Posted inଖେଳ

ସ୍ବସ୍ତି ପାଇବେ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର, ୧୯।୯ (କ୍ରୀଡ଼ା ପ୍ରତିନିଧି) :ରାଜ୍ୟର ସମ୍ମାନଜନକ ଏକଲବ୍ୟ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ମହିଳା ସାଇକ୍ଲିଷ୍ଟ ସ୍ବସ୍ତି ସିଂ। ୨୦୨୨ ବର୍ଷ ପାଇଁ ସେ ଏହି ପୁରସ୍କାର ପାଇବେ। ଏଥିସହିତ ତାରକା ମହିଳା ଫୁଟ୍‌ବଲର ପ୍ୟାରୀ ଖାଖା ଓ ହକି ଫରଓ୍ବାର୍ଡ ଶୀଳାନନ୍ଦ ଲାକ୍ରା ଉକ୍ତ ଉତ୍ସବରେ ସମ୍ମାନିତ ହେବେ। ରବିବାର ଅନୁଷ୍ଠିତ ଜୁରି କମିଟି ବୈଠକରେ ସର୍ବସମ୍ମତିକ୍ରମେ ସ୍ବସ୍ତିଙ୍କୁ ଏକଲବ୍ୟ ପୁରସ୍କାର ବିଜେତା ମନୋନୀତ କରାଯାଇଛି। ଭାରତର ପ୍ରମୁଖ ଫେରୋ ଆଲଏଜ୍‌ ଉତ୍ପାଦନକାରୀ କମ୍ପାନୀ ଇମ୍ଫା ଦ୍ୱାରା ପରିଚାଳିତ ‘ଇଣ୍ଡିଆନ ମେଟାଲ୍ସ ପବ୍ଲିକ୍‌ ଚାରିଟେବଲ ଟ୍ରଷ୍ଟ (ଇମ୍ପାକ୍ଟ)’ ଦ୍ୱାରା ୧୯୯୩ ମସିହାରୁ ଏହି ପୁରସ୍କାର ପ୍ରଦାନ କରାଯାଇ ଆସୁଛି। ଏବେ ଓଡ଼ିଶାରେ ଏହା ଏକ ମର୍ଯ୍ୟାଦାଜନକ କ୍ରୀଡ଼ା ସମ୍ମାନ ରୂପେ ଖ୍ୟାତିଲାଭ କରିଛି।

ପୁରସ୍କାର ଆକାରରେ ସ୍ବସ୍ତିଙ୍କୁ ୫ ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରାଯିବ। ସେହିପରି ପ୍ୟାରୀ ଓ ଶୀଳାନନ୍ଦଙ୍କୁ ମାନପତ୍ର ସହ ୫୦ ହଜାର ଟଙ୍କା ଲେଖାଏ ଦିଆଯାଇ ସମ୍ମାନିତ କରାଯିବ। ”ଏହି ପୁରସ୍କାର ମାଧ୍ୟମରେ ରାଜ୍ୟର ଉଦୀୟମାନ କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହନ କରିବା ହେଉଛି ଆମର ମୂଳ ଲକ୍ଷ୍ୟ, ଯାହାଫଳରେ ସେମାନେ ଅଧିକରୁ ଅଧିକ ଉନ୍ନତ କ୍ରୀଡ଼ା ପ୍ରଦର୍ଶନ କରି ରାଜ୍ୟ ଏବଂ ଦେଶ ପାଇଁ ସୁନାମ ଅର୍ଜନ କରିପାରିବେ। କ୍ରୀଡ଼ା ବ୍ୟତୀତ କଳା, ସାହିତ୍ୟ, ସ୍ଥାପତ୍ୟ ଓ ସ୍ବାସ୍ଥ୍ୟସେବା ଆଦିକୁ ମଧ୍ୟ ପ୍ରୋତ୍ସାହନ ଦିଆଯାଉଛି“ ବୋଲି ଏକଲବ୍ୟ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରିବା ଅବସରରେ ‘ଇମ୍ପାକ୍ଟ’ର ଟ୍ରଷ୍ଟି ତଥା ଏକଲବ୍ୟ ପୁରସ୍କାର କମିଟି ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରକାଶ କରିଛନ୍ତି।
ସାଧାରଣତଃ ବିଗତ ୨ ବର୍ଷର ପ୍ରଦର୍ଶନକୁ ଦେଖି ଏହି ପୁରସ୍କାର ପାଇଁ ଯୋଗ୍ୟ କ୍ରୀଡ଼ାବିତ୍‌ଙ୍କୁ ଜୁରି କମିଟି ମନୋନୟନ କରିଥାଏ।

ଓଡ଼ିଶାରେ ପର୍ଯ୍ୟାପ୍ତ ଭିତ୍ତିମୂମି ନ ଥାଇ ମଧ୍ୟ ସାଇକ୍ଲିଂ ପରି ଏକ କ୍ରୀଡ଼ାକୁ କ୍ୟାରିୟର କରି ଆଗକୁ ବଢ଼ିଥିବାରୁ ସ୍ବସ୍ତି ନିଶ୍ଚିତ ପ୍ରଶଂସାର ପାତ୍ର। ରାଉରକେଲାର ଉମା ଦେବୀ ଓ ଅମର ସିଂଙ୍କ କନ୍ୟା ସ୍ବସ୍ତି ପ୍ରତିଷ୍ଠିତ ପ୍ରଶିକ୍ଷକ ସୁଶୀଲ କୁମାର ଦାସଙ୍କଠାରୁ କୋଚିଂ ନେଇ ନିଜ ପ୍ରଦର୍ଶନକୁ ମାର୍ଜିତ କରିଛନ୍ତି। ୨୦୧୮ରୁ ତାଙ୍କର ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ ହୋଇଥିଲା। ୨୦୧୯ରେ ଟ୍ରାକ୍‌ ଏସିଆ କପ୍‌ ସାଇକ୍ଲିଂ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ସ୍ବାଦ ଚାଖିଥିବା ଏହି ପ୍ରତିଭାସମ୍ପନ୍ନ ସାଇକ୍ଲିଷ୍ଟ ସେହିବର୍ଷ ନେପାଳରେ ଅନୁଷ୍ଠିତ ସାଉଥ୍‌ ଏସିଆନ ଗେମ୍ସର ମହିଳା ଇଣ୍ଡିଭିଜୁଆଲ ରୋଡ୍‌ ରେସ୍‌ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଥିଲେ।

୨୦୨୨ ତାଙ୍କ କ୍ୟାରିୟରକୁ ଏକ ଭିନ୍ନ ସୋପାନକୁ ନେଇଯାଇଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ୪୧ତମ ସିନିୟର ଏସିଆନ ଟ୍ରାକ୍‌ ସାଇକ୍ଲିଂ ଚାମ୍ପିୟନଶିପ୍‌ର ମହିଳା ୪ କିଲୋମିଟର ପର୍ଶୁଟ ଇଭେଣ୍ଟରେ ସେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ଦଳର ସଦସ୍ୟା ରହି ରାଜ୍ୟକୁ ଗର୍ବିତ କରିଥିଲେ। କୌଣସି ଏସିଆନ ଟ୍ରାକ୍‌ ସାଇକ୍ଲିଂ ଚାମ୍ପିୟନଶିପ୍‌ରେ ଭାରତୀୟ ମହିଳା ଦଳର ଏହା ଥିଲା ସର୍ବପ୍ରଥମ ପଦକ। ଜାତୀୟସ୍ତରରେ ସ୍ବସ୍ତିଙ୍କ ସଫଳତାର ଫର୍ଦ୍ଦ ବେଶ୍‌ ଲମ୍ବା। ସେ ଜାତୀୟ ରେକର୍ଡ ଏବଂ ୬ ସ୍ବର୍ଣ୍ଣ ସହ ମୋଟ ୧୫ରୁ ଊର୍ଦ୍ଧ୍ୱ ପଦକ ହାସଲ କରି ନିଜ ଉଜ୍ଜ୍ୱଳ ଭବିଷ୍ୟତର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?