Posted inଖେଳ

ଟି୨୦ ବିଶ୍ୱକପ୍‌ ୨୦୨୨ ଯୋଗ୍ୟତା:୧୫ ସ୍ଥାନ ପାଇଁ ୮୬ ଦଳ, ଖେଳାଯିବ ୨୨୫ ମ୍ୟାଚ

ଦୁବାଇ, ୧୫ା୧୨ (ପି.ଟି.)-ଅଷ୍ଟ୍ରେଲିଆରେ ହେବାକୁଥିବା ଟି୨୦ ବିଶ୍ୱକପ୍‌ ୨୦୨୨ର ୧୫ଟି ସ୍ଥାନ ପାଇଁ ଲଢେଇ କରିବେ ୮୬ଟି ଟିମ୍‌। ୧୩ ମାସ ଧରି ଖେଳାଯିବ ୨୨୫ ମ୍ୟାଚ। ଏହା ଆସନ୍ତାବର୍ଷ ଏପ୍ରିଲରେ ଆରମ୍ଭ ହେବ ବୋଲି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ତରଫରୁ ସୋମବାର ଘୋଷଣା କରାଯାଇଛି। ୪ ପାଦ ବିଶିଷ୍ଟ କ୍ୱାଲିଫାଇଂ ପ୍ରକ୍ରିୟା ଜରିଆରେ ୧୫ଟି ସ୍ଥାନ ନିରୂପିତ ହେବ। କୋଭିଡ୍‌-୧୯ ମହାମାରୀ ଯୋଗୁ ୫ଟି ଅଞ୍ଚଳରେ ୧୧ଟି ରିଜିଓନାଲ କ୍ୱାଲିଫିକେଶନ ଟୁର୍ନାମେଣ୍ଟ ୨୦୨୧ରେ ଅନୁଷ୍ଠିତ ହେବ। ପୁରୁଷ ଟି୨୦ ବିଶ୍ୱକପ୍‌ ଯୋଗ୍ୟତା ପାଇଁ ପ୍ରଥମ ଥର ହଙ୍ଗେରୀ, ରୋମାନିଆ ଓ ସର୍ବିୟା ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବେ। ଫିନ୍‌ଲାଣ୍ଡ ପ୍ରଥମଥର ଏକ ଆଇସିସି ଇଭେଣ୍ଟ ଆୟୋଜନ କରିବାକୁ ଯାଉଛି। ଜାପାନ ମଧ୍ୟ ପ୍ରଥମ ଥର ଏକ ପୁରୁଷ ଟି୨୦ ବିଶ୍ୱକପ୍‌ କ୍ୱାଲିଫାୟର ଆୟୋଜନ କରିବ। ଆଞ୍ଚଳିକ ସ୍ତରରେ ୬୭ ସହଯୋଗୀ ସଦସ୍ୟ ଅଂଶଗ୍ରହଣ କରିବେ। ଆଫ୍ରିକା ଓ ୟୁରୋପରେ ଅଂଶଗ୍ରହଣକାରୀଙ୍କ ସଂଖ୍ୟା ଅଧିକ ରହିଥିବାରୁ ଉଭୟ ଅଞ୍ଚଳରେ ସବ୍‌ ରିଜିଓନାଲ କ୍ୱାଲିଫାୟର୍ସ ହେବ। ତାପରେ ଅଞ୍ଚଳରେ ଏକ ଫାଇନାଲ କ୍ୱାଲିଫାୟର ହେବ। ଆଫ୍ରିକା, ଆମେରିକା, ଇଏପି (ଇଷ୍ଟ ଏସିଆ ଓ ପ୍ୟାସିଫିକ୍‌) ଓ ୟୁରୋପରେ ଗୋଟିଏ ଲେଖାଏଁ ଟପ୍‌ ଟିଅର ରିଜିଓନାଲ କ୍ୱାଲିଫାୟର ଏବଂ ଏସିଆରେ ଏ’ ଓ ବି’ରୁ ଦୁଇଟି ୮ଦଳ ବିଶିଷ୍ଟ ଗ୍ଲୋବାଲ କ୍ୱାଲିଫାୟର୍ସକୁ ଉନ୍ନୀତ ହେବେ। ଗ୍ଲୋବାଲ କ୍ୱାଲିଫାୟର୍ସରେ ଉପଲବ୍ଧ ୧୬ଟି ସ୍ଥାନ ଉପଲବ୍ଧ। ଆଫ୍ରିକା ଓ ଇଏପି କ୍ୱାଲିଫାୟରରୁ ଗୋଟିଏ ଲେଖାଏଁ ଟିମ୍‌ ଏଥିରେ ରହିବେ। ସେମାନଙ୍କ ସହ ଆମେରିକା ଓ ୟୁରୋପ କ୍ୱାଲିଫାୟର୍ସରୁ ଦୁଇଟି ଲେଖାଏଁ ଦଳ ଯୋଗଦେବେ। ଟି୨୦ ବିଶ୍ୱକପ୍‌ ୨୦୨୧ ଷ୍ଟାଣ୍ଡିଂ ଶେଷ ୪ଟି ଦଳ ଏବଂ ଆଇସିସି ପୁରୁଷ ଅନ୍ତର୍ଜାତୀୟ ଟି୨୦ ଟିମ୍‌ ର଼୍ୟାଙ୍କିଙ୍ଗକୁ ଭିତ୍ତି କରି ନେପାଳ, ସିଙ୍ଗାପୁର, ୟୁଏଇ ଏବଂ ଜିମ୍ବାଓ୍ବେକୁ ନେଇ ଅବଶିଷ୍ଟ ୮ଟି ସ୍ଥାନ ପୂରଣ ହେବ। ଦୁଇଟି ଗ୍ଲୋବାଲ କ୍ୱାଲିଫାୟର୍ସରୁ ଚାରୋଟି ଦଳ ଏବଂ ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍‌ ୨୦୨୧ର ୧୧ଟି ଦଳ ଆପେ ୧୬ଟି ଦଳକୁ ନେଇ ହେବାକୁଥିବା ଟି୨୦ ବିଶ୍ୱକପ୍‌ ୨୦୨୨ ପାଇଁ ଯୋଗ୍ୟତା ଅର୍ଜନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଏଲପିଜିକୁ ନେଇ ରାଜ୍ୟ ସରକାରଙ୍କୁ ମୋଦିଙ୍କ ବଡ଼ ନିର୍ଦ୍ଦେଶ, ଏପ୍ରିଲ ୧୩…

ନୂଆଦିଲ୍ଲୀ,୧୪।୪: ମଧ୍ୟପ୍ରାଚ୍ୟର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପେଟ୍ରୋଲ, ଡିଜେଲ କିମ୍ୱା ଅନ୍ୟାନ୍ୟ ପେଟ୍ରୋଲିୟମ ଉତ୍ପାଦର କୌଣସି ଅଭାବ…

ନୂଆ ପାଞ୍ଜିରେ ବଡ ଭବିଷ୍ୟବାଣୀ, ୨୦୨୬ରେ ସବୁ ହୋଇଯିବ ଛାରଖାର୍!

ପଣା ସଂକ୍ରାନ୍ତିରୁ ପ୍ରଚଳିତ ହେଲା ନୂଆ ପଂଜିକା । ମୀନ ରାଶିରେ ଚର୍ତୁଗ୍ରହୀ ଯୋଗ ଥିବାରୁ ବର୍ଷ ଆରମ୍ଭରେ ଶୁଭ ଯୋଗ ନାହିଁ । ଅତି ବୃଷ୍ଟି,…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

ଆରଏମ୍‌ସି ହାଟଗୃହ ଭାଙ୍ଗିବା ନେଇ ତେଜିଲା ଅସନ୍ତୋଷ

ନନ୍ଦପୁର,୧୪ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ବୁଧବାର ସାପ୍ତାହିକ ହାଟ ମଧ୍ୟର ପୁରୁଣା ହାଟ ଗୃହକୁ ବିନା ଅନୁମତିରେ ଭାଙ୍ଗିବାକୁ ନେଇ…

ବିହାରର ସବୁଠାରୁ ପଢୁଆ ନେତା କିଏ? ଲିଷ୍ଟରେ ନୀତିଶ କୁମାରଙ୍କ ସ୍ଥାନ ଏଇଠି…

ପାଟନା,୧୪।୪: ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆସିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ସମ୍ରାଟ ଚୌଧୁରୀଙ୍କୁ ବିଧାୟକ ଦଳର ନେତା ଭାବରେ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri