Posted inଖେଳ

ଦେଶ ନୁହେଁ ଗୁରୁତ୍ୱପୂର୍ଣ୍ଣ ଟି-୨୦ : ପୃଥିବୀର ଅଧା କ୍ରିକେଟର ଲିଗ୍‌ ପାଇଁ ଜାତୀୟ ଚୁକ୍ତିନାମା ଛାଡ଼ିବାକୁ ରାଜି…

ଓ୍ବାଶିଂଟନ,୧।୧୨ : ସମଗ୍ର ବିଶ୍ୱରେ ଗୋଟିଏ ପରେ ଗୋଟିଏ ଆରମ୍ଭ ହେଉଥିବା ଫ୍ରାଞ୍ଚାଇଜ ଆଧାରିତ ଟି-୨୦ ଲିଗର ପ୍ରଭାବ ଖେଳାଳିଙ୍କ ଉପରେ ବୃଦ୍ଧି ପାଉଛି। ଅନ୍ତର୍ଜାତୀୟ କ୍ରିକେଟରଙ୍କ ସଂସ୍ଥା ଫିକା(ଏଫଆଇସିଏ) ଏହାର ସଦ୍ୟତମ ସର୍ଭେରେ କହିଛି ଯେ ଟି-୨୦ ଲିଗ ପାଇଁ ୪୯ ପ୍ରତିଶତ ଖେଳାଳି ନିଜ ଦେଶର କ୍ରିକେଟ ବୋର୍ଡର ଜାତୀୟ ଚୁକ୍ତିନାମା ଛାଡିବାକୁ ପ୍ରସ୍ତୁତ ଅଛନ୍ତି। ୧୧ ଟି ଦେଶର ୪୦୦ ରୁ ଅଧିକ ଖେଳାଳିଙ୍କ ଉପରେ ଫିକା ସର୍ଭେ କରିଥିଲା। ଏହି ସର୍ଭେରେ ଆହୁରି ଅନେକ ଆଶ୍ଚର୍ଯ୍ୟଜନକ ଜିନିଷ ସାମ୍ନାକୁ ଆସିଛି ।

୪୯ ପ୍ରତିଶତ କ୍ରିକେଟର କହିଛନ୍ତି ଆଇପିଏଲ, ବିବିଏଲ ଭଳି ଫ୍ରାଞ୍ଚାଇଜ ଲିଗ ଖେଳିବା ପାଇଁ ସେମାନେ ଦେଶର ଜାତୀୟ ଚୁକ୍ତିନାମାକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିପାରିବେ। ଯଦି ସେମାନେ ଏହି ଲିଗ ଗୁଡିକରେ ନିଜ ଦେଶ ଅପେକ୍ଷା ଅଧିକ ଟଙ୍କା ପାଆନ୍ତି, ତେବେ ସେମାନେ ଲିଗ ଖେଳିବାକୁ ପସନ୍ଦ କରିବେ । ନିକଟରେ ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍ଟ ଜାତୀୟ ଚୁକ୍ତିରୁ ତାଙ୍କ ନାମ ପ୍ରତ୍ୟାହାର କରିନେଇଥିଲେ, ଯେଉଁଥିପାଇଁ ସେ ଭାରତ ବିପକ୍ଷ ଏକଦିବସୀୟ ଏବଂ ଟି -୨୦ ସିରିଜରେ ଦଳର ଅଂଶ ହୋଇ ନ ଥିଲେ। ଖରାପ ଫର୍ମ ହେତୁ ବୋଲ୍ଟଙ୍କ ସାଥୀ ମାର୍ଟିନ ଗୁପଟିଲଙ୍କୁ ଚୟନ କରାଯାଇ ନଥିଲା। ଏହା ପରେ ସେ ବିଦେଶୀ ଲିଗ ଖେଳିବାକୁ ଯାଇଥିଲେ। ଏହି ମାନସିକତାର ପ୍ରଭାବ ଅନ୍ୟ ତାରକା ଖେଳାଳିଙ୍କ ଉପରେ ଦେଖିବାକୁ ମିଳିଛି। ଏହି କାରଣରୁ ବେଳେବେଳେ ଖେଳାଳି ଏବଂ ସେମାନଙ୍କ ଦେଶ କ୍ଷତିଗ୍ରସ୍ତ ହେଉଛନ୍ତି।

୭୯ ପ୍ରତିଶତ କ୍ରିକେଟର କହିଛନ୍ତି ଗୋଟିଏ ବର୍ଷରେ ଅନ୍ତର୍ଜାତୀୟ କ୍ରିକେଟ ଖେଳିବାର ସୀମା ରହିବା ଉଚିତ। ଗତ କିଛି ବର୍ଷ ମଧ୍ୟରେ ଅନେକ କ୍ରିକେଟ ଲିଗ୍‌ ଖେଳାଯାଉଛି। ଇଂଲଣ୍ଡ ଟେଷ୍ଟ ଅଧିନାୟକ ବେନ ଷ୍ଟୋକ୍ସ କ୍ରିକେଟର କାର୍ଯ୍ୟଭାର ପରିଚାଳନା ନ କରି ପାରି ଏକଦିବସୀୟରୁ ଅବସର ନେଇଥିଲେ। ତାଙ୍କ ସାଥୀ ଖେଳାଳି ମୋଏନ ଅଲି ମଧ୍ୟ ୨୦୨୧ ରେ ଟେଷ୍ଟ ଖେଳିବା ଛାଡିଥିଲେ।

ଷ୍ଟୋକ୍ସ କହିଥିଲେ ତାଙ୍କ ପାଇଁ ତିନୋଟି ଫର୍ମାଟ ଖେଳିବା ଆଉ ସମ୍ଭବ ନୁହେଁ। ତାଙ୍କ ଶରୀର ଅତ୍ୟଧିକ କ୍ରିକେଟ ଖେଳିବା ନେଇ ପ୍ରତିକ୍ରିୟା ଆରମ୍ଭ କରିଛି। ଏଥି ସହିତ ମୋଇନ କହିଥିଲେ ଏକଦିବସୀୟ କ୍ରିକେଟ ଧୀରେ ଧୀରେ ଶେଷ ହେଉଛି। ସେମାନେ ଭୟ କରୁଛନ୍ତି ଯେ ଏହି ଫର୍ମାଟ କିଛି ବର୍ଷ ମଧ୍ୟରେ ଶେଷ ହୋଇ ଯିବ। ୨ ଥର ଟି-୨୦ ବିଶ୍ୱକପ ଚାମ୍ପିୟନ ୱେଷ୍ଟଇଣ୍ଡିଜ ଗତ ଟି-୨୦ ବିଶ୍ୱକପର ସୁପର-୧୨ ପର୍ଯ୍ୟାୟରେ ଯୋଗ୍ୟତା ଅର୍ଜନ କରିପାରି ନାହିଁ। ଏହାର କାରଣ ସାମ୍ନାକୁ ଆସିଲା ଯେ ୱେଷ୍ଟଇଣ୍ଡିଜ ଟି-୨୦ ତାରକା ଆଣ୍ଡ୍ରେ ରସେଲ ଏବଂ ସୁନୀଲ ନାରିନଙ୍କ ଭଳି ଖେଳାଳିଙ୍କୁ ସେମାନଙ୍କ ଦଳରେ ଅନ୍ତର୍ଭୁକ୍ତ କରିନାହିଁ। ବୋର୍ଡ କହିଛି ଯେ ଏହି ଖେଳାଳିମାନେ ବିଦେଶୀ ଲିଗ ଖେଳନ୍ତି। ସେମାନେ ଦେଶକୁ ପ୍ରାଥମିକତା ଦିଅନ୍ତି ନାହିଁ। ସେଥିପାଇଁ ସେମାନଙ୍କୁ ଜାତୀୟ ଦଳରେ ମନୋନୀତ କରାଯାଇ ନାହିଁ।

ଭାରତର ବିସିସିଆଇ ଫିକା ସହିତ ଜଡିତ ନୁହେଁ। ସେଥିପାଇଁ ଭାରତୀୟ କ୍ରିକେଟରଙ୍କ ମତ ଏହି ସର୍ଭେରେ ଅନ୍ତର୍ଭୁକ୍ତ ହୋଇନାହିଁ। ପାକିସ୍ତାନର ଖେଳାଳିମାନେ ମଧ୍ୟ ଏଥିରେ ଜଡିତ ନୁହଁନ୍ତି। ଏମାନଙ୍କ ବ୍ୟତୀତ ଅନ୍ୟ ସମସ୍ତ କ୍ରିକେଟ ଖେଳୁଥିବା ଦେଶର ଖେଳାଳିମାନେ ଏହି ସର୍ଭେରେ ଭାଗ ନେଇଛନ୍ତି। ଯେଉଁଥିରେ ଇଂଲଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ ଭଳି ବଡ ଦେଶର କ୍ରିକେଟରମାନେ ସାମିଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି ଟିମ୍‌ ହେବ ଏଥର ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ୱାସିମ ଆକ୍ରମ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମ ଆଇପିଏଲ ୨୦୨୪ର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଏହା ପୂର୍ବାନୁମାନ କରିବା କଷ୍ଟକର...

ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍‌ ଆହତ: ମ୍ୟାଚ୍‌ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ...

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

ଅଲିମ୍ପିକ କିମ୍ବଦନ୍ତୀ ଉସେନ ବୋଲ୍ଟ ହେଲେ ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡାର

ନୂଆଦିଲ୍ଲୀ,୨୫।୪: ବିଶ୍ୱର କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଜୁନ ୧ରୁ ଆମେରିକା...

ଲଜ୍ଜାଜନକ ରେକର୍ଡ କଲେ ମୋହିତ ଶର୍ମା

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଗୁଜୁରାଟ ଟାଇଟାନ୍ସ ବୋଲର ମୋହିତ ଶର୍ମାଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ କରିଛନ୍ତି। ମୋହିତ ଶର୍ମା ଆଇପିଏଲ ଇତିହାସରେ ସର୍ବାଧିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri