ଫରାସୀ ପୋଲିସକୁ ସର୍ଭିଲାନ୍ସ କ୍ଷମତା

ପ୍ୟାରିସ୍‌,୭ା୭:ଜୁନ୍‌ ୨୭ରେ ପ୍ୟାରିସ୍‌ର ନାନ୍‌ଟେରେଠାରେ ୧୭ ବର୍ଷୀୟ ଡେଲିଭରି ଡ୍ରାଇଭର ନହେଲ ଏମ୍‌.ଙ୍କୁ ଜଣେ ପୋଲିସ ଅଫିସର ଗୁଳିକରି ହତ୍ୟା କରିବା ପ୍ରତିବାଦରେ ସାରା ଫ୍ରାନ୍ସରେ ଆନ୍ଦୋଳନର ନିଅଁା ଜଳୁଥିବାବେଳେ ମାକ୍‌ରଁଙ୍କ ସରକାର ପୋଲିସକୁ ସୁହାଇଲା ଭଳି ଏକ ବିବାଦୀୟ ଆଇନ ଆଣିଛନ୍ତି। ସନ୍ଦିଗ୍ଧମାନଙ୍କ କ୍ୟାମେରା, ମାଇକ୍ରୋଫୋନ୍‌, ମୋବାଇଲ ଫୋନ୍‌ର ଗ୍ଲୋବାଲ ପୋଜିଶନିଂ ସିଷ୍ଟମ୍‌ (ଜିପିଏସ୍‌) ଏବଂ ଅନ୍ୟ ଉପକରଣଗୁଡ଼ିକ ଜରିଆରେ ପୋଲିସ ଗୁପ୍ତଚରଗିରି କରିପାରିବା ଉଚିତ ବୋଲି ଦେଶର ଆଇନପ୍ରଣେତାମାନେ ଜୁଲାଇ ୫ରେ ସହମତି ପ୍ରକାଶ କରିଛନ୍ତି। ଏକ ବିସ୍ତୃତ ନ୍ୟାୟ ସଂସ୍କାର ବିଲ୍‌ର ଅଂଶ ଭାବେ ପୋଲିସକୁ ଗୁପ୍ତଚରଗିରି କ୍ଷମତା ପ୍ରଦାନ ସମ୍ପର୍କିତ ଏହି ବିଲ୍‌ ନ୍ୟାଶନାଲ ଆସେମ୍ବ୍ଲିରେ ଗୃହୀତ ହୋଇଛି। ସରକାରଙ୍କ ଏହି ଉଦ୍ୟମକୁ ଉଭୟ ବାମ ଓ ଦକ୍ଷିଣପନ୍ଥୀ ଆଡ୍‌ଭୋକେସି ଗ୍ରୁପ୍‌ଗୁଡ଼ିକ ପକ୍ଷରୁ ଦୃଢ଼ ବିରୋଧ କରାଯାଇଛି।
ନୂଆ ଆଇନ ଅନୁସାରେ ଲାପ୍‌ଟପ୍‌, କାର୍‌ ଓ ଫୋନ୍‌ ଭଳି ଅନ୍ୟ ସଂଲଗ୍ନ ଉପକରଣଗୁଡ଼ିକ ଜରିଆରେ ଅନୂ୍ୟନ ୫ ବର୍ଷ ଜେଲ ଦଣ୍ଡନୀୟ କୌଣସି ଆପରାଧିକ ମାମଲାର ସନ୍ଦିଗ୍ଧଙ୍କ ଭୌଗୋଳିକ ଅବସ୍ଥିତି ଠାବ ପାଇଁ ପୋଲିସକୁ ଅନୁମତି ମିଳିବ। ଅପକର୍ମ, ଆତଙ୍କବାଦ ଓ ସଙ୍ଗଠିତ ଅପରାଧରେ ଜଡ଼ିତ ବ୍ୟକ୍ତିଙ୍କ ଫଟୋ ଏବଂ ସ୍ବର ରେକର୍ଡ କରିବା ପାଇଁ ଉପକରଣଗୁଡ଼ିକୁ ଦୂରବର୍ତ୍ତୀ ସ୍ଥାନରୁ ଆକ୍ଟିଭେଟ୍‌ କରାଯାଇପାରିବ। ଆଇନରେ ଏଭଳି ବ୍ୟବସ୍ଥା ଥିବାରୁ ବୁଧବାର ବିତର୍କ ବେଳେ ଅନେକ ଏମ୍‌ପି ଏହାକୁ ବିରୋଧ କରିଥିଲେ। କିନ୍ତୁ ଏହା ବାର୍ଷିକ କେବଳ କିଛି ଡଜନ୍‌ ମାମଲାକୁ ପ୍ରଭାବିତ କରିବ କହି ନ୍ୟାୟମନ୍ତ୍ରୀ ଏରିକ୍‌ ଡୁପୋଣ୍ଡ୍‌-ମୋରେଟ୍ଟି ବୁଝାଇବା ପରେ ସେମାନେ ସହମତି ପ୍ରକାଶ କରିଥିଲେ। ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁଙ୍କ ଶିବିରର ଏମ୍‌ପିମାନେ ଉକ୍ତ ବିଲ୍‌ରେ ଏକ ସଂଶୋଧନ ଯୋଡ଼ିଛନ୍ତି। ଏହାଦ୍ୱାରା ଅପରାଧର ପ୍ରକାର ଓ ଗମ୍ଭୀରତାକୁ ଦୃଷ୍ଟିରେ ରଖି ରିମୋଟ୍‌ ସ୍ପାଇଂର ବ୍ୟବହାରକୁ ସ୍ବଳ୍ପ ସମୟ ପାଇଁ ସୀମିତ କରାଯାଇପାରିବ। ତେବେ ଏଥିପାଇଁ ଜଣେ ବିଚାରପତିଙ୍କ ଅନୁମତି ନେବାକୁ ପଡ଼ିବ। ସର୍ଭିଲାନ୍ସର ମୋଟ ଅବଧି ୬ ମାସରୁ ଊର୍ଦ୍ଧ୍ୱ ହେବ ନାହିଁ। ଡାକ୍ତର, ଖବରଦାତା, ଆଇନଜୀବୀ, ବିଚାରପତି, ଏମ୍‌ପି ଭଳି ସମ୍ବେଦନଶୀଳ ପେସାଦାରମାନଙ୍କୁ ବୈଧ ଟାର୍ଗେଟ କରାଯାଇପାରିବ ନାହିଁ। ଟୋଟାଲ ସର୍ଭିଲାନ୍ସ ଅଧୀନ ସମାଜ ସମ୍ପର୍କିତ ଜର୍ଜ ଓରଓ୍ବେଲଙ୍କ ଉପନ୍ୟାସ ‘ଆମେ ୧୯୮୪ର ସର୍ବାଧିକାର ଏକଚ୍ଛତ୍ରବାଦଠାରୁ ବହୁ ଦୂରକୁ ଚାଲିଆସିଛେ’ର ଅବତାରଣା କରି ନ୍ୟାୟମନ୍ତ୍ରୀ ଏରିକ୍‌ କହିଛନ୍ତି, ଏହି ଆଇନ ଲୋକଙ୍କ ଜୀବନ ରକ୍ଷା କରିବ। ଭୋଟିଂ ପୂର୍ବରୁ ବିଲ୍‌ର ନାକାରାମତ୍କ ଦିଗଗୁଡ଼ିକ ଉପରେ ମଧ୍ୟ ଆଲୋଚନା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri