Posted inଖେଳ

ଭୋ’ ଭୋ’ ହୋଇ କାନ୍ଦିଲେ ସୁଶୀଲ କୁମାର

ନୂଆଦିଲ୍ଲୀ,୪।୬: ଅଲିମ୍ପିଆନ ସୁଶୀଲ କୁମାର ଜେଲ୍‌ରେ ଅତ୍ୟନ୍ତ ଭାବପ୍ରବଣ ହୋଇଯାଇଛନ୍ତି। ଦୁଇ ଦିନ ହେବ ମାଣ୍ଡୋଲି ଜେଲକୁ ଆସିଥିବା ସୁଶୀଲଙ୍କୁ ଜେଲ ପ୍ରଶାସନ ତାଙ୍କ ପରିବାର ସଦସ୍ୟଙ୍କ ସହ ଫୋନରେ କଥା ହେବାକୁ ଅନୁମତି ଦେଇଥିଲେ। ପରିବାର ଲୋକଙ୍କ ସହ କଥା ହୋଇ ସେ ଭୋ’ ଭୋ’ ହୋଇ କାନ୍ଦିବାକୁ ଲାଗିଥିଲେ। କୁସ୍ତି ଯୋଦ୍ଧା ସାଗର ଧନଖରଙ୍କ ହତ୍ୟା ମାମଲାରେ ସୁଶୀଲଙ୍କୁ ଗିରଫ କରାଯାଇଛି। ମେ ୪ ରାତିରେ ସାଗର ଧନଖରଙ୍କ ହତ୍ୟା ପରେ ସୁଶୀଲ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଦୌଡୁଥିଲେ। ଏହି ସମୟ ମଧ୍ୟରେ ସେ ତାଙ୍କ ପରିବାର ସଦସ୍ୟଙ୍କ ସହ କଥାବାର୍ତ୍ତା କରିବାର ସୁଯୋଗ ପାଇ ନ ଥିଲେ। ଜେଲ ସୂତ୍ରରୁ ଜଣାପଡିଛି ଯେ ସୁଶୀଲ ଜେଲରୁ ତାଙ୍କ ଘର ସହ କଥା ହେବାବେଳେ ଅତ୍ୟନ୍ତ ଭାବପ୍ରବଣ ହୋଇଥିଲେ। ତେବେ ସୁଶୀଲ ନିଜକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ। ଦଶରୁ ପନ୍ଦର ମିନିଟ ପର୍ଯ୍ୟନ୍ତ ଚାଲିଥିବା ବାର୍ତ୍ତାଳାପ ସମୟରେ ସୁଶୀଲ ପରିବାର ସଦସ୍ୟଙ୍କ ବିଷୟରେ ପଚାରିଥିଲେ। ଜେଲ ଅଧିକାରୀ କହିଛନ୍ତି ଯେ କରୋନା ମହାମାରୀ ହେତୁ ବନ୍ଦୀମାନଙ୍କୁ ସେମାନଙ୍କ ପରିବାର ଲୋକଙ୍କ ସହ ଭେଟିବାକୁ ଦିଆଯାଉ ନାହିଁ। ଏଭଳି ପରିସ୍ଥିତିରେ ବନ୍ଦୀମାନଙ୍କୁ ସପ୍ତାହରେ ଦୁଇଥର ଫୋନ ଯୋଗେ କଥାବାର୍ତ୍ତା କରିବାକୁ ଅନୁମତି ଦିଆଯାଇଛି। ଗୁରୁବାର ନିୟମ ଅନୁଯାୟୀ ସୁଶୀଲଙ୍କୁ ତାଙ୍କ ପରିବାର ସଦସ୍ୟଙ୍କ ସହ କଥାବାର୍ତ୍ତା ମଧ୍ୟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇନିଂସ ଘୋଷଣା କଲା ଭାରତ

ବିଶାଖାପାଟଣା,୩।୧୦: ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ଦଳ ତା’ର ପ୍ରଥମ ଇନିଂସରେ ୭ ଉଇକେଟ ହରାଇ ୫୦୨ ରନ୍‌ କରିଥିବାବେଳେ...

ପ୍ରଥମ ଟେଷ୍ଟରୁ ବାଦ୍‌ ପଡ଼ିଲେ ଶ୍ରେୟସ

ନୂଆଦିଲ୍ଲୀ,୧।୨: ଅଷ୍ଟ୍ରେଲିଆ ବିପକ୍ଷ ୪ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି ଶ୍ରେୟସ ଆୟର। ଏବେ ତାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ ନଚେତ ଶୁଭମନ...

ଧୋନୀଙ୍କୁ ମିସ୍‌ କରୁଛନ୍ତି ‘ନଂ ଓ୍ବାନ୍‌ ଫ୍ୟାନ୍‌’: କହିଲେ ଏମିତି

କରୋନା ଯୋଗୁୁ ଚଳିତ ବର୍ଷ ଆଇପିଏଲ ଭାରତରେ ନୁହେଁ ୟୁଏଇରେ ଆୟୋଜିତ ହେଉଛି। କରୋନାଙ୍କ ବିପଦକୁ ଦେଖି ଅନେକ ଖେଳାଳି ଏଥର ନିଜ ପରିବାରକୁ ସାଙ୍ଗରେ...

‘ମିଡ୍‌ଲ ଅର୍ଡରରେ ଫିଟ୍‌ ହେଉ ନାହାନ୍ତି ଶ୍ରେୟାସ’

କୋଲକାତା,୧୮।୨: ଆଇପିଏଲ ଅକ୍‌ଶନରେ ୧୨.୨୫ କୋଟି ଟଙ୍କାରେ ବିକ୍ରି ହୋଇଥିବା ଶ୍ରେୟାସ ଆୟାର ଭାରତୀୟ ଟି୨୦ ଦଳରେ ଫିଟ୍‌ ହେଉ ନାହାନ୍ତି। ଟିମ୍‌ ଇଣ୍ଡିଆରେ ସ୍ଥାନ...

ପ୍ରଥମଥର ବାପାଙ୍କ ପାଇଁ ତାଳି ମାରିଲେ ଭାମିକା

ସେଞ୍ଚୁରିଅନର ସୁପର ସ୍ପୋର୍ଟ ପାର୍କରେ ଖେଳାଯାଉଥିବା ଭାରତ ଏବଂ ଦକ୍ଷିଣ ଆଫ୍ରିକା ମ୍ୟାଚର ସବୁଠାରୁ ସୁନ୍ଦର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଫଟୋରେ...

ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ସଚିନ

ନୂଆଦିଲ୍ଲୀ,୭।୨- ଭାରତୀୟ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଶୁକ୍ରବାର ଅଷ୍ଟ୍ରେଲିଆର ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ (ଏସ୍‌ସିଜି) ଗସ୍ତ କରି ଷ୍ଟାଡିୟମରେ ତାଙ୍କ ପସନ୍ଦୀୟ ଜାଗା ଦେଖାଇଛନ୍ତି।...

ଯୁବ ଭାରତୀୟ ଦଳକୁ ରେକର୍ଡ ଏସିଆ କପ୍‌

କଲମ୍ବୋ,୧୪।୯: ବାମହାତୀ ସ୍ପିନର ଅଥର୍ବ ଆଙ୍କୋଲେକରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରତୀୟ ଦଳ ୧୯ ବର୍ଷରୁ କମ୍‌ କ୍ରିକେଟ ଏସିଆ କପ୍‌ ଜିତିଛି। ସ୍ଥାନୀୟ ଆର....

ଭାରତ ସହିତ ୨୦୨୩ ବିଶ୍ୱକପ ଖେଳିବାକୁ ପାକିସ୍ତାନ ପ୍ରସ୍ତୁତ: ବାବର ଆଜମ…

ଇସଲାମାବାଦ,୪।୩ : ପାକିସ୍ତାନ କ୍ରିକେଟ ଦଳ ବର୍ତ୍ତମାନ ପାକିସ୍ତାନ ସୁପର ଲିଗରେ ବ୍ୟସ୍ତ ଅଛନ୍ତି। ଭାରତରେ ଅନୁଷ୍ଠିତ ହେବାକୁ ଥିବା ୨୦୨୩ ଏକଦିବସୀୟ ବିଶ୍ୱକପ ବିଷୟରେ...

Advertisement
Archives

Model This Week