ଭୋଜନକୁ ନେଇ କିଛି ନିୟମ: ଜାଣି ରଖନ୍ତୁ…

ଭୋଜନ କରିବା ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ। ଏହାଦ୍ୱାରା ଶରୀରକୁ ଶକ୍ତି ମିଳେ। କିନ୍ତୁ ବେଳେବେଳେ ଭୋଜନ କରିବା ସମୟରେ ଆମେ ଜାଣତରେ ହେଉ ଅବା ଅଜାଣତରେ ଏଭଳି କିଛି କାର୍ଯ୍ୟ କରିଥାଉ; ଯଦ୍ଦ୍ବାରା ଅନ୍ନର ଅପମାନ ହୋଇଥାଏ। ଆସନ୍ତୁ ଜାଣିବା ଭୋଜନ ସହ ଜଡ଼ିତ ସେମିତି କିଛି ନିୟମ ସମ୍ପର୍କରେ…

ଭୋଜନ କରିବାକୁ ଗୋଟେ ଥର ବସିଲେ ପେଟପୂରା ଖାଦ୍ୟ ଖାଇସାରିକି ହିଁ ଉଠିବା ଦରକାର। ଖାଇବା ସମୟରେ ବାରମ୍ବାର ଉଠିକି ଯିବାଦ୍ୱାରା ଖାଦ୍ୟର ଅପମାନ ହୋଇଥାଏ।

ଛାଡ଼ିଥିବା ଖାଦ୍ୟକୁ ଦ୍ୱିତୀୟ ଥର ଖାଇବା ଠିକ୍‌ ନୁହେଁ କିମ୍ବା ଅଧିକ ଭୋଜନ କରିବା ମଧ୍ୟ ଶରୀର ପକ୍ଷେ ହିତକର ନୁହେଁ।
ଅଇଁଠା ଖାଦ୍ୟ କାହାରିକୁ ପରଷିବା କିମ୍ବା ଅନ୍ୟର ଅଇଁଠା ଖାଦ୍ୟକୁ ନିଜେ ଖାଇବା ବି ଉଚିତ ନୁହେଁ।

ସେହିପରି ଅଇଁଠା ମୁହଁରେ କୁଆଡ଼େ ଯିବା ଆଦୌ ଶୁଭଦାୟକ ନୁହେଁ। ଯଦି ଅତି ଜରୁରୀ ପଡୁଛି, ତା’ହେଲେ ଖାଉଥିବା ସମୟରେ କିଛି ପାଣି ପିଇକି ଆପଣ ଉଠିକି ଯାଇପାରିବେ।

ଭୋଜନ ସର୍ବଦା ଆନନ୍ଦ ମନରେ କରିବା ଦରକାର। ଯଦି ଏହାର ପ୍ରସ୍ତୁତିରେ କିଛି ତ୍ରୁଟି ରହିଯାଇଛି ତା’ହେଲେ ବି ତା’ର ଅପମାନ କରିବା ଠିକ୍‌ ନୁହେଁ।

ଭୋଜନ କରିବା ସମୟରେ ଖାଦ୍ୟକୁ ତଳେ ପକାଇବା କିମ୍ବା ଅଯଥାରେ ଖାଦ୍ୟ ନଷ୍ଟ କରିବା ମଧ୍ୟ ଆଦୌ ଶୁଭ ଲକ୍ଷଣ ନୁହେଁ।
ଯଦି ଏହି ସବୁ ନିୟମରେ ଖିଲାପ କରାଯାଏ, ତା’ହେଲେ ମା’ ଲକ୍ଷ୍ମୀ ରୋଷ କରିଥାନ୍ତି ଆଉ ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ ବୋଲି ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପନିର୍‌ ମାଜିଷ୍ଟିକ୍‌

ସମ୍ବଲପୁର ସହରର ଜଗନ୍ନାଥ କଲୋନୀ ଛକଠାରେ ମିଡ୍‌ଟାଉନ୍‌ ରେସ୍ତୋରାଁ ଗ୍ରାହକମାନଙ୍କ ରୁଚି ଅନୁସାରେ ପ୍ରସ୍ତୁତ କରୁଛି ସ୍ବାଦିଷ୍ଠ ଖାଦ୍ୟ। ପନିର ମାଜିଷ୍ଟିକ୍‌ ଏହାର ମୁଖ୍ୟ ଡିଶ୍‌।...

ସ୍ବାସ୍ଥ୍ୟାବସ୍ଥା ଜାଣିବାର ନୂଆ ଉପାୟ

ସ୍ବାସ୍ଥ୍ୟ ସମ୍ପର୍କିତ କୌଣସି ସୂଚନା ଏଣିକି ସହଜରେ ଜାଣିହେବ। ନିକଟରେ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏ ନେଇ କ୍ଷୁଦ୍ର ସେନ୍‌ସର ପ୍ରସ୍ତୁତ କରିଛନ୍ତି। ଉକ୍ତ ନୂଆ...

ଏହି ୮ ପ୍ରକାର ଲୋକଙ୍କଠାରୁ ଦୂରରେ ରହିବାକୁ କହିଛନ୍ତି ଚାଣକ୍ୟ, ନଚେତ ପାଇବେ ଦୁଃଖ

ଭାରତର ମହାନ ରାଜନୀତିଜ୍ଞ ଏବଂ ଅର୍ଥଶାସ୍ତ୍ର ବିଶେଷଜ୍ଞ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବିଭିନ୍ନ ବିଷୟରେ ବର୍ଣ୍ଣନା କରିଛନ୍ତି। ଚାଣକ୍ୟ ନୀତି ପୁସ୍ତକର ୧୭ତମ ଅଧ୍ୟାୟର...

ମଧୁମେହ ରୋଗୀଙ୍କ ପାଇଁ ବରଦାନ ସଦୃଶ ଭେଣ୍ଡି; ଜାଣନ୍ତୁ କିପରି କରିବେ ସେବନ…

ବର୍ତ୍ତମାନର ପରିବର୍ତ୍ତିତ ଜୀବନଶୈଳୀ ଯୋଗୁ ଡାଇବେଟିସ ବା ମଧୁମେହ ରୋଗରେ ଯୁବକଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଆକ୍ରାନ୍ତ ହେଉଛନ୍ତି। ଫଳରେ ଏହା ଏକ ସାଧାରଣ ରୋଗରେ...

ସ୍ବାଦିଷ୍ଟ ସହ ସ୍ବାସ୍ଥ୍ୟ ଉପକାରୀ କିଓ୍ବି: ଏସବୁ ସମସ୍ୟା କରେଦୂର

ପାହାଡ଼ିଆ ଅଞ୍ଚଳରେ ଏପରି କିଛି ଫଳ ରହିଛି ଯାହା ଅଧିକ ଲୋକପ୍ରିୟ ହୋଇ ନ ଥିଲେ ମଧ୍ୟ ଏହାକୁ ଥରେ ଖାଇଲେ ତାହା ସ୍ବାଦ ଭୁଲିହୋଇ...

ପ୍ରଥମ ଦେଖାରେ ପୁଅଙ୍କ ଏସବୁ କଥା ପ୍ରେମିକାଙ୍କୁ କରିଥାଏ ପ୍ରଭାବିତ

ପହିଲି ପ୍ରେମ ପରି ପ୍ରଥମ ଦେଖା। ପ୍ରେମିକାପ୍ରେମିକାଙ୍କ ମନରେ ଏହା ଏକ ଅଭୁଲା ସ୍ମୃତି ହୋଇ ରହିଥାଏ। କାରଣ ପ୍ରଥମ ଦେଖାରେ ମନକୁ ଯେଉଁ ଭାବନା...

ଉପବାସ କରୁଥିଲେ…

କେତେକ ପୂଜା ପାର୍ବଣରେ ଉପବାସ ରହିଲେ ତାହା ମନକୁ ଶାନ୍ତି ଦେବା ସହ ମନରେ ଆଧ୍ୟାତ୍ମିକ ଭାବନା ଜାଗ୍ରତ କରିଥାଏ ବୋଲି ଅନେକେ ବିଶ୍ୱାସ କରନ୍ତି।...

ଶୋଇବା ବେଳେ ଏପରି ଭୁଲ କରୁଛନ୍ତି କି? ଜାଣିରଖନ୍ତୁ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଶୋଇବା ସମୟରେ ମଧ୍ୟ କିଛିଟା ନିୟମ ମାନିବା ନିହାତି ଆବଶ୍ୟକ। କାରଣ ଏହାକୁ ନ ମାନିଲେ ମନ ଭାରାକ୍ରାନ୍ତ ରହିବା ସହ ଭଲ...

Advertisement
Archives

Model This Week