ରିୟାଙ୍କୁ ମେସେଜ୍‌ କରିଥିଲେ ସୁଶାନ୍ତଙ୍କ ବାପା, ଜାଣନ୍ତୁ କ’ଣ କହିଥିଲେ

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ କ୍ରମାଗତ ଭାବରେ ନୂଆ ତଥ୍ୟ ପ୍ରକାଶ କରାଯାଉଛି। ମାମଲାର ଅନୁସନ୍ଧାନରେ ସିବିଆଇ ଏବଂ ଇଡି କରୁଛନ୍ତି। ଏବେ କିଛି ହ୍ବାଟସଆପ୍‌ ବାର୍ତ୍ତା ଆଦାନପ୍ରଦାନ କିଛି ତଥ୍ୟ ପଦାକୁ ଆସିଛି। ଏହି କ୍ରମରେ ସୁଶାନ୍ତଙ୍କ ପିତା ରିୟା ଚକ୍ରବର୍ତ୍ତୀଙ୍କୁ ଦେଇଥିବା ବାର୍ତ୍ତା ମଧ୍ୟ ପ୍ରକାଶ ପାଇଛି। ଏହି ବାର୍ତ୍ତା ସୁଶାନ୍ତଙ୍କ ପିତା ରିୟାଙ୍କୁ ୨୦୧୯ ନଭେମ୍ବରରେ ପଠାଇଥିଲେ। ଯେଉଁଥିରେ ସେ ପୁଅ ସହିତ କଥାବାର୍ତ୍ତା କରିବାକୁ ରିୟାଙ୍କୁ ନିବେଦନ କରିଥିଲେ।
ସୁଶାନ୍ତଙ୍କ ପିତା ଲେଖିଛନ୍ତି- ଯେତେବେଳେ ତୁମେ ଜାଣିଲ ଯେ ମୁଁ ସୁଶାନ୍ତଙ୍କ ପିତା, ତେବେ ତୁମେ କାହିଁକି କଥା ହେଲ ନାହିଁ? ପ୍ରକୃତରେ କ’ଣ ହୋଇଛି? ଯଦି ତୁମେ ତା’ର ଯତ୍ନ ନେଉଛ ଏବଂ ତାଙ୍କୁ ଜଣେ ବନ୍ଧୁ ଭାବରେ ବ୍ୟବହାର କରୁଛ। ତେବେ ସୁଶାନ୍ତଙ୍କ ବିଷୟରେ ସମସ୍ତ ତଥ୍ୟ ରଖିବା ମଧ୍ୟ ମୋର କର୍ତ୍ତବ୍ୟ। ତେଣୁ କଲ କରନ୍ତୁ ଏବଂ ମୋତେ ସମସ୍ତ ସୂଚନା ଦିଅନ୍ତୁ। ଏହି ବାର୍ତ୍ତା ନଭେମ୍ବର ୨୯ରେ ରିୟାଙ୍କୁ ପଠାଯାଇଥିଲା।
ଏହି ବାର୍ତ୍ତାଗୁଡ଼ିକରୁ ଜଣା ପଡିଛି ଯେ ସୁଶାନ୍ତଙ୍କ ପିତା ତାଙ୍କ ପୁଅକୁ ଚିନ୍ତିତ ଥିଲେ। ସେମାନେ ରିୟାଙ୍କ ଠାରୁ ପୁଅର ସମସ୍ୟା ବିଷୟରେ କଥାବାର୍ତ୍ତା କରିବାକୁ ଚାହୁଁଥିବାବେଳେ ରିୟା ସେମାନଙ୍କ କଲ ଏବଂ ବାର୍ତ୍ତାକୁ ଅଣଦେଖା କରୁଥିବା ଦେଖାଯାଇଥିଲା। ପୁଅର ମୃତ୍ୟୁ ପୂର୍ବରୁ କିଛି ମାସ ପୂର୍ବରୁ ସୁଶାନ୍ତଙ୍କ ବାପା ମୁମ୍ବାଇ ପୋଲିସ ସହିତ ଯୋଗାଯୋଗ କରିଥିଲେ। ସେମାନେ ପୁଅ ସହିତ କିଛି ଭୁଲ ହେବ ବୋଲି ଆଶଙ୍କା ପ୍ରକାଶ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri