ବଡ଼ବାବୁଙ୍କ ଝିଅ, ଭାଇଙ୍କ ପ୍ରତି ଅନୁକମ୍ପା

ଅନୁଗୋଳ ଅଫିସ, ୨୧।୧୨ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ପରିଚାଳନାରେ ବ୍ୟାପକ ଦୁର୍ନୀତି ନେଇ ଅଭିଯୋଗ ବଢ଼ିବାରେ ଲାଗିଛି। ବର୍ଷ ବର୍ଷ ଧରି ଗାଦିମାଡ଼ି ବସିଥିବା ବଡ଼ବାବୁମାନଙ୍କ ପାଇଁ ସରକାରଙ୍କ ବଦଳି ନିର୍ଦ୍ଦେଶନାମାକୁ ଏଠାରେ ବେଖାତିର କରାଯାଉଥିବା ଚର୍ଚ୍ଚା ନ ଥମୁଣୁ ଏବେ ୨ ବଡ଼ବାବୁଙ୍କ ଝିଅ ଓ ଭାଇଙ୍କୁ ଠିକା ରେକର୍ଡ ଆସିଷ୍ଟାଣ୍ଟ ଭାବେ ନିଯୁକ୍ତି ସହ ଅନୁକମ୍ପା ପ୍ରଦର୍ଶନ ପୂର୍ବକ ବାବୁଙ୍କ ଭଳି ସୁବିଧା ଯୋଗାଯାଉଥିବା ଆଲୋଚନା ହେଉଛି।
ଯେ, ଜିଲା ମୁଖ୍ୟ ଚିକିତ୍ସାଳୟକୁ ଏନ୍‌ଏଚ୍‌ଏମ୍‌ ଅଧୀନରେ ଠିକା କର୍ମଚାରୀ ଯୋଗାଇବାକୁ ମେଡିକାଲ କର୍ତ୍ତୃପକ୍ଷ ମାନବ ସମ୍ବଳ ଯୋଗାଉଥିବା ଠିକା ସଂସ୍ଥାକୁ ଏକ ଚିଠି (ନଂ ୨୬୫୬/୯ା୧୧ା୨୦୨୧) କରିଥିଲେ। ଏହି ଚିଠି ପାଇବା ପରେ ଠିକା ସଂସ୍ଥା ପକ୍ଷରୁ ୨୫ ଜଣଙ୍କୁ ଠିକା ନିଯୁକ୍ତି ଦିଆଯିବା ସମ୍ପର୍କିତ ଚିଠି (ରେଫର ନଂ. ଏସ୍‌ବି/୧୨୭୧) ଡିସେମ୍ବର ୬ ତାରିଖରେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଇଥିଲା। ଏଥିରେ ୯ ଜଣ ଷ୍ଟାଫ୍‌ ନର୍ସ, ୪ ଜଣ ଲାବରେଟୋରି ଟେକ୍ନିସିଆନ୍‌, ୩ ରେକର୍ଡ ଆସିଷ୍ଟାଣ୍ଟ, ୬ ଡାଟାଏଣ୍ଟ୍ରି ଅପରେଟର୍‌, ଏମ୍‌ଆଇଏସ୍‌ରେ ୨ ଡାଟାଏଣ୍ଟ୍ରି ଅପରେଟର ଓ ଜଣେ ଡିପିଏମ୍‌ୟୁରେ ଡାଟାଏଣ୍ଟ୍ରି ଅପରେଟରଙ୍କୁ ଠିକାରେ ନିଯୁକ୍ତି ପ୍ରଦାନ କରାଯାଇଛି ଏବଂ ସେମାନେ ୭ ତାରିଖରେ କାର୍ଯ୍ୟରେ ଯୋଗଦେବେ ବୋଲି ସ୍ପଷ୍ଟ କରାଯାଇଥିଲା। ତେବେ ନବନିଯୁକ୍ତ ଠିକା କର୍ମଚାରୀଙ୍କ ମଧ୍ୟରେ ଜଣେ ବଡ଼ବାବୁଙ୍କ ଝିଅ ଥିବାବେଳେ ଅନ୍ୟ ଜଣେ ବଡ଼ବାବୁଙ୍କ ଭାଇ ରହିଛନ୍ତି। ସେମାନଙ୍କୁ ରେକର୍ଡ ଆସିଷ୍ଟାଣ୍ଟ ଭାବେ ନିଯୁକ୍ତି ଦିଆଯାଇଥିବା ଠିକା ସଂସ୍ଥା ଚିଠିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ହେଲେ ରେକର୍ଡ ଆସିଷ୍ଟାଣ୍ଟ ଭାବେ ସେମାନେ ତାଙ୍କର ମୂଳ କାର୍ଯ୍ୟ ଆଇପିଡି, ଓପିଡିରେ କେତେଜଣ ରୋଗୀ ଟିକେଟ୍‌ କଲେ, କାହାର ମୃତଦେହ ବ୍ୟବଚ୍ଛେଦ କରାଗଲା, କାହାର ଭିସେରା ରିପୋର୍ଟ କେବେ ପଠାଗଲା, କେବେ ପରୀକ୍ଷା ହୋଇ ଆସିଲା ତାହାର ରେକର୍ଡ କମ୍ପ୍ୟୁଟରରେ ରଖିବା କାର୍ଯ୍ୟ ନ କରି ରୋଗୀ କଲ୍ୟାଣ ସମିତିରେ ସ୍ଥାୟୀ କର୍ମଚାରୀଙ୍କ ଭଳି କାର୍ଯ୍ୟ କରୁଛନ୍ତି। ଏପରି କି ସରକାରୀ ବାବୁଙ୍କ ଭଳି ସମସ୍ତ ପ୍ରକାର ସୁବିଧା ସୁଯୋଗ ଉପଭୋଗ କରୁଛନ୍ତି। କିନ୍ତୁ ସେମାନଙ୍କ ସହ ଠିକାରେ ରେକର୍ଡ ଆସିଷ୍ଟାଣ୍ଟ ଭାବେ ନିଯୁକ୍ତି ପାଇଥିବା ଅନ୍ୟ ଜଣେ ଯୁବକ ତାଙ୍କ ମୂଳ ପଦବୀରେ ରହି କାର୍ଯ୍ୟ କରୁଥିବାରୁ ବାବୁମାନଙ୍କ ଝିଅ ଓ ଭାଇଙ୍କ ପ୍ରତି ଦରଦ ବା ଅନୁକମ୍ପା ଜଳ ଜଳ ଦିଶୁଥିବା କୁହାଯାଉଛି। ଘଟଣା ସମ୍ପର୍କରେ ସିଡିଏମ୍‌ଓ ଡାକ୍ତର ତ୍ରିଲୋଚନ ପ୍ରଧାନ କହିଛନ୍ତି, ମୂଳ ସ୍ଥାନରେ ସେମାନଙ୍କୁ ନିଯୁକ୍ତି ଦିଆଯିବା କଥା। ଯଦି ଏଥିରେ ବ୍ୟତିକ୍ରମ ହୋଇଥିବ, ତା’ହେଲେ ଘଟଣାର ଅନୁଧ୍ୟାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାରେ ବି ବଢୁଛି ପର୍ଯ୍ୟଟକଙ୍କ ଭିଡ଼: ଦାରିଙ୍ଗବାଡ଼ି ପର୍ଯ୍ୟଟନ ବିକାଶ ପାଇଁ ନୂଆ ପଦକ୍ଷେପ

ଦାରିଙ୍ଗବାଡ଼ି,୪।୯(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ିକୁ ବର୍ଷତମାମ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର କରିବା ସହ ପର୍ଯ୍ୟଟନ କ୍ଷେତ୍ରର ଆହୁରି ବିକାଶ ଓ ରୂପାନ୍ତରଣ ପାଇଁ…

ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡିବସିଲା ବାରକୋଟ ପୋଲିସ, ୫୫ କେଜି…

ଦେବଗଡ,୪।୯(ଶଶାଙ୍କ ଶେଖର ଝାଙ୍କର): ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡିବସିଲା ବାରକୋଟ ଥାନା ପୋଲିସ । ଚଢାଉ କରାଯାଇ ଏକ ଡିଜାୟାର କାର ସହିତ ୫୫ କିଲୋଗ୍ରାମ…

ପମ୍ପ ଅପରେଟର ପାଇନାହାନ୍ତି ୬ ମାସର ପାରିଶ୍ରମିକ: ୭ରୁ କାର୍ଯ୍ୟବନ୍ଦ ଚେତାବନୀ

ଲୋଇସିଂହା, ୩ା୯: ଲୋଇସିଂହା ଏନ୍‌ଏସି ଅଧୀନ ଲୋଇସିଂହା ଓ ବୁର୍ଡା ଅଞ୍ଚଳରେ କାର୍ଯ୍ୟରତ ଏସିଏମ୍‌ ଓ ପାନୀୟଜଳ ପ୍ରକଳ୍ପର ପମ୍ପ ଅପରେଟରମାନେ ଦୀର୍ଘ ୬ ମାସ ଧରି…

ଟ୍ୟାକ୍ସ ଟାଣୁଛି ଟୋଲପ୍ଲାଜା, ଜୀବନ ନେଉଛି ରାଜପଥ: ନୀରବଦ୍ରଷ୍ଟା ସାଜିଛି ଏନ୍‌ଏଚ୍‌ଏଆଇ

ବରଗଡ଼,୪।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ଦେଇ ଯାଇଥିବା ୪ଲେନ୍‌ ବିଶିଷ୍ଟ ୫୩ ନମ୍ବର ଜାତୀୟ ରାଜପଥ ବେହାଲ୍‌ ହୋଇପଡ଼ିଛି। ରାଜପଥର ବିଭିନ୍ନ ସ୍ଥାନରେ ଖାଲଖମା ପୂରି ରହିଛି।…

୧୮ଦିନ ହେଲା ଘରକୁ ଫେରିନାହାନ୍ତି ଜୟଲାଲ: ଦଲାଲଙ୍କ ମାଧ୍ୟମରେ ଚିକିତ୍ସା ପାଇଁ ଯାଇଥିଲେ ଛତିଶଗଡ଼

ନୂଆପଡ଼ା,୪ା୯ (ମକାରୁ ବେମାଲ):ଜଣେ ଦଲାଲଙ୍କ ମାଧ୍ୟମରେ ଚିକିତ୍ସା ପାଇଁ ଛତିଶଗଡ଼ର ଦୁର୍ଗ ଅଞ୍ଚଳକୁ ଯାଇଥିବା ନୂଆପଡା ଜିଲାର ଜଣେ ଯୁବକ ୧୮ଦିନ ହେଲା ଘରକୁ ଫେରିନାହାନ୍ତି। ଏହାକୁ…

କଳାହାଣ୍ଡି ଜିଲାରେ ଶିକ୍ଷାର ବିକଳ ଚିତ୍ର: ୩୮୨୦ ଡ୍ରପ୍‌ଆଉଟ ଛାତ୍ରୀଛାତ୍ର

ଭବାନୀପାଟଣା, ୪ା୯(ଉତ୍ତମ କୁମାର ଦାଶ):ଶିକ୍ଷାର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାଗଣାରେ ଛାତ୍ରୀଛାତ୍ରଙ୍କୁ ବହି,…

ଜମନକିରା ବ୍ଲକରେ ହାତୀ ଉପଦ୍ରବ: ଏକର ଏକର ଧାନ କ୍ଷେତ ଉଜୁଡ଼ିଲା, ଚିନ୍ତାରେ ଚାଷୀକୂଳ

ଜମନକିରା,୪।୯(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ବ୍ଲକ ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ ଏବେ ଚରମ ସୀମାରେ ପହଞ୍ଚିଛି । ବିଶେଷ କରି ବଡ଼ରମା ବନ୍ୟପ୍ରାଣୀ ରେଞ୍ଜ…

ମିଳୁନି ମୌଳିକ ସୁବିଧା, ଚଟାଣରେ ବସି ପଢ଼ୁଛନ୍ତି ପିଲା: ୪୬ ଛାତ୍ରୀଛାତ୍ରଙ୍କ ପାଇଁ ୨ ଶିକ୍ଷକ

ଗଞ୍ଜାମ, ୪ା୯ (ଅନାଥ ତରାଇ):ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମ ପ୍ରବେଶ ପଥ ନିକଟରେ ଥିବା ପୁଇଁତୋଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦୀର୍ଘଦିନ ଧରି ଭିତ୍ତିଭୂମି ଅଭାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri