Posted inଖେଳ

ମ୍ୟାଚ୍‌ ଶେଷ ହେବା ପରେ ଏହି କାମ କରିଥାନ୍ତି ସୂର୍ଯ୍ୟକୁମାର: ୧୦୬ ସେକେଣ୍ଡ ଭିଡିଓରେ ବଖାଣିଲେ…

ବମ୍ବେ,୨୭।୫: ନିକଟରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ ମୁମ୍ବାଇ ଇଣ୍ଡିଆନ୍ସ ସହ ଇନ୍‌ଷ୍ଟାଗ୍ରାମ ଲାଇଭ୍‌ରେ ନଜର ଆସିଥିଲେ। ଏହି ସମୟରେ ସେ ନିଜର ବ୍ୟକ୍ତିଗତ ରୁଚି ନେଇ ଅନେକ ମଜାଦାର କଥା ଶେୟାର କରିଛନ୍ତି। ସୂର୍ଯ୍ୟକୁମାର ବଲିଉଡ୍‌ର କମେଡି ଫିଲ୍ମ ଦେଖିବାକୁ ବେଶ ଭଲପାଆନ୍ତି। ଅନ୍ଦାଜ ଅପନା ଅପନା, ଚୁପ୍‌କେ-ଚୁପ୍‌କେ, ହେରା ଫେରି ଆଦି ୩ ଫିଲ୍ମକୁ ବାରମ୍ବାର ଦେଖିବାକୁ ପସନ୍ଦ କରନ୍ତି ସେ। ଏଥିରେ ସେ ବୋର୍‌ ହୁଅନ୍ତି ନାହିଁ। ମ୍ୟାଚ୍‌ ଶେଷ ହେବା ପରେ ସେ ସବୁବେଳେ ଏହି ଫିଲ୍ମ ଦେଖି ଖୁସି ହୋଇଥାନ୍ତି। ବିଶେଷକରି ଅନ୍ଦାଜ ଅପ୍‌ନା ଅପ୍‌ନାରେ ଆମିର ଖାନ୍‌ଙ୍କ ଅନେକ ଡାଏଲଗ୍‌ ତାଙ୍କର ବେଶ୍‌ ପସନ୍ଦ।

ତେବେ ଚଳିତ ବର୍ଷ ଇଂଲଣ୍ଡ ବିପକ୍ଷ ଟି୨୦ ଅନ୍ତର୍ଜାତୀୟ ସିରିଜରେ ସୂର୍ଯ୍ୟକୁମାର ଡେବ୍ୟୁ କରିଥିଲେ। ନିକଟରେ ସେ ଆଇପିଏଲ୍‌ ୨୦୨୧ରେ ମଧ୍ୟ ନଜର ଆସିଥିଲେ। ଚଳିତ ସଂସ୍କରଣରେ ସେ କ୍ରିକେଟର ୧୪୪ ଷ୍ଟାଇକ୍‌ ରେଟ୍‌ ସହ ୧୭୩ ରନ୍‌ କରିଥିଲେ। ହେଲେ ଏବେ ଟୁର୍ନାମେଣ୍ଟ ଅନିଶ୍ଚିତକାଳ ପାଇଁ ସ୍ଥଗିତ ହୋଇଯାଇଛି। ଏହା ପୁଣି ଆରମ୍ଭ ହେଲେ ତାଙ୍କୁ ପୁଣିଥରେ ଦେଖିବାକୁ ମିଳିବ। ତେବେ ଜୁଲାଇରେ ଶ୍ରୀଲଙ୍କା ଗସ୍ତ କରିବାକୁ ଥିବା ଭାରତୀୟ ଟିମ୍‌ରେ ତାଙ୍କର ଚୟନ ହୋଇପାରେ ବୋଲି ଆଶା କରାଯାଉଛି। ଏପରି ହେଲେ ତାଙ୍କ ପାଇଁ ଟି୨୦ ବିଶ୍ୱକପ୍‌ ଖେଳିବା ଲାଗି ବାଟ ଫିଟିଯିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?