Posted inଜାତୀୟ

‘ସ୍ବାତୀ ମାଲିଓ୍ବାଲ ଭାଜପାର ମୋହରା’

ନୂଆଦିଲ୍ଲୀ,୧୭।୫: ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମପି ସ୍ବାତୀ ମାଲିୱାଲଙ୍କ ମାମଲା ଦିନକୁ ଦିନ ବିବାଦ ଘେରକୁ ଟାଣି ହେବାରେ ଲାଗିଛି। ଯେଉଁଥିରେ ଏଏପି ଅଡୁଆରେ ପଡିଛି। ତେବେ ଶୁକ୍ରବାର ସକାଳେ ଏସମ୍ପର୍କିତ ଭିଡିଓ ସୋସିଆଲ ମିଡିଆ ଏକ୍ସ’ ରେ ଭାଇରାଲ ହୋଇଛି। ଏଥିସହ ସ୍ବାତୀ ମଧ୍ୟ ପୋଲିସ ପାଖରେ ଏନେଇ ମାମଲା ରୁଜୁ କରିଛନ୍ତି। ଯେଉଁଥିରେ ତାଙ୍କର ଛାତି ଓ ପେଟରେ ଗୁରୁତର ଆଘାତ ଲାଗିଥିବା ସେ ଦର୍ଶାଇଛନ୍ତି। ଏହାକୁ ନେଇ ସଂଧ୍ୟାରେ ଏଏପି ପ୍ରେସମିଟ୍‌ କରିଛି। ଯେଉଁଥିରେ ଦିଲ୍ଲୀର ଶିକ୍ଷାମନ୍ତ୍ରୀ ଆତିଶୀ ମାରଲେନା ବଡ଼ ବୟାନ ଦେଇଛନ୍ତି।

ସେ କହିଛନ୍ତି, ସ୍ବାତୀ ମାଲିୱାଲଙ୍କୁ ଭାଜପାର ଚେହେରା ଓ ମୋହରା ସାଜିଛନ୍ତି। ସେ କାହାକୁ ନ ଜଣାଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ। ତାଙ୍କର ଉଦ୍ଦେଶ୍ୟ ଥିଲା ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିବା, କିନ୍ତୁ ସେତେବେଳେ ସିଏମ ଘରେ ନ ଥିଲେ।

ଆତିଶୀ ଆହୁରି କହିଛନ୍ତି, ଅରବିନ୍ଦ କେଜରିୱାଲ ଜାମିନ ପାଇବା ପରଠାରୁ ଭାଜପା ନର୍ଭସ ଅଛି। ଷଡଯନ୍ତ୍ର କରି ଭାଜପା ସ୍ବାତୀଙ୍କୁ ମେ ୧୩ ସକାଳେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ପଠାଇଥିଲା। ଯେତେବେଳେ ତାଙ୍କ ବାସଭବନରେ ସିଏମ ମିଳି ନ ଥିଲେ, ସେତେବେଳେ ସେ ତାଙ୍କ PA ବୈଭବ କୁମାରଙ୍କୁ ଅଭିଯୋଗ କରିଥିଲେ। ଆଜି ସାମ୍ନାକୁ ଆସିଥିବା ଭିଡିଓରୁ ଅନେକ କିଛି ସ୍ପଷ୍ଟ ହୋଇ ଯାଇଛି।

ସେ ଆହୁରି ଦାବି କରିଛନ୍ତି ଯେ, ଯେଉଁ ଭିଡିଓ ସାମ୍ନାକୁ ଆସିଛି ତାହା ସ୍ବାତୀଙ୍କ ଅଭିଯୋଗର ସମ୍ପୂର୍ଣ୍ଣ ବିପରୀତ। ଭିଡିଓରୁ ଅନେକ କିଛି ସ୍ପଷ୍ଟ ହୋଇଯାଇଛି । ଭିଡିଓରେ ସ୍ବାତୀ ମାଲିୱାଲ ବିବେକଙ୍କୁ ଧମକ ଦେବା ସହ ତାଙ୍କୁ ନେଇ ଅଭିଯୋଗ କରିବାକୁ କହୁଛନ୍ତି। ଉଚ୍ଚ ସ୍ବରରେ କଥାବାର୍ତ୍ତା କରୁଛନ୍ତି। କେବଳ ଏତିକି ନୁହେଁ ସେ ସେଠାରେ ଉପସ୍ଥିତ ଥିବା ସୁରକ୍ଷା କର୍ମୀଙ୍କୁ ମଧ୍ୟ ଧମକ ଦେଉଛନ୍ତି।

ସ୍ବାତୀଙ୍କ ଅଭିଯୋଗ ମିଥ୍ୟା ଅଟେ। ବୈଭବ ଆଜି ଦିଲ୍ଲୀ ପୋଲିସକୁ ମଧ୍ୟ ଅଭିଯୋଗ କରିଛନ୍ତି। ସେ ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ସ୍ବାତୀଙ୍କ ପାଖରେ କୌଣସି ଆପୋଏଣ୍ଟମେଣ୍ଟ ନ ଥିଲା, କିନ୍ତୁ ସେ ଫାଟକରେ ମିଛ କହିଥିଲେ। ଯେତେବେଳେ ଡ୍ୟୁଟିରେ ଥିବା ପୋଲିସ ଆପୋଏଣ୍ଟମେଣ୍ଟ ଲିଷ୍ଟ ଯାଞ୍ଚ କରିଥିଲେ, ସେଥିରେ ତାଙ୍କ ନାମ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ପମ୍ପ ଛାଡ଼ନ୍ତୁ, ଘର ଆଗରେ ଲଗାନ୍ତୁ EV ଚାର୍ଜିଂ ଷ୍ଟେଶନ; କେଇଦିନରେ ବଦଳିଯିବ ଆପଣଙ୍କ ଭାଗ୍ୟ!

ନୂଆଦିଲ୍ଲୀ,୬।୫: ଦିନ ଥିଲା ଯେତେବେଳେ ପେଟ୍ରୋଲ ପମ୍ପର ମାଲିକ ହେବା ପ୍ରତ୍ୟେକ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ସ୍ବପ୍ନ ଥିଲା। କିନ୍ତୁ ବଦଳୁଥିବା ସମୟ ସହିତ ଏହି…

କାଳବୈଶାଖୀରେ ଭାଙ୍ଗିଲା ଘର କାନ୍ଥ, ବାସହରା ହୋଇପଡ଼ିଛନ୍ତି ବୈବସତଙ୍କ ପରିବାର

ରିଷିଡ଼ା,୬ା୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ବୈବସତ ରଣା ପିତା ସତ୍ୟ ରଣାଙ୍କ ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇ ଦୟନୀୟ ଭାବେ…

ମାଡ଼ି ଆସିଲା କାଳବୈଶାଖୀ: କେଇ ମିନିଟରରେ ଛାରଖାର ହୋଇଗଲା ଜନତା ମଇଦାନ

ଭୁବନେଶ୍ବର,୬।୬: ରାଜଧାନୀ ଭୁବନେଶ୍ବରରେ ମାଡ଼ି ଆସିଲା କାଳବୈଶାଖୀ। କେଇ ମିନିଟର ଝଡତୋଫାନ ବର୍ଷାରେ ଛାରଖାର ହୋଇଗଲା ଜନତା ମଇଦାନ। ଜନତା ମଇଦାନରେ ଅନ୍ତର୍ଜାତୀୟ ଟ୍ରେଡ ଫେୟାର ପାଇଁ…

କାହିଁକି ପାକିସ୍ତାନରେ ବାରମ୍ବାର କମୁଛି ପେଟ୍ରୋଲ ଦର? ପୁଣି ୪ ଟଙ୍କା ଶସ୍ତା ହେଲା ପେଟ୍ରୋଲ, ଡିଜେଲ ଦର ଅପରିବର୍ତ୍ତିତ

ଇସଲାମାବାଦ,୬।୬: ଇରାନ-ଆମେରିକା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀ ସଙ୍କଟ ମଧ୍ୟରେ, ପାକିସ୍ତାନ ସରକାର ପେଟ୍ରୋଲର ମୂଲ୍ୟ ଲିଟର ପିଛା ୪ ଟଙ୍କା ହ୍ରାସ କରି ଜନସାଧାରଣଙ୍କୁ କିଛି…

୮ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ! IMDର ପୂର୍ବାନୁମାନ

ଭୁବନେଶ୍ୱର,୬।୬: ୮ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ! ପ୍ରବଳ ଗରମ ଓ ଗୁଳୁଗୁଳିରୁ ଶୀଘ୍ର ମିଳିପାରେ ମୁକ୍ତି। ଆଗାମୀ ୬ରୁ ୮ ଦିନ ମଧ୍ୟରେ ଓଡ଼ିଶା…

ବ୍ରିଜ ଉପରୁ ୪୦ ଫୁଟ ତଳକୁ ଡେଇଁ ଆତ୍ମହତ୍ୟା କଲେ ବ୍ୟକ୍ତି

ପାଟଣା,୬ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ମୁଖ୍ୟାଳୟ ବୈତରଣୀ ନଦୀ ବ୍ରିଜ୍‌ ଉପରୁ ୪୦ଫୁଟ ତଳକୁ ଶନିବାର ୨ଟା ବେଳେ ଡେଇଁ ଜଣେ ୫୫ ବର୍ଷୀୟ…

ରାଜରାସ୍ତାରେ ଯୁବତୀଙ୍କ ବେକରେ ଖଣ୍ଡା ଲଗାଇଲେ ଯୁବକ, ମୋତେ ବାହା ନ ହେଲେ ହାଣିଦେବି କହି…

ଡେରାବିଶ,୬ା୬(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ କଲେଜ ପରିସରରେ ଶନିବାର ଏକ ଅଭାବନୀୟ ଘଟଣା କ୍ରମରେ ପ୍ରେମ ପ୍ରତାରଣାର କରୁଣ ପରିଣତି ଦେଖିବାକୁ ମିଳିଛି। ଯୁକ୍ତ…

ସୂର୍ଯ୍ୟକୁମାରଙ୍କୁ ବଦଳାଇ ଶ୍ରେୟସ ଆୟରଙ୍କୁ କାହିଁକି କରାଗଲା ଅଧିନାୟକ ପ୍ରକୃତ କାରଣ କହିଲେ ଅଜିତ ଅଗରକର

ନୂଆଦିଲ୍ଲୀ,୬।୬: ଶନିବାର ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ପାଇଁ ଭାରତର ଟି-୨୦ ଦଳ ଘୋଷଣା କରିଥିଲେ, ସେତେବେଳେ ତାଲିକାରୁ ଅଧିନାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri