Tag Archives: Puri

ପାଳନ ହେଉନି ଏନ୍‌ଜିଟି ନିର୍ଦ୍ଦେଶ : ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି ସ୍ଥାନୀୟ ବାସିନ୍ଦା

ପୁରୀ,୧୯ା୧(ଅଜିତ୍‌ କୁମାର ମହାନ୍ତି): ପୁରୀ ବଳିଆପଣ୍ଡା ଡମ୍ପିଂୟାର୍ଡ ପ୍ରସଙ୍ଗରେ ଏନ୍‌ଜିଟିର ନିର୍ଦ୍ଦେଶକୁ ପ୍ରଶାସନ ଫୁ’ କରି ଦେଇଥିବା ଦେଖିବାକୁ ମିଳୁଛି। ଏନ୍‌ଜିଟିର ନିର୍ଦ୍ଦେଶ ସତ୍ତ୍ୱେ ଅଳିଆ ପାହାଡ଼ ଏଯାବତ ନ ହଟିବାରୁ ସ୍ଥାନୀୟ ବାସିନ୍ଦା ଦହଗଞ୍ଜ ହେଉଛନ୍ତି। ଏହି ଘଟଣା ଆଜିକାଲିର…

ବର୍ଷସାରା ମହାପ୍ରଭୁ ବାହାରକୁ ଆସିପାରିବେନି: ଗଜପତି

ପୁରୀ,୪ା୧: ବିଦେଶରେ ଇସ୍କନର ଅଦିନିଆ ରଥଯାତ୍ରା ନେଇ ଗଜପତି ମହାରାଜ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଶ୍ରୀଜଗନ୍ନାଥ ଚିନ୍ତନ ଓ ଚେତନା କାର୍ଯ୍ୟକ୍ରମରେ ଗଜପତି ମହାରାଜ ଯୋଗ ଦେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ମହାରାଜ କହିଛନ୍ତି, ସେମାନେ ଜାଣି ନାହାନ୍ତି ଏହା କେତେ…

ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ପାଚେରି ଅସୁରକ୍ଷିତ: ଗଳୁଛି ପାଣି

ପୁରୀ ୧୪।୧୨( ଅଜିତ୍‌ କୁମାର ମହାନ୍ତି ): ଶ୍ରୀମନ୍ଦିର ମେଘନାଦ ପ୍ରାଚୀର ବିପଦରେ ଥିବା ଦେଖିବାକୁ ମିଳିଛି । ମେଘନାଦ ପାଚେରି ଯୋଡେଇ ଫାଟ ହୋଇ ମଇଳା ପାଣି ବାହାରିଥିବା ଦେଖିବାକୁ ମିଳୁଛି। ଯାହାକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ଦେଖା…

ଆଜି ଘୋଡ଼ଲାଗି ହେବେ ମହାପ୍ରଭୁ

ପୁରୀ,୨୬ା୧୧(ଅଜିତ୍‌ କୁମାର ମହାନ୍ତି): ମାର୍ଗଶିର ଶୁକ୍ଳପକ୍ଷ ଷଷ୍ଠୀ ବା ପ୍ରାବରଣ ଷଷ୍ଠୀ ଅବସରରେ ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଘୋଡ଼ଲାଗି ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଏହି ଘୋଡ଼ଲାଗି ବସନ୍ତପଞ୍ଚମୀ ବା ସରସ୍ବତୀ ପୂଜା ପର୍ଯ୍ୟନ୍ତ ଚାଲିବ। ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରେ…

କି ସଙ୍କେତ ଦେଉଛନ୍ତି ମହାପଭୁ, କାହିଁକି ହୁହୁ ହୋଇ ଜଳି ଉଠିଲା…

ପୁରୀ,୨୪।୧୧: କି ସଙ୍କେତ ଦେଉଛନ୍ତି ମହାପଭୁ। ଆଗକୁ କ’ଣ ଘଟିବ। ଏନେଇ ଓଡ଼ିଶାବାସୀ ଭୟଭୀତ ଥିବା ଚର୍ଚ୍ଚା ହେଉଛି। ରବିବାର ଶ୍ରୀମନ୍ଦିର ସମ୍ମୁଖରେ ଅରୁଣ ସ୍ତମ୍ଭ ନିକଟରେ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ। ଯେଉଁଠି ହଠାତ୍‌ ହୁତୁହୁତୁ ହୋଇ ଜଳିଉଠିଲା…

ପୁରୀରେ ଚାଞ୍ଚଲ୍ୟ: ନାବାଳକଙ୍କୁ ହତ୍ୟା

ପୁରୀ,୧୩।୧୧(ଅଜିତ୍‌ କୁମାର ମହାନ୍ତି ): ପୁରୀ ସହରରେ ପୁଣି ଚାଞ୍ଚଲ୍ୟ। ଜଣେ ନାବାଳକଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଶ୍ରୀସେତୁ ନିକଟ ଜଳଭଣ୍ଡାରଠାରେ ଏହି ହତ୍ୟାକାଣ୍ଡ ଘଟିଛି। ନାବାଳକଙ୍କୁ ହତ୍ୟା କରି ଦୁର୍ବୃତ୍ତ ପାଣିରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ମୃତ…

ବିଚ୍‌ରେ ଗାଧୋଇବାକୁ ମନାକଲେ ଲାଇଫଗାର୍ଡ: ଚପଲରେ ସେକିଦେଲେ ମହିଳା

ପୁରୀ,୨୮।୧୦: ସମୁଦ୍ର ଭିତରକୁ ଗାଧୋଇବାକୁ ଯିବାକୁ ବାରଣ କଲେ ଲାଇଫଗାର୍ଡ ଚପଲରେ ସେକିଦେଲେ ମହିଳା। ଏଭଳି ଅଭାବନୀୟ ଘଟଣା ଘଟିଛି, ପୁରୀ ସମୁଦ୍ର କୂଳରେ । ସ୍ତ୍ରୀ ସ୍ବାମୀ ଉଭୟ ସମୁଦ୍ର ଭିତରକୁ ପଶୁଥିବା ବେଳେ ବାତ୍ୟ ମୋନ୍ଥା ପାଇଁ ଆର୍ଲଟ…

ପୁରୀରେ ହେବ ଅନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ, ୫୦୦ କୋଟି ଟଙ୍କାର ଚୁକ୍ତି

ମୁମ୍ବାଇ,୨୭।୧୦: ଇଣ୍ଡିଆ ମାରିଟାଇମ୍ ଉଇକ୍ ୨୦୨୫ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାକୁ ପୂର୍ବ ଉପକୂଳର ଉଦୀୟମାନ ସାମୁଦ୍ରିକ ହବ୍ ରୂପେ ଉପସ୍ଥାପନ କରି ପୋର୍ଟ-ଆଧାରିତ ଅର୍ଥନୀତି ଗଢ଼ିବାକୁ ପ୍ରତିଶ୍ରୁତି ଦେଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଉଦ୍‌ଘାଟନୀ ଅଧିବେଶନରେ…

ସ୍ବର୍ଗଦ୍ୱାର ମଶାଣିରୁ ଜୀବନ ପାଇଥିଲେ, ପୁଣି ୧୬ଦିନ ପରେ ଚାଲିଗଲେ ବୃଦ୍ଧା

ପୁରୀ,୨।୧୦: ୧୬ ଦିନ ବଞ୍ଚିବା ପରେ ପୁଣି ଆଖି ବୁଜିଲେ ପୋଲସରାର ପି. ଲକ୍ଷ୍ମୀପୁରୀ। ସ୍ବର୍ଗଦ୍ୱାରରେ ପହଞ୍ଚି ପୁଣି ଜୀବନ ଫେରିଆସିଥିବା ୮୬ ବର୍ଷୀୟା ପି. ଲକ୍ଷ୍ମୀଙ୍କର ବୁଧବାର ଦେହାନ୍ତ ହୋଇଛି। ଗତ ସେପ୍ଟେମ୍ବର ୧୫ରେ ସ୍ବର୍ଗଦ୍ୱାର ଆସିଥିବା ବୃଦ୍ଧାଙ୍କୁ ୧୬…

ଓଡିଶା ସରକାରଙ୍କ ବଡ ଯୋଜନା: ପୁରୀରେ ହେବ ବିଶ୍ୱସ୍ତରୀୟ ମେରାଇନ୍‌ ଆକ୍ୱାରିୟମ୍‌

ଭୁବନେଶ୍ୱର: ପୁରୀର ବିଶ୍ୱବିଖ୍ୟାତ ଶ୍ରୀ ଜଗନ୍ନାଥ ମନ୍ଦିର ଓ ସମୁଦ୍ର କୂଳର ଆକର୍ଷଣକୁ ଆହୁରି ବୃଦ୍ଧି କରିବା ପାଇଁ ଓଡ଼ିଶା ସରକାର ପୁରୀ ସମୁଦ୍ର କୂଳ ନିକଟରେ ଏକ ଆନ୍ତର୍ଜାତୀୟ ମାନର ମେରାଇନ୍‌ ଆକ୍ୱାରିୟମ୍‌ ଓ ଅଣ୍ଡରୱାଟର ଜୁ ନିର୍ମାଣ କରିବାକୁ…

ଆଜିଠୁ ପିତୃପକ୍ଷ ଆରମ୍ଭ, ଜାଣନ୍ତୁ କାହିଁକି କରାଯାଏ…

ପୁରୀ,୮ା୯(ଅଜିତ୍‌ କୁମାର ମହାନ୍ତି): ଆଶ୍ୱିନ କୃଷ୍ଣପକ୍ଷ ପ୍ରତିପଦା ତିଥି ସୋମବାରଠାରୁ ପିତୃପକ୍ଷ ଆରମ୍ଭ ହେବ। ଏହା ୧୫ ଦିନ ଅର୍ଥାତ୍‌ ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ଚାଲିବ। ଏହି ୧୫ ଦିନରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ ଓ ପିଣ୍ଡଦାନ କରାଯାଏ। ପିତୃପକ୍ଷ ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?