Posted inଜାତୀୟ

‘ନେତାଗିରି କରିବା ଅର୍ଥ କାହା ଉପରେ ଗାଡ଼ି ଚଢ଼ାଇ ଦେବା ନୁହେଁ’

ଲକ୍ଷ୍ନୌ,୧୦।୧୦: ଉତ୍ତର ପ୍ରଦେଶର ଲଖିମପୁର ଖେରିରେ ହୋଇଥିବା ହିଂସା ପରେ ରାଜ୍ୟ ଭାଜପା ସଭାପତି ସ୍ବତନ୍ତ୍ର ଦେବ ସିଂ ରବିବାର ଦଳୀୟ କର୍ମୀଙ୍କୁ କିଛି ପରାମର୍ଶ ଦେଇଛନ୍ତି। ସଂଖ୍ୟାଲଘୁ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ଉଦ୍‌ଘାଟନୀ ଅଧିବେଶନକୁ ସମ୍ବୋଧିତ କରିବାବେଳେ ସେ କହିଛନ୍ତି, ଲୋକଙ୍କ ଭଲ ପାଇବାରୁ ଜଣେ ନେତା ହୋଇଥାଏ। ନେତାଗିରି କରିବା ଅର୍ଥ ଗାଡ଼ି କାହା ଉପରେ ଚଢ଼ାଇ ଦେବା ନୁହେଁ। କେବଳ ନିଜର ଆଚରଣରେ ଭୋଟ ମିଳେ। ଆମେ କାହାକୁ ଫର୍ଚୁନର୍‌ ଗାଡିରେ ମାଡି ଦେବାକୁ ନୁହେଁ, ନେତାଗିରି କରିବାକୁ ଏଠାକୁ ଆସିଛୁ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ସ୍ବତନ୍ତ୍ର ଦେବ ସିଂଙ୍କ ବିବୃତି ଏପରି ଏକ ସମୟରେ ଆସିଛି, ଯେତେବେଳେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ଲଖିମପୁର ଖେରି ହିଂସା ମାମଲାରେ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେଉଛନ୍ତି। ପ୍ରାୟ ୧୨ ଘଣ୍ଟା ପଚରାଉଚରା ପରେ ଆଶିଷଙ୍କୁ ଶନିବାର ଗିରଫ କରାଯାଇଥିଲା। ତାଙ୍କୁ ମଧ୍ୟରାତ୍ରି ପରେ କୋର୍ଟରେ ହାଜର କରାଯାଇ ନ୍ୟାୟିକ ହେପାଜତରେ ଜେଲକୁ ପଠାଯାଇଥିଲା। ନ୍ୟାୟିକ ମାଜିଷ୍ଟ୍ରେଟ ଆଶିଷଙ୍କୁ ଲଖିମ୍‌ପୁର ଖେରି ଜିଲା ଜେଲରେ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୈନିକ ସଂକ୍ରମଣରେ ସାମାନ୍ୟ ବ୍ରେକ୍‌, ମହାରାଷ୍ଟ୍ରରେ ସର୍ବାଧିକ…

ନୂଆଦିଲ୍ଲୀ, ୨୧।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

ସୁରକ୍ଷାକର୍ମୀଙ୍କୁ ସଫଳତା: ୩ ଆତଙ୍କବାଦୀ ନିହତ

ଶ୍ରୀନଗର,୨୮।୧୨: ଜାମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା। ବୁଧବାର ସିଧରାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା...

ରୁଷିଆ ବିରୋଧୀ କଟକଣାରେ ସାମିଲ ହେଉ ଭାରତ: ଲିଜ୍‌ ଟ୍ରୁସ୍‌

ନୂଆଦିଲ୍ଲୀ,୧ା୪: ଏପ୍ରିଲରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କ ସମ୍ଭାବ୍ୟ ଭାରତ ଗସ୍ତ ପୂର୍ବରୁ ଗୁରୁବାର ତାଙ୍କ ବହିର୍ବ୍ୟାପାର ସଚିବ ଲିଜ୍‌ ଟ୍ରୁସ୍‌ ଦିଲ୍ଲୀ ଆସିଛନ୍ତି। ସେ...

୫-ଜି ଠକେଇ ପ୍ରତି ସାବଧାନ ! ସତର୍କ ସୂଚନା ଜାରି…

ନୂଆଦିଲ୍ଲୀ,୧୦।୧୦ : ଦେଶର ବିଭିନ୍ନ ସହରରେ ୫ ସେବା ଆରମ୍ଭ ହୋଇଛି। ୮ ଟି ସହରରେ ଏୟାରଟେଲ (ଭାରତୀ ଏୟାରଟେଲ) ଏବଂ ଜିଓ (ରିଲାଏନ୍ସ ଜିଓ)...

ଦରଦାମ୍‌ ବୃଦ୍ଧି, ୫ ଅଗଷ୍ଟରେ ପ୍ରଧାନମନ୍ତ୍ରୀଙ୍କ ଆବାସ ଘେରାଉ କରିବ କଂଗ୍ରେସ…

ନୂଆଦିଲ୍ଲୀ, ୩୦।୭ : ଦରଦାମ୍‌ ବୃଦ୍ଧି ନେଇ କଂଗ୍ରେସ ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆବାସ ଘେରାଉ କରିବ। ବ୍ୟାପକ ପ୍ରଦର୍ଶନ କରିବା ସହିତ...

ବିବାହରେ ବରଙ୍କୁ ମଦ୍ୟପାନ କରାନ୍ତି ଶାଶୁ…

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଆଦି ରାଜ୍ୟରେ ବସବାସ କରୁଥିବା ବଇଗା ଜନଜାତିଙ୍କ ବିବାହରେ ଏକ...

୨୬ବର୍ଷୀୟ ବ୍ୟକ୍ତିଙ୍କୁ ଲାଗିଥିଲା ୧୮ଟି ଗୁଳି: ୭ଘଣ୍ଟା ଅପରେଶନ୍‌ ପରେ ମିଳିଲା ନୂଆ ଜୀବନ

ପାଟନା,୧୦।୬: ଡାକ୍ତରଙ୍କୁ ଲୋକମାନେ ଭଗବାନ ବୋଲି ଭାବିଥାନ୍ତି। ଆଉ ଏହାର ଜ୍ୱଳନ୍ତ ଉଦାହରଣ ମଧ୍ୟ ବହୁଥର ଦେଖିବାକୁ ମିଳିଛି। ଏଭଳି ଏକ ଚମତ୍କାର କରି ଦେଖାଇଛନ୍ତି...

ଏଡ଼ିସି ବ୍ୟାଙ୍କ ମାନହାନି ମାମଲା: ରଣଦୀପ୍‌ ସୁରଜଓ୍ବାଲାଙ୍କୁ ଜାମିନ୍‌

ନୂଆଦିଲ୍ଲୀ,୧୮।୧୨:ଏଡ଼ିସି ବ୍ୟାଙ୍କ ମାନହାନି ମାମଲାରେ କଂଗ୍ରେସ ପ୍ରବକ୍ତା ରଣଦୀପ୍‌ ସୁରଜଓ୍ବାଲାଙ୍କ ଜାମିନ୍‌ ବୁଧବାର ମଞ୍ଜୁର ହୋଇଛି। ୧୫ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ମେଟ୍ରୋପଲିଟନ୍‌ କୋର୍ଟ...

Advertisement
Archives

Model This Week