ପ୍ରେମରେ ପଡ଼ିଛନ୍ତି କି? ଏହି ୩ଟି କଥା ପ୍ରତି ହୁଅନ୍ତୁ ଯତ୍ନବାନ; ନଚେତ ଖରାପ ହୋଇପାରେ ସମ୍ପର୍କ

ଭାରତୀୟ ରାଜନୀତି ଏବଂ ଅର୍ଥଶାସ୍ତ୍ରର ଜନକ କୁହାଯାଉଥିବା ଆଚାର୍ଯ୍ୟ ଚାଣକ୍ୟ ବିଷ୍ଣୁଗୁପ୍ତ ଏବଂ କୌଟିଲ୍ୟ ନାମରେ ମଧ୍ୟ ଖ୍ୟାତ। ସେ ଜଣେ ଦକ୍ଷ ରାଜନେତା, ଚତୁର କୂଟନୀତିଜ୍ଞ ତଥା ଭଲ ଅର୍ଥନୀତିଜ୍ଞ ଭାବରେ ବିଶ୍ୱ ପ୍ରସିଦ୍ଧ ହୋଇଥିଲେ। ଆଜି ବି ଚାଣକ୍ୟଙ୍କ ସିଦ୍ଧାନ୍ତ ଏବଂ ନୀତି ପ୍ରାସଙ୍ଗିକ ଅଟେ। ଯେଉଁମାନେ ନିଜ ଜୀବନରେ ଏହାକୁ ଗ୍ରହଣ କରିଥାନ୍ତି ସେମାନେ ସୁଖମୟ ଜୀବନଯାପନ କରିପାରନ୍ତି। ତେବେ ଚାଣକ୍ୟ ପ୍ରେମସମ୍ପର୍କ ନେଇ ନିଜର ନୀତି ବିଷୟରେ କହିଛନ୍ତି। ଆସନ୍ତୁ ଜାଣିବା:-

ଚାଣକ୍ୟ କୁହନ୍ତି ପ୍ରେମରେ ପଡ଼ିଥିବା ଦୁଇଟି ଲୋକଙ୍କ ମନରେ ପରସ୍ପର ପ୍ରତି ଅତୁଟ ବିଶ୍ୱାସ ରହିବା ଉଚିତ। କାରଣ ଯେଉଁ ସମ୍ପର୍କରେ ବିଶ୍ୱାସ ଥାଏ ସେ ସବୁ ପରିସ୍ଥିତି ସହ ଲଢ଼ିବାରେ ସଫଳ ହୋଇଥାଏ। ହେଲେ ସମ୍ପର୍କରେ ସ୍ବାଧୀନତା ରହିବା ଆବଶ୍ୟକ। ଯେଉଁଠି ତାହା ନ ଥାଏ, ସେ ସମ୍ପର୍କ ବେଶି ଦିନ ଚାଲିପାରେ ନାହିଁ। ବାନ୍ଧି ହୋଇ ରହିବା ଭଳି ମନେ ହୋଇଥାଏ। ଫଳରେ ସମ୍ପର୍କ ତୁଟିଯାଇଥାଏ। ଏହାଛଡ଼ା ଲୋକଙ୍କୁ ଏହି ୩ଟି କଥା ପ୍ରତି ଧ୍ୟାନ ଦେବା ଉଚିତ ବୋଲି ଚାଣକ୍ୟ କହିଛନ୍ତି।

ସମ୍ମାନରେ ଆଞ୍ଚ ନ ଆସିବା: ଯଦି ଜଣେ ବ୍ୟକ୍ତି ସାଥୀଙ୍କଠାରୁ ସମ୍ମାନ ପାଇବାକୁ ଚାହିଁଥାଏ, ତେବେ ସେ ମଧ୍ୟ କେବେହେଲେ ତାଙ୍କର ଆତ୍ମସମ୍ମାନକୁ ଆଞ୍ଚ ଆସିବାକୁ ଦେଇ ନ ଥାଏ। କାରଣ ଆଦର-ସମ୍ମାନ କମିଲେ ସମ୍ପର୍କ ଦୁର୍ବଳ ହେବାରେ ଲାଗିଥାଏ।
ଅହଙ୍କାର ନ କରିବା: ଚାଣକ୍ୟ କୁହନ୍ତି ପ୍ରେମ ସମ୍ପର୍କ ମଧ୍ୟରେ ଅହଂଙ୍କାର ଆସିବା ଠିକ୍‌ ନୁହେଁ। ଯେତେବେଳେ ଆପଣ ନିଜକୁ ଅଧିକ ଏବଂ ସାଥୀଙ୍କୁ କମ୍‌ ଗୁରୁତ୍ୱ ଦେବେ ତେବେ ସମ୍ପର୍କ ଫିକା ପଡ଼ିଥାଏ। ଏଣୁ ଅହଙ୍କାର କରନ୍ତୁ ନାହିଁ।

ଦେଖେଇ ହୁଅନ୍ତୁ ନାହିଁ: ଭଲପାଇବାରେ ଦେଖାଇବା ଗୁଣ ରହିବା ଠିକ୍‌ ନୁହେଁ। ଚାଣକ୍ୟ କୁହନ୍ତି ପ୍ରେମ ନିର୍ମଳ। ଯିଏ ଦେଖାଇ ହେବାକୁ ପ୍ରେମ କରନ୍ତି ସେ ସ୍ବାର୍ଥୀ ହୋଇଥାନ୍ତି। ପ୍ରେମରେ ସମର୍ପଣର ଆବଶ୍ୟକତା ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri