଝୁଲିଝୁଲି ଧାଡ଼ି ପହଣ୍ଡିରେ ଆସୁଛନ୍ତି ମହାବାହୁ

ପୁରୀ,୧୬ା୭: ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଅର୍ଥାତ୍‌ ଗୁରୁବାର ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା। ଏଥିପାଇଁ ରଥ, ପଥ, ଭକ୍ତ ଏବଂ ସେବାୟତ ସମସ୍ତେ ପ୍ରସ୍ତୁତ ରହିଥିବା ବେଳେ…

ପ୍ରତିବର୍ଷ ମାଡ଼ି ଆସୁଛି ମହାବିପତ୍ତି, ସତ ହେବ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ!

ଜଳବାୟୁ ପରିବର୍ତ୍ତନ ଉପରେ ଚାରି ଦଶନ୍ଧିର ବୈଜ୍ଞାନିକ ଗବେଷଣା ଏପରି ନିଷ୍କର୍ଷ ପ୍ରକାଶ କରିଛି ଯାହା ପୃଥିବୀର ଭବିଷ୍ୟତ ବିଷୟରେ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି ।…

ଯୁଦ୍ଧ ମଧ୍ୟରେ ଇରାନକୁ ପ୍ରଶଂସା କଲେ ଡୋନାଲ୍ଡ ଟମ୍ପ: ଜାଣନ୍ତୁ କାହିଁକି

ଓ୍ବାଶିଂଟନ୍‌,୧୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ସଦିଚ୍ଛା(Goodwill) ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି। ଟ୍ରମ୍ପଙ୍କ ପ୍ରଶଂସା ଇରାନ ଜଣେ ଆମେରିକୀୟ ମହିଳାଙ୍କୁ ମୁକ୍ତ କରିବା ପରେ କରିଥିଲେ।…

ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଲେ ହାଇକୋର୍ଟ: ପ୍ରତିଟି ଜୀବନର ମୂଲ୍ୟ ଅଛି, ଯଦି…

ନୂଆଦିଲ୍ଲୀ,୧୬।୭: ଦିଲ୍ଲୀର ଜନ୍ତର-ମନ୍ତରଠାରେ ଅର୍ନିଦ୍ଦିଷ୍ଟ କାଳ ପାଇଁ ଭୋକ ଉପବାସରେ ବସିଥିବା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଦିଲ୍ଲୀ ହାଇକୋର୍ଟ ଗଭୀର ଚିନ୍ତା ପ୍ରକଟ…

ରଥଯାତ୍ରା ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମହାପ୍ରଭୁଙ୍କ ଦିବ୍ୟ ସାନିଧ୍ୟ ସହ…

ପୁରୀ,୧୬ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପବିତ୍ର ରଥଯାତ୍ରା ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସର୍ବଶ୍ରେଷ୍ଠ ମହାପର୍ବ ରଥଯାତ୍ରା ପାଇଁ ସମଗ୍ର ଶ୍ରୀକ୍ଷେତ୍ର ପ୍ରସ୍ତୁତ।…

ଭାଜପାକୁ ମମତାଙ୍କ ଖୋଲା ଚ୍ୟାଲେଞ୍ଜ, ‘ଅନ୍ତ ଦେଖିବା ଯାଏ ବଞ୍ଚିବି’

କୋଲକାତା,୧୬।୭: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀ ପୁଣି ଥରେ ଭାଜପା ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ ତାଙ୍କ…

ପ୍ରବଳ ବର୍ଷାରେ ଭାରସାମ୍ୟ ହରାଇ ରାସ୍ତାକଡକୁ ଖସିପଡିଲା ସରକାରୀ ବସ୍‌, ଭିତରେ ବସିଥିଲେ ଯାତ୍ରୀ

କେସିଙ୍ଗା, ୧୬।୭(ତୁମେଶ୍ୱର ସାହୁ): ଭୁବନେଶ୍ୱରରୁ କେସିଙ୍ଗା ଦେଇ ଭବାନୀପାଟଣା ଅଭିମୁଖେ ଯାଉଥିବା ସରକାରୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୁରୁବାର ସକାଳେ ବସ୍‌ଟି ପ୍ରବଳ ବର୍ଷାରେ ଭାରସାମ୍ୟ ହରାଇ…

ରାସ୍ତାରେ ଫୋନ୍‌ରେ ଗପି ଗପି ଯାଉଥିଲେ ଭାଜପା ଜିଲାଧ୍ୟକ୍ଷ, ହଠାତ୍‌ ଆସିଲା ହୃଦ୍‌ଘାତ: ଆଉ ତା’ପରେ…

ଭୋପାଳ,୧୬।୭: ମଧ୍ୟପ୍ରଦେଶର ଛିନ୍ଦୱାଡାରେ ଭାଜପା ଅନୁସୂଚିତ ଜାତି ମୋର୍ଚ୍ଚାର ଜିଲା ସଭାପତି ଲୋକେଶ ଦେହାରିଆଙ୍କ ହୃଦଘାତ ଯୋଗୁ ଆକସ୍ମିକ ମୃତ୍ୟୁ ହୋଇଥିବା ରିପୋର୍ଟ ହୋଇଛି। ଛିନ୍ଦୱାଡା ସହରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri