ସରୋଗେଟ୍‌ ମଦର

ସରୋଗେସୀ କରୁଥିବା ମହିଳା କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଛୁଟି ଘୋଷଣା କରାଯାଇଛି। ସରୋଗେସୀ ଦ୍ୱାରା ମାତୃତ୍ୱ ଓ ପିତୃତ୍ୱ ପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଛୁଟି ପ୍ରଦାନ ମହିଳା ସରକାରୀ କର୍ମଚାରୀଙ୍କୁ ୧୮୦ ଦିନର ମାତୃତ୍ୱ ଛୁଟି ଓ ପୁରୁଷ କର୍ମଚାରୀଙ୍କୁ ୧୫ ଦିନର ପିତୃତ୍ୱ ଛୁଟି ପ୍ରଦାନ ପାଇଁ ଆଇନତଃ ବ୍ୟବସ୍ଥା ହୋଇଛି। ସରକାରଙ୍କ ବ୍ୟବସ୍ଥା ଅନୁଯାୟୀ ଦୁଇରୁ କମ୍‌ ଜୀବିତ ସନ୍ତାନ ଥିବା ରାଜ୍ୟ ସରକାରୀ ମହିଳା କର୍ମଚାରୀ ସରୋଗେଟ ମାତୃତ୍ୱ ଲାଭ କଲେ ହିଁ ସେମାନେ ୧୮୦ ଦିନର ମାତୃତ୍ୱ ଛୁଟି ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ। ଏହାସହ ଜଣେ ରାଜ୍ୟ ସରକାରୀ ପୁରୁଷ କର୍ମଚାରୀ ଯିଏ ୨ରୁ କମ୍‌ ଜୀବିତ ସନ୍ତାନ ଥାଇ ଅଧିଷ୍ଠାତା ପିତା ବା କମିସନିଂ ଫାଦର ହୁଅନ୍ତି ସେ ସନ୍ତାନ ଜନ୍ମ ତାରିଖରୁ ଛଅ ମାସ ମଧ୍ୟରେ ପନ୍ଦର ଦିନର ପିତୃତ୍ୱ ଛୁଟି ଲାଭ କରିବା ପାଇଁ ଯୋଗ୍ୟ ବିବେଚିତ ହେବେ। ତେବେ ଏହି ଛୁଟି ଲାଭ କରିବାକୁ ସରୋଗେସୀ କ୍ଷେତ୍ରରେ ରହିଥିବା ରାଜିନାମା ସହିତ ପଞ୍ଜୀକୃତ ଡାକ୍ତର ଓ ସମ୍ପୃକ୍ତ ଡାକ୍ତରଖାନାରୁ ପାଇଥିବା ଚିକିତ୍ସା ସମ୍ବନ୍ଧିତ ସମସ୍ତ କାଗଜପତ୍ର ପ୍ରଦାନ କରିବାକୁ ପଡ଼ିବ।
‘ସରୋଗେଟ୍‌ ମଦର’ ବା (ଗର୍ଭାଶୟ ଭଡ଼ା ଦେଉଥିବା ମହିଳା) ବ୍ୟବସ୍ଥା ବର୍ତ୍ତମାନ ଭାରତର ମହାନଗରରେ ବଡ଼ ବ୍ୟବସାୟରେ ପରିଣତ ହୋଇଛି। ବିଦେଶରୁ ନିଃସନ୍ତାନ ଦମ୍ପତିମାନେ କମ୍‌ ଖର୍ଚ୍ଚରେ ସନ୍ତାନ ଲାଭ ପାଇଁ ଏଠାକୁ ଆସୁଛନ୍ତି। ଏହି କାରଣରୁ ବର୍ତ୍ତମାନ ସରକାର ସରୋଗେଟ୍‌ ଶିଶୁ ଜନ୍ମଜନିତ ଆଇନ ନିମନ୍ତେ ଦୃଢ଼ ପଦକ୍ଷେପ ନେବାକୁ ସ୍ଥିର କରିଛନ୍ତି। ଭାରତୀୟ ମହିଳାଙ୍କ ଗର୍ଭରୁ ଜନ୍ମିତ ଯାଆଁଳା ସନ୍ତାନଙ୍କ ପାଇଁ ଜର୍ମାନ ଦମ୍ପତିଙ୍କ ପାସ୍‌ପୋର୍ଟ ଆବେଦନ ସମ୍ପର୍କରେ ନିକଟରେ ବିଚାର କରି ସୁପ୍ରିମକୋର୍ଟ କହିଛନ୍ତି, ଏହା କେବଳ ଦୁଇ ଶିଶୁଙ୍କର ସମସ୍ୟା ନୁହେଁ, ଏହା ଏକ ସାମାଜିକ ଓ ମାନବୀୟ ସମସ୍ୟା। ଏଥିସହ ସୁପ୍ରିମକୋର୍ଟ କହିଛନ୍ତି, ଯାଆଁଳା ଶିଶୁ ଦୁହିଁକୁ ସରକାର ପାସ୍‌ପୋର୍ଟ ପ୍ରଦାନ କରିବା ପାଇଁ ଜର୍ମାନ ସରକାର ସେମାନଙ୍କୁ ନାଗରିକତ୍ୱ ପ୍ରଦାନ କରିବ ବୋଲି ଏକ ସତ୍ୟପାଠ ଯାଆଁଳା ପିଲାଦୁଇଟିର ପିତା ଜନ୍‌ ବ୍ଲାଡଙ୍କୁ ଦାଖଲ କରିବାକୁ ପଡ଼ିବ। ଏହାଛଡ଼ା ସେ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ କଲେଣି ନା କାହିଁ ତାହା ମଧ୍ୟ ଜଣାଇବା ପାଇଁ ସୁପ୍ରିମକୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୁପ୍ରିମକୋର୍ଟଙ୍କ ପାଇଁ ଚିନ୍ତାର ବିଷୟ ହେଉଛି ଉକ୍ତ ଶିଶୁଦ୍ୱୟଙ୍କ ପିତା ଭାରତୀୟ ପାସ୍‌ପୋର୍ଟ ଜରିଆରେ ସେମାନଙ୍କୁ ଜର୍ମାନ୍‌ ନେଇଯିବାକୁ ଚାହୁଁଛନ୍ତି। ଶିଶୁ ଦୁହିଁିଙ୍କର ଭାରତୀୟ ନାଗରିକତ୍ୱ ନିମନ୍ତେ ତାଙ୍କର କୌଣସି ଆଗ୍ରହ ନାହିଁ। ମାତ୍ର ଜଣେ ବିଦେଶୀ ନାଗରିକ ଜଣେ ଭାରତୀୟ ମହିଳାଙ୍କ ଗର୍ଭରୁ ଜନ୍ମିତ ଶିଶୁକୁ ବିଦେଶ ନେଇଯିବେ ଏହା କେତେଦୂର ଯୁକ୍ତିଯୁକ୍ତ। ସେମାନେ ଶିଶୁକୁ ପୋଷ୍ୟ ଭାବରେ ଗ୍ରହଣ କରୁନାହାନ୍ତି କାହିଁକି ? ଆଇନତଃ ପୋଷ୍ୟ ସନ୍ତାନ ଗ୍ରହଣ ଦ୍ୱାରା ଅତିକମ୍‌ରେ ଶିଶୁର ଭବିଷ୍ୟତ ସୁରକ୍ଷିତ ରହିବ। ଶିଶୁକୁ ଦେଶହୀନ କରି କିପରି ଛାଡ଼ିଦେଇ ହେବ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି।
ଆଟର୍ର୍ନିି ଜେନେରାଲ ନୋଏଲ କିନ୍‌ଙ୍କୁ ସରୋଗେସୀ ଆଇନର ଜନକ ବୋଲି କୁହାଯାଇପାରେ। ଚିକିତ୍ସାବିତ୍‌ ୱାରେନ୍‌ ଜେ ରିଙ୍ଗଓଲ୍ଡଙ୍କ ସହ ମିଶି ସେ ଏହି ଆଇନର ରୂପରେଖ ପ୍ରସ୍ତୁତ କରିଥିଲେ। ୧୯୮୬ ରେ ସରୋଗେସୀ ଦ୍ୱାରା ଜନ୍ମ ହୋଇଥିବା ଶିଶୁକନ୍ୟା ମେଲିସା ଷ୍ଟର୍ନଙ୍କୁ ତାଙ୍କର ସରୋଗେଟ୍‌ ମା’ ମ୍ୟାରି ବେଥ୍‌ ହ୍ବାଇଟ୍‌ହେଡ ତାଙ୍କର ପ୍ରକୃତ ମାତାପିତା ୱିଲିୟମ ଷ୍ଟର୍ନ ଓ ଏଲିଜାବେଥ ଷ୍ଟର୍ନଙ୍କୁ ପ୍ରଦାନ ନ କରିବାକୁ ଆମେରିକାର ସରୋଗେସୀ ଆଇନ ପ୍ରଣୟନ ହୋଇଥିଲା। ପ୍ରାୟତଃ ଦେଶ ଯେଉଁ ମହିଳାଙ୍କ ଗର୍ଭରୁ ସନ୍ତାନ ଜନ୍ମ ହୁଏ ତାଙ୍କୁ ଉକ୍ତ ଶିଶୁର ମା’ ଭାବରେ ମାନନ୍ତି। ମାତ୍ର ଏବେ ଅନେକ ଦେଶରେ ସରୋଗେସୀ ଆଇନ ପ୍ରଣୟନ ହେଲାଣି। ଯେଉଁଠାରେ ଜନ୍ମଦାତ୍ରୀ ମା’ ଓ ପ୍ରକୃତ ମାତାପିତା ଗୋଟିଏ ଦେଶର ସେ ସ୍ଥାନରେ ଶିଶୁ ନିମନ୍ତେ ପ୍ରାୟ ଆଇନଗତ ପ୍ରତିବନ୍ଧକ ନ ଥାଏ। ମାତ୍ର ଯେତେବେଳେ ସେମାନେ ଭିନ୍ନ ଦେଶର ନାଗରିକ ସେତେବେଳେ ଶିଶୁର ନାଗରିକତ୍ୱ ନେଇ ପ୍ରଶ୍ନ ଉଠେ। ଭାରତରେ ସରୋଗେଟ୍‌ ଶିଶୁ ଜନ୍ମ ମାନବୀୟ ସମସ୍ୟା ସୃଷ୍ଟି ନ କରୁ କିମ୍ବା ଭାରତୀୟ ମହିଳାମାନଙ୍କୁ ଶୋଷଣ ନ କରୁ ସେଥିପାଇଁ ଭାରତୀୟ ଆଇନ କମିଶନ ଏକ ପ୍ରସ୍ତାବ ଦେଇଛନ୍ତି। ସେହି ଅନୁଯାୟୀ – ସରୋଗେଟ୍‌ ଶିଶୁ ପାଇଁ ଉଭୟ ପକ୍ଷ ମଧ୍ୟରେ ଉପଯୁକ୍ତ ଚୁକ୍ତି ରହିବା ଆବଶ୍ୟକ। ଗର୍ଭଧାରିଣୀ ମହିଳାଙ୍କର ସହମତି, ତାଙ୍କ ସ୍ବାମୀ ବା ପରିବାରର ସହମତି, ଗର୍ଭଧାରଣଠାରୁ ଶିଶୁ ଜନ୍ମ ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ପ୍ରଦାନ, ଜନ୍ମ ପରେ ଶିଶୁ ହସ୍ତାନ୍ତର ଆଦି ବିଷୟ ସ୍ପଷ୍ଟ ଭାବେ ଉଲ୍ଲେଖ ରହିବା ଆବଶ୍ୟକ। ଉକ୍ତ ଶିଶୁର ଜନ୍ମ ପୂର୍ବରୁ ମାତାପିତାଙ୍କର ମୃତ୍ୟୁ ଘଟିଲେ କିମ୍ବା ବିବାହ ବିଚ୍ଛେଦ ହେଲେ କିମ୍ବା ଶିଶୁ ଜନ୍ମ ପରେ ଉକ୍ତ ଶିଶୁକୁ ଦେବା ପାଇଁ ସେମାନେ ଅନାଗ୍ରହ ପ୍ରକାଶ କଲେ ଶିଶୁ ପାଇଁ ସ୍ବତନ୍ତ୍ର ଆର୍ଥିକ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି। ଗର୍ଭଧାରିଣୀ ମା’ର ଜୀବନ ବୀମା କରାଇବା ଆବଶ୍ୟକ। ସରୋଗେଟ୍‌ ଶିଶୁ ପାଇଁ ଆଗ୍ରହୀ ଦମ୍ପତିଙ୍କ ମଧ୍ୟରୁ ଅତିକମ୍‌ରେ ଜଣେ ଗର୍ଭଧାରଣ ପାଇଁ ଶୁକ୍ରାଣୁ ବା ଗର୍ଭାଣୁ ଦାନ କରିବା ଆବଶ୍ୟକ। କାରଣ ରକ୍ତର ସମ୍ପର୍କ ବନ୍ଧନକୁ ଅଧିକ ମଜଭୁତ୍‌ କରେ ଏବଂ ଶିଶୁକୁ ଦୁର୍ବ୍ୟବହାରରୁ ରକ୍ଷା କରେ। ଆଇନ ବ୍ୟବସ୍ଥା ସରୋଗେଟ୍‌ ଶିଶୁକୁ ତା’ର ମାତାପିତାଙ୍କ ବୈଧ ସନ୍ତାନ ଭାବରେ ସ୍ବୀକୃତି ଦେବା ଆବଶ୍ୟକ। ସରୋଗେଟ୍‌ ଶିଶୁର ଜନ୍ମ ପ୍ରମାଣ ପତ୍ରରେ ସରୋଗେଟ୍‌ ମା’ ବଦଳରେ ପ୍ରକୃତ ମାତାପିତାଙ୍କ ନାମ ଉଲ୍ଲେଖ ରହିବା ଆବଶ୍ୟକ।
ଏହା ବ୍ୟତୀତ ଭାରତୀୟ ମହିଳାମାନଙ୍କୁ ସରୋଗେସୀ ନାମରେ ଶୋଷଣ କରାଯିବା ମଧ୍ୟ ଆଇନ କମିଶନଙ୍କୁ ବିବ୍ରତ କରିଛି। ଏହା ବ୍ୟତୀତ ସରୋଗେସୀକୁ ବ୍ୟବସାୟିକ ରୂପ ଦେବା ମଧ୍ୟ ଏକ ସମସ୍ୟା ରୂପେ ଉଭାହୋଇଛି। ଏହାଦ୍ୱାରା କେତେକ କ୍ଲିନିକ୍‌ ନିର୍ଦ୍ଦିଷ୍ଟ ମହିଳାଙ୍କୁ ବାରମ୍ବାର ଗର୍ଭଧାରଣ ନିମନ୍ତେ ପ୍ରବର୍ତ୍ତାଉଛନ୍ତି। ପ୍ରତି ୪୮ ଘଣ୍ଟାରେ ଜଣେ ବ୍ରିଟିଶ୍‌ ଦମ୍ପତିଙ୍କର ସରୋଗେଟ୍‌ ଶିଶୁ ଭାରତରେ ଜନ୍ମ ଗ୍ରହଣ କରୁଥିବା ଏକ ପରିସଂଖ୍ୟାନରୁ ଜଣାପଡ଼ିଛି। ଏ ସବୁର ନିରାକରଣ ନିମନ୍ତେ ଆସିଷ୍ଟେଡ ରିପ୍ରଡ୍‌କ୍ଟିଭ ଟେକ୍ନୋଲୋଜି ବିଲ୍‌ ପ୍ରଣୟନ କରାଯାଇ ଭାରତରେ ସରୋଗେଟ୍‌ ଶିଶୁ ଜନ୍ମକୁ ଉପଯୁକ୍ତ ଭାବରେ ନିୟନ୍ତ୍ରଣ କରାଯିବା ନିମନ୍ତେ ପ୍ରସ୍ତାବ ରଖାଯାଇଛି।
ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ
ମୋ:୯୮୬୧୪୬୩୪୦୬


Enter your email to get our daily news in your inbox.

All Right Reserved By Dharitri.Com

ଜଳ ନୋବେଲ ବିଜେତା

ବର୍ତ୍ତମାନର ଭୂରାଜନୈତିକ ଓ ଅର୍ଥନୈତିକ ସ୍ଥିତି ଇରାନ୍‌ ଓ ଆମେରିକା-ଇସ୍ରାଏଲ ଯୁଦ୍ଧ ଯୋଗୁ ଘୋର ପ୍ରଭାବିତ। ଏହାକୁ ନେଇ ପୃଥିବୀ ସନ୍ତ୍ରସ୍ତ। ଏଭଳି ସ୍ଥଳେ ୨୨ ମାର୍ଚ୍ଚରେ…

ପ୍ରକୃତ ଖଳନାୟକ

ଚାହେଁ ଇରାନ ବିଜୟୀ ହେଉ। ବିଜୟର ଅର୍ଥକୁ ଇରାନ ଏହିପରି ପରିଭାଷିତ କରେ: ଇରାନ ଉପରେ ଅନେକ ଦଶନ୍ଧି ଧରି ଆମେରିକା ଲାଗୁକରିଥିବା କଟକଣାକୁ ହଟାଇବା ଦରକାର;…

ପରୀକ୍ଷା ଋତୁ ଓ କୁତୁକୁତୁ

ମଣିଷ ଜୀବନଟା ଗୋଟେ ପରୀକ୍ଷା। ସେ ପରୀକ୍ଷାରେ କିଏ ବହୁତ ପଢିଲା ପରେ ବାରମ୍ବାର ଫେଲ୍‌ ହେଉଥାଏ ତ ଆଉ କିଏ ଆଦୌ ନ ପଢି କପିକୁପା…

ଆକାଶ ଛାତ

ଘର ତିଆରି କରିବାବେଳେ ଆମେ ଖରା, ବର୍ଷା, ଶୀତ ଓ ଅନ୍ୟାନ୍ୟ ଆପଦ ବିପଦରୁ ରକ୍ଷା ପାଇବା ପାଇଁ ଛାତଟିଏ ନିର୍ମାଣ କରୁ। ଘର ପାଇଁ ଛାତ…

ପ୍ରସ୍ତାବ ପ୍ରତ୍ୟାହାର

ବେଳେବେଳେ ସରକାରୀ ନୀତିର ରହସ୍ୟମୟ ତଥା ବାଧାସୃଷ୍ଟିକାରୀ ନିଷ୍ପତ୍ତି ସମ୍ପର୍କିତ ଖବର ଦେଖିବାକୁ ମିଳେ। ତିନି ମାସ ମଧ୍ୟରେ ଭାରତର ସଂଶୋଧିତ ଭୂମିକମ୍ପ ଅଞ୍ଚଳ ନିର୍ଦ୍ଧାରଣ ବ୍ୟବସ୍ଥା…

ସରଳ ଓ ଜଟିଳତାର ଭାଗମାପ

ସାଧାରଣତଃ ଆମେ ଲୋକଙ୍କଠାରୁ ଏପରି ଶୁଣିବାକୁ ପାଉ ଯଥା ”ଆମ ସାଇର ରାମବାବୁ ଖୁବ୍‌ ସରଳ, ସିଧାସାଦା ଲୋକ। ତାଙ୍କ ପୁଅ ରମେଶ ମଧ୍ୟ ଠିକ୍‌ ତାଙ୍କ…

ବିଷ ବଳୟର ଧାରା

ବ୍ରିଟିଶ ଜୀବବିଜ୍ଞାନୀ ତଥା ରିଭର ମନଷ୍ଟର୍ସ ଉପସ୍ଥାପକ ଜେରେମି ୱେଡ୍‌ ରହସ୍ୟମୟ ମିଠାପାଣି ପ୍ରାଣୀଙ୍କୁ ଖୋଜିବାରେ ପ୍ରସିଦ୍ଧ। ତାଙ୍କର ଯାତ୍ରା କେବଳ ମାଛ ଧରିବା ନୁହେଁ, ପ୍ରକୃତି…

ସମ୍ଭାବ୍ୟ ଖାଦ୍ୟ ସଙ୍କଟ

ଇରାନ୍‌ ବିରୋଧରେ ଆମେରିକା-ଇସ୍ରାଏଲ୍‌ ଯୁଦ୍ଧ ଆରମ୍ଭ କରିବା ପରଠାରୁ ହର୍ମୁଜ ଷ୍ଟ୍ରେଟ୍‌ରେ ସଙ୍କଟ ଦେଖାଯାଇଛି। ସେହି ସମୁଦ୍ର ପଥ ଦେଇ ପ୍ରତିଦିନ ପାଖାପାଖି ୧୦୦ ଜାହାଜ ଯାଉଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri