ପାଳନ ହେଉନି ଏନ୍‌ଜିଟି ନିର୍ଦ୍ଦେଶ : ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି ସ୍ଥାନୀୟ ବାସିନ୍ଦା

ପୁରୀ,୧୯ା୧(ଅଜିତ୍‌ କୁମାର ମହାନ୍ତି): ପୁରୀ ବଳିଆପଣ୍ଡା ଡମ୍ପିଂୟାର୍ଡ ପ୍ରସଙ୍ଗରେ ଏନ୍‌ଜିଟିର ନିର୍ଦ୍ଦେଶକୁ ପ୍ରଶାସନ ଫୁ’ କରି ଦେଇଥିବା ଦେଖିବାକୁ ମିଳୁଛି। ଏନ୍‌ଜିଟିର ନିର୍ଦ୍ଦେଶ ସତ୍ତ୍ୱେ ଅଳିଆ ପାହାଡ଼ ଏଯାବତ ନ ହଟିବାରୁ ସ୍ଥାନୀୟ ବାସିନ୍ଦା ଦହଗଞ୍ଜ ହେଉଛନ୍ତି। ଏହି ଘଟଣା ଆଜିକାଲିର ନୁହେଁ, ବର୍ଷ ବର୍ଷ ଧରି ସ୍ଥାନୀୟ ବାସିନ୍ଦା ନାହିଁ ନ ଥିବା ସମସ୍ୟା ଭୋଗ କରୁଛନ୍ତି। ବଳିଆପଣ୍ଡାଠାରେ ପୁରୀ ସହରର ଅଧିକାଂଶ ସ୍ଥାନରୁ ଆସୁଥିବା ବର୍ଜ୍ୟବସ୍ତୁ ପକାଯାଏ। ସେଠାରୁ ବର୍ଜ୍ୟବସ୍ତୁ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟରକୁ ନିଆ ନ ଯାଇ ସେଠାରେ ହିଁ ପୋଡ଼ି ଦିଆଯାଉଛି। ଏହାର ପ୍ରଭାବରେ ସ୍ଥାନୀୟ ଅଞ୍ଚଳର ଜଳ ଓ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି। ସେଠାକାର ଜନସାଧାରଣ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି।
ବର୍ଜ୍ୟବସ୍ତୁ ପରିଚାଳନା ଠିକ୍‌ ଭାବେ ନ ହେବା ଓ ଆବଶ୍ୟକ ଡ୍ରେନେଜ୍‌ ବ୍ୟବସ୍ଥା ନ ରହିବା ଯୋଗୁ ସେହି ଅଞ୍ଚଳରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ଏନେଇ ଆବେଦନକାରୀ ଚିନ୍ମୟ ଦାଶ ଏହି ପ୍ରସଙ୍ଗ ନେଇ ଏନ୍‌ଜିଟିଙ୍କ ଦ୍ୱାରସ୍ଥ ହୋଇଥିଲେ। ଏନ୍‌ଜିଟି ସେଠାରୁ ଅଳିଆ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ, ମାତ୍ର ତାହା ଆଜିଯାଏ କାର୍ଯ୍ୟକାରୀ ହୋଇନାହିଁ। ବଳିଆପଣ୍ଡାର ଅଳିଆ ପାହାଡ଼ରେ ଶୁକ୍ରବାର ରାତିରେ ନିଆଁ ଲାଗିବାରୁ ବ୍ୟାପିଥିବା ଧୂଆଁରେ ସାହିବାସିନ୍ଦା ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ବୟସ୍କ, ଛୁଆ, ରୋଗୀ ଶ୍ୱାସରୁଦ୍ଧ ପରି ଅବସ୍ଥା ଅନୁଭବ କରିଥିଲେ। ପୌରପାଳିକା ଅନ୍ତର୍ଗତ ଗୌଡ଼ବାଡ଼ ସାହି ସାର ଗୋଦାମ ନିକଟରେ ବର୍ଷ ବର୍ଷ ଧରି ସହରର ସମସ୍ତ ଆବର୍ଜନା ସେଠାରେ ଜମାହୋଇ ପାହାଡ଼ ସୃଷ୍ଟି ହୋଇଛି। ବିଭିନ୍ନ ସମୟରେ ଅଳିଆଗଦା ପାହାଡ଼ରେ ନିଆଁ ଲାଗିବା ଯୋଗୁ ସ୍ଥାନୀୟ ବାସିନ୍ଦା ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି।
ସେହିପରି ସ୍ଥାନୀୟ ଲୋକେ ପ୍ରଦୂଷିତ ପାଣି ପିଉଥିବା ନେଇ କେନ୍ଦ୍ରୀୟ ଭୂତଳ ଜଳ ରିପୋର୍ଟରୁ ସ୍ପଷ୍ଟ ହେବାପରେ ପ୍ରଶାସନର ଆକ୍ସନ ଉପରେ ଉଠିଛି ପ୍ରଶ୍ନ। ପରିବେଶ ପ୍ରଦୂଷଣ ଓ ଧୂଆଁର ପ୍ରକୋପରେ ଅନେକ ଲୋକ ଗଭୀର ଶ୍ୱାସଜନିତ ସମସ୍ୟାରେ ଯୁଝି ହେଉଥିବା ଅଭିଯୋଗ ହୋଇଛି। ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି। ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ ଦୀର୍ଘଦିନ ହେବ ସହର ଭିତରୁ ଏହି ଅଳିଆଗଦା ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଥିଲେ ହେଁ ତାହା ଆଜିଯାଏ କାର୍ଯ୍ୟକାରୀ ହୋଇପାରିନାହିଁ। ଫଳରେ ୨୦ ହଜାରରୁ ଊଦ୍ଧର୍‌ବ ସ୍ଥାନୀୟ ବାସିନ୍ଦା ସମସ୍ୟା ଭୋଗୁଛନ୍ତି। ତୁରନ୍ତ ଏଠାରୁ ଡମ୍ପିଂୟାର୍ଡ ହଟାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ଏମାନେ ଯାହା କୁହନ୍ତି…

ଉକ୍ତ ଅଞ୍ଚଳରେ ଅଳିଆ ଗଦାହୋଇ ରହିଥିବାରୁ ସମସ୍ୟା ଭୋଗୁଛୁ। ଏପରିକି ଭଲ ପାଣି ମଧ୍ୟ ମିଳୁନାହିଁ। ଅନେକ ସମୟରେ ନିଆଁଲାଗି ଧୂଆ ହେଉଛି, ଫଳରେ ପଢ଼ାପଢ଼ିଠାରୁ ଆରମ୍ଭ କରି ଶୋଇବାରେ ସମସ୍ୟା ଭୋଗୁଛି। ଏନେଇ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଅଞ୍ଚଳବାସୀଙ୍କ ଦେହ ଅସୁସ୍ଥ ରହୁଛି। ପ୍ରଶାସନ ସ୍ଥାୟୀ ସମାଧାନ କରୁ।
-ଦୀପାଲି ମଜୁମଦାର, ସ୍ଥାନୀୟ ବାସିନ୍ଦା
ଅନେକ ସମୟରେ ଅଳିଆ ଗଦାରେ ନିଆଁ ଲାଗୁଛି, ଫଳରେ ରହିବା କଷ୍ଟକର ହୋଇପଡୁଛି। ଅଳିଆଗଦା କାରଣରୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ପ୍ରଶାସନକୁ ଜଣାଇବାରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ। ଅଳିଆଗଦାରେ ନିଆଁ ନ ଲଗାଇବା ପାଇଁ ସରକାର କହୁଥିବା ବେଳେ ଏଠାରେ ପ୍ରଶାସନ ଅଳିଆଗଦାରେ ନିଆଁ ଲଗାଉଛି। ପ୍ରଶାସନ ଏଥିପ୍ରତି ପଦକ୍ଷେପ ଗ୍ରହଣ କରୁ ବୋଲି ପଣ୍ଡା ଦାବି କରିଛନ୍ତି।
-ସୁକାନ୍ତ ପଣ୍ଡା, ସାମାଜିକ କର୍ମୀ

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ତଦନ୍ତ ଫାଇଲ ଗାଏବ୍‌ ମାମଲା, ସିବିଆଇ ତଦନ୍ତ ଦାବି କଲେ ପୁଅ-ବୋହୂ

ଭୁବନେଶ୍ୱର,୪।୯(ତ୍ରିନାଥ ମହାନ୍ତି): ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକୁ ୧୮ ବର୍ଷ ପୂରିଛି। ଶୁକ୍ରବାର ସାରା ରାଜ୍ୟରେ ବଳିଦାନ ଦିବସ ପାଳନ କରାଯାଇ ସ୍ବାମିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। କିନ୍ତୁ…

ସିଏମ୍ କିଷାନ ଯୋଜନା: ବରଗଡ଼ର ୧.୭୫ ଲକ୍ଷ ଚାଷୀଙ୍କୁ ମିଳିବ ରବି ସହାୟତା, ସିଧାସଳଖ ବ୍ୟାଙ୍କ ଖାତାକୁ ଗଲା ଟଙ୍କା

ବରଗଡ଼,୪।୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ଚାଷୀମାନଙ୍କ ଆର୍ଥିକ ସମୃଦ୍ଧି ଓ କୃଷି କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ପାଇଁ ଶୁକ୍ରବାର ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ…

ମହିଳା SHGରୁ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ! ଗଜପତି ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ, ୩ ଅଭିଯୁକ୍ତ ଗିରଫ, ମୁଖ୍ୟ ନାୟିକା…

ଗଜପତି,୪।୯(ଗିରିଧାରୀ ପରିଛା): ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର କୋଟି କୋଟି ଟଙ୍କା ଠକେଇ ଓ ଆତ୍ମସାତ୍‌ ମାମଲାରେ ଗଜପତି ସାଇବର ସେଲ୍‌ ଏବଂ ଆର୍ଥିକ ଅପରାଧ…

ମୁଖରିତ ହେଲା ବ୍ରାହ୍ମଣୀଗାଁ: ଜନ୍ମାଷ୍ଟମୀ ପୂଜା ସହ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ୧୮ତମ ଶ୍ରାଦ୍ଧବାର୍ଷିକ ପାଳିତ

ବ୍ରାହ୍ମଣୀଗାଁ, ୪।୯(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଓଡ଼ିଆ ସାହିଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଏବଂ ବ୍ରହ୍ମାଲୀନ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ…

୫୨ ବର୍ଷର ମନାନ୍ତର ଭୁଲି ଏକାଠି ହେଲେ ଗୋପପାଲି ଗ୍ରାମବାସୀ: ଯୁବପିଢ଼ିଙ୍କ ଉଦ୍ୟମରେ ଫେରିଲା ଏକତା, ଗଠନ ହେଲା ଗ୍ରାମ୍ୟ କମିଟି

ଅମରପାଲି,୪।୯(ପୀତାମ୍ୱର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ପଞ୍ଚାୟତର ଗୋପପାଲି ଗ୍ରାମରେ ଦୀର୍ଘ ୫୨ ବର୍ଷ ପରେ ଏକତାର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି।…

ରୁଷୁଡ଼ା ଫାଣ୍ଡିରେ ଯୋଗଦେଲେ ନୂତନ ଫାଣ୍ଡି ଅଧିକାରୀ, ଅଞ୍ଚଳରେ ଆଇନ ଶୃଙ୍ଖଳା…

ଭେଡ଼େନ ୪।୯(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡ଼େନ ଥାନା ଅନ୍ତର୍ଗତ ରୁଷୁଡ଼ା ପୋଲିସ ଫାଣ୍ଡିରେ ଶୁକ୍ରବାର ନୂତନ ଫାଣ୍ଡି ଅଧିକାରୀ ଭାବରେ ଗୋଳକ ବିହାରୀ ସେଠୀ ଦାୟିତ୍ୱ…

ଦିଗପହଣ୍ଡି ସମିତିସଭ୍ୟଙ୍କୁ ସଂଘବଦ୍ଧ ଆକ୍ରମଣ-ଲୁଟ୍: ଜଣେ ଅଭିଯୁକ୍ତ ଜେଲ୍‌ ଗଲେ, ୨ ନାବାଳକ ବାଳସୁଧାର ଗୃହକୁ…

ଦିଗପହଣ୍ଡି,୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ପଞ୍ଚାୟତ ସମିତିସଭ୍ୟ ବି. ଲଡୁ ପାତ୍ର ଏବଂ ତାଙ୍କ ଦୁଇ ସହଯୋଗୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri