ଫାର୍ମ ହାଉସରେ ଖବରଦାତାଙ୍କ ସନ୍ଦେହଜନକ ମୃତ୍ୟୁ

ଭଞ୍ଜନଗର,୨୪ା୪(ଡି.ଏନ୍‌.ଏ.): ବେଲଗୁଣ୍ଠାରେ କାର୍ଯ୍ୟରତ ଥିବା ଖବରଦାତା ମଦନ ମୋହନ ପାଢ଼ୀ(୩୮)ଙ୍କ ଶନିବାର ରାତିରେ ମୃତ୍ୟୁ ଘଟିଛି। ପୋଲିସ ରବିବାର ମଦନଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍ପିଟାଲକୁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ କହିଛି।

ମଦନଙ୍କ ମୃତ୍ୟୁକୁ ନେଇ ବେଲଗୁଣ୍ଠା ଅଞ୍ଚଳର ଖବରଦାତାମାନେ ଶୋକବ୍ୟକ୍ତ କରିଛନ୍ତି। ପ୍ରକାଶ ଯେ, ମଦନ ରାତି ପ୍ରାୟ ୧୦ଟାରେ ଗ୍ରାମ ଗିରିସୋଲାରେ ଖାଇବା ପରେ ନିଜ ଫାର୍ମ ହାଉସ୍‌କୁ ଶୋଇବାକୁ ଯାଇଥିଲେ। ସେଠାରେ କିଛି ସାଙ୍ଗ ରାତିରେ ଥିଲେ। ରବିବାର ସକାଳେ କିଛି ଲୋକ ମଦନଙ୍କୁ ଫାର୍ମରେ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖି ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ତାଙ୍କୁ ଭଞ୍ଜନଗର ହସ୍ପିଟାଲ ଆଣିଥିଲେ। ସେଠାରେ ଡାକ୍ତର ମଦନଙ୍କୁ ମୃତ ଘୋଷଣା କରିଥିଲେ। ମଦନଙ୍କ ମୋବାଇଲ ଏବଂ ବାଇକ୍‌ ଚାବି ମିଳୁନାହିଁ। ଏଥିସହ ତାଙ୍କ ଶରୀରର ବିଭିନ୍ନ ଅଂଶ କଳା ପଡି ଯାଇଥିଲା। ଅନ୍ୟପକ୍ଷେ ମଦନଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ସନ୍ଦେହ ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟିରେ ଯାଉଥିଲେ ଜିଲା ପରିଷଦ: ବାଟରେ ଧକ୍କା ଦେଲା ଟ୍ରକ୍‌

କେନ୍ଦୁଝର,୧୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ୍‌ ୨୦ ନମ୍ବର ଜାତୀୟ ରାଜପଥ ଟାଙ୍ଗରାଣୀ ଛକ ନିକଟରେ ଟ୍ରକ୍‌ ଧକ୍କାରେ ୪ ନମ୍ବର ଜୋନ୍‌ ଜିଲା...

ଚିଖିଲି ଗାଁକୁ ଛୁଇଁଲା ବନ୍ୟାଜଳ

ବରଗଡ଼,୧୨।୯(ପ୍ରେମାନନ୍ଦ ଖମାରୀ): ମହାନଦୀର ଉପର ମୁଣ୍ଡରେ ଲଗାଣ ବର୍ଷା ସାଙ୍ଗକୁ ଛତିଶଗଡ଼ର ଗାଙ୍ଗରେଲ, ସରଗୁଜା ଓ ସାରାଡିହି ଆଦି ଡ୍ୟାମରୁ ମହାନଦୀକୁ ମାତ୍ରାଧିକ ବର୍ଷାଜଳ ନିଷ୍କାସନ...

ରୋଗୀ ମୃତ୍ୟୁ ପରେ ଟଙ୍କା ଦାବି କରିବାରୁ ଉତ୍ତେଜନା

ଗୋପାଳପୁର,୧୨ା୯(ନବିନ ରାଜ ଆଚାରୀ): ଗଞ୍ଜାମ ଜିଲା ଶିତଲାପଲ୍ଲୀସ୍ଥିତ ଏକ ଘରୋଇ ହସ୍ପିଟାଲରେ ଗୁରୁବାର ଜଣେ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁ ପରେ ହସ୍ପିଟାଲ କର୍ତ୍ତୃପକ୍ଷ ଅଧିକ ବିଲ...

ଗଣେଶ ବିସର୍ଜନ ବେଳେ ସଂଘର୍ଷ

ଗୋପାଳପୁର,୧୨।୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳରେ ଗଣେଷ ମୂର୍ତ୍ତି ବିସର୍ଜନ ବେଳେ ସଂଘର୍ଷ ଘଟି ୭ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଏହି...

ପାରଳା ମହାରାଜା ଇଂଜିନିୟରିଂ କଲେଜରେ ହିନ୍ଦୁ ଛାତ୍ରଙ୍କୁ ଗୋମାଂସ ଖୁଆଇଦେବା ଅଭିଯୋଗ

ଵ୍ରହ୍ମପୁର,୧୨ା୯(ସୁବାସ ଚନ୍ଦ୍ର ପାଢ଼ୀ/ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋପାଳପୁର ଥାନା ଅନ୍ତର୍ଗତ ଶିତଳାପଲ୍ଲୀଠାରେ ଥିବା ପାରଳା ମହାରାଜା ଇଂଜିନିୟରିଂ ମହାବିଦ୍ୟାଳୟର ହଷ୍ଟେଲ କୋଠରୀରେ କିଛି...

ବରଗଡ଼ରେ ସ୍କ୍ରବ୍‌ ଟାଇଫସ୍‌: ଦିନକ ପରେ ମତ ବଦଳାଇଲେ ସିଡିଏମ୍‌ଓ

ବରଗଡ଼,୧୨।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସ୍କ୍ରବ୍‌ ଟାଇଫସ୍‌ ରୋଗ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଜିଲାରେ ଏହି ରୋଗରେ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ି...

ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତ: ୭ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ମାଲକାନଗିରି,୧୨ା୯(ଦୁର୍ଯ୍ୟୋଧନ ପାତ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦିନିକିଆ ମାଲକାନଗିରି ଜିଲାକୁ ଯାଇ ଲଗାଣ ବର୍ଷା ଜନିତ କ୍ଷୟକ୍ଷତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆକାଶ...

ପରକୀୟା ପ୍ରୀତି ସନ୍ଦେହ: ଶ୍ବଶୁର ଘରେ ସ୍ତ୍ରୀ ତଣ୍ଟି କାଟିଲା ସ୍ବାମୀ

ଉଦଳା,୧୨।୯(ସନ୍ତୋଷ କୁମାର ବାଛିନି): ପରକୀୟା ପ୍ରୀତି ସନ୍ଦେହର କରୁଣ ପରିଣତି । ଶ୍ୱଶୁର ଘରେ ଜ୍ୱାଇଁ ଭିଆଇଲା ନାରକୀୟ କାଣ୍ଡ । ସ୍ତ୍ରୀ ବେକକୁ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri