ସୁଜୁକି ଇଣ୍ଡିଆର ମାଇଲେଜ ରାଲି

ଭୁବନେଶ୍ୱର,୨୫।୧୧ (ଅଭୟ ଦାଶ): ସୁଜୁକି ମୋଟରସାଇକେଲ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ମାଇଲେଜ ରାଲି’ ର ଶୁଭାରମ୍ଭ ସର୍ବଭାରତୀୟ ସ୍ତରରେ ଆରମ୍ଭ କରାଯାଇଛି। ଏପରି କି କମ୍ପାନୀର ପ୍ରମୁଖ ମଡେଲ ସୁଜୁକି ଆସେସ୍‌ ୧୨୫ର ଗୁଣବତ୍ତା ଓ ମାଇଲେଜକୁ ନେଇ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ନିକଟରେ ଶୁଭାରମ୍ଭ ହୋଇଯାଇଛି। ସେହିଭଳି ଓଡ଼ିଶାରେ ମଧ୍ୟ ପ୍ରଥମ ଥର ପାଇଁ କମ୍ପାନୀ ପକ୍ଷରୁ ଏଭଳି ଏକ ଅଭିନବ କାର୍ଯ୍ୟକ୍ରମ ଉଭୟ ଗ୍ରାହକ ଓ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲରମାନଙ୍କ ଜରିଆରେ ଆରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଜ୍ୟୋତି ସୁଜୁକି ପଟିଆ ଏବଂ ନାରାୟଣୀ ସୁଜୁକି ଲକ୍ଷ୍ମୀସାଗର (ଝାରପଡା) ଆନୁକୂଲ୍ୟରେ ରବିବାର ଭୁବନେଶ୍ୱରର ଜନତା ମଇଦାନଠାରେ ‘ମାଇଲେଜ ରାଲି’ର ଆୟୋଜନ କରାଯାଇଥିଲା। ଏହି ରାଲିରେ ୫୦ ଜଣ ସୁଜୁକି ଆସେସ୍‌ ୧୨୫ର ଗ୍ରାହକ ଅଂଶ ଗ୍ରହଣ କରି ସେମାନଙ୍କର ଗାଡ଼ିର ଗୁଣବତ୍ତା ଓ ମାଇଲେଜ ଟେଷ୍ଟ କରି ପୁରସ୍କୃତ ହୋଇଥିଲେ। ସେହିଭଳି ରାଲିରେ ଅଂଶ ଗ୍ରହଣ କରିଥିବା ୫୦ଗ୍ରାହକଙ୍କ ମଧ୍ୟରୁ ଶ୍ରେଷ୍ଠ ମାଇଲେଜ ପ୍ରଦାନ କରିଥିବା ଗାଡ଼ି ମାଲିକଙ୍କୁ ୫୦୦୦ ଟଙ୍କାର ପୁରସ୍କାର ଦିଆଯାଇଥିଲା ବେଳେ ପ୍ରଥମ ରନର୍ସ ଅପ ଗାଡ଼ି ମାଲିକଙ୍କୁ ୩୦୦୦ ଟଙ୍କା ଏବଂ ୨ୟ, ୩ୟ ଏବଂ ୪ର୍ଥ ସ୍ଥାନ ଅଧିକାର କରିଥିବା ଗାଡ଼ି ମାଲିକଙ୍କୁ ୧୦୦୦ ଟଙ୍କା ଲେଖାଏ ପୁରସ୍କାର ସ୍ବରୂପ ଅର୍ଥ ରାଶି ପ୍ରଦାନ କରାଯାଇଥିଲା। ସେହିପରି ଏହି ରାଲିରେ ଉଭୟ ନୂଆ ଓ ପୁରୁଣା ସୁଜୁକି ଆସେସ୍‌ ୧୨୫ ଗାଡ଼ି ମାଲିକମାନେ ସାମିଲ ହୋଇ ଗାଡ଼ିର ଗୁଣବତ୍ତା ସମ୍ପର୍କରେ ନିଜ ନିଜର ମତ ଉପସ୍ଥାପନ ସହ ଅନେକ ପ୍ରକାର କାର୍ଯ୍ୟକ୍ରମରେ ଭାଗନେଇ ପୁରସ୍କାର ସହିତ ମନୋରଞ୍ଜନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?