ହାଇକୋର୍ଟ ଗଲେ ରକୁଲ

ନୂଆଦିଲ୍ଲୀ, ୧୭ ।୯: ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ସହ ଡ୍ରଗ୍ସ ମାମଲା ଯୋଡି ହୋଇଯିବା ପରେ ଏବେ କେତେଜଣ ସେଲିବ୍ରିଟି ଏହା ମଧ୍ୟକୁ ଚାଲି ଆସିଛନ୍ତି । ନାର୍କୋଟିକ୍ସ କ୍ରାଇମ ବ୍ୟୁରୋ(ଏନ୍‌ସିବି) ଦ୍ୱାରା ଗିରଫ ହେବା ପରେ ସୁଶାନ୍ତ ସିଂ ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରିଆ ଚକ୍ରବର୍ତ୍ତି ଆଉ କେତେଜଣ ବଲିଉଡ୍ ସେଲିବ୍ରିଟିଙ୍କ ନାଁ କହିଛନ୍ତି । ଏହି ଡ୍ରଗ୍ସ ମାମଲାରେ ରକୁଲ ପ୍ରିତ ସିଂଙ୍କ ନାମ ମଧ୍ୟ ଆସିଛି । ଏହାପରେ ରକୁଲ ଗୁରୁବାର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏହାସହ ତାଭ୍‌କୁ ନେଇ ଗଣମାଧ୍ୟମର କଭରେଜ ଉପରେ ରୋକ ଲଗାଇବାକୁ ରକୁଲ କୋର୍ଟରେ ଅପିଲ କରିଥିବା ସୂଚନା ରହିଛି । ସେ କହିଛନ୍ତି ଗଣମାଧ୍ୟମରେ ତାଙ୍କୁ ନେଇ ଯେଉଁ ଖବର ପ୍ରଚାର ପ୍ରସାର କରାଯାଉଛି ଏଥିରେ ତାଙ୍କ ଇମେଜ ନଷ୍ଟ କରିବାକୁ ଚେଷ୍ଟା କରାଯାଉଛି । ରକୁଲ କହିଛନ୍ତି ରିଆ ଚର୍କବର୍ତ୍ତି ଡ୍ରଗ୍ସ ମାମଲାରେ ତାଙ୍କ ନାଁ ଓ ସାରା ଅଲି ଖାଁଙ୍କ ନାଁ ନେବା କଥା ସେ ଶୁଟିଂରେ ଥିବା ବେଳେ ଜାଣିପାରିଥିଲେ । ଆଉ ଏହାପରେ ଗଣମାଧ୍ୟମରେ ତାଙ୍କ ସମ୍ପର୍କରେ ବିଭିନ୍ନ ପ୍ରକାର ଭୁଲ୍ ଖବର ପରିବେଷଣ କରାଯାଉଛି । ତେଣୁ ଏହା ଉପରେ ରୋକ ଲାଗାଇବାକୁ କୋର୍ଟ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେ ଅପିଲ କରିଛନ୍ତି । ରକୁଲଙ୍କ ଓକିଲ ମଧ୍ୟ କହିଛନ୍ତି ଗଣମାଧ୍ୟମ ରକୁଲଙ୍କୁ ହତୋତ୍ସାହିତ କରୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ପିତାଙ୍କୁ ମନେ ପକାଇଲେ ମାଧୁରୀ, ସୋସିଆଲ ମିଡିଆରେ ଲେଖିଲେ ଏମିତି କିଛି…

ମୁମ୍ବାଇ: ଜୁନ୍‌ ୨୦ ଅର୍ଥାତ୍‌ ରବିବାର ସମଗ୍ର ଦେଶରେ ପିତୃ ଦିବସ ପାଳନ କରାଯାଉଛି। ପିଲାମାନେ ଏହି ଦିନଟିକୁ ନିଜ ପିତାଙ୍କ ସହିତ ଏକ ବିଶେଷ...

ଆରଜେଡି-ଜେଡିୟୁ ମଧ୍ୟରେ ସବୁକିଛି ଚାଲିଛି ଠିକ୍‌: ଗୋଟିଏ ଗାଡ଼ିରେ ବିଧାନସଭା ଆସିଲେ ନୀତୀଶ-ତେଜସ୍ବୀ

ପାଟନା,୧୦।୭: ବିହାର ବିଧାନସଭା ମୌସୁମୀ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ବିଧାନସଭାରେ ଯୋଗ ଦେବାକୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ...

ପାରିକରଙ୍କୁ ମନେ ପକାଇଲେ ମୋଦି

ପାଣାଜୀ,୧୯।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଗୋଆରେ ପହଞ୍ଚିଛନ୍ତି। ଗୋଆ ମୁକ୍ତି ଦିବସ ଅବସରରେ ସେ ନବୀକରଣ ହୋଇଥିବା ଫୋର୍ଟ ଆଗୁଆଡା ଜେଲ ସଂଗ୍ରହାଳୟ, ଗୋଆ...

୪ ସପ୍ତାହରେ ଅଯୋଧ୍ୟା ରାୟ: ସିଜେଆଇ କହିଲେ,ଚମତ୍କାର ହୋଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ,୨୭।୯(ପି.ଟି.):ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ମାମଲାର ଶୁଣାଣି ଯେକୌଣସି ପ୍ରକାରେ ଅକ୍ଟୋବର ୧୮ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇ ଉଭୟ...

ଏନ-୩୨ ବିମାନ ଦୁର୍ଘଟଣା: ୧୮ ଦିନ ପରେ ଆଜି ଘରେ ପହଞ୍ଚିବ ଶହୀଦଙ୍କ ମୃତଦେହ

ନୂଆଦିଲ୍ଲୀ, ୨୧।୬: ଭାରତୀୟ ବାୟୁସେନା ପରିବହନ ବିଭାଗର ବିମାନ ଏନ-୩୨ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୩ଜଣଙ୍କ ଶହୀଦଙ୍କ ମୃତଦେହ ଶୁକ୍ରବାର ସେମାନଙ୍କ ଘରେ ପହଞ୍ଚିବ ବୋଲି...

ବିଦେଶୀ ପ୍ରଶଂସକଙ୍କ ପାଇଁ ସ୍ପେଶାଲ ଉପହାର ପଠାଇଲେ ଶାହାରୁଖ

ମୁମ୍ବାଇ: ବଲିଉଡ ବାଦଶାହା ଶାହାରୁଖ ଖାଁଙ୍କର ଦେଶ ତଥା ବିଦେଶରେ ରହିଛନ୍ତି ଅନେକ ପ୍ରଶଂସକ । ନିକଟରେ ତାଙ୍କର ଜଣେ ବିଦେଶୀ ପ୍ରଶଂସକଙ୍କୁ ସେ ଏକ...

ରାଷ୍ଟ୍ରପତିଙ୍କ ଗୋଟିଏ ଟୁଇଟ୍‌ ଯୋଗୁ ଭାରତରେ ବିବାହ କଲେ ଆମେରିକା ଯୁବତୀ

ଥିରୁଭାନନ୍ତପୁରମ୍‌, ୯।୧୨: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଗୋଟିଏ ଟୁଇଟ୍‌ ଯୋଗୁ ଜଣେ ଆମେରିକା ମହିଳା ଭାରତରେ ବିବାହ କରିଛନ୍ତି। ଆଶଲେ ହଲ୍‌ ନାମକ ଜଣେ ଯୁବତୀଙ୍କ...

ସିରମ୍‌କୁ ଝଟ୍‌କା, କୋଭାଭାକ୍ସ୍‌ ପରୀକ୍ଷା ପାଇଁ ମିଳିଲାନି ଅନୁମତିି…

ନୂଆଦିଲ୍ଲୀ,୧।୭: କୋଭିଶିଲ୍ଡ ଭାକ୍ସିନ୍‌ ପ୍ରସ୍ତୁତ କରିଥିବା ପୁଣେସ୍ଥିତ ସିରମ୍‌ ଇନଷ୍ଟିଚ୍ୟୁଟ୍‌କୁ ବଡ଼ ଝଟ୍‌କା ଲାଗିଛି। ୨ରୁ ୧୭ ବର୍ଷ ବୟସ୍କ ପିଲାଙ୍କଠାରେ କରୋନା ଟିକା କୋଭାଭାକ୍ସର...

Advertisement
Archives

Model This Week