ଜିମ୍‌ ଯାଇ ଝାଳ ବୁହାଉଛନ୍ତି ଏହି ଅଭିନେତ୍ରୀ, ସଲମାନଙ୍କ ସହ ଆସିବେ ନଜର

ମୁମ୍ବାଇ: ବଲିଉଡ୍‌ର ଜଣେ ଅଭିନେତ୍ରୀ ସବୁବେଳେ ନିଜର ଫିଟ୍‌ନେସକୁ ନେଇ ଚର୍ଚ୍ଚାରେ ଥାନ୍ତି। ଆଜିକାଲି ଆଉ ଟିକେ ବେଶି ଚର୍ଚ୍ଚାରେ ରହୁଛନ୍ତି। ସୋସିଆଲ ମିଡିଆରେ ସେ ଶେୟାର କରିଥିବା ଫଟୋକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା। ସେ ଆଉ କେହି ନୁହନ୍ତି, ସୁନ୍ଦରୀ କ୍ୟାଟ୍ରିନା କୈଫ୍‌। କ୍ୟାଟ୍‌ ଜିମ୍‌ ଯାଇ ଖୁବ୍‌ ପରିଶ୍ରମ କରୁଛନ୍ତି। ଜିମ୍‌ରେ ସେ ପିଲେଟ୍‌ ସେସନ ନେଉଥିବା ଦେଖିବାକୁ ମିଳିଛି।
କ୍ୟାଟ୍‌ କ୍ୟାଫ୍‌ ରେଡ୍‌ ଆଉଟ୍‌ଫିଟ୍‌ରେ ଓ୍ବାର୍କଆଉଟ୍‌ କରୁଥିବା ନଜର ଆସିଛନ୍ତି। ତାଙ୍କ ପାଖରେ ଜଣେ ଟ୍ରେନର ଠିଆ ହୋଇ ତାଙ୍କୁ ତାଲିମ ଦେଉଛନ୍ତି। ପିଲେଟ୍‌ ଜରିଆରେ ମାଂସପେଶୀ ସୁଦୃଢ଼ ହୋଇଥାଏ। ତାଙ୍କ ଓ୍ବାର୍କଆଉଟ୍‌ ଜଣାପଡୁଛି ସେ କେଉଁ ଫିଲ୍ମରେ ଏକ ଜବରଦସ୍ତ ଭୂମିକାରେ ଆସିବେ। ତେଣୁ ତାଙ୍କୁ ଏପରି କଠିନ ପରିଶ୍ରମ କରିବାକୁ ପଡୁଛି। କୁହାଯାଉଛି, ସଲମାନଙ୍କ ସହିତ ଟାଇଗର-୩ରେ ସେ ନଜର ଆସିବେ।
ସ୍ମରଣଯୋଗ୍ୟ, ୨୦୧୨ରେ ଟାଇଗର ଫିଲ୍ମରେ ସଲମାନ ଏବଂ କ୍ୟାଟ୍ରିନାଙ୍କୁ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ କବୀର ଖାନ୍‌ ନିର୍ଦ୍ଦେଶନା ଦେଇଥିଲେ। ଫିଲ୍ମଟି ବ୍ଲକବଷ୍ଟର ହିଟ୍‌ ହୋଇଥିଲା। ଏହା ବକ୍ସ ଅଫିସରେ ୩୨୦ କୋଟି ବ୍ୟବସାୟ କରିଥିଲା। ଏହା ପରେ ୨୦୧୭ରେ ସଲମାନଙ୍କ ସହ ଫିଲ୍ମ ‘ଟାଇଗର ଜିନ୍ଦା’ରେ ବି କ୍ୟାଟ୍‌ ନଜର ଆସିଥିଲେ। ଏବେ କୁହାଯାଉଛି ଟାଇଗର-୩ ଆସିବ। ଏଥିରେ ଅଲୀ ଅବାସ ନିର୍ଦ୍ଦେଶନା ଦେବେ। କ୍ୟାଟ୍ରିନା ଏହି ଅପ୍‌କମିଙ୍ଗ ଫିଲ୍ମ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବଶୀଘ୍ର ଇସ୍ତଫା ଦେବେ ବାଂଲାଦେଶ ରାଷ୍ଟ୍ରପତି; କିଏ ନେବେ ନେତୃତ୍ୱ? ରାଜନୈତିକ ମହଲରେ ହେଲାଣି ତୀବ୍ର ଆଲୋଚନା

ଢାକା,୨୩।୭: ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଆରମ୍ଭ ହୋଇଛି। ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ଖୁବ ଶୀଘ୍ର ଇସ୍ତଫା ଦେବାକୁ ଯାଉଛନ୍ତି;…

ବରଗଡ଼ ଉପକଣ୍ଠ ରାଜପଥରେ ରାହାଜାନୀ, ୩ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ୍

ବରଗଡ଼,୨୩।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଦେଇ ଯାଇଥିବା ରାଜପଥରେ ରାହାଜାନୀ ତଥା ବିଭିନ୍ନ ସ୍ଥାନରେ ଲୁଟପାଟ୍ ଅଭିଯୋଗ ହୋଇ ଆସୁଥିଲା । ଏହି ଘଟଣାରେ ପୋଲିସ…

ଧର୍ମେନ୍ଦ୍ର ପ୍ରଧାନଙ୍କ ପୁରୁଣା ପୋଷ୍ଟ ଭାଇରାଲ, ସୋନମ ଓ୍ବାଙ୍ଗଚୁକ ଏବଂ ତାଙ୍କ ପତ୍ନୀଙ୍କୁ କରିଥିଲେ ଏଭଳି ପ୍ରଶଂସା

ନୂଆଦିଲ୍ଲୀ,୨୩।୯: ଜଳବାୟୁ କର୍ମୀ ଓ ଶିକ୍ଷା ସଂସ୍କାରକ ସୋନମ ୱାଙ୍ଗଚୁକଙ୍କ ଅନଶନ ଜାରି ଥିବା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତିନି ବର୍ଷ ପୁରୁଣା ଏକ…

NEET UG ପେପର ଲିକ: ପରୀକ୍ଷାର ୧୦ ଦିନ ପୂର୍ବରୁ ଅଭିଯୁକ୍ତଙ୍କ ମୋବାଇଲ ଫୋନକୁ ଆସିଯାଇଥିଲା ପ୍ରଶ୍ନ, କୋର୍ଟରେ CBI ଖୋଲିଲା…

ନୂଆଦିଲ୍ଲୀ,୨୩।୭: NEET-UG 2026 ପେପର୍‌ ଲିକ ମାମଲାରେ ଅଭିଯୁକ୍ତ ଡକ୍ଟର ମନୋଜ ଭଗବାନରାଓ ଶିରୁରେ ଏବଂ ଶିବରାଜ ମୋଟେଗାଓଁକରଙ୍କ ଜାମିନ ଆବେଦନ ଉପରେ କୋର୍ଟ ଜୁଲାଇ ୨୪ରେ…

ଲାଞ୍ଚ ନେବା ପଡ଼ିଲା ମହଙ୍ଗା: ଉପକୋଷାଗାର ପୂର୍ବତନ କର୍ମଚାରୀଙ୍କୁ ଜେଲ୍‌ଦଣ୍ଡ

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଉପକୋଷାଗାର କାର୍ଯ୍ୟାଳୟର ପୂର୍ବତନ କର୍ମଚାରୀ ତଥା ବରିଷ୍ଠ କିରାଣି ନାରାୟଣ ମେହେରଙ୍କୁ ଲାଞ୍ଚ ନେବା ମହଙ୍ଗା ପଡ଼ିଛି। ତାଙ୍କ ବିରୋଧରେ…

୨ବର୍ଷ ପରେ ଦମଦାର ପ୍ରତ୍ୟାବର୍ତ୍ତନ, ପ୍ରଥମ ବଲ୍‌ରେ ୱିକେଟ୍ ନେଇ ଇତିହାସ ରଚିଲେ ମୟଙ୍କ

ନୂଆଦିଲ୍ଲୀ,୨୩।୭: ମୟଙ୍କ ଯାଦବ ଜିମ୍ବାୱେ ବିପକ୍ଷରେ ଖେଳାଯାଉଥିବା ପ୍ରଥମ ଟି-୨୦ ମ୍ୟାଚ୍‌ରେ ଦୁଇ ବର୍ଷରୁ ଅଧିକ ସମୟ ପରେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେ ତାଙ୍କର ପ୍ରଥମ…

Commonwealth Games 2026: ପଦକ ପକ୍କା, ଉଦଘାଟନୀ ଉତ୍ସବ ପୂର୍ବରୁ ଇତିହାସ ରଚିଲେ ଲୋଭଲିନା ବୋରଗୋହାଇନ!

ନୂଆଦିଲ୍ଲୀ,୨୩।୭: ଭାରତ ଉଦଘାଟନୀ ଉତ୍ସବ ପୂର୍ବରୁ 2026 ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦକ ତାଲିକା ଖୋଲିସାରିଛି। ଷ୍ଟାର ବକ୍ସର ଲୋଭଲିନା ବୋରଗୋହାଇନ ପ୍ରଥମ ରାଉଣ୍ଡରେ ବାଇ ପାଇ 75…

ନଦୀକୂଳରେ ଚାଲିଥିଲା ବ୍ରାଉନସୁଗାର କାରବାର, ଅତିର୍କିତ ଚଢ଼ାଉ କରି ୩ ଅଭିଯୁକ୍ତଙ୍କୁ…

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜୀରା ନଦୀକୂଳରେ ବ୍ରାଉନସୁଗାର କାରବାର ଚାଲିଥିବା ସମୟରେ ପୋଲିସ ଅତର୍କିତ ଚଢ଼ାଉ କରିଥିଲା। ଚଢ଼ାଉରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri