ଦଳରୁ ନିଲମ୍ବିତ, କିନ୍ତୁ ଗ୍ରୁପ୍‌ ଆଡମିନ୍‌

ଅନୁଗୋଳ, ୧୩ା୩ (ଅମିତ କୁମାର ସାମଲ): ଅନୁଗୋଳ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦେବାକୁ ଏକ ସାମାଜିକ ଗଣମାଧ୍ୟମ ଗ୍ରୁପ୍‌ କରାଯାଇଛି। କିନ୍ତୁ ଏହି ଗ୍ରୁପ୍‌ର ଆଡମିନ୍‌ ତାଲିକାରେ ଅଛନ୍ତି ଦଳରୁ ନିଲମ୍ବିତ ହୋଇଥିବା ୨ କର୍ମୀ। ଏହି ଘଟଣା ଜଣାପଡ଼ିବା ପରେ ଅନୁଗୋଳ ବିଜେଡିର କେତେଜଣ କର୍ମୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ସୂଚନା ଅନୁଯାୟୀ, ୨୦୧୮ ମସିହାରେ ଅନୁଗୋଳ ବିଜେଡି ପକ୍ଷରୁ ଏହି ଗ୍ରୁପ୍‌ କରାଯାଇଥିଲା। ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହଙ୍କ ପୁଅ ଅରୁଣାଭ ସିଂହ ଓ ବିଧାୟକଙ୍କ ୨ ଅନୁଗତ ତଥା ବିଜେଡି କର୍ମୀ ଅଜିତ ଦ୍ୱିବେଦୀ ଓ ସୁଜିତ ଦ୍ୱିବେଦୀ ଗ୍ରୁପ୍‌ରେ ଆଡମିନ୍‌ ରହିଥିଲେ। ହେଲେ ଗତ ଅକ୍ଟୋବର ୪ରୁ ସମ୍ପୃକ୍ତ ୨ କର୍ମୀଙ୍କୁ ବିଜେଡିରୁ ନିଲମ୍ବନ କରାଯାଇସାରିଛି। କିନ୍ତୁ ସେମାନଙ୍କୁ ଗ୍ରୁପ୍‌ ଆଡମିନ୍‌ ତାଲିକାରୁ ହଟାଯାଇ ନ ଥିବାରୁ ଦୁହେଁ ଏବେ ବି ଅନ୍ୟ କର୍ମୀମାନଙ୍କୁ ଉକ୍ତ ଗ୍ରୁପ୍‌ରେ ସାମିଲ କରୁଛନ୍ତି। ଗତ ରବିବାର ଦୁହେଁ ଏହି ଗ୍ରୁପ୍‌ରେ କେତେଜଣ କର୍ମୀଙ୍କୁ ଯୋଡ଼ିବା ପରେ ଘଟଣା ପଦାକୁ ଆସିଛି। ଏହାକୁ ନେଇ ଉକ୍ତ ଗ୍ରୁପ୍‌ରେ ଥିବା କେତେଜଣ ଦଳୀୟ କର୍ମୀ ଅସନ୍ତୋଷ ଜାହିର କରିଛନ୍ତି। ଘଟଣା ସମ୍ପର୍କରେ ଅନୁଗୋଳ ବିଜେଡି ସହ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା କୁନ ବିହାରୀ ଦାସ କହିଛନ୍ତି, ଘଟଣା ସମ୍ପର୍କରେ ଜାଣିନାହିଁ। ଜିଲା ନେତୃମଣ୍ଡଳୀଙ୍କୁ ଅବଗତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ବାଘ ଆତଙ୍କ: ରାତିରେ ଗୁହାଳେ ପଶି ଖାଇଯାଉଛି ଛେଳି, ଗ୍ରାମବାସୀ ସତର୍କ ରହିବା ପାଇଁ…

ଦିଗପହଣ୍ଡି,୧୦ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଫରେଷ୍ଟ ରେଞ୍ଜ ଅଧୀନ ରତନେଇ ରେଖାଙ୍କିତ ସଂରକ୍ଷିତ ଜଙ୍ଗଲ ଜକର ଫରେଷ୍ଟ ବିଟ୍‌ର ଜକର ଗ୍ରାମ ନିକଟ ମା’…

ଭୁଲ କଲେ କି ବିଜୟ? ଶପଥ ଗ୍ରହଣରେ ଭାଷଣ ଦେବା ଆରମ୍ଭ କରିବା ସମୟରେ କାହିଁକି ବାଧା ଦେଇଥିଲେ ରାଜ୍ୟପାଳ, ଜାଣନ୍ତୁ ଏହାର କାରଣ

ଚେନ୍ନାଇ,୧୦।୫: ତାମିଲନାଡୁ ସି. ଜୋସେଫଙ୍କ ନାମରେ ଜଣେ ନୂତନ ମୁଖ୍ୟମନ୍ତ୍ରୀ ପାଇଛି। ରବିବାର (୧୦ ମଇ, ୨୦୨୬), ବିଜୟ ଶପଥ ଗ୍ରହଣ ପାଇଁ ମଞ୍ଚରେ ପହଞ୍ଚିବା ମାତ୍ରେ…

୨୪ ଘଣ୍ଟା ଭିତରେ କଡ଼ା ପଦକ୍ଷେପ ଗ୍ରହଣ କଲେ ବିଧାୟକ, ଲୋକଙ୍କ ସମସ୍ୟାକୁ ବୁଝି ଗାଁରେ କଲେ…

ପୁରୁଷୋତ୍ତମପୁର,୧୦ା୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ବଡ଼ଖରିଡ଼ା ପଞ୍ଚାୟତର ବାଣନଈ ଗ୍ରାମରେ ପାଣି ପାଇଁ ଲୋକେ ଶନିବାର ରାଜରାସ୍ତାକୁ ଓହ୍ଲାଇଥିବା ବେଳେ ଲୋକଙ୍କ ଦାବିକୁ ଅତି…

ଓଲଟିଲା ଅଟୋ: ୧୦ରୁ ଊର୍ଦ୍ଧ୍ୱ ଆହତ

ନନ୍ଦପୁର,୧୦ା୫(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ହାଟପଦାରେ ରବିବାର ପୂର୍ବାହ୍ନରେ ଭାରସାମ୍ୟ ହରାଇ ଓଡି ୧୦ ଡି ୨୮୦୮ ନମ୍ବର ବିଶିଷ୍ଟ ଏକ…

ଏକାବେଳେ ଦୁଇ ଭଉଣୀଙ୍କୁ କରିଦେଲେ ଗର୍ଭବତୀ

କଳିଙ୍ଗନଗର,୧୦।୫(ଶୁଭାଶିଷ ରାଉତ):  ଯାଜପୁର ଜିଲା କଳିଙ୍ଗନଗର ଥାନା ଅଞ୍ଚଳର ୨ ନାବାଳିକା ଭଉଣୀଙ୍କୁ ଦୁଇ ସାଙ୍ଗ ବିବାହ ପ୍ରଲୋଭନ ଦେଖାଇ ଗର୍ଭବତୀ କରିଥିବା ଅଭିଯୋଗ ପରେ ପୋଲିସ…

ଜିଆର୍‌ପି କନ୍‌ଷ୍ଟେବଲ ହତ୍ୟା ଘଟଣା: ହତ୍ୟା ପଛରେ ବଡ଼ ଷଡ଼ଯନ୍ତ୍ର…

ଭୁବନେଶ୍ୱର/ବାଲିଅନ୍ତା,୧୦।୫(ତ୍ରିନାଥ ମହାନ୍ତି/ନୀଳମାଧବ ସାହୁ): ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ବାଲିଅନ୍ତା ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ବ୍ରିଜ୍‌ ନିକଟରେ ଜିଆର୍‌ପି କନ୍‌ଷ୍ଟେବଲ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ଲୋକେ ପିଟିପିଟି ମାରିଦେବା ଘଟଣା…

ପୁଣି ଚର୍ଚ୍ଚାରେ ଜିତୁ ମୁଣ୍ଡା: ଘରକୁ ପାଣି ନ ଦେଲେ ପୁଣି କଙ୍କାଳ ନେବି

ପାଟଣା,୧୦।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଡିଆନାଳି ଗ୍ରାମର ଜିତୁ ମୁଣ୍ଡା ଏବେ ପୁଣି ଥରେ ଚର୍ଚ୍ଚାରେ। ଘରକୁ ପାଇପ୍‌ ଯୋଗେ ପାନୀୟଜଳ ସଂଯୋଗ…

କାନ୍ଦବୋବାଳିରେ ଫାଟିପଡ଼ୁଛି ଗାଁ: ଚଳନ୍ତା ଟ୍ରାକ୍ଟରୁ ପଡ଼ି ଆଖିବୁଜିଲା ରୋଜଗାରିଆ ପୁଅ

ମୋହନା,୧୦।୫ (ମନ୍ମଥ ମିଶ୍ର ):ଚଳନ୍ତା ଟ୍ରାକ୍ଟରରୁ ପଡ଼ି ଯୁବକ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବୁଡରିଙ୍ଗ ଗାଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri