Posted inଖେଳ

ସୟଦ ମୁସ୍ତାକ ଅଲୀ ଟି୨୦: ଓଡ଼ିଶାର କ୍ରମାଗତ ତୃତୀୟ ପରାଜୟ

ଭୁବନେଶ୍ୱର, ୧୫।୧(କ୍ରୀଡ଼ା ପ୍ରତିନିଧି)-
ଚଳିତ ସୟଦ ମୁସ୍ତାକ ଅଲୀ ଟ୍ରଫି ଟି୨୦ ପ୍ରତିଯୋଗିତାରେ ଓଡ଼ିଶା କ୍ରମାଗତ ତୃତୀୟ ପରାଜୟ ବରଣ କରିଛି। କୋଲକାତାର ଇଡେନ ଗାର୍ଡେନରେ ଗୁରୁବାର ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା ୮ ଉଇକେଟରେ ତାମିଲନାଡ଼ୁଠାରୁ ପରାଜିତ ହୋଇଛି। ଓଡ଼ିଶା ପକ୍ଷରୁ ଧାର୍ଯ୍ୟ ୧୩୩ ରନ ବିଜୟ ଲକ୍ଷ୍ୟର ପିଛା କରି ତାମିଲନାଡ଼ୁ ୧୫.୧ ଓଭରରେ ମାତ୍ର ୨ ଉଇକେଟ ହରାଇ ୧୩୬ ରନ ସଂଗ୍ରହ କରି ନେଇଥିଲା। ପୂର୍ବରୁ ଓଡ଼ିଶା ଏହାର ପ୍ରଥମ ୨ ମ୍ୟାଚରେ ବେଙ୍ଗଲଠାରୁ ୯ ଉଇକେଟରେ ଏବଂ ହାଇଦ୍ରାବାଦ ନିକଟରୁ ୬ ରନରେ ପରାସ୍ତ ହୋଇଥିଲା। ଏଲିଟ୍‌ ଗ୍ରୁପ ‘ବି’ରେ ସ୍ଥାନ ପାଇଥିବା ଓଡ଼ିଶା ୩ ମ୍ୟାଚରୁ ୩ ପରାଜୟ ଲଭିଥିବାରୁ ପଏଣ୍ଟ ଖାତା ଖୋଲି ପାରିନାହିଁ। ଅନ୍ୟପକ୍ଷରେ ତାମିଲନାଡ଼ୁ ୩ ମ୍ୟାଚରୁ ୩ ବିଜୟ ସହ ୧୨ ପଏଣ୍ଟ ପାଇ ଏହି ଗ୍ରୁପରେ ଶୀର୍ଷସ୍ଥାନ ଅଧିକାର କରିଛି। ଓଡ଼ିଶା ଆସନ୍ତା ୧୬ ତାରିଖରେ ଝାଡ଼ଖଣ୍ଡକୁ ଭେଟିବ।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଓଡ଼ିଶା କୌଣସି ବ୍ୟାଟ୍ସମ୍ୟାନ ପ୍ରତିପକ୍ଷ ବୋଲରଙ୍କୁ ସଫଳ ମୁକାବିଲା କରି ନ ପାରିବାରୁ ବଡ଼ ସ୍କୋର ଆଶା ମଉଳି ଯାଇଥିଲା। ଦଳ ଓପନିଂ ଯୋଡ଼ିରେ ୨୦ ବଲ୍‌ରୁ ୩୪ ରନ କରି ଭଲ ଆରମ୍ଭ କରିଥିଲେ ହେଁ ପରେ ଦିଗହରା ପ୍ରଦର୍ଶନ କରିଥିଲା। ଦୁଇ ଓପନର ଗୌରବ ଚୌଧୁରୀ ୧୯ ଓ ରାଜେଶ ଧୂପର ୨୨ ରନ କରିଥିବାବେଳେ ମିଡିଲ ଅର୍ଡରରେ ଶୁଭ୍ରାଂଶୁ ସେନାପତି ୨୦ ଏବଂ ଲୋୟର ଅର୍ଡରରେ ସୂର୍ଯ୍ୟକାନ୍ତ ପ୍ରଧାନ ସର୍ବାଧିକ ୨୩ (୧୦ ବଲ୍‌, ୧ ଚୌକା, ୨ ଛକା) ରନ କରିବାକୁ ସକ୍ଷମ ହୋଇଥିଲେ। ଟୁର୍ନାମେଣ୍ଟରେ ଶୁଭ୍ରାଂଶୁଙ୍କ ସ୍ଥାନରେ ପ୍ରଥମଥରପାଇଁ ଅଧିନାୟକ ଦାୟିତ୍ୱ ତୁଲାଇଥିବା ବିପ୍ଳବ ସାମନ୍ତରାୟ ମାତ୍ର ୭ ରନ କରି ପାରିଥିଲେ। ବିପକ୍ଷ ଦଳର ମୁରୁଗାନ ଅଶ୍ୱିନ ୩ଟି, ଅଶ୍ୱିନ କ୍ରିଷ୍ଟ ଓ ଏମ୍‌. ମହମ୍ମଦ ୨ଟି ଲେଖାଏ ଏବଂ ସନ୍ଦୀପ ଓ୍ବାରିୟର ଓ ସାଇ କିଶୋର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ତାମିଲନାଡ଼ୁ ଓପନିଂ ଯୋଡ଼ିରେ ୩୯ ବଲ୍‌ରୁ ୫୬ ରନ ସଂଗ୍ରହ କରି ବିଜୟ ପାଇଁ ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରି ଦେଇଥିଲା। ହରି ନିଶାନ୍ତ ୨୨ ବଲ୍‌ରୁ ୨୯ ଓ ଅର୍ଦ୍ଧଶତକ ହାସଲକାରୀ ନାରାୟଣ ଜଗଦୀଶ ୩୮ ବଲ୍‌ରୁ ୬୧(୪ ଚୌକା, ୪ ଛକା) ରନକରି ଆଉଟ ହୋଇଥିଲେ। ପରେ ଅରୁଣ କାର୍ତ୍ତିକ ୨୮ ଓ ଶାହରୁଖ ଖାଁ ୧୮ ରନରେ ଅପରାଜିତ ରହି ଦଳକୁ ଜିତାଇଥିଲେ। ଓଡ଼ିଶା ବୋଲରଙ୍କ ମଧ୍ୟରେ ପପୁ ରାୟ ଓ ଅଙ୍କିତ ଯାଦବ ଗୋଟିଏ ଲେଖାଏ ଉଇକେଟ ପାଇଥିଲେ।
ସଂକ୍ଷିପ୍ତ ସ୍କୋର
ଓଡ଼ିଶା ୨୦ ଓଭରରେ ୧୩୨/୯(ସୂର୍ଯ୍ୟକାନ୍ତ-୨୩, ଧୂପର-୨୨, ଅଶ୍ୱିନ-୩/୧୬, ମହମ୍ମଦ-୨/୩୦, କ୍ରିଷ୍ଟ-୨/୩୪, ଓ୍ବାରିୟର-୧/୩୪, ସାଇ-୧/୧୨)। ତାମିଲନାଡ଼ୁ ୧୫.୧ ଓଭରରେ ୧୩୬/୨(ଜଗଦୀଶନ-୬୧, ନିଶାନ୍ତ-୨୯, କାର୍ତ୍ତିକ-୨୮*, ପପୁ-୧/୩୨, ଅଙ୍କିତ-୧/୧୭)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପଞ୍ଚମ ବିଜୟ ସହ ଶୀର୍ଷରେ ଦିଲ୍ଲୀ

ଶାରଜା, ୧୦।୧୦- ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୪୬ ରନରେ ହରାଇ ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟ ଟେବୁଲର ଶୀର୍ଷକୁ ଫେରିଛି।...

ଏହି ଖେଳାଳିଙ୍କ ଦୃଷ୍ଟିଶକ୍ତି କମ ଥିଲା, ତଥାପି ତାଙ୍କ ନାଁରେ ରହିଛି ୧୦୦ଟି ଶତକ

ଭାରତର ସ୍ବାଧୀନତାର ଠିକ୍‌ ୨୦ ଦିନ ପୂର୍ବରୁ ଅର୍ଥାତ୍‌ ୧୯୪୭ ମସିହା ଜୁଲାଇ ୨୪ ଏମିତି ଜଣେ ଖେଳାଳି ଜନ୍ମ ନେଇଥିଲେ, ଯେକି ପଡିଆକୁ ଓହ୍ଲାଇବା...

ଚଣ୍ଡିଗଡ଼ ନାମରେ କିର୍ତ୍ତୀମାନ

କୋଲକାତା, ୩।୧୨- ସ୍ଥାନୀୟ ଯାଦବପୁର ବିଶ୍ୱବିଦ୍ୟାଳୟ ଗ୍ରାଉଣ୍ଡରେ ଅନୁଷ୍ଠିତ କୁଚ୍‌ ବିହାର ଟ୍ରଫି (୧୯ ବର୍ଷରୁ କମ୍‌)ର ଏକ ମ୍ୟାଚ୍‌ରେ ଚଣ୍ଡିଗଡ଼ ଏକ ଇନିଂସ ଓ...

ମହିଳା କ୍ରିକେଟରଙ୍କୁ ଅସଦାଚରଣ ପରେ କୋଚ୍‌ ନିଲମ୍ବିତ

ନୂଆଦିଲ୍ଲୀ,୨୨।୩- ବରୋଦା କ୍ରିକେଟ ଆସୋସିଏଶନ (ବିସିଏ)ର ମହିଳା ଦଳର କୋଚ୍‌ ଅତୁଲ ବେଦାଦେଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆସିବା ପରେ ତାଙ୍କୁ ସସପେଣ୍ଡ କରାଯାଇଛି। ଭାରତ...

ପୁରୁଷଙ୍କ ସମକକ୍ଷ ପାଉଣା ଦାବି ଉଚିତ୍‌ ନୁହଁ: ମାନ୍ଧନା

ମୁମ୍ବାଇ,୨୩।୧(ପି.ଟି.)- ପୁରୁଷ ଓ ମହିଳା କ୍ରିକେଟରଙ୍କୁ ସମାନ ପାଉଣା ଦିଆଯିବା ଉପରେ ମତ ରଖିଛନ୍ତି ତାରକା ମହିଳା କ୍ରିକେଟର ସ୍ମୃତି ମାନ୍ଧନା। ପୁରୁଷ ଓ ମହିଳା...

କ୍ରିକେଟରେ ଚମକିବାକୁ ପ୍ରସ୍ତୁତ ସେହ୍ବାଗଙ୍କ ପୁଅ, ଏହି ଟିମ୍‌ରେ ହେଲା ଚୟନ

ନୂଆଦିଲ୍ଲୀ,୬।୧୨: ନିଜ ସମୟରେ ଓପନର୍‌ ଭାବେ ବିସ୍ଫୋରକ ବ୍ୟାଟିଂକୁ ନେଇ ଚର୍ଚ୍ଚାରେ ରହିଆସୁଥିଲେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହ୍ବାଗ। ତାଙ୍କୁ ବୋଲିଂ କରିବା ବେଳେ ବିରୋଧୀ...

ସୁନ୍ଦରଙ୍କ ପାଇଁ ବାପାଙ୍କ ବଳିଦାନ

ଚେନ୍ନାଇ,୨୦।୧୮: କରୋନା ଯୋଗୁ କ୍ରିକେଟରଙ୍କ ଜୀବନ ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡିଛି। ଖେଳାଳିଙ୍କୁ କଠିନ ବାୟୋ ବବୁଲରେ ରହିବାକୁ ପଡୁଛି। କରୋନା ଯୋଗୁ ଭାରତୀୟ କ୍ରିକେଟର ୱାଶିଂଟନ...

ଓଏଫ୍‌ସି ମହିଳା ଦଳରେ ଫଷ୍ଟିନା

ଭୁବନେଶ୍ୱର, ୧୧।୪(କ୍ରୀଡ଼ା ପ୍ରତିନିଧି): ଇଣ୍ଡିଆନ ଓମେନ୍ସ ଲିଗ୍‌ର ଆଗାମୀ ସଂସ୍କରଣ ପୂର୍ବରୁ ଘାନାର ପୂର୍ବତନ ୨୦ ବର୍ଷରୁ କମ୍‌ ଅନ୍ତର୍ଜାତୀୟ ଖେଳାଳି ଫଷ୍ଟିନା ଓରୋନ୍ୟୋ ଆକ୍‌ପୋଙ୍କ...

Advertisement
Archives

Model This Week