Posted inଖେଳ

ସ୍ବସ୍ତି ପାଇବେ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର, ୧୯।୯ (କ୍ରୀଡ଼ା ପ୍ରତିନିଧି) :ରାଜ୍ୟର ସମ୍ମାନଜନକ ଏକଲବ୍ୟ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ମହିଳା ସାଇକ୍ଲିଷ୍ଟ ସ୍ବସ୍ତି ସିଂ। ୨୦୨୨ ବର୍ଷ ପାଇଁ ସେ ଏହି ପୁରସ୍କାର ପାଇବେ। ଏଥିସହିତ ତାରକା ମହିଳା ଫୁଟ୍‌ବଲର ପ୍ୟାରୀ ଖାଖା ଓ ହକି ଫରଓ୍ବାର୍ଡ ଶୀଳାନନ୍ଦ ଲାକ୍ରା ଉକ୍ତ ଉତ୍ସବରେ ସମ୍ମାନିତ ହେବେ। ରବିବାର ଅନୁଷ୍ଠିତ ଜୁରି କମିଟି ବୈଠକରେ ସର୍ବସମ୍ମତିକ୍ରମେ ସ୍ବସ୍ତିଙ୍କୁ ଏକଲବ୍ୟ ପୁରସ୍କାର ବିଜେତା ମନୋନୀତ କରାଯାଇଛି। ଭାରତର ପ୍ରମୁଖ ଫେରୋ ଆଲଏଜ୍‌ ଉତ୍ପାଦନକାରୀ କମ୍ପାନୀ ଇମ୍ଫା ଦ୍ୱାରା ପରିଚାଳିତ ‘ଇଣ୍ଡିଆନ ମେଟାଲ୍ସ ପବ୍ଲିକ୍‌ ଚାରିଟେବଲ ଟ୍ରଷ୍ଟ (ଇମ୍ପାକ୍ଟ)’ ଦ୍ୱାରା ୧୯୯୩ ମସିହାରୁ ଏହି ପୁରସ୍କାର ପ୍ରଦାନ କରାଯାଇ ଆସୁଛି। ଏବେ ଓଡ଼ିଶାରେ ଏହା ଏକ ମର୍ଯ୍ୟାଦାଜନକ କ୍ରୀଡ଼ା ସମ୍ମାନ ରୂପେ ଖ୍ୟାତିଲାଭ କରିଛି।

ପୁରସ୍କାର ଆକାରରେ ସ୍ବସ୍ତିଙ୍କୁ ୫ ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରାଯିବ। ସେହିପରି ପ୍ୟାରୀ ଓ ଶୀଳାନନ୍ଦଙ୍କୁ ମାନପତ୍ର ସହ ୫୦ ହଜାର ଟଙ୍କା ଲେଖାଏ ଦିଆଯାଇ ସମ୍ମାନିତ କରାଯିବ। ”ଏହି ପୁରସ୍କାର ମାଧ୍ୟମରେ ରାଜ୍ୟର ଉଦୀୟମାନ କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହନ କରିବା ହେଉଛି ଆମର ମୂଳ ଲକ୍ଷ୍ୟ, ଯାହାଫଳରେ ସେମାନେ ଅଧିକରୁ ଅଧିକ ଉନ୍ନତ କ୍ରୀଡ଼ା ପ୍ରଦର୍ଶନ କରି ରାଜ୍ୟ ଏବଂ ଦେଶ ପାଇଁ ସୁନାମ ଅର୍ଜନ କରିପାରିବେ। କ୍ରୀଡ଼ା ବ୍ୟତୀତ କଳା, ସାହିତ୍ୟ, ସ୍ଥାପତ୍ୟ ଓ ସ୍ବାସ୍ଥ୍ୟସେବା ଆଦିକୁ ମଧ୍ୟ ପ୍ରୋତ୍ସାହନ ଦିଆଯାଉଛି“ ବୋଲି ଏକଲବ୍ୟ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରିବା ଅବସରରେ ‘ଇମ୍ପାକ୍ଟ’ର ଟ୍ରଷ୍ଟି ତଥା ଏକଲବ୍ୟ ପୁରସ୍କାର କମିଟି ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରକାଶ କରିଛନ୍ତି।
ସାଧାରଣତଃ ବିଗତ ୨ ବର୍ଷର ପ୍ରଦର୍ଶନକୁ ଦେଖି ଏହି ପୁରସ୍କାର ପାଇଁ ଯୋଗ୍ୟ କ୍ରୀଡ଼ାବିତ୍‌ଙ୍କୁ ଜୁରି କମିଟି ମନୋନୟନ କରିଥାଏ।

ଓଡ଼ିଶାରେ ପର୍ଯ୍ୟାପ୍ତ ଭିତ୍ତିମୂମି ନ ଥାଇ ମଧ୍ୟ ସାଇକ୍ଲିଂ ପରି ଏକ କ୍ରୀଡ଼ାକୁ କ୍ୟାରିୟର କରି ଆଗକୁ ବଢ଼ିଥିବାରୁ ସ୍ବସ୍ତି ନିଶ୍ଚିତ ପ୍ରଶଂସାର ପାତ୍ର। ରାଉରକେଲାର ଉମା ଦେବୀ ଓ ଅମର ସିଂଙ୍କ କନ୍ୟା ସ୍ବସ୍ତି ପ୍ରତିଷ୍ଠିତ ପ୍ରଶିକ୍ଷକ ସୁଶୀଲ କୁମାର ଦାସଙ୍କଠାରୁ କୋଚିଂ ନେଇ ନିଜ ପ୍ରଦର୍ଶନକୁ ମାର୍ଜିତ କରିଛନ୍ତି। ୨୦୧୮ରୁ ତାଙ୍କର ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ ହୋଇଥିଲା। ୨୦୧୯ରେ ଟ୍ରାକ୍‌ ଏସିଆ କପ୍‌ ସାଇକ୍ଲିଂ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ସ୍ବାଦ ଚାଖିଥିବା ଏହି ପ୍ରତିଭାସମ୍ପନ୍ନ ସାଇକ୍ଲିଷ୍ଟ ସେହିବର୍ଷ ନେପାଳରେ ଅନୁଷ୍ଠିତ ସାଉଥ୍‌ ଏସିଆନ ଗେମ୍ସର ମହିଳା ଇଣ୍ଡିଭିଜୁଆଲ ରୋଡ୍‌ ରେସ୍‌ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଥିଲେ।

୨୦୨୨ ତାଙ୍କ କ୍ୟାରିୟରକୁ ଏକ ଭିନ୍ନ ସୋପାନକୁ ନେଇଯାଇଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ୪୧ତମ ସିନିୟର ଏସିଆନ ଟ୍ରାକ୍‌ ସାଇକ୍ଲିଂ ଚାମ୍ପିୟନଶିପ୍‌ର ମହିଳା ୪ କିଲୋମିଟର ପର୍ଶୁଟ ଇଭେଣ୍ଟରେ ସେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ଦଳର ସଦସ୍ୟା ରହି ରାଜ୍ୟକୁ ଗର୍ବିତ କରିଥିଲେ। କୌଣସି ଏସିଆନ ଟ୍ରାକ୍‌ ସାଇକ୍ଲିଂ ଚାମ୍ପିୟନଶିପ୍‌ରେ ଭାରତୀୟ ମହିଳା ଦଳର ଏହା ଥିଲା ସର୍ବପ୍ରଥମ ପଦକ। ଜାତୀୟସ୍ତରରେ ସ୍ବସ୍ତିଙ୍କ ସଫଳତାର ଫର୍ଦ୍ଦ ବେଶ୍‌ ଲମ୍ବା। ସେ ଜାତୀୟ ରେକର୍ଡ ଏବଂ ୬ ସ୍ବର୍ଣ୍ଣ ସହ ମୋଟ ୧୫ରୁ ଊର୍ଦ୍ଧ୍ୱ ପଦକ ହାସଲ କରି ନିଜ ଉଜ୍ଜ୍ୱଳ ଭବିଷ୍ୟତର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ ନେଇ ମାର୍ଗଦର୍ଶନ: ଭଞ୍ଜନଗର କେଭିରେ ପ୍ରଥମଥର ପାଇଁ…

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଥମଥର ପାଇଁ…

ମନ୍ତ୍ରୀଙ୍କ ବଡ଼ ଚେତାବନୀ, ସାର କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୫।୮: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ

ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍‌…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ଉତ୍ତରାଷାଢ଼ା ନକ୍ଷତ୍ର ସହ ଆୟୁଷ୍ମାନ ଯୋଗ: ଆଜିଠୁ ଏହି ୫ ରାଶିଙ୍କ ଭଲ ଦିନ ଆରମ୍ଭ, ଚାକିରିରେ ପ୍ରମୋସନ ସହ ଧନବର୍ଷା!

୨୫ ଅଗଷ୍ଟ ୨୦୨୬ ଦିନଟି ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ୍‌ ରହିପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ଦ୍ୱାଦଶୀ ତିଥି ଏବଂ ମଙ୍ଗଳବାର।…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri