Posted inଖେଳ

ଆଜିଠୁ ଟି୨୦ ସିରିଜ୍‌: ଜାଣନ୍ତୁ କେଉଁଠି, କେତେବେଳେ ଦେଖିବେ ମ୍ୟାଚ୍‌…

ବିଶାଖାପଟ୍ଟନମ,୨୩ା୧୧(ପି.ଟି.): ବିଶ୍ୱକପ ଫାଇନାଲ ପରାଜୟର ଗ୍ଲାନି ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜ୍‌। ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌ ବିଶାଖାପଟ୍ଟନମରେ ଖେଳାଯିବ। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇ ଅନୁପସ୍ଥିତ ଥିବା ବେଳେ ସୂର୍ଯ୍ୟକୁମାର ଯାଦବ ଭାରତୀୟ ଦଳର ନେତୃତ୍ୱ ନେବେ। ଭାରତୀୟ ଦଳରେ ଏକାଧିକ ଯୁବ ଖେଳାଳି ଖେଳୁଥିବାରୁ ସେମାନଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ। ବିଶ୍ୱକପ ପରାଜୟରେ ଭାରତୀୟ ଫ୍ୟାନ ମାନେ ମର୍ମାହତ ହୋଇଥିବା ବେଳେ ଏଥିରୁ ବାହାରିବା ପାଇଁ ନିଶ୍ଚିତ ସମୟ ଲାଗିବ। ତେବେ ସୂର୍ଯ୍ୟକୁମାର ଯାଦବ ନିଜ ଫେଭରିଟ୍‌ ଫର୍ମାଟକୁ ଫେରିଥିବା ବେଳେ ଦଳକୁ ବିଜୟୀ କରିବାକୁ ଚେଷ୍ଟା କରିବେ। ତେବେ ସୂର୍ଯ୍ୟ କେବଳ ସିରିଜ୍‌ ବିଜୟୀ ହେବାକୁ ପ୍ରାଥମିକତା ଦେବେ ନାହିଁ ବରଂ ବିଭିନ୍ନ ଯୁବ ଖେଳାଳି ମାନଙ୍କୁ ନେଇ ପରୀକ୍ଷା ନୀରିକ୍ଷା ମଧ୍ୟ କରିବେ। ଆସନ୍ତା ବର୍ଷ ଟି୨୦ ବିଶ୍ୱକପ ଥିବାରୁ ସେ ନେଇ ଖେଳାଳି ମାନଙ୍କୁ ଆଗୁଆ ପ୍ରସ୍ତୁତ କରିବାକୁ ପଡିବ। ଜୁନ୍‌ ଓ ଜୁଲାଇ ମାସରେ ଆମେରିକାରେ ଟି୨୦ ବିଶ୍ୱକପ ଖେଳାଯିବ।

ଭାରତୀୟ ଦଳରେ ଯଶସ୍ବୀ ଜୟସ୍ବାଲ, ରିଙ୍କୁ ସିଂ, ତିଲକ ବର୍ମା, ଜିତେଶ ଶର୍ମା ଓ ମୁକେଶ କୁମାରଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଏହି ସମସ୍ତ ଖେଳାଳି ବିଗତ କିଛି ମାସ ତଳେ ହିଁ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ ମଧ୍ୟ ନିଜର ଏକ ଛାପ ଛାଡିବାରେ ସମର୍ଥ ହୋଇଛନ୍ତି। ରୋହିତ ଶର୍ମା, ବିରାଟ କୋହଲି ଓ ଲୋକେଶ ରାହୁଲଙ୍କ ଅନୁପସ୍ଥିତିରେ ଏହି ଖେଳାଳି ମାନଙ୍କ ଉପରେ ଭାରତୀୟ ପ୍ରଶଂସକଙ୍କ ନଜର ରହିବ। ଏହି ଖେଳାଳି ମାନଙ୍କ ମଧ୍ୟରୁ ରିଙ୍କୁ ସିଂ ଫିନିଶର ଭୂମିକାରେ ସବୁଠାରୁ ପ୍ରଭାବୀ ପ୍ରଦର୍ଶନ କରିଥିବା ବେଳେ ଯଶସ୍ବୀ ଜୟସ୍ବାଲ, ତିଳକ ବର୍ମା ଓ ମୁକେଶ କୁମାର ମଧ୍ୟ କିଛି ମ୍ୟାଚରେ ନିଜର ଛାପ ଛାଡିବାରେ ସକ୍ଷମ ହୋଇଛନ୍ତି। ଇଶାନ କିଶନଙ୍କୁ ଭାରତୀୟ ଦଳକୁ ଡାକରା ମିଳିଥିବା ବେଳେ ଜୀତେଶ ଶର୍ମା ବେଞ୍ଚରେ ବସିବା ସ୍ପଷ୍ଟ ହୋଇଛି। ଏହି ଖେଳାଳି ମାନେ ପୂର୍ବରୁ ଓ୍ବେଷ୍ଟଇଣ୍ଡିଜ୍‌, ଆୟର୍ଲାଣ୍ଡ ଓ ଏସିଆନ୍‌ ଗେମ୍ସର ଦୁର୍ବଳ ଦଳ ମାନଙ୍କ ବିପକ୍ଷରେ ଖେଳିଥିବା ବେଳେ ଗୁରୁବାର ଏମାନଙ୍କ ପ୍ରକୃତ ପରୀକ୍ଷା ହେବ। ଏକ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଦଳ ବିପକ୍ଷରେ କିଭଳି ପ୍ରଦର୍ଶନ କରୁଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିବ। ଏହି ସିରିଜ୍‌ ପରେ ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନ ସିରିଜ୍‌ ଆସୁଥିବା ବେଳେ ଏହି ଖେଳାଳି ମାନେ ପ୍ରଭାବୀ ପ୍ରଦର୍ଶନ କରିବାକୁ ଚାହିଁବେ। ଆଇପିଏଲ୍‌ ପୂର୍ବରୁ ଭାରତୀୟ ଖେଳାଳିଙ୍କ ନିକଟରେ ୨ ମାସର ସମୟ ରହିଥିବା ବେଳେ ୧୧ ଟି୨୦ ମ୍ୟାଚ୍‌ ଖେଳାଯିବ। ଅନ୍ତରୀଣ ମୁଖ୍ୟ କୋଚ୍‌ ରହିଥିବା ଭିଭିଏସ୍‌ ଲକ୍ଷ୍ମଣଙ୍କ ନିକଟରେ ବ୍ୟାଟିଂ ଅର୍ଡରକୁ ନେଇ ଚିନ୍ତା ରହିବ। ଦକ୍ଷିଣ ଆଫ୍ରିକା ସିରିଜ୍‌ ବେଳକୁ ଶୁବମନ ଗିଲ୍‌ ପ୍ରତ୍ୟାବର୍ତ୍ତନ କରୁଥିବା ବେଳେ ଏହା ଓପନିଙ୍ଗ ଯୋଡିକୁ ନେଇ ସମସ୍ୟା ସୃଷ୍ଟି କରି ପାରେ। ଋତୁରାଜ ଗାଏକ୍ୱାଡ ଓପନ କରିବା ସ୍ପଷ୍ଟ ହୋଇଥିବା ବେଳେ ତାଙ୍କ ସହିତ ଯଶସ୍ବୀ ଜୟସ୍ବାଲ କିମ୍ବା ଇଶାନ କିଶନଙ୍କ ମଧ୍ୟରୁ ଜଣେ ଓପନ କରିବେ। ସୂର୍ଯ୍ୟକୁମାର ଯାଦବ ୩/୪ ନମ୍ବର ସ୍ଥାନରେ ବ୍ୟାଟିଂ କରିବେ। ଏହି ଦଳରେ ୭ ଜଣ ବାମହାତୀ ବ୍ୟାଟର ରହିଥିବା ବେଳେ ଏହା ଏକ ସମସ୍ୟା ହୋଇପାରେ। ଫିନିଶର ଭାବରେ ରିଙ୍କୁ ଓ ଜିତେଶ ଖେଳିବାର ସମ୍ଭାବନା ଅଧିକ। ବୋଲିଂରେ ଲେଗ୍‌ ସ୍ପିନର ରବି ବିଷ୍ଣୋଇଙ୍କୁ ଏକାଧିକ ମ୍ୟାଚ୍‌ରେ ସୁଯୋଗ ମିଳିବ। ଦ୍ୱିତୀୟ ସ୍ପିନର ଭାବରେ ଅକ୍ଷର ପଟେଲ ଖେଳିବାର ସମ୍ଭାବନା ଅଧିକ।
ଅନ୍ୟ ପକ୍ଷରେ ବିଶ୍ୱକପ ବିଜୟ ପରେ ଆତ୍ମବିଶ୍ୱାସର ସହ ଏହି ସିରିଜ୍‌ ଖେଳିବ ଅଷ୍ଟ୍ରେଲିଅ। ସନ୍‌ ଆବୋଟ୍‌, ଟ୍ରାଭିସ୍‌ ହେଡ୍‌, ଜୋଶ ଇଂଲିଶ, ଗ୍ଲେନ୍‌ ମ୍ୟାକ୍ସଓ୍ବେଲ, ଷ୍ଟିଭ୍‌ ସ୍ମିଥ୍‌, ମାର୍କସ୍‌ ଷ୍ଟୋଇନିସ୍‌ ଓ ଆଡାମ ଜାମ୍ପାଙ୍କ ପରି ବିଶ୍ୱକପ ଖେଳିଥିବା ଖେଳାଳିଙ୍କ ମଧ୍ୟରୁ ମାତ୍ର ୭ ଜଣ ଟି ୨୦ ଦଳ ସହ ରହିବେ। ସେହିପରି ଦଳର ଏକାଧିକ ଖେଳାଳି ଆଇପିଏଲ ଖେଳୁଥିବାରୁ ଏହା ଅଷ୍ଟ୍ରେଲିଆ ପାଇଁ ସହାୟକ ହେବ। ବିଶାଖାପଟ୍ଟନମ ପିଚ୍‌ରେ ଦ୍ରୁତ ବୋଲରଙ୍କୁ ସାମାନ୍ୟ ସହୟତା ମିଳିବା ନେଇ ଆଶା କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହିଳା ଏସିଆ କପ୍‌: ଫାଇନାଲରେ ଭାରତ-ଶ୍ରୀଲଙ୍କା ମହାମୁକାବିଲା, ଟାଇଟଲ ପାଇଁ କିଏ ଫେଭରାଇଟ୍‌ ଜାଣନ୍ତୁ…

ଦୁବାଇ,୧୨ା୯: ମହିଳା ଟି୨୦ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ରବିବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ୭ ଥରର ବିଜେତା ଭାରତ ଟୁର୍ନାମେଣ୍ଟ…

ମହମ୍ମଦ ସିରାଜ ଅଧିନାୟକ ଭାବେ ମନୋନୀତ; ଭାରତ-ଆଫଗାନିସ୍ତାନ ସିରିଜ ପୂର୍ବରୁ ମିଳିଲା ଭଲ ଖବର

ନୂଆଦଲ୍ଲୀ,୧୨।୯: ଭାରତୀୟ ଦଳ ଆସନ୍ତାକାଲି, ଅର୍ଥାତ ସେପ୍ଟେମ୍ବର ୧୩ରୁ ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ ଦଳର ଷ୍ଟାର୍‌…

ମୁଁ ଆତ୍ମହତ୍ୟା କରିଦେବି… ମୋତେ କ୍ଷମା କରିଦିଅ ବାପା: ଭାବପ୍ରବଣ ହୋଇ ଏମିତି କାହିଁକି କହିଲେ ୱୁଶୁ ଖେଳାଳି

ନୂଆଦିଲ୍ଲୀ,୧୨।୯: ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିବାର ସ୍ବପ୍ନ ଭାଙ୍ଗିଯିବା ପରେ ଭାରତୀୟ ୱୁଶୁ (Wushu) ଖେଳାଳି ଦିବ୍ୟାଂଶୀ ଚୌଧୁରୀଙ୍କ ଏକ ଅତ୍ୟନ୍ତ ଭାବପ୍ରବଣ ଭିଡିଓ ସାମ୍ନାକୁ…

ବୈଭବଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଇଶାନ କିଶନ: କହିଲେ-ଆଗକୁ ସମ୍ଭାଳିବେ…ନିଆଁ ପରି ବ୍ୟାପିଗଲା ଏହି କଥା

ନୂଆଦିଲ୍ଲୀ,୧୨।୯: : ଖୁବ କମ୍‌ ବୟସରେ କ୍ରିକେଟ ଜଗତରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ତାଙ୍କ ବ୍ୟାଟିଂ ସହ କ୍ୟାପ୍ଟେନ୍ସି…

ବଢିଲା ଟିମ ଇଣ୍ଡିଆର ଟେନସନ୍‌: ପଡିଆରେ ଅଭ୍ୟାସ ସମୟରେ ହଠାତ୍‌ ଇଶାନ କିଶନ…

ନୂଆଦିଲ୍ଲୀ,୧୨।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ଆରମ୍ଭ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଆସିଛି ଚିନ୍ତା ବଢ଼ାଇବା ଭଳି ଖବର। ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ କାହିଁକି ବାହାର କରିଦେବା ଉଚିତ? କାରଣ କହିଲେ…

ନୂଆଦିଲ୍ଲୀ,୧୧।୯: ଭାରତର ଯୁବ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂ ଶୈଳୀର ଅନେକ ପ୍ରଶଂସକ ରହିଛନ୍ତି। ସେ ମଇଦାନକୁ ଓହ୍ଲାଇଲେ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥାଏ। ତେବେ…

ଉପଅଧିନାୟକ ହୋଇଗଲେ ସିନା ଏବେ ଖେଳିବେ କେଉଁଠି? ତିଳକ ବର୍ମାଙ୍କ ବ୍ୟାଟିଂ ଅର୍ଡରଙ୍କୁ ନେଇ ପ୍ରଶ୍ନ

ନୂଆଦିଲ୍ଲୀ,୧୧।୯: ସେପ୍ଟେମ୍ବର ୧୩ରୁ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଆଫଗାନିସ୍ତାନ ବିପକ୍ଷରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌। ଏହି ସିରିଜ୍‌ ପାଇଁ…

ବିରେନ୍ଦ୍ର ସେହ୍ବାଗଙ୍କ ନୂଆ ଇନିଂସ, ଅଶନୀର ଗ୍ରୋଭରଙ୍କୁ ଆଉଟ୍‌ କରି ଚମକାଇଲେ, ଏଣିକି…

ମୁମ୍ବାଇ,୧୧।୯: ପ୍ରାଇମ୍ ଭିଡିଓର ସୁପରହିଟ୍ ରିଆଲିଟି ଶୋ’ ‘ରାଇଜ୍‌ ଆଣ୍ଡ୍‌ ଫଲ୍‌’ (Rise And Fall) ନିଜର ଦ୍ୱିତୀୟ ସିଜନ୍ ସହ ଫେରୁଛି। ଏଥର ଶୋ’କୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?