ମଧୁର ଦାମ୍ପତ୍ୟ କଥା…

”ବିବାହ ପୂର୍ବରୁ ହେଉ ଅବା ପରେ ନିଜ ବୈବାହିକ ଜୀବନକୁ ନେଇ ଅନେକେ ରଙ୍ଗିନ ସ୍ବପ୍ନ ଦେଖିଥାଆନ୍ତି । ହେଲେ ଏହି ସମୟରେ ପରସ୍ପର ଭିତରେ ଉତ୍ତମ ବୁଝାମଣା ହିଁ ଏହାକୁ ସଫଳ କରିବାରେ ସହାୟକ ହୋଇଥାଏ। ଯଦି ପରସ୍ପର ଭିତରେ ବୁଝାମଣାର ଅଭାବ କିମ୍ବା ପ୍ରତିଟି କଥାରେ ଯୁକ୍ତିତର୍କ, ମନୋମାଳିନ୍ୟ ଲାଗି ରହିଲା ତେବେ ଦାମ୍ପତ୍ୟ ଜୀବନ ବିଷାଦରେ ଭରିଯାଇଥାଏ।“

ବିବାହ ହେଉଛି ଏମିତି ଏକ ବନ୍ଧନ ଯେଉଁଥିରେ କେବଳ ଦୁଇଟି ମନର ମିଳନ ହୋଇ ନ ଥାଏ ବରଂ ଦୁଇଟି ପରିବାରର ଭବିଷ୍ୟତ ସେମାନଙ୍କ ଉପରେ ନିର୍ଭର କରିଥାଏ। ହାତକୁ ଦି’ହାତ ହେବା ପରେ ଉଭୟ ସ୍ବାମୀ-ସ୍ତ୍ରୀ ପରସ୍ପର ପରିବାରକୁ ଗୋଟିଏ ବୋଲି ମନେ କରନ୍ତି। କେତେକେ ଦୁଇଟି ପରିବାରକୁ ଗୋଟିଏ ସ୍ନେହର ଡୋରିରେ ବାନ୍ଧି ଦେଇଥାଆନ୍ତି। ଆଉ ସେହି ଡୋରିରେ ଭଲପାଇବା, ବିଶ୍ୱାସ ଓ ବୁଝାମଣା ଯେମିତି ଏକ ସୂତାରେ ଗୁନ୍ଥା ହୋଇଥିବା ମାଳି ପରି ହୋଇଥାଏ। ଏଥିପାଇଁ ବିବାହକୁ ଏକ କମ୍ପ୍ରମାଇଜ୍‌ ନ ଭାବି ଏହାକୁ ଈଶ୍ୱରଦତ୍ତ ମିଳନ ଭାବିବା ଦରକାର। ଯଦି ଆପଣଙ୍କ ଦାମ୍ପତ୍ୟ ଜୀବନରେ ଭଲ ପାଇବା, ସ୍ନେହଶ୍ରଦ୍ଧା, ବିଶ୍ୱାସ ଏବଂ ବୁଝାମଣାର ଅଭାବ ଦେଖିବାକୁ ମିଳେ ତେବେ ଏହି ପବିତ୍ର ସମ୍ପର୍କକୁ ଆଗେଇନେବା କଷ୍ଟକର ବ୍ୟାପାର ହୋଇଥାଏ। ଏଥିପାଇଁ ଦାମ୍ପତ୍ୟ ଜୀବନରେ କିଛି କଥାକୁ ଗୁରୁତ୍ୱ ଦେବା ସହ ଆଗକୁ ବଢ଼ିବା ଦରକାର।
ସନ୍ତୁଳିତ ଦାମ୍ପତ୍ୟ ଜୀବନ: ସ୍ବାମୀ-ସ୍ତ୍ରୀ ଗୋଟିଏ ନିକିତିର ଦୁଇପାର୍ଶ୍ୱ ଭଳି, ଯାହା ସାରା ଜୀବନ ସନ୍ତୁଳିତ ହୋଇ ରହିବା ନିହାତି ଦରକାର। ଯେତେବେଳେ ଏହି ସନ୍ତୁଳନ ବିଗିଡ଼ିଯାଏ, ସେତେବେଳେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ। ତେଣୁ ସ୍ବାମୀ-ସ୍ତ୍ରୀ ମଧ୍ୟରେ ବୁଝାମଣା ଯେତେ ଦୃଢ଼ ହେବ ସେମାନଙ୍କ ବୈବାହିକ ଜୀବନ ସେତିକି ଖୁସିରେ କଟିବ। ତେଣୁ କୌଣସି ସମସ୍ୟାକୁ ଏକ ବୋଝ ନ ଭାବି ତାହାର ଠିକ୍‌ ସମୟରେ ସମାଧାନ କରିବାକୁ ଚେଷ୍ଟା କରନ୍ତୁ। ଏହି ସମୟରେ ଉଭୟେ ନିଜର ମାନସିକ ଭାରସାମ୍ୟ ଦୃଢ଼ ରଖିବା ନିହାତି ଦରକାର।
ସବୁବେଳେ ରଖନ୍ତୁ ବିଶ୍ୱାସ: ବିଶ୍ୱାସ ଏଭଳି ଏକ ଶଦ୍ଦ, ଯାହା ଜୀବନକୁ ମଧୁମୟ କରିଦେଇଥାଏ। ବିଶେଷଭାବରେ ଦାମ୍ପତ୍ୟ ଜୀବନରେ ବିଶ୍ୱାସ ମୂଳଦୁଆ ପରି କାମକରେ। କାରଣ ଏହା ଉପରେ ହିଁ ଏକ ସୁଖୀ ଦାମ୍ପତ୍ୟ ଜୀବନ ନିର୍ଭର କରିଥାଏ। ତେଣୁ ବିବାହ ପରେ ସ୍ବାମୀ-ସ୍ତ୍ରୀ ପରସ୍ପର ଉପରେ ବିଶ୍ୱାସକୁ ଅତୁଟ ରଖିବା ନିହାତି ଜରୁରୀ। କାହା କଥାରେ ପ୍ରରୋଚିତ ହୋଇ ଆଗେଇବା, ଭୁଲ୍‌-ଠିକ୍‌ର ହିସାବ କରି ନ ପାରିବା ଦ୍ୱାରା ଦାମ୍ପତ୍ୟ ଜୀବନ ପ୍ରଭାବିତ ହୋଇଥାଏ। ଉଭୟ ଉଭୟଙ୍କ ମଧ୍ୟରେ ବିଶ୍ୱାସ ବଜାୟ ରଖନ୍ତୁ। ଯଦି କୌଣସି କଥାକୁ ନେଇ ଆପଣଙ୍କ ମନରେ ପ୍ରଶ୍ନ ଆସେ ଏ ବିଷୟରେ ଖୋଲାଖୋଲି ଭାବେ ଆଲୋଚନା କରନ୍ତୁ। କୌଣସି ଗୁରୁତର କଥାକୁ ତୁରନ୍ତ ସମାଧାନ କରନ୍ତୁ। ଏହାକୁ ସାମଧାନ ଆଳରେ ଅଧିକ ସମୟ ଗଡ଼େଇଲେ ପରବର୍ତ୍ତୀ ସମୟରେ ତାହା ଉଭୟ ଜୀବନରେ ଏକ ଜଟିଳ ସମସ୍ୟା ଭାବରେ ଉଭା ହୋଇଥାଏ।
ଆପୋସ ସହମତିରେ ନିଅନ୍ତୁ ନିଷ୍ପତ୍ତି: ଆପଣ ବିବାହ ପୂର୍ବରୁ ନିଜ ନିଷ୍ପତ୍ତି ହୁଏତ ନେଇପାରୁଥାନ୍ତି, କିନ୍ତୁ ବିବାହ ପରେ ଆପଣ ଏକରୁ ଦୁଇ ହୋଇଯାଇଥାଆନ୍ତି। ସେତେବେଳେ ଆଉ ଏକ ପରିବାର ସହ ଆପଣ ସାରା ଜୀବନ ପାଇଁ ଯୋଡ଼ିହୋଇଯାଆନ୍ତି। ଏହି ସମୟରେ ସେହି ପରିବାର ବିଷୟରେ ପ୍ରଥମେ ଭଲ ଭାବରେ ଜାଣନ୍ତୁ। ଯଦି ସେହି ପରିବାରକୁ ନେଇ ମନରେ କିଛି ପ୍ରଶ୍ନ ଉଠିଲା ତେବେ ସ୍ବାମୀଙ୍କ ସହ ବିଶଦ ଭାବରେ ଆଲୋଚନା କରନ୍ତୁ। କୌଣସି ବିଷୟରେ ଶେଷ ନିଷ୍ପତ୍ତି ନେବା ପୂର୍ବରୁ ଉଭୟେ ଭଲ ଭାବରେ ଆଲୋଚନା କରିବା ନିହାତି ଜରୁରୀ। ଏପରି କରିବା ଦ୍ୱାରା ୨ଜଣଙ୍କ ମଧ୍ୟରେ ଭଲପାଇବା ଓ ସମ୍ମାନ ବଢ଼ିଥାଏ। ଆପଣ ଜବରଦସ୍ତି ଏପରି କୌଣସି କାମ କରନ୍ତୁ ନାହିଁ, ଯାହା ଆପଣଙ୍କ ସ୍ବାମୀଙ୍କ ମନରେ ଆଘାତ ଦେବ। ଦାମ୍ପତ୍ୟ ଜୀବନ ସେତେବେଳେ ସାର୍ଥକ ହୁଏ ଯେତେବେଳେ ସ୍ବାମୀ-ସ୍ତ୍ରୀ ଉଭୟେ ସୁଖ ଦୁଃଖର ଭାଗୀଦାରି ହୋଇଥାଆନ୍ତି।
ମତଭେଦ: ଦାମ୍ପତ୍ୟ ଜୀବନରେ ଛୋଟମୋଟ ଝଗଡ଼ା ହେବା ନୂଆ କଥା ନୁହେଁ। ସେଥିପାଇଁ କୁହନ୍ତି, ସ୍ବାମୀ-ସ୍ତ୍ରୀ ଭିତରେ ଝଗଡ଼ା ସକାଳ କଳି ସଞ୍ଜକୁ ନ ଥାଏ। ଯଦି ଉଭୟଙ୍କ ଭିତରେ କିଛି ମତଭେଦ ସୃଷ୍ଟି ହେଲା, ତେବେ ତାହାର ତୁରନ୍ତ ସମାଧାନ କରନ୍ତୁ। ଏହାକୁ ଆଦୌ ବଢ଼ିବାକୁ ଦିଅନ୍ତୁ ନାହିଁ। କାରଣ ଏହା ଯେତେ ଆଗକୁ ବଢ଼ିବ ତାହାର କାୟା ସେତେ ମାଡ଼ି ମାଡ଼ି ଚାଲିବ। ଏପରି ଦିନ ଆସିବ ଏହାଦ୍ୱାରା ଆପଣଙ୍କ ବୈବାହିକ ଜୀବନ ଏଭଳି ପ୍ରଭାବିତ ହେବ ଯେ, ତାହାକୁ ସମାଧାନ କରିବାକୁ ହୁଏତ ଦୁହେଁ ଅସମର୍ଥ ହୋଇପାରନ୍ତି। ମତଭେଦ ଅଧିକ ବଢ଼ାନ୍ତୁ ନାହିଁ। ନିଜ ସମ୍ପର୍କକୁ ମଜଭୁତ ରଖିବାକୁ ହେଲେ ସ୍ବାମୀ-ସ୍ତ୍ରୀ ୨ଜଣଙ୍କୁ ବୁଦ୍ଧିମାନତାର ସହ ସମାଧାନ କରିବା ଆବଶ୍ୟକ। ଏଥିପାଇଁ ଧୈର୍ଯ୍ୟ ଓ ବିନମ୍ରତା ରହିବା ଜରୁରୀ। ଯଦି କୌଣସି କଥାକୁ ନେଇ ମତଭେଦ ରହିଥାଏ ତେବେ ସେ ବିଷୟରେ ଖୋଲାଖୋଲି ଭାବେ କଥା ହୁଅନ୍ତୁ। ଏପରି କରିବା ଦ୍ୱାରା କଥା ଯେଉଁଠୁ ଆରମ୍ଭ ହୋଇଥାଏ ସେଇଠି ହିଁ ଶେଷହୋଇଯିବ। କେବେ ନିଜ ଭିତରେ ଅହଂକାରକୁ ପ୍ରଶ୍ରୟ ଦିଅନ୍ତୁ ନାହିଁ।
ଭରସା: ସବୁ ପରିସ୍ଥିତିରେ ନିଜକୁ କେବେ ଦୁର୍ବଳ ଭାବନ୍ତୁନାହିଁ। ସ୍ବାମୀ-ସ୍ତ୍ରୀ ଉଭୟେ ନିଜ ଉପରେ ଭରସା ରଖନ୍ତୁ। ନିଜ ଭିତରେ ସୃଷ୍ଟି ହୋଇଥିବା ବିବାଦ ନିଜ ଭିତରେ ସମାଧାନ କରନ୍ତୁ। ଯଦି କୌଣସି କାରଣରୁ କଥା ଅଧିକ ବିଗିଡ଼ିଯାଇଛି ତେବେ ଅଭିଜ୍ଞ ପରିବାର ସଦସ୍ୟଙ୍କ ସହାୟତା ନେଇପାରନ୍ତି। ଭରସା ଏଭଳି ଏକ ଜିନିଷ ଯାହା ଥରେ ଭାଙ୍ଗିଗଲେ ପୁଣି ଥରେ ଗଢ଼ି ଉଠିବା କଷ୍ଟକର ହୋଇଥାଏ।
ପରିସ୍ଥିତି: ସ୍ବାମୀ-ସ୍ତ୍ରୀ ସମ୍ପର୍କ ସେତେବେଳେ ସଫଳ କୁହାଯିବ ଯେତେବେଳେ ଉଭୟଙ୍କ ମନରେ ଦୁହିଁଙ୍କୁ ପ୍ରତି ସମ୍ମାନ ରହିବ । ୨ଜଣ କଥାହେବା ସମୟରେ ତୃତୀୟ ଜଣଙ୍କ ସାମ୍ନାରେ କେବେବି କାହାର ଖରାପ କଥା କୁହନ୍ତୁନି। ନିଜର ପସନ୍ଦ ନାପସନ୍ଦ ଉଭୟ କାହା ଉପରେ ଲଦି ଦିଅନ୍ତୁ ନାହିଁ। ଦୁହେଁ ଦୁହିଁଙ୍କ ବ୍ୟକ୍ତିତ୍ୱକୁ ଜାଣନ୍ତୁ ଓ ବୁଝନ୍ତୁ। ଏପରି କରିବା ଦ୍ୱାରା ଉଭୟ କାହା ପ୍ରତି ଅବହେଳା କରିବେ ନାହିଁ। ଏହାଦ୍ୱାରା ଆପଣ ୨ଜଣ ଖୁସିରେ ରହିବେ। ଦାମ୍ପତ୍ୟ ଜୀବନ ସୁଖମୟ ହୋଇପାରିବ।

ଏମାନେ କ’ଣ କରନ୍ତି

ମିଳିମିଶି ସମସ୍ୟାର ସମାଧାନ କରିଥାଉ:
(ନିବେଦିତା ସାମନ୍ତରାୟ,ଯାଜପୁର)
ଦାମ୍ପତ୍ୟ ଜୀବନରେ ଅନେକ ସମସ୍ୟା ଆସେ। ଏହାକୁ ମିଳିମିଶି ସମାଧାନ କରିଥାଉ। କୌଣସି କଥାକୁ କେବେ ଅବହେଳା କରି ନ ଥାଏ। ଯେକୌଣସି ବିଷୟରେ ନିଷ୍ପତ୍ତି ନେବା ପୂର୍ବରୁ ଦୁହେଁ ଏ ବିଷୟରେ ଭଲଭାବେ ଆଲୋଚନା କରିଥାଉ। ପରସ୍ପର ଭିତରେ ଯେପରି ବିଶ୍ୱାସ ଅତୁଟ ରୁହେ ସେଥିପ୍ରତି ସବୁବେଳେ ଦୃଷ୍ଟି ଦେଇଥାଏ।
କିଛି ଜିନିଷକୁ ଆଡ୍‌ଜଷ୍ଟ କରିନେଲେ ଭଲ :
(ସୁଶ୍ରୀ ସମୀକ୍ଷା ମହାନ୍ତି,ମହାନଦୀ ବିହାର ,କଟକ)
ପରିବାରରେ ଯଦି କୌଣସି ସମସ୍ୟା ଆସେ ଏହାକୁ ଆମେ ୨ଜଣ କଥାବାର୍ତ୍ତା ହୋଇ ସମାଧାନକରୁ। ଦାମ୍ପତ୍ୟ ଜୀବନ ସେତେବେଳେ ସୁଖମୟ ହେବ,ଯଦି କିଛି ଜିନିଷକୁ ଆମେ ଆଡ୍‌ଜଷ୍ଟ କିମ୍ବା କମ୍ପ୍ରମାଇଜ୍‌ କରିନେବା । ସ୍ବାମୀ-ସ୍ତ୍ରୀ ମଧ୍ୟରେ ଯଦି ବିଶ୍ୱାସ, ଭଲପାଇବା ରହିବ ତେବେ ଏହି ସମ୍ପର୍କକୁ କେହି ଭାଙ୍ଗିପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?