Posted inଜାତୀୟ

ଏଏପି ଛାଡ଼ିବେ ସ୍ବାତୀ ମାଲିଓ୍ବାଲ! ଦଳ ଛାଡିଲେ ହରେଇବେ ରାଜ୍ୟ ସଭା ସିଟ୍‌

ନୂଆଦିଲ୍ଲୀ,୧୯।୫: ରାଜ୍ୟ ସଭା ଏମପି ସ୍ବାତୀ ମାଲିୱାଲ ଏବଂ ତାଙ୍କ ପାର୍ଟି ଆମ ଆଦମୀ ମଧ୍ୟରେ ସମ୍ପର୍କ ଧିରେଧିରେ ବିଗିଡିବାରେ ଲାଗିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ PA ବୈଭବ କୁମାର, ମାଲିୱାଲଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତେବେ ବୈଭବଙ୍କୁ ଶନିବାର ଦିଲ୍ଲୀ ପୋଲିସ ଗିରଫ କରିଛି। ଏନେଇ ଗଣମାଧ୍ୟମରେ ବିଭିନ୍ନ ପ୍ରଶ୍ନ ଉଠୁଥିବାବେଳେ ସ୍ବାତୀଙ୍କ ସପକ୍ଷରେ ଭାଜପା ବାହାରିଛି। ଏଭଳି ପରିସ୍ଥିତିରେ ସ୍ବାତୀ ମାଲିୱାଲଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ଏନେଇ କଳ୍ପନାଜଳ୍ପନା ଜାରି ରହିଛି। ଚଳିତ ବର୍ଷ ଜାନୁଆରୀରେ ଏଏପି ଦ୍ୱାରା ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିବା ସ୍ବାତୀଙ୍କ ସହିତ ଦଳର ସମ୍ପର୍କ କାହିଁକି ଅଡୁଆ ହେଲା ଏନେଇ ବିଭିନ୍ନ ଆକଳନ କରାଯାଉଛି। କୁହାଯାଉଛି କି ସେ ଦଳ ପରିବର୍ତ୍ତନ କରିପାରନ୍ତି। ସେ କେଉଁ ଦଳରେ ଯୋଗଦେବେ ସେ ନେଇ କିଛି ସ୍ପଷ୍ଟ ହୋଇ ନ ଥିବାବେଳେ ଏଏପି ଛାଡିଲେ ତାଙ୍କ ରାଜ୍ୟ ସଭା ସିଟ୍‌ ତାଙ୍କୁ ହରାଇବାକୁ ପଡିବ ବୋଲି କୁହାଯାଉଛି। ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ…

ଦେଶର ସମ୍ବିଧାନର ଦଶମ ଅନୁସୂଚୀ ଅନୁଯାୟୀ, ନିର୍ବାଚିତ ଜନ ପ୍ରତିନିଧୀଙ୍କ ବିଷୟରେ ବିସ୍କୃତ ଆଲୋଚନା ହୋଇଛି। ଆବଶ୍ୟକ ସ୍ଥଳେ ଜଣେ ସାଧାରଣ ପ୍ରତିନିଧୀ କେବଳ ଦୁଇଟି ପରିସ୍ଥିତିରେ ଅଯୋଗ୍ୟ ହୋଇପାରିବେ। ପ୍ରଥମେ, ଯଦି ସେ ସ୍ବେଚ୍ଛାକୃତ ଭାବରେ ତାଙ୍କ ପଦ ଛାଡିଦିଅନ୍ତି କିମ୍ବା ଇସ୍ତଫା ଦିଅନ୍ତି । ଦ୍ୱିତୀୟ, ସେ ଗୃହରେ ଦଳର ନିର୍ଦ୍ଦେଶ ବିରୋଧରେ ଭୋଟ ଦିଅନ୍ତି କିମ୍ବା ଭୋଟ ଦେବା ଦିନ ଅନୁପସ୍ଥିତ ରୁହନ୍ତି। ଏପରି କରିବା ଦ୍ୱାରା ସେ ନିଜ ସଦସ୍ୟତା ହରେଇ ପାରନ୍ତି।

ଏହାର ଅର୍ଥ ଯଦି AAP ସ୍ବାତୀ ମାଲିୱାଲଙ୍କୁ ଦଳରୁ ନିଲମ୍ବନ କରେ ତା’ ପରେ ମଧ୍ୟ ସେ ରାଜ୍ୟ ସଭାରେ ଦଳର ଏମପି ରହିବେ। ଏବଂ ତାଙ୍କୁ ଦଳର ସବୁ ନିର୍ଦ୍ଦେଶକୁ ଗୃହରେ ମାନିବାକୁ ପଡ଼ିବ। କିନ୍ତୁ, ଯଦି AAP ତାଙ୍କୁ ଦଳରୁ ବହିଷ୍କାର କରେ, ତେବେ ସେ ସ୍ବୟଂଚାଳିତ ଭାବରେ ଗୃହରେ ଜଣେ ସ୍ବାଧୀନ ଏମପି ହେବେ । ଗୃହରେ AAP ର କୌଣସି ନିର୍ଦ୍ଦେଶ ପାଳନ କରିବାକୁ ବାଧ୍ୟ ହେବେ ନାହିଁ ।

ଦଶମ ସୂଚୀରେ ଦଳବଦଳ ଆଇନକୁ ନେଇ କୁହାଯାଇଛି ଯେ, ଯଦି ସେ ନିଜେ ଇସ୍ତଫା ଦିଅନ୍ତି କିମ୍ବା ଯଦି ସେ ଦଳ ଦଳ ଦ୍ୱାରା ଜାରି କରାଯାଇଥିବା କୌଣସି ନିର୍ଦ୍ଦେଶକୁ ଉଲ୍ଲଂଘନ କରନ୍ତି ତେବେ ରାଜ୍ୟ ସଭାରେ ସେ ଅଯୋଗ୍ୟ ଘୋଷଣା ହେବେ।

ତେବେ AAP ସ୍ବାତୀ ମାଲିୱାଲଙ୍କୁ ନିଲମ୍ବନ କି ବହିଷ୍କାର କରିବ କି ନାହିଁ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ। କିନ୍ତୁ ଆଇନ ଅନୁଯାୟୀ ଦଳ ତାଙ୍କୁ ବହିଷ୍କାର କଲେ ସ୍ବାତୀ ରାଜ୍ୟ ସଭାରେ ସ୍ବାଧୀନ ପ୍ରାର୍ଥ ତ ରହିବେ କିନ୍ତୁ କୌଣସି ଦଳରେ ଯୋଗ ଦେଇ ପାରିବେ ନାହିଁ। ଆଉ ଗୋଟିଏ ଦଳରେ ଥାଇ ଯଦି ସେ ଅନ୍ୟ ଏକ ଦଳରେ ଯୋଗ ଦିଅନ୍ତି ତେବେ ସେ ନିଜର ସଦସ୍ୟତା ହରାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

ଅକ୍ଟୋବର ୧୫ରୁ ବଦଳିଯିବ UPI ପେମେଣ୍ଟ କରିବାର ପଦ୍ଧତି; ଗ୍ୟାସ ସିଲିଣ୍ଡର ପାଇଁ ନଗଦ ଟଙ୍କା ଦେବାକୁ ପଡ଼ିବ ନା ନାହିଁ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୯: ସାରା ଦେଶରେ LPG ସିଲିଣ୍ଡରର ବହୁଳ ବ୍ୟବହାର ହୋଇଥାଏ; ତେଣୁ, ଯଦି ଆପଣ ମଧ୍ୟ ଘରେ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଏହି ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?