ନାରୀଜାତିର ପ୍ରତୀକାତ୍ମକ ପୂଜା

ଯଶସ୍ବିନୀ ପଟ୍ଟନାୟକ

 

ମା’ ଶବ୍ଦରେ ଭରିରହିଛି ଅମୃତର ଉଚ୍ଛ୍ବାସ। ଯୁଗ ଯୁଗ ଧରି ସ୍ମରଣ କରିଛନ୍ତି ଦେବତା, ଦାନବ ଆଉ ମାନବ। ମା’ ବାରମ୍ବାର ଆବିର୍ଭୂତା ହୁଅନ୍ତି ସନ୍ତାନର ଆକୁଳ ପ୍ରାର୍ଥନାରେ। ମା’ର ଇଚ୍ଛା ସଦା ପୂର୍ଣ୍ଣହୁଏ। ସେ ଶକ୍ତିସ୍ବରୂପିଣୀ। ପ୍ରତିଟି ଅଣୁ, ପରମାଣୁ, ଜଡ଼ ଚେତନରେ ସେ ଶକ୍ତି ରୂପେ ବିରାଜିତା। ଏ ଶରୀର ମଧ୍ୟ ଶକ୍ତି ବିନା ଜଡ଼। ଶକ୍ତିକୁ ବାଦ୍‌ ଦେଲେ ଜୀବ ଶବରେ ପରିଣତ ହୁଏ। ଶକ୍ତି, ଜଡ଼ରେ ଚୈତନ୍ୟସତ୍ତା ଆଣେ। ଦେବତାମାନଙ୍କ ତେଜରୁ ସୃଷ୍ଟ ଦେବୀ ତେଜସ୍ବିନୀ ହୋଇ ଉଠିଲେ। ଗୋଟି ଗୋଟି କରି ରାକ୍ଷସମାନଙ୍କ ସହ ତାଙ୍କ ସୈନ୍ୟସାମନ୍ତଙ୍କୁ ବିନାଶ କରିବାରେ ଲାଗିଲେ। କ୍ରମାନ୍ବୟରେ ମହିଷାସୁର, ଧୂମ୍ରଲୋଚନ, ଚଣ୍ଡ, ମୁଣ୍ଡ, ରକ୍ତବୀର୍ଯ୍ୟ, ନିଶୁମ୍ଭ ଓ ଶୁମ୍ଭ ଆଦି ରାକ୍ଷସମାନଙ୍କୁ ବଧ କରି ଶାନ୍ତି ପ୍ରତିଷ୍ଠା କରିବାରେ ମା’ଙ୍କ ଭୂମିକା ଅତୁଳନୀୟ। ଚଣ୍ଡ-ମୁଣ୍ଡ ଥିଲେ ମହିଷାସୁରର ଚର। ଚଣ୍ଡ-ମୁଣ୍ଡ ଦେବୀ ଦୁର୍ଗାଙ୍କୁ ସୁନ୍ଦରୀ ନାରୀରୂପରେ ଦର୍ଶନ କରି ମହିଷାସୁରକୁ ସମ୍ବାଦ ଦେଇଥିଲେ ଯେ ଏପରି ସୁନ୍ଦରୀ ନାରୀ ହିଁ ଆପଣଙ୍କ ଭୋଗ୍ୟା ହେବା ଉଚିତ୍‌। ନାରୀର ରୂପବର୍ଣ୍ଣନା ଶୁଣି ମହିଷାସୁର ଚଣ୍ଡ-ମୁଣ୍ଡଙ୍କୁ ପୁନର୍ବାର ପ୍ରେରଣକଲା ସୁନ୍ଦରୀକୁ ଡକାଇ ଆଣିବା ପାଇଁ। ହେଲେ ନାରୀର ଥିଲା ଅଦ୍ଭୁତ ସର୍ତ୍ତ। ‘ଯୋ ମାଂ ଜୟତି ସଂଗ୍ରାମେ ଯୋମେ ଦର୍ପଂ ବ୍ୟପୋହତି। ଯୋ ମେ ପ୍ରତିବଳୋ ଲୋକେ ସମେ ଭର୍ତ୍ତା ଭବିଷ୍ୟତି।’ ଅର୍ଥାତ୍‌ ଯେ ମୋତେ ସଂଗ୍ରାମରେ ଜୟକରି, ମୋର ଦର୍ପକୁ ବିନାଶ କରିବ ଏବଂ ମୋ ସହିତ ଯାହାର ବଳ ସମକକ୍ଷ ହେବ ସେ ହିଁ ମୋତେ ବିବାହ କରିବ। ଏଭଳି ସର୍ତ୍ତ ଶୁଣି ମହିଷାସୁର ପରିହାସ କରିଥିଲା। ଚଣ୍ଡ-ମୁଣ୍ଡଙ୍କ ଜରିଆରେ ଭୋଗ କରିବାକୁ ସ୍ବପ୍ନ ଦେଖିବାବେଳେ ସେମାନଙ୍କର ଧ୍ୱଂସ ହୋଇଯାଇଥିଲା। ପରେ ପରେ ପ୍ରେରଣକଲା ରକ୍ତବୀର୍ଯ୍ୟକୁ, ଯାହାର ରକ୍ତ ବୀର୍ଯ୍ୟ ପରି କ୍ରିୟାଶୀଳ। ଭୂଭାଗରେ ବୁନ୍ଦାଏ ରକ୍ତ ପଡ଼ିଲେ ଅପରୂପ ଭାବରେ ଅସୁରଟିଏ ସୃଷ୍ଟି ହୋଇ ଯାଉଥିଲା। ଦେବୀ ତାକୁ ମଧ୍ୟ ବିନାଶ କଲେ। ଶେଷରେ ମହିଷାସୁରକୁ ମଧ୍ୟ ବିନାଶକଲେ। ଦେବତାମାନେ ପ୍ରାର୍ଥନାରେ ଦେବୀଙ୍କୁ ଅନେକ ଭାବରେ ପ୍ରାପ୍ତିହେବାର ବର୍ଣ୍ଣନା ମଧ୍ୟରେ ଏକ ସମ୍ପ୍ରତି ସମାଜୋପଯୋଗୀ ସନ୍ଦେଶଟିଏ ଦେଇଯାଇଥିଲେ। ‘ବିଦ୍ୟା ସମସ୍ତାସ୍ତବ ଦେବି ଭେଦାଃ ସ୍ତ୍ରୀୟଃ ସମସ୍ତଃ ସକଳା ଜଗତ୍‌ସୁ…’ ଅର୍ଥାତ୍‌ ପ୍ରତିଟି ନାରୀ ହେଉଛନ୍ତି ଦେବୀଙ୍କର ନାନାରୂପ। ନାରୀ ଜାତିର ମହନୀୟତା ହିଁ ଏଥିରେ ପ୍ରତିପାଦିତ ହୁଏ। ନାରୀର ଗୁଣାବଳୀକୁ ବର୍ଣ୍ଣନା କରିବାକୁ ଯାଇ ଭଗବାନ୍‌ କୃଷ୍ଣ ଶ୍ରୀମଦ୍‌ ଭଗବଦ୍‌ ଗୀତାର ବିଭୂତି ଯୋଗରେ କହିଛନ୍ତି- ‘କୀର୍ତ୍ତି ଶ୍ରୀବାକ୍ଚନାରୀଣାମ୍‌ ସ୍ମୃତିମେଧା ଧୃତିକ୍ଷମା ଅର୍ଥାତ୍‌ ‘ନାରୀମାନଙ୍କ ମଧ୍ୟରେ ମୁଁ କୀର୍ତ୍ତି, ସୌନ୍ଦର୍ଯ୍ୟ, ବଚନ, ସ୍ମୃତି, ବୁଦ୍ଧି, ଧୈର୍ଯ୍ୟ ଓ କ୍ଷମା’ ଭଳି ଗୁଣାବଳୀର ସମାହାର। ନାରୀ ଭିତରେ ଅନ୍ତଃସଲିଳା ହୋଇ ଦୟା, ମମତା, କରୁଣା, ସମ୍ବେଦନତା ଆଦି ଭରିରହିଛି। ଆଜି ଭୋଗବାଦର ଚରମସୀମାକୁ ସ୍ପର୍ଶ କରିଥିବା ସଂସାରରେ ଦେହ ସର୍ବସ୍ବ ହୋଇ ଆମେ ନାରୀକୁ ପଣ୍ୟ ଦ୍ରବ୍ୟ ରୂପେ ବ୍ୟବହାର କରିବାର ମାନସିକତା ରଖିଲୁଣି। ଯାହାର ପ୍ରମାଣ ଦେଉଛି ନାରୀମାନଙ୍କ ଦ୍ୱାରା ପ୍ରଚାରିତ ବିଜ୍ଞାପନ ଓ ଆଲବମ୍‌ ସଂଗୀତ। ଏତଦ୍ଦ୍ବାରା ନାରୀତ୍ୱର ଅବମାନନା ହେବାସହିତ ଅଧୋଗତି ହେଉଛି ହେଉଛି ସିନା ଉନ୍ନତିର ପ୍ରଶ୍ନ ଉଠୁନାହିଁ।
ସମ୍ପ୍ରତି ନାରୀଙ୍କ ଦାୟିତ୍ୱର ପରିସୀମା ବିସ୍ତୃତ ହୋଇଛି। ସେ ଆଉ ଘରର ଚାରିକାନ୍ଥରେ ଆବଦ୍ଧ ନାହଁି। ତା’ର ଅବଗୁଣ୍ଠିତା ରୂପରେ ବାନ୍ଧିହୋଇ ରହିବାକୁ ସେ ଚାହିଁନାହିଁ; ଚାହିଁଛି ତା’ର ଅସୀମ ସ୍ବପ୍ନକୁ ବାସ୍ତବ ରୂପ ଦେବାପାଇଁ। ସ୍ବାଧୀନ ଭାରତରେ ନାରୀ ଶିକ୍ଷା, ସ୍ବାସ୍ଥ୍ୟ, ବୈଷୟିକ ବିଜ୍ଞାନ, କୃଷି, ସେନାବାହିନୀ ଆଦି କ୍ଷେତ୍ରରେ ନିଜର ସ୍ଥିତିକୁ ଜାହିର କରିପାରିଛି। ନାରୀମାନେ ଯେତେ ଉଚ୍ଚଶିକ୍ଷିତା, ଜ୍ଞାନୀ, ଧନୀ, କର୍ମକୁଶଳୀ, କଷ୍ଟସହିଷ୍ଣୁ ହେଲେ ମଧ୍ୟ ସେମାନଙ୍କ ପ୍ରତି ପୁରୁଷମାନଙ୍କର ଆଭିମୁଖ୍ୟରେ ପରିବର୍ତ୍ତନ ହେଉ ନାହିଁ। ନାରୀର ସମସ୍ତ ଗୁଣ ଆଧୁନିକତାର ଅଧୋଗତି ରାସ୍ତାରେ ମିଳାଇ ଚାଲିଛି। ସବୁଠି ଅପସଂସ୍କୃତିର କରାଳକାୟା ବିସ୍ତାରକରିଛି। ଅନେକ ସ୍ଥାନରେ ନାରୀର ବେଶଭୂଷା, ଆଚାର ବ୍ୟବହାରରେ ବ୍ୟତିକ୍ରମ ପରିଲକ୍ଷିତ ହେଉଛି। ମନେହୁଏ ପୁରୁଷ ସମାଜର ମନୋରଂଜନ ସାମଗ୍ରୀ ହେଉଛି ନାରୀ। ନାରୀ ଜୀବନର ଶ୍ରେଷ୍ଠ ସମ୍ପଦ ଅର୍ପିତ ହୋଇଯାଏ ଅର୍ଥ ଓ ପ୍ରଲୋଭନ ନିକଟରେ। ସତେ କ’ଣ ଏହି ବୀଭତ୍ସ ପରମ୍ପରାକୁ ଆମେ ରୋକି ପାରିବା ନାହିଁ! ଅର୍ଥ ଲାଳସାରେ କବଳିତ ହୋଇ ନାରୀତ୍ୱକୁ କଳଙ୍କିତ କରିବସିଲେ ଫଳ କ’ଣ ହେବ! ପୁରାଣ ଓ ଇତିହାସରୁ ନାରୀମାନଙ୍କ ପ୍ରତି ଥିବା ଭକ୍ତି, ଶ୍ରଦ୍ଧା, ମମତା ଓ ସମ୍ମାନକୁ ଭୁଲିଗଲେ ନାରୀର ନିଜତ୍ୱ ରହିବ ତ! ବହୁ ନାରୀ ଆମ ସମାଜ ପାଇଁ ଉଦାହରଣ ପାଲଟିଥିବା ବେଳେ ଆଉ କେତେକ ବିଜ୍ଞାପିତ ହୋଇ ନାରୀସମାଜ ପାଇଁ କଳଙ୍କର ଦାଗ ବହିଛନ୍ତି। ସେଦିନର ଗାର୍ଗୀ, ମୈତ୍ରେୟୀ, ଲକ୍ଷ୍ମୀବାଈଙ୍କ ଭଳି ମହିଳା ଏବେ ମଧ୍ୟ ଅଛନ୍ତି। ଦେଶ ଶାସନରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଆଦି ପଦବୀ ମଣ୍ଡନ କରି ଅତି ଦକ୍ଷତାର ସହ ସେମାନଙ୍କର ପରାକାଷ୍ଠା ପ୍ରଦର୍ଶନ କରିବା ପୂର୍ବକ ସର୍ବୋଚ୍ଚ ଆସନ ଅଳଙ୍କୃତ କରିବାର ଗୌରବ ଅର୍ଜନ କରିଛନ୍ତି। କିନ୍ତୁ କିଛି ମହିଳାଙ୍କ ଆଚରଣ ଓ ବ୍ୟବହାରରେ ବ୍ୟବସାୟିକ ମନୋବୃତ୍ତି ତଥା ପାଶ୍ଚାତ୍ୟ ସଂସ୍କୃତିର ଛଟା ପରିଲକ୍ଷିତ ହୁଏ। ଶେଷରେ ଏତିକି କୁହାଯାଇପାରେ ପୌରାଣିକ ଯୁଗରେ ମହିଷାସୁର ଓ ତା’ର ଚରମାନଙ୍କ ଦୃଷ୍ଟିନେଇ ନାରୀଙ୍କୁ ନଦେଖି, ଦେବତାମାନଙ୍କ ଅମୃତମୟ ଦୃଷ୍ଟିରେ ଦେଖିଲେ ସେମାନେ ଆପେ ଆପେ ମାତୃରୂପରେ ବିଦ୍ୟମାନ ହେବେ। ସାର୍ଥକ ହେବ ନାରୀଜାତିର ପ୍ରତୀକାତ୍ମକ ପୂଜା ଦୁର୍ଗାପୂଜାର ଉଦ୍ଦେଶ୍ୟ।
ଅଧ୍ୟକ୍ଷା, ନାଳନ୍ଦା ପବ୍ଲିକ ସ୍କୁଲ,
ସେକ୍ଟର-୮, ସିଡିଏ, କଟକ
ଇ-ମେଲ: jasaswinipattanaik78@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

ଆତଙ୍କବାଦର ପୃଷ୍ଠପୋଷକ କିଏ

ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆକୁ ‘ଆତଙ୍କବାଦ ପୃଷ୍ଠପୋଷକ ରାଷ୍ଟ୍ର’ ବୋଲି ଘୋଷଣା କରିଥିଲା ବେଳେ ଆମେରିକା ପାକିସ୍ତାନକୁ ସହଯୋଗର ହାତ ବଢ଼ାଇ ନିଜର ମିତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା।…

ଆତ୍ମସମର୍ପଣ

ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ…

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri