ଐଶ୍ୱାନେଶ୍ୱର ମନ୍ଦିରରୁ ହୁଣ୍ଡି ଭାଙ୍ଗି ଚୋରି, ଠାକୁରଙ୍କ ଉତ୍ସବ ପାଳନ ପାଇଁ ଆର୍ଥିକ ସଙ୍କଟ ଆଶଙ୍କା ନିରାକାରପୁର, ୩।୧(ମାନସ ଚନ୍ଦ୍ର ପଟ୍ଟନାୟକ): ଭୂଷଣ୍ଡପୁର ଅଞ୍ଚଳର ଇଷ୍ଟଦେବ ଶ୍ରୀ ଐଶ୍ୱାନେଶ୍ୱର ଦେବଙ୍କ ମନ୍ଦିର ହୁଣ୍ଡି ଭାଙ୍ଗି କେହି ଦୁର୍ବୁତ୍ତ ଚୋରି କରିଥିବା ଜଣାପଡିଛି। ଏନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସ୍ଥାନୀୟ ଭୂଷଣ୍ଡପୁର ଫାଣ୍ଡିରେ ଅଭିଯୋଗ ହୋଇଛି। ମିଳିଥିବା...