ବଡ଼ବାବୁଙ୍କ ଝିଅ, ଭାଇଙ୍କ ପ୍ରତି ଅନୁକମ୍ପା

ଅନୁଗୋଳ ଅଫିସ, ୨୧।୧୨ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ପରିଚାଳନାରେ ବ୍ୟାପକ ଦୁର୍ନୀତି ନେଇ ଅଭିଯୋଗ ବଢ଼ିବାରେ ଲାଗିଛି। ବର୍ଷ ବର୍ଷ ଧରି ଗାଦିମାଡ଼ି ବସିଥିବା ବଡ଼ବାବୁମାନଙ୍କ ପାଇଁ ସରକାରଙ୍କ ବଦଳି ନିର୍ଦ୍ଦେଶନାମାକୁ ଏଠାରେ ବେଖାତିର କରାଯାଉଥିବା ଚର୍ଚ୍ଚା ନ ଥମୁଣୁ ଏବେ ୨ ବଡ଼ବାବୁଙ୍କ ଝିଅ ଓ ଭାଇଙ୍କୁ ଠିକା ରେକର୍ଡ ଆସିଷ୍ଟାଣ୍ଟ ଭାବେ ନିଯୁକ୍ତି ସହ ଅନୁକମ୍ପା ପ୍ରଦର୍ଶନ ପୂର୍ବକ ବାବୁଙ୍କ ଭଳି ସୁବିଧା ଯୋଗାଯାଉଥିବା ଆଲୋଚନା ହେଉଛି।
ଯେ, ଜିଲା ମୁଖ୍ୟ ଚିକିତ୍ସାଳୟକୁ ଏନ୍‌ଏଚ୍‌ଏମ୍‌ ଅଧୀନରେ ଠିକା କର୍ମଚାରୀ ଯୋଗାଇବାକୁ ମେଡିକାଲ କର୍ତ୍ତୃପକ୍ଷ ମାନବ ସମ୍ବଳ ଯୋଗାଉଥିବା ଠିକା ସଂସ୍ଥାକୁ ଏକ ଚିଠି (ନଂ ୨୬୫୬/୯ା୧୧ା୨୦୨୧) କରିଥିଲେ। ଏହି ଚିଠି ପାଇବା ପରେ ଠିକା ସଂସ୍ଥା ପକ୍ଷରୁ ୨୫ ଜଣଙ୍କୁ ଠିକା ନିଯୁକ୍ତି ଦିଆଯିବା ସମ୍ପର୍କିତ ଚିଠି (ରେଫର ନଂ. ଏସ୍‌ବି/୧୨୭୧) ଡିସେମ୍ବର ୬ ତାରିଖରେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଇଥିଲା। ଏଥିରେ ୯ ଜଣ ଷ୍ଟାଫ୍‌ ନର୍ସ, ୪ ଜଣ ଲାବରେଟୋରି ଟେକ୍ନିସିଆନ୍‌, ୩ ରେକର୍ଡ ଆସିଷ୍ଟାଣ୍ଟ, ୬ ଡାଟାଏଣ୍ଟ୍ରି ଅପରେଟର୍‌, ଏମ୍‌ଆଇଏସ୍‌ରେ ୨ ଡାଟାଏଣ୍ଟ୍ରି ଅପରେଟର ଓ ଜଣେ ଡିପିଏମ୍‌ୟୁରେ ଡାଟାଏଣ୍ଟ୍ରି ଅପରେଟରଙ୍କୁ ଠିକାରେ ନିଯୁକ୍ତି ପ୍ରଦାନ କରାଯାଇଛି ଏବଂ ସେମାନେ ୭ ତାରିଖରେ କାର୍ଯ୍ୟରେ ଯୋଗଦେବେ ବୋଲି ସ୍ପଷ୍ଟ କରାଯାଇଥିଲା। ତେବେ ନବନିଯୁକ୍ତ ଠିକା କର୍ମଚାରୀଙ୍କ ମଧ୍ୟରେ ଜଣେ ବଡ଼ବାବୁଙ୍କ ଝିଅ ଥିବାବେଳେ ଅନ୍ୟ ଜଣେ ବଡ଼ବାବୁଙ୍କ ଭାଇ ରହିଛନ୍ତି। ସେମାନଙ୍କୁ ରେକର୍ଡ ଆସିଷ୍ଟାଣ୍ଟ ଭାବେ ନିଯୁକ୍ତି ଦିଆଯାଇଥିବା ଠିକା ସଂସ୍ଥା ଚିଠିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ହେଲେ ରେକର୍ଡ ଆସିଷ୍ଟାଣ୍ଟ ଭାବେ ସେମାନେ ତାଙ୍କର ମୂଳ କାର୍ଯ୍ୟ ଆଇପିଡି, ଓପିଡିରେ କେତେଜଣ ରୋଗୀ ଟିକେଟ୍‌ କଲେ, କାହାର ମୃତଦେହ ବ୍ୟବଚ୍ଛେଦ କରାଗଲା, କାହାର ଭିସେରା ରିପୋର୍ଟ କେବେ ପଠାଗଲା, କେବେ ପରୀକ୍ଷା ହୋଇ ଆସିଲା ତାହାର ରେକର୍ଡ କମ୍ପ୍ୟୁଟରରେ ରଖିବା କାର୍ଯ୍ୟ ନ କରି ରୋଗୀ କଲ୍ୟାଣ ସମିତିରେ ସ୍ଥାୟୀ କର୍ମଚାରୀଙ୍କ ଭଳି କାର୍ଯ୍ୟ କରୁଛନ୍ତି। ଏପରି କି ସରକାରୀ ବାବୁଙ୍କ ଭଳି ସମସ୍ତ ପ୍ରକାର ସୁବିଧା ସୁଯୋଗ ଉପଭୋଗ କରୁଛନ୍ତି। କିନ୍ତୁ ସେମାନଙ୍କ ସହ ଠିକାରେ ରେକର୍ଡ ଆସିଷ୍ଟାଣ୍ଟ ଭାବେ ନିଯୁକ୍ତି ପାଇଥିବା ଅନ୍ୟ ଜଣେ ଯୁବକ ତାଙ୍କ ମୂଳ ପଦବୀରେ ରହି କାର୍ଯ୍ୟ କରୁଥିବାରୁ ବାବୁମାନଙ୍କ ଝିଅ ଓ ଭାଇଙ୍କ ପ୍ରତି ଦରଦ ବା ଅନୁକମ୍ପା ଜଳ ଜଳ ଦିଶୁଥିବା କୁହାଯାଉଛି। ଘଟଣା ସମ୍ପର୍କରେ ସିଡିଏମ୍‌ଓ ଡାକ୍ତର ତ୍ରିଲୋଚନ ପ୍ରଧାନ କହିଛନ୍ତି, ମୂଳ ସ୍ଥାନରେ ସେମାନଙ୍କୁ ନିଯୁକ୍ତି ଦିଆଯିବା କଥା। ଯଦି ଏଥିରେ ବ୍ୟତିକ୍ରମ ହୋଇଥିବ, ତା’ହେଲେ ଘଟଣାର ଅନୁଧ୍ୟାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରାଜକୁମରଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଭବାନୀପାଟଣା/କୋକସରା, ୬ା୫(ସ୍ବ.ପ୍ର/ଡି.ଏନ୍‌.ଏ.) – କଳାହାଣ୍ଡି ଜିଲା କୋକସରା ବ୍ଲକ ମାଝିଗଡ଼ା ପଞ୍ଚାୟତ ଡୋଙ୍ଗରିପଡ଼ାର ରାଜକୁମର ବାଗ (୫୭)। ଗୋଡ଼ ଭାଙ୍ଗିଯିବା ପରେ ବିଛଣାରେ ପଡ଼ି ରହିଛନ୍ତି।...

ହ୍ୟୁମାନ ସାଗର-ଶ୍ରୀୟାଙ୍କ ପାରିବାରିକ ବିବାଦ ତୁଟିଲା

କଟକ ଅଫିସ,୩୦ା୧: କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ସ୍ତ୍ରୀ ଶ୍ରୀୟା ମିଶ୍ରଙ୍କର ପାରିବାରିକ ବିବାଦ ତୁଟିଥିବା ନେଇ ଏସ୍‌ପି ଅମିତାଭ ମହାପାତ୍ର ସୂଚନା ଦେଇଛନ୍ତି। ସେ...

ପୋଖରୀରେ ଗାଧୋଇବାକୁ ବାରଣ: ଚାରିପଟେ ବ୍ୟାରିକେଟ୍‌, ବନ୍ଦ ହେଉନି ଗାଧୁଆ

ବୁଗୁଡ଼ା,୨୩।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଳକ ଏବଂ ଏନ୍‌ଏସିରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା କରି ପ୍ରଶାସନ ପକ୍ଷରୁ ପୋଖରୀରେ ଗାଧୋଇବାକୁ ନେଇ ବାରଣ...

ଲକ୍‌ଡାଉନ୍‌ ଫାଇଦା ଉଠାଉଛନ୍ତି ବେପାରୀ: ନିତ୍ୟ ଆବଶ୍ୟକ ଜିନିଷ ଚଢ଼ା ଦରରେ ବିକ୍ରି

ଗଞ୍ଜାମ,୭।୫(ଡି.ଏନ୍‌.ଏ.): କରୋନା ଦ୍ୱିତୀୟ ଲହର ମୁକାବିଲା ନିମନ୍ତେ ମେ ୫ ରୁ ୧୯ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ୍‌ ଘୋଷଣା କରିଛନ୍ତି ସରକାରl ଏହି ଲକ୍‌ଡାଉନ୍‌ ର...

ବିଷପାନ କରିଥିବା ବୃଦ୍ଧାଙ୍କ ଚିକିତ୍ସାଧୀନ ଅବସ୍ଥାରେ ଜୀବନ ଗଲା

ବ୍ରହ୍ମପୁର ଅଫିସ, ୨୦।୭: ଗଞ୍ଜାମ ଜିଲା ଏମ୍‌କେସିଜି ମେଡିକାଲରେ ବିଷ ପିଇ ଚିକିତ୍ସାଧୀନ ଥିବା ଜଣେ ବୃଦ୍ଧାଙ୍କର ଶୁକ୍ରବାର ମୃତ୍ୟୁ ଘଟିଛି। ସେ ହେଲେ ଫୁଲବାଣୀ...

ଅଂଶୁଘାତରେ ଜଣଙ୍କ ମୃତ୍ୟୁ ସନ୍ଦେହ

ଗଞ୍ଜାମ,୨୦।୫(ଡି.ଏନ.ଏ.)-ଗଞ୍ଜାମ ବ୍ଲକ ଖଣ୍ଡଦେଉଳୀ ଗ୍ରାମପଞ୍ଚାୟତର ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସୋମବାର ଅଂଶୁଘାତରେ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ମୃତକ ହେଲେ ଖଣ୍ଡଦେଉଳୀ ଗ୍ରାମର ଖଲି ସାହୁ(୬୨)।...

ଜାତୀୟ ରାଜପଥରେ ବର୍ଷେ ହେଲା ପଡିଥିବା ପଥର ହଟିଲା

ପଟ୍ଟାଙ୍ଗୀ,୫।୬(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଦେଇ ଆନ୍ଧ୍ର ଅଭିମୁଖେ ଯାଇଥିବା ଜାତୀୟ ରାଜପଥ ଉପରେ ପଡି ରହିଥିବା ଏକ ବିରାଟ ପଥରକୁ ଶନିବାର ଜିଲା...

ଜିଲା ଦାବିରେ ଅକ୍ଟୋବର ୩ ନୀଳଗିରି ବନ୍ଦ

ନୀଳଗିରି, ୨୪।୯(ପ୍ରଶାନ୍ତ ବିଶ୍ୱାଳ): ନୀଳଗିରିକୁ ସ୍ବତନ୍ତ୍ର ଜିଲା ଘୋଷଣା ଦାବିରେ ବିଭିନ୍ନ ସମୟରେ ସରକାରଙ୍କଠାରେ ଦାବି ହୋଇଆସୁଛି। ସେପ୍ଟେମ୍ବର ୧୬ତାରିଖରେ ଏନେଇ ଏକ ବିଶାଳ ଜନସମାବେଶରେ ନୀଳଗିରିକୁ...

Advertisement
Archives

Model This Week