ସ୍ୟୁ ଚୀଙ୍କୁ ପୁଣି ୪ ବର୍ଷ ଜେଲ୍‌ ଦଣ୍ଡାଦେଶ…

ନାପିଦ୍ୱ,୧୦।୧: ନୋବେଲ ବିଜେତା ତଥା ମ୍ୟାନ୍‌ମାର ନେତା ଅଙ୍ଗ ସାନ ସ୍ୟୁ ଚୀଙ୍କୁ କରୋନା ନିୟମ ଉଲ୍ଲଂଘନ କରିଥିବା ଏବଂ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେଇଥିବା ଅପରାଧରେ ସୋମବାର ୪ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହା ପୂର୍ବରୁ ୨୦୨୧ ଡିସେମ୍ବରରେ ତାଙ୍କ ବିରୋଧରେ ଅଣାଯାଇଥିବା ୨ଟି ଅଭିଯୋଗରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଙdଙ୍କ୪ qବର୍lରେ ଜେଲ ଦଣ୍ଡାଦେଶ କରାଯାଇଥିଲା।

ମିଲିଟାରୀ ଶାସକଙ୍କ ବିରୋଧରେ ସେ ଲୋକଙ୍କୁ ଉତ୍ତେଜିତ କରିବା ଭଳି ଭାଷଣ ଦେଇଥିଲେ ବୋଲି ଅଭିଯୋଗ ଅଣାଯାଇଥିଲା। ଏହା ଦ୍ୱାରା ମିଲିଟାରୀ ଶାସକଙ୍କୁ ବିରୋଧ କରି ୧,୪୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ଅଭିଯୋଗରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ସ୍ୟୁ ଚୀଙ୍କ ବିରୋଧରେ ମାମଲା ତାଙ୍କୁ ବଦନାମ କରିବା ତଥା ଆଗାମୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବା ପାଇଁ ଷଡଯନ୍ତ୍ର ଭାବରେ କରାଯାଇଛି। ସେ କିପରି ରାଜନୀତିକୁ ଆଉ ନ ଫେରିବେ ସେଥିଲାଗି ଯୋଜନାବଦ୍ଧ ଭାବେ ଏଭଳି କରାଯାଇଥିବା ସ୍ୟୁ ଚୀଙ୍କ ସମର୍ଥକମାନେ ଅଭିଯୋଗ କରିଛନ୍ତି।

ତାଙ୍କ ବିରୋଧରେ ଦୁର୍ନୀତି, ସରକାରୀ ଗୁପ୍ତ କାର୍ଯ୍ୟର ଉଲ୍ଲଂଘନ ଏବଂ  ଟେଲିକମ ଆଇନ  ଉଲ୍ଲଂଘନ ଭଳି ଅଭିଯୋଗ ରହିଛି। ଏସବୁର ବିଚାର ଜାରି ରହିଛି। ସମସ୍ତ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେଲେ ସ୍ୟୁ ଚୀଙ୍କୁ ୧୦୦ ବର୍ଷରୁ ଅଧିକ ଜେଲ ଦଣ୍ଡ ଭୋଗିବାକୁ ପଡିପାରେ। ତେବେ ସ୍ୟୁ ଚୀ ମିଳିଟାରୀ ଶାସକଙ୍କର ଅଭିଯୋଗକୁ ଅସ୍ବୀକାର କରିଛନ୍ତି।
ମିଳିତ ଜାତିସଂଘ, ୟୁରୋପୀୟ ୟୁନିଅନ ଏବଂ ବ୍ରିଟେନ ସରକାର ସମେତ ଅନେକ ଅନ୍ତର୍ଜାତୀୟ ସଂଗଠନ କୋର୍ଟର ନିଷ୍ପତ୍ତି ଏବଂ ଜେଲ ଦଣ୍ଡକୁ ନିନ୍ଦା କରିଛନ୍ତି। ସଭିଏଁ ଏହି ମାମଲାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି।
ମ୍ୟାନମାରର ସମ୍ବିଧାନରେ ଜେଲରେ ଦଣ୍ଡିତ ହେବା ପରେ କାହାକୁ ଉଚ୍ଚ ପଦବୀରେ ରହିବାକୁ କିମ୍ବା ସାଂସଦ-ବିଧାୟକ ହେବାକୁ ବାରଣ କରାଯାଇଛି। ମ୍ୟାନମାର ନିର୍ବାଚନରେ ସ୍ୟୁ ଚୀଙ୍କ ଦଳ ଏକତରଫା ବିଜୟ ହାସଲ କରିଥିବାବେଳେ ସେନା ସହ ଜଡିତ ଦଳକୁ ବହୁ ଆସନରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଫଳରେ ସେନା ପକ୍ଷରୁ ଭୋଟରେ ଅନିୟମିତତା ହୋଇଥିବା ଅଭିଯୋଗ କରାଯାଇଥିଲା। କିନ୍ତୁ ନିରପେକ୍ଷ ନିର୍ବାଚନ ପର୍ଯ୍ୟବେକ୍ଷକମାନଙ୍କ ତଦନ୍ତରେ କୌଣସି ଅନିୟମିତତା ହୋଇ ନ ଥିବା ଜଣା ପଡ଼ିଥିଲା। ମାତ୍ର ପରେ ସାମରିକ ଶାସକ କ୍ଷମତା ଦଖଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri