ଅସ୍ତରଙ୍ଗରୁ ସନ୍ଦିଗ୍ଧ ପାରା ଉଦ୍ଧାର

ଅସ୍ତରଙ୍ଗ,୧୬।୩(ଡି.ଏନ୍‌.ଏ.): ଓଡ଼ିଶା ପ୍ରତି ବାହ୍ୟ ଶତ୍ରୁର ବିପଦ ବଢ଼ିବାରେ ଲାଗିଛି। ଗତ କିଛିଦିନ ତଳେ ପାରାଦୀପ ପୋର୍ଟ ଅଞ୍ଚଳରୁ ଏକ ସନ୍ଦିଗ୍ଧ ପାରା ଧରାପଡ଼ିଥିବା ବେଳେ ବିଭିନ୍ନ ତଦନ୍ତ କରାଯାଉଛି। ହେଲେ ଏବେ ପୁଣି ପୁରୀ ଜିଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ନାନପୁର ଗ୍ରାମରୁ ବୁଧବାର ଆଉ ଏକ ସନ୍ଦିଗ୍ଧ ପାରାକୁ ପୋଲିସ ଉଦ୍ଧାର କରିଛି। ଖବର ଅନୁଯାୟୀ, ଏହି ସନ୍ଦିଗ୍ଧ ପାରାଟି ଗତ ୮ଦିନ ହେବ ଉକ୍ତ ଗ୍ରାମରେ ବିଚରଣ କରୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ହେଲେ ବୁଧବାର ଅପରାହ୍ନ ୫ଟା ସମୟରେ ନାନପୁର ଗ୍ରାମର ରୂପନ ପତିଙ୍କ ଘର ପାଖରେ ଅନ୍ୟ ପାରାଙ୍କ ସହିତ ଉକ୍ତ ସନ୍ଦିଗ୍ଧ ପାରାଟି ବସିଥିଲା। ରୂପନ ସନ୍ଦେହ କରି ଉକ୍ତ ପାରାଟିକୁ ଧରିବାକୁ ସକ୍ଷମ ହୋଇଥିଲେ। ପାରାଟିର ଗୋଡ଼ରେ କିଛି ବନ୍ଧାଯାଇଥିବାରୁ ସେ ପୋଲିସକୁ ଜଣାଇଥିଲେ। ଖବରପାଇ ଅସ୍ତରଙ୍ଗ ଥାନା ଅଧିକାରୀ ତଥା ନୂଆଗଡ ସାମୁଦ୍ରିକ ଥାନା ଭାରପ୍ରାପ୍ତ ଅଧିକାରୀ ପଞ୍ଚାନନ ପରିଡାଙ୍କ ନେତୃତ୍ୱରେ ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ସନ୍ଦିଗ୍ଧ ପାରାଟିକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ତେବେ ପାରାଟିର ଗୋଟିଏ ଗୋଡରେ ପିତ୍ତଳ ଓ ଆଉ ଗୋଟେ ଗୋଡ଼ରେ ପ୍ଲାଷ୍ଟିକର ଏକ ରିଙ୍ଗ୍‌ ଲାଗିଛି। ସେଥିରେ ରେଡି ଭିଏସ୍‌ପି ଡିଏନ୍‌(Ready VSP DN ) ଇଂଲିଶରେ ଲେଖାଯାଇଛି। ପ୍ଲାଷ୍ଟିକ ରିଙ୍ଗରେ ୩୧ ଲେଖାଯାଇଛି। ପୋଲିସ ସନ୍ଦିଗ୍ଧ ପାରାକୁ ଘର ମାଲିକଙ୍କ ହେପାଜତରେ ରଖିଛନ୍ତି। ତେବେ ଉକ୍ତ ପାରାଟିକୁ କେଉଁଠାରୁ, କିଏ ପଠାଇଛି ତାହା ଜଣାପଡ଼ି ନ ଥିବାବେଳେ ଗୁରୁବାର ଜିଲାରୁ ତଦନ୍ତକାରୀ ଦଳ ଆସିବା ପରେ ପ୍ରକୃତ ତଥ୍ୟ ଜଣାପଡିବ ବୋଲି ଥାନା ଅଧିକାରୀ ପରିଡ଼ା ସୂଚନା ଦେଇଛନ୍ତି। ଏହି ଘଟଣାକୁ ନେଇ ଅସ୍ତରଙ୍ଗ ଅଞ୍ଚଳରେ ଏବେ ଚର୍ଚ୍ଚା ଜୋର ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରେନେଜ୍‌କଟ୍‌ ଉନ୍ନତୀକରଣ ନାଁରେ ୨ କୋଟି ହଡ଼ପ

ଡେରାବିଶ,୨୯ା୭(ସ୍ବ.ପ୍ର.): ଜମି ରହୁଥିବା ବର୍ଷାଜଳ ନିଷ୍କାସନ ପାଇଁ ଡ୍ରେନେଜକଟ୍‌ ଉନ୍ନତୀକରଣ କାର୍ଯ୍ୟ କରାନଯାଇ ମିଥ୍ୟା ବିଲ୍‌ କରି ୨ କୋଟି ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ...

ହୋଲ୍‌ଡିଂ ଟିକସ ଆଦାୟରେ ପକ୍ଷପାତିତା ଅଭିଯୋଗ : ସରକାରୀ କାର୍ଯ୍ୟାଳୟ ପ୍ରତି ଅନୁକମ୍ପା

ଅନୁଗୋଳ ଅଫିସ, ୨୦।୬ – ଅନୁଗୋଳ ପୌରପାଳିକାର ଆୟ ବୃଦ୍ଧି ଉପରେ ଗୁରୁତ୍ୱ ଦେଉଛନ୍ତି ଜିଲାପାଳ ମନୋଜ କୁମାର ମହାନ୍ତି। ବିଭିନ୍ନ ସମୀକ୍ଷା ବୈଠକରେ ଏ...

ଛାତ୍ର ସଂସଦ ନିର୍ବାଚନ ବାତିଲକୁ ନେଇ ଅନୁଗୋଳ ଛାତ୍ର ନେତାଙ୍କ ମଧ୍ୟରେ ଅସନ୍ତୋଷ: ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ଅନୁଗୋଳ ଅଫିସ, ୨୪।୮: ଆଗାମୀ ଛାତ୍ର ସଂସଦ ନିର୍ବାଚନକୁ ରାଜ୍ୟ ସରକାର ବାତିଲ କରିବା ପରେ ଅନୁଗୋଳ ଛାତ୍ରନେତାଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏ...

ଜିଦ୍‌ରେ ଅଟଳ ଉଭୟ ନିଯୋଗ

ପୁରୀ ଅଫିସ,୧।୨: ପୌଷ ପୂର୍ଣ୍ଣିମାରେ ଗୁରୁବାର ମହାପ୍ରଭୁଙ୍କ ସୁନାବେଶ ବା ରାଜରାଜେଶ୍ୱର ବେଶ ନୀତି ୫ଘଣ୍ଟା ବିଳମ୍ବ ହୋଇଥିଲା। ଏହାର କାରଣ ଖୋଜିବା ସହ ସମାଧାନ...

ଅବହେଳିତ ଗଁ। ତୁଳିପଦୀ

ବନ୍ତ, ୧୦ା୧୦(ସ୍ବ.ପ୍ର.)- ଭଦ୍ରକ ଜିଲା ବନ୍ତ ବ୍ଲକ ଗୋପୀନାଥପୁର ପଞ୍ଚାୟତ ଅଧୀନ ତୁଳିପଦୀ ଗଁ। ଅବହେଳିତ। ଯାତାୟାତ ଲାଗି ଏହି ଗଁ। କୁ ସବୁଦିନିଆ ଭଲ...

ପାଟଣା ଅଞ୍ଚଳରେ ପ୍ରଚଣ୍ଡ ଶବ୍ଦ, ଥରିଲା ସବୁକିଛି

ପାଟଣା,୨୭ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟରେ ସୋମବାର ପୂର୍ବାହ୍ନରେ ୨ ଥର ପ୍ରଚଣ୍ତ ଶବ୍ଦ ଶୁଣିବାକୁ ମିଳିଛି। ଫଳରେ ଭୂମି ସହ ଘର କାନ୍ଥ, ଝରକା,...

ବରଗଡ଼ ଜିଲାପାଳଙ୍କଠାରୁ ମିଳିଲା ନିର୍ଭର ପ୍ରତିଶ୍ରୁତି, ଅନଶନ କରିବେନି ଜିଲା ପରିଷଦ ଅଧ୍ୟକ୍ଷା

ବରଗଡ଼ ଅଫିସ,୧୪।୮- ବରଗଡ଼ ଜିଲାରେ ଚୋରାମଦ କାରବାର ତଥା କୁଟିଆ ମଦ ଦୋକାନ ବନ୍ଦ ଦାବି ନେଇ ସ୍ଥାନୀୟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ...

ଭିଜିଲାନ୍ସ ଜାଲରେ କୋଟିପତି ରେଞ୍ଜର

ଭବାନୀପାଟଣା,୨୧।୧୨(ସ୍ବ.ପ୍ର.): ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲା କେଗାଁ ରେଞ୍ଜର କେଶବ ମାଝି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ସକାଳେ କେସିଙ୍ଗା ଓମ ନଗରପଡାସ୍ଥିତ ବାସ...

Advertisement
Archives

Model This Week