କୁରାନ ଜଳାକୁ ନେଇ ସ୍ବିଡ଼େନର ନାଟୋ ସଦସ୍ୟତା ବାଟରେ ସୃଷ୍ଟି ହୋଇପାରେ ବାଧା, ତୁର୍କୀ ଦେଲା ଚେତାବନୀ…

ଷ୍ଟକହୋମ,୨୩।୧ : ପବିତ୍ର କୁରାନ ଜଳାକୁ ନେଇ ସ୍ବିଡ଼େନର ନାଟୋ ସଦସ୍ୟତା ବାଟରେ ବାଧା ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ତୁର୍କୀ ଏନେଇ ସ୍ବିଡେନର ପ୍ରତିରକ୍ଷା ମନ୍ତ୍ରୀଙ୍କ ଆଙ୍କରା ଗସ୍ତକୁ ବାତିଲ କରିବାକୁ ଘୋଷଣା କରିଛି। ତୁର୍କୀର ଏହି ଘୋଷଣା ଦ୍ୱାରା ସ୍ବିଡେନର ନାଟୋ ସଦସ୍ୟ ହେବାର ସ୍ବପ୍ନ ହୁଏତ ଭାଙ୍ଗି ଯାଇପାରେ। ସ୍ବିିଡେନର ରାଜଧାନୀ ଷ୍ଟକହୋମରେ ତୁର୍କୀ ଦୂତାବାସ ବାହାରେ ବିରୋଧ ପରେ ତୁର୍କୀ ସରକାର ଏହା ଘୋଷଣା କରିଛନ୍ତି। ସ୍ବିଡେନର ଦକ୍ଷିଣପନ୍ଥୀ ନେତା ରସମୁସ ପାଲୁଦାନଙ୍କ ନେତୃତ୍ୱରେ ବିରୋଧ ସମୟରେ ପବିତ୍ର କୁରାନର ଏକ କପି ପୋଡି ଦିଆଯାଇଥିଲା। ଏହି ଘଟଣା ତୁର୍କୀକୁ କ୍ରୋଧିତ କରିଛି।

ଦୀର୍ଘ ଦିନ ଧରି ସ୍ବିଡେନ ନାଟୋର ସଦସ୍ୟ ହେବାକୁ ଚେଷ୍ଟା କରିଆସୁଥିଲା, କିନ୍ତୁ ତୁର୍କୀର ଆପତ୍ତି ଯୋଗୁଁ ଏବେ ଏଥିରେ ବାଧା ଦେଖାଦେଇଛି। ଦୀର୍ଘ ଦିନ ଧରି ସ୍ବିଡେନ ନାଟୋର ସଦସ୍ୟ ହେବାକୁ ଚେଷ୍ଟା କରିଆସୁଥିଲା, କିନ୍ତୁ ତୁର୍କୀର ଆପତ୍ତି ଯୋଗୁଁ ଏବେ ଏଥିରେ ବାଧା ଦେଖାଦେଇଛି। ଏନେଇ ସ୍ବିଡେନର ପ୍ରତିରକ୍ଷା ମନ୍ତ୍ରୀଙ୍କ ତୁର୍କୀ ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଥିଲା କାରଣ ଏହି ଗସ୍ତରେ ତୁର୍କୀର ଆପତ୍ତି ହଟାଇବା ପାଇଁ ସ୍ବିଡେନ ଆଲୋଚନା କରିଥାନ୍ତି।

ତେବେ ଷ୍ଟକହୋମରେ ବିରୋଧ ଆରମ୍ଭ ହେବା ପୂର୍ବରୁ ଆଲୋଚନାକୁ ଖଣ୍ଡନ କରାଯାଇଥିଲା। ତୁର୍କୀର ଅସନ୍ତୋଷ ମଧ୍ୟ ହେଉଛି ଯେ ରସମୁସ ପାଲୁଦାନଙ୍କୁ ଦୂତାବାସ ବାହାରେ ବିରୋଧ କରିବାକୁ ଅନୁମତି ଦିଆଯାଇଥିଲା ଏବଂ ଏହି ନିନ୍ଦା ଜନକ ଘଟଣା ପୋଲିସର ଉପସ୍ଥିତିରେ ଘଟିଥିଲା। ଏହି ଘଟଣା ଯୋଗୁଁ ତୁର୍କୀ ଏବଂ ସ୍ବିଡେନ ମଧ୍ୟରେ କୂଟନୈତିକ ସମ୍ପର୍କ ବ୍ୟାହତ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ନାଁ ନେବାରୁ ପାକିସ୍ତାନ ନେତାଙ୍କୁ ଲାଗିଲା କରେଣ୍ଟ

ଇସ୍‌ଲାମାବାଦ.୩୦।୮: ଏବେ ଭାରତ ନାଁ ନେଉ ନେଉ ପାକିସ୍ତାନକୁ ଲାଗିଲାଣି କରେଣ୍ଟ। ଶୁକ୍ରବାର ପାକିସ୍ତାନର ରେଲ ମନ୍ତ୍ରୀ ଶେଖ୍‌ ରସିଦ୍‌ ଅହମ୍ମଦ ଏକ ଜନସଭାକୁ ସମ୍ବୋଧନ...

‘ଫରାସୀଙ୍କୁ ହତ୍ୟା କରିପାରିବେ ମୁସଲମାନ’

କୁଆଲାଲମ୍ବୁର,୩୧ା୧୦: ନିସ୍‌ ଆକ୍ରମଣର କିଛି ସମୟ ପରେ ମାଲେସିଆର ପୂର୍ବତନ ପ୍ରଧାନମନ୍ତ୍ରୀ ମହାଥିର ମହମ୍ମଦ ଟୁଇଟର୍‌ରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଲକ୍ଷ...

ବାଇଡେନ୍‌ଙ୍କ ନୂଆ କ୍ୟାବିନେଟ ଘୋଷଣା

ୱାଶିଂଟନ,୨୪ ।୧୧: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ତାଙ୍କର ନୂଆ କ୍ୟାବିନେଟ ଘୋଷଣା କରିଛନ୍ତି । ଆସନ୍ତା ଜାନୁୟାରୀ ୨୦ରେ ବାଇଡେନ୍ କାର୍ଯ୍ୟଭାର ଗ୍ରହଣ...

ଏମିତି ଦେଶ ଯେଉଁଠି ଏପରି କଲେ ହୁଏ ମୃତ୍ୟୁ…

ପଶ୍ଚିମ ଆଫ୍ରିକାର ରହିଛି ଏକ ଛୋଟ ଦେଶ ବେନିନ୍‌। ଏଠାରୁ ହଁି କଳାଯାଦୁର ଆରମ୍ଭ ହୋଇଥିଲା ବୋଲି ଲୋକେ କୁହନ୍ତି । ଏଠାରେ ବାସ କରନ୍ତି...

ଭାରତ ଯାତ୍ରାକୁ ଆମେରିକାର ମନା, ବଳାତ୍କାର-ଆତଙ୍କବାଦ ଘଟଣା ବଢୁଥିବା କହିଲା…

ଓ୍ବାଶିଂଟନ, ୨୬।୧ : ଆମେରିକାର ଜୋ ବାଇଡେନ ପ୍ରଶାସନ ଏହାର ନାଗରିକମାନଙ୍କୁ ଜମ୍ମୁ-କଶ୍ମୀରରେ କରୋନା, ବଳାତ୍କାର ଏବଂ ଆତଙ୍କବାଦ ଘଟଣା ବୃଦ୍ଧି ପାଉଥିବାକୁ ଦୃଷ୍ଟିରେ ରଖି...

ରିପବ୍ଲିକାନ୍‌ ନେତା ଦୌଡ଼ରେ ଚଣ୍ଡିଗଡ଼ ଜନ୍ମିତ ହର୍‌ମିତ୍‌

ଓ୍ବାଶିଂଟନ,୭ା୧୨: ନିଜକୁ ପଞ୍ଜାବୀ ବୋଲି ଦାବି କରୁଥିବା ଚଣ୍ଡିଗଡ଼ ଜନ୍ମିତ ହର୍‌ମିତ୍‌ ଧିଲେଁା ଆମେରିକା ରିପବ୍ଲିକାନ୍‌ ପାର୍ଟିର ଶୀର୍ଷ ସାଂଗଠନିକ ନେତୃତ୍ୱ ଦୌଡ଼ରେ ସାମିଲ ହୋଇଛନ୍ତି।...

୧୮୩ ଦିନ ପରେ ପୃଥିବୀକୁ ଫେରିଲେ ୩ ଚାଇନା ମହାକାଶଚାରୀ…

ବେଜିଂ, ୧୬।୪ : ଚାଇନାର ୩ ଜଣ ମହାକାଶଚାରୀ ୧୮୩ ଦିନ ପରେ ପୃଥିବୀ ପୃଷ୍ଠକୁ ଫେରିଛନ୍ତିି। ମହାକାଶରେ ୬ ମାସ ବିତାଇବା ପରେ ମହାକାଶଚାରୀମାନେ...

ରୋଜାରେ ଖାଦ୍ୟ ଆଣିଯାଇଥିବା ବ୍ୟକ୍ତିଙ୍କୁ ଦୁର୍ବ୍ୟବହାର କରି ନିଲମ୍ବିତ ହେଲେ ମହିଳା ମ୍ୟାନେଜର

ମିସୁରୀ,୨୦।୫: ଆମେରିକାର ମିସୁରୀରେ ଜଣେ ଯୁବକ ରୋଜା ଖୋଲିବା ପାଇଁ ଟେକୋ ବେଲ ରେଷ୍ଟୁରାଣ୍ଟକୁ ଜଳଖିଆ ଆଣିବାକୁ ଯାଇଥିଲେ। ରେଷ୍ଟୁରାଣ୍ଟରେ ଥିବା ମହିଳା ମ୍ୟାନେଜର ଇନ୍‌...

Advertisement
Archives

Model This Week