ଆଜି କୋଣାର୍କ, ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ: ସଜେଇ ହୋଇଛି ଅର୍କକ୍ଷେତ୍ର

କୋଣାର୍କ,୧।୧୨(ଡି.ଏନ୍‌.ଏ.): ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ ଉତ୍ସବ ଓ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ-୨୦୨୨ ଡିସେମ୍ବର ୧ ଗୁରୁବାରଠାରୁ ଆରମ୍ଭ ହେବ। ଏଥିପାଇଁ ଅର୍କକ୍ଷେତ୍ର କୋଣାର୍କ ସହର ଉତ୍ସବ ମୁଖରିତ ହୋଇଥିବାବେଳେ ସମଗ୍ର ଅଞ୍ଚଳ ଏବେ ରଙ୍ଗବେରଙ୍ଗ ଆଲୋକମାଳାରେ ସଜେଇ ହୋଇଛିି। ଚନ୍ଦ୍ରଭାଗାର ସ୍ବର୍ଣ୍ଣିମ ବେଳାଭୂମିରେ ବାଲୁକା କଳା ପାଇଁ ନିର୍ମିତ ଷ୍ଟଲଗୁଡ଼ିକରେ ବାଲୁକା ଶିଳ୍ପୀମାନେ ନିଜ ଷ୍ଟଲରେ କଳା ନିପୁଣତାକୁ ପ୍ରଦର୍ଶନ କରିବେ। ଲକ୍ଷ ଲକ୍ଷ ପର୍ଯ୍ୟଟକ ବେଲାଭୂମିରେ ଉପସ୍ଥିତ ରହି ବାଲୁକା ଶିଳ୍ପୀମାନଙ୍କୁ ଉତ୍ସାହିତ କରିବା ସହିତ ମନଭରି ଉପଭୋଗ କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। କୋଣାର୍କସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରତ୍ୟହ ସନ୍ଧ୍ୟା ୬ଟାରୁ ୮.୩୦ ପର୍ଯ୍ୟନ୍ତ ଆୟୋଜିତ ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭରେ ଓଡ଼ିଶୀ, କଥକ, ମଣିପୁରୀ, ମୋହିନିନାଟ୍ୟମ, ଭାରତନାଟ୍ୟମ ଓ କୁଚିପୁଡ଼ି ନୃତ୍ୟ ପରିବେଷିତ ହେବ। ଏହି ଅବସରରେ ପର୍ଯ୍ୟଟନ ବିଭାଗ ଓ କୋଣାର୍କ ପ୍ରେସ୍‌ କ୍ଲବ ପକ୍ଷରୁ ବୁଧବାର ସାଇକ୍ଲୋଥନ ଆୟୋଜିତ ହେଉଥିବା ବେଳେ ବସନ୍ତମଞ୍ଚରୀ ପାଠାଗାର ପକ୍ଷରୁ ଗୁରୁବାର ସକାଳ ୮ଟାରେ ଗଣଦୌଡ଼ ଆୟୋଜିତ ହେବ। ୨ତାରିଖରେ କୋଣାର୍କ ସାମ୍ବାଦିକ ସଂଘ ପକ୍ଷରୁ ଚନ୍ଦ୍ରଭାଗାରୁ ରାମଚଣ୍ଡୀ ପର୍ଯ୍ୟନ୍ତ ବେଳାଭୂମି ପଦଯାତ୍ରା, ୪ରେ କୋଣାର୍କ ସାହିତ୍ୟ ସଂସଦ ପକ୍ଷରୁ ସାହିତ୍ୟ ଆସର ଓ କବିତା ପାଠୋତ୍ସବ ଏବଂ କୋଣାର୍କ ପୁସ୍ତକ ମେଳା କମିଟି ପକ୍ଷରୁ ୭ମ ବାର୍ଷିକ ପୁସ୍ତକ ମେଳା ସହିତ ୫ଦିନ ବ୍ୟାପୀ ସାହିତ୍ୟ ଆସର, କବିତା ପାଠ ଉତ୍ସବ ଆୟୋଜିତ ହେବ। ପର୍ଯ୍ୟଟନ ବିଭାଗ ପକ୍ଷରୁ କଳାପ୍ରେମୀ ଦର୍ଶକଙ୍କ ନିମନ୍ତେ ଟୁର ପ୍ୟାକେଜ ଓ ସିଜନ ଟିକେଟର ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। କୋଣାର୍କ ହେଲିପ୍ୟାଡରେ ମିନାବଜାର, ଯାତ୍ରା ହେବା ସହ ଅର୍ବାନହାଟ ପରିସରରେ ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶନୀ ଆୟୋଜିତ ହେବ। ମୁକ୍ତାକାଶ ରଙ୍ଗମଞ୍ଚ ରଙ୍ଗତୂଳୀର ଯାଦୁକରୀ ସ୍ପର୍ଶ ଉତ୍ସବସ୍ଥଳକୁ ମତୁଆଲ କରୁଛି। ଥାନା ଛକଠାରୁ ମେଡିକାଲ ଛକ ପର୍ଯ୍ୟନ୍ତ, ଚନ୍ଦ୍ରଭାଗା ବଜାର ଏବଂ ବାଲୁକା କଳା ପ୍ରଦର୍ଶନୀ ଅଞ୍ଚଳକୁ ଉଜ୍ଜ୍ୱଳ ଆଲୋକରେ ଆଲୋକିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ବଡ଼ ଆର୍ଥିକ କଟକଣା ଘୋଷଣା କଲେ ଟ୍ରମ୍ପ, ସହଯୋଗୀ ଦେଶକୁ ଅଲଟିମେଟମ

ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇସଲାମିକ ଗଣରାଜ୍ୟ ଇରାନକୁ ତାଙ୍କ ପରି କେହି ଚୁକ୍ତି କରିବା ପାଇଁ ଏତେ ସୁଯୋଗ ଦେଇନାହାଁନ୍ତି। ଟ୍ରମ୍ପ…

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

‘ବନ୍ଦେ ମାତରମ’: କଂଗ୍ରେସ ପ୍ରସ୍ତାବକୁ ସମାଲୋଚନା କଲା ଭାଜପା

ନୂଆଦିଲ୍ଲୀ,୨୦।୮: ‘ବନ୍ଦେ ମାତରମ’ ଉପରେ ଚାଲିଥିବା ରାଜନୈତିକ ହଟ୍ଟଗୋଳ ମଧ୍ୟରେ, କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) କେବଳ ଏହାର ପ୍ରଥମ ଦୁଇଟି ପଦ ଗାଇବା ପାଇଁ ଏକ…

ବିପଦସଙ୍କୁଳ ଶ୍ରେଣୀଗୃହ, ମୁହଁ ମୋଡୁଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦ା୮(ଉତ୍ତମ କୁମାର ଦାଶ):ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ରେ ରାଜ୍ୟର ସମସ୍ତ ଅସୁରକ୍ଷିତ ଓ ପରିତ୍ୟକ୍ତ ସ୍କୁଲ କୋଠା ଚିହ୍ନଟ…

ଘରେ ଶୋଇଥିଲେ ଟିକେଶ୍ୱର, କାମୁଡ଼ିଲା ସାପ: ରାତିଅଧରେ ଏମିତି କାମ କରିବାରୁ ଘଟିଲା…

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର): ସାପ କାମୁଡାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଟୁସୁଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି…

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri