Posted inଜାତୀୟ

ରାଫାଲ ଡିଲ୍‌ରେ ମଧ୍ୟସ୍ଥିଙ୍କ ପକେଟକୁ ଯାଇଛି ସିଂହଭାଗ, ଜେପିସି ଯାଞ୍ଚ୍‌ ଦାବି କଲା କଂଗ୍ରେସ …

ନୂଆଦିଲ୍ଲୀ,୪।୭: ଭାରତ ଏବଂ ଫ୍ରାନ୍ସ୍‌ ମଧ୍ୟରେ ହୋଇଥିବା ରାଫାଲ୍‌ ଯୁଦ୍ଧ ବିମାନ ଡିଲ୍‌ରେ ମଧ୍ୟସ୍ଥିଙ୍କ ପକେଟକୁ ସିଂହଭାଗ ଯାଇଛି। ଏନେଇ ଏବେ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବା ଆରମ୍ଭ କରିଛି। କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧି କହିଛନ୍ତି ଯେ, ୫୯ ହଜାର କୋଟିର ଏହି ଡିଲ୍‌ରେ ବ୍ୟାପକ ଅର୍ଥ ହେର୍‌ଫେର୍‌ ହୋଇଛି। ଏହି ମାମଲାର ଯାଞ୍ଚ୍‌ ଜଏଣ୍ଟ ପାର୍ଲମେଣ୍ଟାରୀ କମିଟି(ଜେପିସି) ଦ୍ୱାରା କରାଯିବା ନେଇ ରାହୁଲ ଟୁଇଟ୍‌ କରି ଦାବି କରିଛନ୍ତି। ଏନେଇ ରାହୁଲ୍‌ ଏକ ପୋଲ୍‌ ଆରମ୍ଭ କରିଛନ୍ତି। ଏଥିରେ ମୋଦି ସରକାର କାହିଁକି ଜେପିସି ଯାଞ୍ଚ୍‌ ଲାଗି ରାଜି ହେଉ ନାହାନ୍ତି, ସେ ନେଇ ୪ଟି ଅପଶନ୍‌ ରହିଛି। ପ୍ରଥମ ଅପଶନ୍‌ ଅପରାଧବୋଧ, ଦ୍ୱିତୀୟଟି ମିତ୍ରଙ୍କୁ ସୁରକ୍ଷା, ତୃତୀୟଟି ଜେପିସିକୁ ରାଜ୍ୟ ସଭା ସିଟ୍‌ ଆବଶ୍ୟକ ନାହିଁ ଏବଂ ଚତୁର୍ଥଟି ଏସମସ୍ତ ବିକଳ୍ପ ସତ୍ୟ। ଏବେ ରାହୁଲଙ୍କ ଏହି ପୋଲ୍‌ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ,ଭାରତକୁ ୩୬ ରାଫାଲ ଯୁଦ୍ଧ ବିମାନ ଯୋଗାଇ ଦେବା ନେଇ ଦୁଇ ଦେଶ ମଧ୍ୟରେ ୨୦୧୬ରେ ଡିଲ୍‌ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାର୍ଯ୍ୟରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ, ବରିଷ୍ଠ ଅଧିକାରୀ

ନୂଆଦିଲ୍ଲୀ,୧୩।୪: କରୋନା ଭାଇରସ ସଂକ୍ରମଣକୁ ନେଇ ସାରା ଦେଶରେ ୨୧ ଦିନିଆ ଲକ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ସବୁ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ...

ନିର୍ବାଚନ ପାଇଁ ଆଜି କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ, ପ୍ରାର୍ଥୀଙ୍କ ନାଁ ଉପରେ ମନ୍ଥନ କରିବେ ଗେହଲଟ-ପାଇଲଟ

ଜୟପୁର,୧୯।୮: ରାଜସ୍ଥାନରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଗଠିତ କଂଗ୍ରେସର ‘ପ୍ରଦେଶ ନିର୍ବାଚନ କମିଟି’ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶନିବାର ଜୟପୁରରେ ଅନୁଷ୍ଠିତ ହେବ।...

ପୁଣି ଫେରିଲା କଟକଣା, ମାସ୍କ ନପିନ୍ଧିଲେ ୫୦୦ ଟଙ୍କା ଜରିମାନା…

ନୂଆଦିଲ୍ଲୀ, ୧୧।୮ : ଦିଲ୍ଲୀରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ପୁଣି କଟକଣା ଫେରିଛି। ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ...

ଆରମ୍ଭ ହେଲା ଭାଜପାର ‘ବୁଥ୍‌ କାର୍ଯ୍ୟକର୍ତ୍ତା ସମ୍ମିଳନୀ’

ନୂଆଦିଲ୍ଲୀ,୫।୧: ଆଗକୁ ଅଛି ଦିଲ୍ଲୀ ବିଧାନସଭା ନିର୍ବାଚନ। ଏହାକୁ ଦେଖି ସବୁଦଳ ପ୍ରସ୍ତୁତ ହେଉଥିବା ବେଳେ ରବିବାର ଭାରତୀୟ ଜନତା ପାର୍ଟି(ଭାଜପା) ପକ୍ଷରୁ ଦିଲ୍ଲୀରେ ଆୟୋଜିତ...

ତ୍ରିପୁରା ହିଂସାର ରିପୋର୍ଟ କରିବାରୁ ୨ ମହିଳା ଜର୍ନାଲିଷ୍ଟ ଅଟକ

ଗୁଆହାଟୀ,୧୪।୧୧: ତ୍ରିପୁରା ହିଂସାକୁ ନେଇ ବିବାଦୀୟ ଖବର ପ୍ରକାଶ କରିଥିବା ଦିଲ୍ଲୀର ଦୁଇଜଣ ମହିଳା ଖବରଦାତାଙ୍କୁ ଅଟକ ରଖାଯାଇଛି। ସେମାନେ ଧର୍ମ ଆଧାରରେ ବିଭିନ୍ନ ସଂଗଠନ...

ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ଧମକ

ମୁମ୍ବାଇ,୩।୨: ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ହେବାର ଆଶଙ୍କା ରହିଛି। ଏନଆଇଏ ଏକ ଧମକପୂର୍ଣ୍ଣ ଇମେଲ ପାଇବା ପରେ ଦେଶର ବିଭିନ୍ନ ସହରକୁ ସତର୍କ କରାଯାଇଛି। ଏନଆଇଏ...

ପଶ୍ଚିମବଙ୍ଗରେ ରହିବାକୁ ହେଲେ ବଙ୍ଗଳା କହିବା ଜରୁରୀ: ମମତା

କୋଲକାତା,୧୪।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ପୁଣି ଏକ ବିବାଦୀୟ ବୟାନ ଦେଇ ଆସିଛନ୍ତି ଚର୍ଚ୍ଚାକୁ। ମମତା କହିଛନ୍ତି ପଶ୍ଚିମବଙ୍ଗକୁ ଆଗକୁ ନେବାକୁ ହେଲେ ଏଠାରେ...

ମଦ ନୀତି: ଦିଲ୍ଲୀର ୨୫ରୁ ଅଧିକ ସ୍ଥାନରେ ଇଡିର ଚଢାଉ

ନୂଆଦିଲ୍ଲୀ,୧୪।୧୦: ଦିଲ୍ଲୀ ସରକାରଙ୍କ ନୂତନ ଅବକାରୀ ନୀତି ସମ୍ପର୍କରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶୁକ୍ରବାର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଇଡି ଦିଲ୍ଲୀର ୨୫ରୁ ଅଧିକ ସ୍ଥାନରେ ସର୍ଚ୍ଚ...

Advertisement
Archives

Model This Week