Advertisement
Posted inଖେଳ

ରେକର୍ଡ ବର୍ଷା କଲେ ସୂର୍ଯ୍ୟକୁମାର

ରାଜକୋଟ,୮।୧: ରାଜକୋଟରେ ଶ୍ରୀଲଙ୍କା ବିପକ୍ଷରେ ସୂର୍ଯ୍ୟକୁମାର ଯାଦବ ବିସ୍ଫୋରକ ଇଂନିସ ଖେଳିଥିଲେ। ସେ ୫୧ ବଲରୁ ଅପରାଜିତ ୧୧୨ ରନ କରିଥିଲେ। ତାଙ୍କ ଇନିଂସ ଯୋଗୁ ଭାରତ ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚରେ ଶ୍ରୀଲଙ୍କାକୁ ୯୧ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ଟିମ ଇଣ୍ଡିଆ ୨-୧ରେ ସିରିଜ ଜିତିଛି। ଅନ୍ତର୍ଜାତୀୟ ଟି-୨୦ରେ ସୂର୍ଯ୍ୟକୁମାର ତୃତୀୟ ଶତକ ସ୍କୋର କରିଥିଲେ। ଏହି ସମୟରେ ସେ ତାଙ୍କ ନାମରେ ଅନେକ ରେକର୍ଡ କରିଥିଲେ।
ଶ୍ରୀଲଙ୍କା ବିପକ୍ଷ ଇନିଂସ ସମୟରେ ସୂର୍ଯ୍ୟକୁମାର ଏକ ବଡ଼ ସଫଳତା ହାସଲ କରିଥିଲେ। ସେ ଅନ୍ତର୍ଜାତୀୟ ଟି-୨୦ରେ ୧୫୦୦ ରନ ସ୍କୋର କରିବାରେ ଦ୍ରୁତତମ ବ୍ୟାଟ୍ସମ୍ୟାନ ହୋଇଥିଲେ। ଫେବୃଆରୀ ୨୦୨୧ରେ ଇଂଲଣ୍ଡ ବିପକ୍ଷରେ ଡେବ୍ୟୁ କରିଥିବା ସୂର୍ଯ୍ୟ ୪୨ ଇନିଂସରେ ୧୫୦୦ ରନ ପୂରଣ କରିଥିଲେ। ସେ ୧୫୦୦ ରନ ପାଇଁ ୮୪୩ ବଲ୍‌ର ସମ୍ମୁଖୀନ ହୋଇଥିଲେ। ଏଥିପାଇଁ ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକ୍ସୱେଲ ୯୪୦ ବଲ ନେଇଥିଲେ।
ଶ୍ରୀଲଙ୍କା ବିପକ୍ଷ ଇନିଂସରେ ସୂର୍ଯ୍ୟକୁମାର ନଅ ଛକା ମାରିଥିଲେ। ସେ ଟି-୨୦ ମ୍ୟାଚ୍‌ରେ ଭାରତ ପାଇଁ ବିନା ଓପନର୍‌ ବ୍ୟାଟ୍ସମ୍ୟାନଙ୍କ ଦ୍ୱାରା ସର୍ବାଧିକ ୯ଟି ଛକା ମାରିଥିଲେ। ଏହି ମାମଲାରେ ସେ ନିଜେ ବିରାଟ କୋହଲି ଏବଂ ଯୁବରାଜ ସିଂଙ୍କୁ ଛାଡିଛନ୍ତି। ସୂର୍ଯ୍ୟ, କୋହଲି ଏବଂ ଯୁବରାଜ ପ୍ରତ୍ୟେକେ ୭-୭ ଛକା ମାରିଥିଲେ।
ତିନୋଟି ଭିନ୍ନ ମହାଦ୍ୱୀପରେ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ଶତକ ହାସଲ କରିଥିବା ସୂର୍ଯ୍ୟକୁମାର ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ସେ ଗତ ବର୍ଷ ଜୁଲାଇରେ ଇଂଲଣ୍ଡ ବିପକ୍ଷରେ ଏବଂ ନଭେମ୍ବରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଶତକ ହାସଲ କରିଥିଲେ। ଭାରତରେ ସେ ଟି-୨୦ ରେ ପ୍ରଥମ ଶତକ ହାସଲ କରିଛନ୍ତି।
ସୂର୍ଯ୍ୟକୁମାର ସମସ୍ତ ୩ଟି ଶତକ ବିନା ଓପନର୍‌ ଭାବେ ସ୍କୋର କରିଛନ୍ତି। ସେ ଦୁଇଥର ଚାରି ନମ୍ବରରେ ଏକ ଶତକ ହାସଲ କରିଛନ୍ତି। ତୃତୀୟ କ୍ରମରେ ଥରେ ଶତକ ହାସଲ କରିଛନ୍ତି। ଇଂଲଣ୍ଡ ବିପକ୍ଷରେ ସେ ଚତୁର୍ଥ ସ୍ଥାନରେ ୧୧୭ ରନ ଖେଳିଥିଲେ। ଏଥି ସହିତ ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ତିନି ନମ୍ବରରେ ଅପରାଜିତ ୧୧୧ ସ୍କୋର କରିଥିଲେ। ସେ ଶ୍ରୀଲଙ୍କା ବିପକ୍ଷ ଚତୁର୍ଥ ନମ୍ବରରେ ଅପରାଜିତ ୧୧୨ ରନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓଡ଼ିଶାର କ୍ରୀଡ଼ା ଭିତ୍ତିଭୂମି ବିଶ୍ୱସ୍ତରୀୟ: ମାର୍ଟିନ

ଭୁବନେଶ୍ୱର,୮।୯(ସ୍ପୋଟର୍‌ସ ବ୍ୟୁରୋ)- ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ କ୍ରୀଡ଼ା ବିଜ୍ଞାନ ନେଇ ଶନିବାର ଏକ ବକ୍ତୃତାମାଳା ଆୟୋଜନ କରାଯାଇଛି। ଏଥିରେ ଇଂଲଣ୍ଡର...

କ୍ୱାର୍ଟର ଫାଇନାଲରେ ଦକ୍ଷିଣ କୋରିଆ

ଭୁବନେଶ୍ୱର, ୨୪।୧ (କ୍ରୀଡ଼ା ପ୍ରତିନିଧି): ଦକ୍ଷିଣ କୋରିଆ ଅନ୍ତିମ ଦଳଭାବେ ଚଳିତ ହକିି ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ସୋମବାର ଅନୁଷ୍ଠିତ କ୍ରସ୍‌ ଓଭର...

ରୋହିତଙ୍କ ପାଇଁ ରେକର୍ଡ ବ୍ରେକିଂ ହୋଇପାରେ ଚତୁର୍ଥ ଟେଷ୍ଟ: ନିଜ ନାମରେ କରିପାରନ୍ତି ଏହି ୨ ରେକର୍ଡ

ଅହମ୍ମଦାବାଦ,୩।୩: ଭାରତୀୟ ଓପନର୍‌ ରୋହିତ ଶର୍ମା ଏବେ ଭଲ ଫର୍ମରେ ଅଛନ୍ତି। ଅହମ୍ମଦାବାଦରେ ଖେଳା ଯାଇଥିବା ତୃତୀୟ ଟେଷ୍ଟରେ ଖରାପ ଉଇକେଟ ସତ୍ତ୍ୱେ ରୋହିତ ୬୬...

ବୃହତ ବିଜୟ ସହିତ କ୍ୱାର୍ଟରରେ ବ୍ରାଜିଲ

ଦୋହା,୬ା୧୨: ଫିଫା ବିଶ୍ୱକପର ରାଉଣ୍ଡ ଅଫ୍‌ ୧୬ ମୁକାବିଲାରେ ସୋମବାର ବୃହତ ବିଜୟ ହାସଲ କରିଛି ବ୍ରାଜିଲ। ଦଳ ୪-୧ରେ ଦକ୍ଷିଣ କୋରିଆକୁ ପରାସ୍ତ କରିବା...

କୋପା ଆମେରିକା: ଆର୍ଜେଣ୍ଟିନାକୁ ବ୍ରୋଞ୍ଜ

ରିଓ ଡେ ଜାନିରୋ,୭।୭(ଏଏଫ୍‌ପି)- ଚଳିତ କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟର ପ୍ଲେ ଅଫ୍‌ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ଚିଲିକୁ ହରାଇ ବ୍ରୋଞ୍ଜ ପଦକ ହାସଲ...

ଓଏଫ୍‌ସିର ମୁଖ୍ୟ ପାର୍ଟନର ଜିନ୍ଦଲ ପାନ୍ଥର୍ସ

ଭୁବନେଶ୍ୱର, ୨୯ା୧୧ (ସ୍ପୋଟର୍‌ସ ବ୍ୟୁରୋ): ଇଣ୍ଡିଆନ୍‌ ସୁପର ଲିଗ୍‌(ଆଇଏସ୍‌ଏଲ୍‌)ର ଓଡ଼ିଶା ଫ୍ରାଞ୍ଚାଇଜ ଓଡ଼ିଶା ଫୁଟ୍‌ବଲ୍‌ କ୍ଲବ୍‌(ଓଏଫ୍‌ସି)ର ମୁଖ୍ୟ ପାର୍ଟନର ରହିଛି ଜିନ୍ଦଲ ପାନ୍ଥର୍ସ। ସୋମବାର ଏନେଇ...

ଟୋକିଓରେ ପହଞ୍ଚିଲା ବିଶାଳ ଅଲିମ୍ପିକ କଣ୍ଢେଇ

ଟୋକିଓ,୧୮।୭(ଏପି): ଅଲିମ୍ପିକ୍ସ ଆରମ୍ଭ ହେବାକୁ ଆଉ ୬ ଦିନ ବାକିଥିବା ବେଳେ ଏକ ବିଶାଳ ଅଲିମ୍ପିକ କଣ୍ଢେଇ ଟୋକିଓରେ ଆସି ପହଞ୍ଚିଛି। ଏ ନେଇ ଅଲିମ୍ପିକ୍‌...

ବର୍ନ୍ସ ବାଦ୍‌, ଓ୍ବାର୍ନର, ପୁକୋଭସ୍କି ସାମିଲ

ମେଲବୋର୍ନ, ୩୧।୧୨(ପି.ଟି.)- ଭାରତ ବିପକ୍ଷ ଟେଷ୍ଟ ସିରିଜର ଅବଶିଷ୍ଟ ୨ଟି ମ୍ୟାଚ ପାଇଁ ଅଷ୍ଟ୍ରେଲିଆ ଦଳରୁ ଓପନର ଜୋ ବର୍ନ୍ସ ବାଦ୍‌ ପଡ଼ିଛନ୍ତି। ଡେଭିଡ ଓ୍ବାର୍ନର...

Advertisement
Archives

Model This Week