Advertisement

ସ୍ତ୍ରୀ ଚାରୁଙ୍କୁ ଡ୍ରାମାକୁଇନ୍‌ କହିଲେ ସୁସ୍ମିତାଙ୍କ ଭାଇ; ଛାଡପତ୍ର ନେଇ ଘୋଷଣା କରି ପୁଣି ଚମକାଇଲେ…

ବମ୍ବେ: କେବେ ଛାଡ଼ପତ୍ର ନେଇ ଘୋଷଣା ତ କେବେ ଏକାଠି ହେବା। ବିବାହ କରିବା ଦିନଠାରୁ ସନ୍ତାନ ଜନ୍ମ ପର୍ଯ୍ୟନ୍ତ, ନିଜ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହି ଆସୁଛନ୍ତି ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଇ ଏବଂ ଭାଉଜ। ପ୍ରଶଂସକମାନେ ମଧ୍ୟ ଉଭୟଙ୍କ କନ୍‌ଫ୍ୟୁଜନ୍‌ ଦେଖି ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି।

ପୂର୍ବରୁ ଅନେକ ଥର ରାଜୀବ ଏବଂ ଚାରୁ ପରସ୍ପରଠାରୁ ଅଲଗା ହେବା ନେଇ ନିଷ୍ପତ୍ତି ନେଇଛନ୍ତି। ହେଲେ ପୁଣିଥରେ ଏକାଠି ହୋଇଛନ୍ତି। ଏବେ ପୁଣିଥରେ ଚାରୁ ରାଜୀବଙ୍କଠାରୁ ଛାଡ଼ପତ୍ର ନେଉଥିବା ଘୋଷଣା କରିଛନ୍ତି। ଏହାଛଡ଼ା ସେ ରାଜୀବଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି, ଯାହାକୁ ନେଇ ଏବେ ରାଜୀବ ମୁହଁ ଖୋଲିଛନ୍ତି।

ଚାରୁ ଅଭିଯୋଗ କରିଛନ୍ତି, ରାଜୀବ ତାଙ୍କୁ ମାର୍‌ପିଟ କରୁଥିଲେ, ଗାଳି ଦେଉଥିଲେ ଏବଂ ତାଙ୍କ ଉପରେ ସନ୍ଦେହ କରୁଥିଲେ। ଏଥିଲାଗି ତାଙ୍କୁ ଦ୍ୱିତୀୟ ସୁଯୋଗ ଦେଇଥିବାରୁ ସେ ପଶ୍ଚାଚାପ କରୁଛନ୍ତି। ଅପରପକ୍ଷେ ରାଜୀବ ଏସବୁ ଅଭିଯୋଗକୁ ନେଇ କହିଛନ୍ତି,ଏସବୁ ଲାଗି ତାଙ୍କୁ ମୁଁ ଡ୍ରାମା କୁଇନ୍‌ କୁହେ। ପ୍ରଥମ କଥା ହେଲା ଯଦି ତାଙ୍କୁ ଛାଡପତ୍ର ଦରକାର ତେବେ ସେ ମୋ ପରିବାର ଏବଂ ମୋ’ ସହ କଥା ହୋଇପାରିବେ। ହେଲେ ଏହି ଜିନିଷ ଲାଗି ମିଡିଆ ସମ୍ମୁଖକୁ ଯିବା କ’ଣ ଆବଶ୍ୟକ। ତାଙ୍କର ମୁଣ୍ଡ ଠିକ୍‌ ନାହିଁ।

ସେହିିଭଳି ମାସ ମାସ ଧରି ସେ ମୋ’ ଉପରେ ମିଛ ଅଭିଯୋଗ ଆଣୁଛନ୍ତି। ମୁଁ ତାଙ୍କୁ ମାସ ମାସ ଛାଡ଼ି ଗାଏବ ହୋଇଯାଉଥିଲି ବୋଲି ସେ କହୁଛନ୍ତି।ଗାଳି ଦେଉଥିଲି। ମାର୍‌ପିଟ୍‌ କରୁଥିଲି। ହେଲେ ତାହା ଠିକ୍‌ ନୁହେଁ। ମିଡିଆ ସମ୍ମୁଖରେ କେବଳ ଜବାବ ରଖି ଆସିଛି। ଏବେ ମୁଁ ନିଜ ଝିଅ କଥା ଭାବି ଚିନ୍ତାରେ ରହିଛି। କାରଣ ସେ ତାଙ୍କ ସହ ରହିଛି। ଏବେ ଝିଅଙ୍କୁ ଆଣିବାକୁ ସବୁକିଛି ସାଧନକୁ ଏକକରି ଦେବି ବୋଲି ରାଜୀବ କହିଛନ୍ତି।

କହିରଖୁଛୁ, ରାଜୀବ-ଚାରୁ ୨୦୧୯ରେ ବିବାହ କରିଥିଲେ। ବିବାହର କିଛି ଦିନ ପରେ ହିଁ ଉଭୟଙ୍କ ମଧ୍ୟରେ ତିକ୍ତତା ଆସିଯାଇଥିଲା। ଅନେକ ଥର ସେମାନେ ଅଲଗା ହୋଇ ପୁଣି ଏକାଠି ହୋଇଥିଲେ। ହେଲେ ଏବେ ପୁଣିଥରେ ଚାରୁ ରାଜୀବଙ୍କଠାରୁ ଛାଡ଼ପତ୍ର ନେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓ୍ବେବ୍‌ ସିରିଜ୍‌ ‘ଇଭିଲ ଆଇ’ରେ ଏକାଠି ନଜର ଆସିବେ ପ୍ରିୟଙ୍କା-ନିକ୍‌

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ହଲିଉଡ୍‌ ଗାୟକ ତଥା ଅଭିନେତା ସ୍ବାମୀ ନିକ୍‌ ଜୋନାସଙ୍କ ଯୋଡ଼ି ବିଶ୍ୱର ଚର୍ଚ୍ଚିତ ଯୋଡ଼ି ମଧ୍ୟରୁ ଅନ୍ୟତମ। ଏହି...

ପିତା ପୁତ୍ରଙ୍କ ସ୍ୱର-ତାଳ ଦେଖି ଆଶ୍ଚର୍ଯ୍ୟ ହେଲେ ବିଗ୍ ବି

ମୁମ୍ବାଇ: ସୋସିଆଲ ମିଡିଆରେ କ’ଣ କେତେବେଳ ଭାଇରାଲ ହେଉଛି ତାହା କହିବା ମୁସ୍କିଲ । ଏବେ ଜଣେ ପିତା-ପୁତ୍ରଙ୍କ ଭିଡିଓ ଖୁବ୍ ଭାଇରାଲ ହେଉଛି ।...

ଆଉ ନାହାନ୍ତି ଏହି ପ୍ରସିଦ୍ଧ ଅଭିନେତ୍ରୀ

କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିର ଭେଟେରାନ ଅଭିନେତ୍ରୀ ପ୍ରତୀମା ଦେବୀଙ୍କର ୮୮ ବର୍ଷରେ ପରଲୋକ ଘଟିଛି। ଅସୁସ୍ଥତା ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପ୍ରତୀମା ଅଭିନୟ...

‘ମନ୍ନତ’ଘର ନେମ୍‌ ପ୍ଲେଟ ବଦଳାଇଲେ ଶାହରୁଖ, ମୂଲ୍ୟ ଜାଣିଲେ…

ବଲିଉଡ୍‌ ଅଭିନେତା ଶାହରୁଖ ଖାନ୍‌ଙ୍କ ଘର ମନ୍ନତ ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଶାହରୁଖ ତାଙ୍କ ଘରର ନେମ ପ୍ଲେଟ ବଦଳାଇ ନୂଆ ନେମ...

ସ୍ବାମୀ ସୈଫଙ୍କ ସହ ଦୁଇ ପୁଅଙ୍କ ଫଟୋ ଶେୟାର କଲେ କରିନା: ଲୋକେ କହୁଛନ୍ତି ଏପରି

ବମ୍ବେ: ଏକଦା ସୋସିଆଲ ମିଡିଆ ଉପରେ ଲୁଚିଲୁଚି ନଜର ରଖୁଥିବା ବେବୋ ଏବେ ବଦଳିଯାଇଛନ୍ତି। ଇନ୍‌ଷ୍ଟାଗ୍ରାମରେ ସ୍ବତନ୍ତ୍ର ଆକାଉଣ୍ଟ ଖୋଲି ଭଳିକି ଭଳି ପୋଷ୍ଟ ଶେୟାର...

ପ୍ରେମିକ ଆଉ ସ୍ବାମୀ ଭିତରେ ବହୁତ ଫରକ କହିଲେ ପ୍ରିୟଙ୍କା

ବଲିଉଡ୍‌ରୁ ହଲିଉଡ୍‌ ପର୍ଯ୍ୟନ୍ତ ନିଜର ଭିନ୍ନଭିନ୍ନ ପରିଚୟ ସୃଷ୍ଟି କରିଚାଲିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା – ନିକ୍‌ ଜୋନାସ ୨୦୧୮ ଡିସେମ୍ବରରେ ବିବାହ ବନ୍ଧନରେ ବାନ୍ଧି...

ଏକତାଙ୍କ ବାୟୋପିକରେ ଦିଶା

ମୁମ୍ବାଇ: ବଲିଉଡ୍‌ର ହଟ୍‌ ଓ ସେକ୍ସି ନାୟିକା ଦିଶାା ପାଟନି ଏବେ ଚଣ୍ଡିଗଡ଼ରେ ଅଛନ୍ତି। ସେ ତାଙ୍କ ଅପ୍‌କମିଙ୍ଗ ଫିଲ୍ମ ‘କେ ଟିନା’ର ଶୁଟିଂରେ ବ୍ୟସ୍ତ...

ମୁଁ ଜନ୍ମରୁ ମୁସଲମାନ, ଆଗକୁ ବି ରହିବି: ନୁଶରତ୍‌ ଜହାଁ

କୋଲକତା, ୪।୭: ପଶ୍ଚିମବଙ୍ଗର ବସିରହାଟରୁ ନବନିର୍ବାଚିତ ତୃଣମୂଳ ସାଂସଦ ନୁଶରତ୍‌ ଜହାଁ ନିକଟରେ କୋଲକାତାର ଜଣେ ବ୍ୟବସାୟୀ ନିଖିଲ ଜୈନଙ୍କୁ ବିବାହ କରିଥିଲେ। ବିହାହ ପରେ...

Advertisement
Archives

Model This Week