ଫିଲ୍ମ ପାଇଁ ରିୟଲରେ କ୍ୟାମେରା ସମ୍ମୁଖରେ ପ୍ରସବ କରିଥିଲେ ଏହି ଅଭିନେତ୍ରୀ

ଫିଲ୍ମକୁ ସୁପରହିଟ୍‌ କରିବା ପାଇଁ କଳାକାରଙ୍କଠାରୁ ଆରମ୍ଭ କରି ନିର୍ମାତା, ନିର୍ଦ୍ଦେଶକଙ୍କ ପର୍ଯ୍ୟନ୍ତ ସମେସ୍ତ କଠିନ ପରିଶ୍ରମ କରିଥାନ୍ତି। ତେବେ ୯୦ ଦର୍ଶକର ଅଭିନେତ୍ରୀ ଶ୍ୱେତା ମେନନ ଏହି କାରଣ ପାଇଁ ଏବେ ଚର୍ଚ୍ଚାରେ ରହିଛନ୍ତି। ତାଙ୍କର ଏକ ମଜାଦାର କଥା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଶ୍ୱେତା ଜୀବନରେ ଏମିତି ଏକ ପଦକ୍ଷେପ ନେଇଥିଲେ ଯାହାକୁ ଶୁଣିବା ପରେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ ।
ଶ୍ୱେତା ନିଜ ଫିଲ୍ମକୁ ସଫଳ କରିବା ପାଇଁ କ୍ୟାମେରା ସାମ୍ନାରେ ନିଜର ଡେଲିଭରି ଦୃଶ୍ୟ ଶୁଟିଂ କରିଥିଲେ। ଏହି ସମୟରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ୨୦୧୩ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ହେଉଛି ‘ମାଲିମନୁ’। ଫିଲ୍ମର ଏହି ଲାଇଭ୍‌ ଡେଲିଭରିରର ଦୃଶ୍ୟ ୪୫ ମିନିଟ ଥିଲା। ନିର୍ଦ୍ଦେଶକ ଆଶୀର୍ବାଦ ଶ୍ୱେତାଙ୍କ ପିଲା ଜନ୍ମର ଲାଇଭ୍‌ ରେକର୍ଡ କରିଥିଲେ। ଏହା ଫିଲ୍ମର ଏକ ବିଶେଷ ଅଂଶ ଥିଲା।
ଫିଲ୍ମର ନିର୍ଦ୍ଦେଶକ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଶ୍ୱେତା ୫ ମାସର ଗର୍ଭବତୀ ଥିବା ସମୟରୁ ସେ ଡେଲିଭରି ରେକର୍ଡିଂ ଆରମ୍ଭ କରିଥିଲେ। ଏହି ଦୃଶ୍ୟ ନାନାବତୀ ଡାକ୍ତରଖାନାରେ ଲାଇଭ ରେକଡିଂ ହୋଇଥିଲା। ଏଥିପାଇଁ ନିର୍ଦ୍ଦେଶକ ତିନୋଟି କ୍ୟାମେରା ବ୍ୟବହାର କରିଥିଲେ। ଫିଲ୍ମର ପ୍ରଡକ୍ସନ ଟିମ୍‌ର ଶୁଟିଂ ସମୟରେ ଡାକ୍ତରଖାନାର ଡାକ୍ତର ଏବଂ ନର୍ସଙ୍କ ବ୍ୟତୀତ ତିନିଜଣ ସଦସ୍ୟ ରହିଥିଲେ।
୧୯୯୦ ରେ, ଶ୍ୱେତା ମାଲାୟାଲମ ଫିଲ୍ମରୁ ନିଜ କ୍ୟାରିଅର୍‌ ଆରମ୍ଭ କରିଥିଲେ । କିଛି ଫିଲ୍ମରେ କାମ କରିବା ପରେ ସେ ଅଭିନୟ ଜଗତ ଛାଡି ମଡେଲିଂ ଦୁନିଆରେ ପ୍ରବେଶ କରିଥିଲେ। ୧୯୯୪ ରେ ସେ ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥିଲେ। ୨୦୦୬ ରେ, ସେ ପୂନର୍ବାର ମାଲାୟାଲମ ଫିଲ୍ମରେ କାମ କରିଥିଲ।
ଶ୍ୱେତା ଫିଲ୍ମ ବ୍ୟତୀତ ଅନେକ ଟିଭି ଶୋ, ପୁରସ୍କାର କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଆଙ୍କରିଂ କରନ୍ତି। ୨୦୧୧ରେ ସେ ମୁମ୍ବାଇରେ ରହୁଥିବା ଶ୍ରୀଭାଲସନ ମେନନଙ୍କୁ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

ପରପାରିରେ ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

ଗର୍ଭବତୀ ଥାଇ ବି ଆକ୍ସନ ସିନ୍‌ କରୁଛନ୍ତି ଦୀପିକା!

ମୁମ୍ବାଇ: ବଲିଉଡର ‘ମସ୍ତାନୀ’ ଅର୍ଥାତ୍‌ ଦୀପିକା ପାଦୁକୋନ ୨୦୨୪ ସେପ୍ଟେମ୍ବରରେ ମା’ ହେବାକୁ ଯାଉଛନ୍ତି। ଏହି ମୁହୂର୍ତ୍ତକୁ ଅନୁଭବ କରିବାକୁ ଉଭୟ ଅଭିନେତା ରଣବୀର ସିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri