ମଧୁର ଦାମ୍ପତ୍ୟ କଥା…

”ବିବାହ ପୂର୍ବରୁ ହେଉ ଅବା ପରେ ନିଜ ବୈବାହିକ ଜୀବନକୁ ନେଇ ଅନେକେ ରଙ୍ଗିନ ସ୍ବପ୍ନ ଦେଖିଥାଆନ୍ତି । ହେଲେ ଏହି ସମୟରେ ପରସ୍ପର ଭିତରେ ଉତ୍ତମ ବୁଝାମଣା ହିଁ ଏହାକୁ ସଫଳ କରିବାରେ ସହାୟକ ହୋଇଥାଏ। ଯଦି ପରସ୍ପର ଭିତରେ ବୁଝାମଣାର ଅଭାବ କିମ୍ବା ପ୍ରତିଟି କଥାରେ ଯୁକ୍ତିତର୍କ, ମନୋମାଳିନ୍ୟ ଲାଗି ରହିଲା ତେବେ ଦାମ୍ପତ୍ୟ ଜୀବନ ବିଷାଦରେ ଭରିଯାଇଥାଏ।“

ବିବାହ ହେଉଛି ଏମିତି ଏକ ବନ୍ଧନ ଯେଉଁଥିରେ କେବଳ ଦୁଇଟି ମନର ମିଳନ ହୋଇ ନ ଥାଏ ବରଂ ଦୁଇଟି ପରିବାରର ଭବିଷ୍ୟତ ସେମାନଙ୍କ ଉପରେ ନିର୍ଭର କରିଥାଏ। ହାତକୁ ଦି’ହାତ ହେବା ପରେ ଉଭୟ ସ୍ବାମୀ-ସ୍ତ୍ରୀ ପରସ୍ପର ପରିବାରକୁ ଗୋଟିଏ ବୋଲି ମନେ କରନ୍ତି। କେତେକେ ଦୁଇଟି ପରିବାରକୁ ଗୋଟିଏ ସ୍ନେହର ଡୋରିରେ ବାନ୍ଧି ଦେଇଥାଆନ୍ତି। ଆଉ ସେହି ଡୋରିରେ ଭଲପାଇବା, ବିଶ୍ୱାସ ଓ ବୁଝାମଣା ଯେମିତି ଏକ ସୂତାରେ ଗୁନ୍ଥା ହୋଇଥିବା ମାଳି ପରି ହୋଇଥାଏ। ଏଥିପାଇଁ ବିବାହକୁ ଏକ କମ୍ପ୍ରମାଇଜ୍‌ ନ ଭାବି ଏହାକୁ ଈଶ୍ୱରଦତ୍ତ ମିଳନ ଭାବିବା ଦରକାର। ଯଦି ଆପଣଙ୍କ ଦାମ୍ପତ୍ୟ ଜୀବନରେ ଭଲ ପାଇବା, ସ୍ନେହଶ୍ରଦ୍ଧା, ବିଶ୍ୱାସ ଏବଂ ବୁଝାମଣାର ଅଭାବ ଦେଖିବାକୁ ମିଳେ ତେବେ ଏହି ପବିତ୍ର ସମ୍ପର୍କକୁ ଆଗେଇନେବା କଷ୍ଟକର ବ୍ୟାପାର ହୋଇଥାଏ। ଏଥିପାଇଁ ଦାମ୍ପତ୍ୟ ଜୀବନରେ କିଛି କଥାକୁ ଗୁରୁତ୍ୱ ଦେବା ସହ ଆଗକୁ ବଢ଼ିବା ଦରକାର।
ସନ୍ତୁଳିତ ଦାମ୍ପତ୍ୟ ଜୀବନ: ସ୍ବାମୀ-ସ୍ତ୍ରୀ ଗୋଟିଏ ନିକିତିର ଦୁଇପାର୍ଶ୍ୱ ଭଳି, ଯାହା ସାରା ଜୀବନ ସନ୍ତୁଳିତ ହୋଇ ରହିବା ନିହାତି ଦରକାର। ଯେତେବେଳେ ଏହି ସନ୍ତୁଳନ ବିଗିଡ଼ିଯାଏ, ସେତେବେଳେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ। ତେଣୁ ସ୍ବାମୀ-ସ୍ତ୍ରୀ ମଧ୍ୟରେ ବୁଝାମଣା ଯେତେ ଦୃଢ଼ ହେବ ସେମାନଙ୍କ ବୈବାହିକ ଜୀବନ ସେତିକି ଖୁସିରେ କଟିବ। ତେଣୁ କୌଣସି ସମସ୍ୟାକୁ ଏକ ବୋଝ ନ ଭାବି ତାହାର ଠିକ୍‌ ସମୟରେ ସମାଧାନ କରିବାକୁ ଚେଷ୍ଟା କରନ୍ତୁ। ଏହି ସମୟରେ ଉଭୟେ ନିଜର ମାନସିକ ଭାରସାମ୍ୟ ଦୃଢ଼ ରଖିବା ନିହାତି ଦରକାର।
ସବୁବେଳେ ରଖନ୍ତୁ ବିଶ୍ୱାସ: ବିଶ୍ୱାସ ଏଭଳି ଏକ ଶଦ୍ଦ, ଯାହା ଜୀବନକୁ ମଧୁମୟ କରିଦେଇଥାଏ। ବିଶେଷଭାବରେ ଦାମ୍ପତ୍ୟ ଜୀବନରେ ବିଶ୍ୱାସ ମୂଳଦୁଆ ପରି କାମକରେ। କାରଣ ଏହା ଉପରେ ହିଁ ଏକ ସୁଖୀ ଦାମ୍ପତ୍ୟ ଜୀବନ ନିର୍ଭର କରିଥାଏ। ତେଣୁ ବିବାହ ପରେ ସ୍ବାମୀ-ସ୍ତ୍ରୀ ପରସ୍ପର ଉପରେ ବିଶ୍ୱାସକୁ ଅତୁଟ ରଖିବା ନିହାତି ଜରୁରୀ। କାହା କଥାରେ ପ୍ରରୋଚିତ ହୋଇ ଆଗେଇବା, ଭୁଲ୍‌-ଠିକ୍‌ର ହିସାବ କରି ନ ପାରିବା ଦ୍ୱାରା ଦାମ୍ପତ୍ୟ ଜୀବନ ପ୍ରଭାବିତ ହୋଇଥାଏ। ଉଭୟ ଉଭୟଙ୍କ ମଧ୍ୟରେ ବିଶ୍ୱାସ ବଜାୟ ରଖନ୍ତୁ। ଯଦି କୌଣସି କଥାକୁ ନେଇ ଆପଣଙ୍କ ମନରେ ପ୍ରଶ୍ନ ଆସେ ଏ ବିଷୟରେ ଖୋଲାଖୋଲି ଭାବେ ଆଲୋଚନା କରନ୍ତୁ। କୌଣସି ଗୁରୁତର କଥାକୁ ତୁରନ୍ତ ସମାଧାନ କରନ୍ତୁ। ଏହାକୁ ସାମଧାନ ଆଳରେ ଅଧିକ ସମୟ ଗଡ଼େଇଲେ ପରବର୍ତ୍ତୀ ସମୟରେ ତାହା ଉଭୟ ଜୀବନରେ ଏକ ଜଟିଳ ସମସ୍ୟା ଭାବରେ ଉଭା ହୋଇଥାଏ।
ଆପୋସ ସହମତିରେ ନିଅନ୍ତୁ ନିଷ୍ପତ୍ତି: ଆପଣ ବିବାହ ପୂର୍ବରୁ ନିଜ ନିଷ୍ପତ୍ତି ହୁଏତ ନେଇପାରୁଥାନ୍ତି, କିନ୍ତୁ ବିବାହ ପରେ ଆପଣ ଏକରୁ ଦୁଇ ହୋଇଯାଇଥାଆନ୍ତି। ସେତେବେଳେ ଆଉ ଏକ ପରିବାର ସହ ଆପଣ ସାରା ଜୀବନ ପାଇଁ ଯୋଡ଼ିହୋଇଯାଆନ୍ତି। ଏହି ସମୟରେ ସେହି ପରିବାର ବିଷୟରେ ପ୍ରଥମେ ଭଲ ଭାବରେ ଜାଣନ୍ତୁ। ଯଦି ସେହି ପରିବାରକୁ ନେଇ ମନରେ କିଛି ପ୍ରଶ୍ନ ଉଠିଲା ତେବେ ସ୍ବାମୀଙ୍କ ସହ ବିଶଦ ଭାବରେ ଆଲୋଚନା କରନ୍ତୁ। କୌଣସି ବିଷୟରେ ଶେଷ ନିଷ୍ପତ୍ତି ନେବା ପୂର୍ବରୁ ଉଭୟେ ଭଲ ଭାବରେ ଆଲୋଚନା କରିବା ନିହାତି ଜରୁରୀ। ଏପରି କରିବା ଦ୍ୱାରା ୨ଜଣଙ୍କ ମଧ୍ୟରେ ଭଲପାଇବା ଓ ସମ୍ମାନ ବଢ଼ିଥାଏ। ଆପଣ ଜବରଦସ୍ତି ଏପରି କୌଣସି କାମ କରନ୍ତୁ ନାହିଁ, ଯାହା ଆପଣଙ୍କ ସ୍ବାମୀଙ୍କ ମନରେ ଆଘାତ ଦେବ। ଦାମ୍ପତ୍ୟ ଜୀବନ ସେତେବେଳେ ସାର୍ଥକ ହୁଏ ଯେତେବେଳେ ସ୍ବାମୀ-ସ୍ତ୍ରୀ ଉଭୟେ ସୁଖ ଦୁଃଖର ଭାଗୀଦାରି ହୋଇଥାଆନ୍ତି।
ମତଭେଦ: ଦାମ୍ପତ୍ୟ ଜୀବନରେ ଛୋଟମୋଟ ଝଗଡ଼ା ହେବା ନୂଆ କଥା ନୁହେଁ। ସେଥିପାଇଁ କୁହନ୍ତି, ସ୍ବାମୀ-ସ୍ତ୍ରୀ ଭିତରେ ଝଗଡ଼ା ସକାଳ କଳି ସଞ୍ଜକୁ ନ ଥାଏ। ଯଦି ଉଭୟଙ୍କ ଭିତରେ କିଛି ମତଭେଦ ସୃଷ୍ଟି ହେଲା, ତେବେ ତାହାର ତୁରନ୍ତ ସମାଧାନ କରନ୍ତୁ। ଏହାକୁ ଆଦୌ ବଢ଼ିବାକୁ ଦିଅନ୍ତୁ ନାହିଁ। କାରଣ ଏହା ଯେତେ ଆଗକୁ ବଢ଼ିବ ତାହାର କାୟା ସେତେ ମାଡ଼ି ମାଡ଼ି ଚାଲିବ। ଏପରି ଦିନ ଆସିବ ଏହାଦ୍ୱାରା ଆପଣଙ୍କ ବୈବାହିକ ଜୀବନ ଏଭଳି ପ୍ରଭାବିତ ହେବ ଯେ, ତାହାକୁ ସମାଧାନ କରିବାକୁ ହୁଏତ ଦୁହେଁ ଅସମର୍ଥ ହୋଇପାରନ୍ତି। ମତଭେଦ ଅଧିକ ବଢ଼ାନ୍ତୁ ନାହିଁ। ନିଜ ସମ୍ପର୍କକୁ ମଜଭୁତ ରଖିବାକୁ ହେଲେ ସ୍ବାମୀ-ସ୍ତ୍ରୀ ୨ଜଣଙ୍କୁ ବୁଦ୍ଧିମାନତାର ସହ ସମାଧାନ କରିବା ଆବଶ୍ୟକ। ଏଥିପାଇଁ ଧୈର୍ଯ୍ୟ ଓ ବିନମ୍ରତା ରହିବା ଜରୁରୀ। ଯଦି କୌଣସି କଥାକୁ ନେଇ ମତଭେଦ ରହିଥାଏ ତେବେ ସେ ବିଷୟରେ ଖୋଲାଖୋଲି ଭାବେ କଥା ହୁଅନ୍ତୁ। ଏପରି କରିବା ଦ୍ୱାରା କଥା ଯେଉଁଠୁ ଆରମ୍ଭ ହୋଇଥାଏ ସେଇଠି ହିଁ ଶେଷହୋଇଯିବ। କେବେ ନିଜ ଭିତରେ ଅହଂକାରକୁ ପ୍ରଶ୍ରୟ ଦିଅନ୍ତୁ ନାହିଁ।
ଭରସା: ସବୁ ପରିସ୍ଥିତିରେ ନିଜକୁ କେବେ ଦୁର୍ବଳ ଭାବନ୍ତୁନାହିଁ। ସ୍ବାମୀ-ସ୍ତ୍ରୀ ଉଭୟେ ନିଜ ଉପରେ ଭରସା ରଖନ୍ତୁ। ନିଜ ଭିତରେ ସୃଷ୍ଟି ହୋଇଥିବା ବିବାଦ ନିଜ ଭିତରେ ସମାଧାନ କରନ୍ତୁ। ଯଦି କୌଣସି କାରଣରୁ କଥା ଅଧିକ ବିଗିଡ଼ିଯାଇଛି ତେବେ ଅଭିଜ୍ଞ ପରିବାର ସଦସ୍ୟଙ୍କ ସହାୟତା ନେଇପାରନ୍ତି। ଭରସା ଏଭଳି ଏକ ଜିନିଷ ଯାହା ଥରେ ଭାଙ୍ଗିଗଲେ ପୁଣି ଥରେ ଗଢ଼ି ଉଠିବା କଷ୍ଟକର ହୋଇଥାଏ।
ପରିସ୍ଥିତି: ସ୍ବାମୀ-ସ୍ତ୍ରୀ ସମ୍ପର୍କ ସେତେବେଳେ ସଫଳ କୁହାଯିବ ଯେତେବେଳେ ଉଭୟଙ୍କ ମନରେ ଦୁହିଁଙ୍କୁ ପ୍ରତି ସମ୍ମାନ ରହିବ । ୨ଜଣ କଥାହେବା ସମୟରେ ତୃତୀୟ ଜଣଙ୍କ ସାମ୍ନାରେ କେବେବି କାହାର ଖରାପ କଥା କୁହନ୍ତୁନି। ନିଜର ପସନ୍ଦ ନାପସନ୍ଦ ଉଭୟ କାହା ଉପରେ ଲଦି ଦିଅନ୍ତୁ ନାହିଁ। ଦୁହେଁ ଦୁହିଁଙ୍କ ବ୍ୟକ୍ତିତ୍ୱକୁ ଜାଣନ୍ତୁ ଓ ବୁଝନ୍ତୁ। ଏପରି କରିବା ଦ୍ୱାରା ଉଭୟ କାହା ପ୍ରତି ଅବହେଳା କରିବେ ନାହିଁ। ଏହାଦ୍ୱାରା ଆପଣ ୨ଜଣ ଖୁସିରେ ରହିବେ। ଦାମ୍ପତ୍ୟ ଜୀବନ ସୁଖମୟ ହୋଇପାରିବ।

ଏମାନେ କ’ଣ କରନ୍ତି

ମିଳିମିଶି ସମସ୍ୟାର ସମାଧାନ କରିଥାଉ:
(ନିବେଦିତା ସାମନ୍ତରାୟ,ଯାଜପୁର)
ଦାମ୍ପତ୍ୟ ଜୀବନରେ ଅନେକ ସମସ୍ୟା ଆସେ। ଏହାକୁ ମିଳିମିଶି ସମାଧାନ କରିଥାଉ। କୌଣସି କଥାକୁ କେବେ ଅବହେଳା କରି ନ ଥାଏ। ଯେକୌଣସି ବିଷୟରେ ନିଷ୍ପତ୍ତି ନେବା ପୂର୍ବରୁ ଦୁହେଁ ଏ ବିଷୟରେ ଭଲଭାବେ ଆଲୋଚନା କରିଥାଉ। ପରସ୍ପର ଭିତରେ ଯେପରି ବିଶ୍ୱାସ ଅତୁଟ ରୁହେ ସେଥିପ୍ରତି ସବୁବେଳେ ଦୃଷ୍ଟି ଦେଇଥାଏ।
କିଛି ଜିନିଷକୁ ଆଡ୍‌ଜଷ୍ଟ କରିନେଲେ ଭଲ :
(ସୁଶ୍ରୀ ସମୀକ୍ଷା ମହାନ୍ତି,ମହାନଦୀ ବିହାର ,କଟକ)
ପରିବାରରେ ଯଦି କୌଣସି ସମସ୍ୟା ଆସେ ଏହାକୁ ଆମେ ୨ଜଣ କଥାବାର୍ତ୍ତା ହୋଇ ସମାଧାନକରୁ। ଦାମ୍ପତ୍ୟ ଜୀବନ ସେତେବେଳେ ସୁଖମୟ ହେବ,ଯଦି କିଛି ଜିନିଷକୁ ଆମେ ଆଡ୍‌ଜଷ୍ଟ କିମ୍ବା କମ୍ପ୍ରମାଇଜ୍‌ କରିନେବା । ସ୍ବାମୀ-ସ୍ତ୍ରୀ ମଧ୍ୟରେ ଯଦି ବିଶ୍ୱାସ, ଭଲପାଇବା ରହିବ ତେବେ ଏହି ସମ୍ପର୍କକୁ କେହି ଭାଙ୍ଗିପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri