Posted inଫୁରସତ

ମିଠା ଫୁଲ: ଦିଶେ ସତସତିକା, ହେଲେ…

ଫୁଲ କାହାକୁ ବା ଭଲ ନ ଲାଗେ? ଫୁଲକୁ ଦେଖିଲେ ମନ ପ୍ରସନ୍ନ ହୋଇଯାଏ। ଏଠାରେ ଥିବା ସୁନ୍ଦର ଫୁଲଗୁଡ଼ିକୁ ଦେଖି ମଧ୍ୟ ଭାବୁଥିବେ ସତରେ କେତେ ସୁନ୍ଦର ହେଇଛି ପ୍ରକୃତିର ଏହି ସୃଷ୍ଟି! କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଫୁଲସବୁ ସତସତିକା ନୁହେଁ, ବରଂ ଚିନିରେ ତିଆରି। ମିସେଲ୍‌ ଗୁୟେନ୍‌ ନାମ୍ନୀ ଜଣେ କଳାକାର ତିଆରି କରିଛନ୍ତି ଏହି ଫୁଲଗୁଡ଼ିକୁ। ଏସବୁକୁ ସେ ଏତେ ନିଖୁଣଭାବେ ତିଆରି କରିଛନ୍ତି ଯେ, ତାହା ବାସ୍ତବ ନୁହେଁ ବୋଲି କହିବା କଷ୍ଟକର। ମେଲବର୍ନର ମିସେଲ୍‌ ହେଉଛନ୍ତି ଜଣେ ସୁଗାର ଫ୍ଲାଓ୍ବାର ଆର୍ଟିଷ୍ଟ। ସେ ତିଆରି କରୁଥିବା ଫୁଲଗୁଡ଼ିକର ଜୀବନ୍ତ ପରି ପାଖୁଡ଼ା, ନିଖୁଣ କାମ ହୋଇଥିବା ପତ୍ର ଓ ଉପଯୁକ୍ତ କଲର୍‌ ତା’ ମଧ୍ୟରେ ବାସ୍ତବତା ଭରିଥାଏ। ମିସେଲ୍‌ଙ୍କୁ ତାଙ୍କର ଏହି ନିଖୁଣ କାରିଗରି ଲାଗି ଅନେକ ସମ୍ମାନରେ ସମ୍ମାନିତ ବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

ପ୍ରଥମଥର ଏକାକୀ ବିମାନ ଉଡ଼ାଇଲେ ଯୁବତୀ, ଆକାଶରେ ଥାଇ ବାପାଙ୍କୁ କହିଲେ ଏହି ଦୁଇ ଶବ୍ଦ, ହୃଦୟକୁ ଛୁଇଁଗଲା…

ବାପା ଏବଂ ଝିଅଙ୍କ ମଧ୍ୟରେ ସମ୍ପର୍କ ବହୁତ ସ୍ବତନ୍ତ୍ର ହୋଇଥାଏ। ଜଣେ ବାପା ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ତାଙ୍କ ଝିଅର ସ୍ବପ୍ନରେ ବିଶ୍ୱାସ କରନ୍ତି। ପ୍ରତ୍ୟେକ…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri