Advertisement

ସରୋଗେସି ନିୟମ ଭାଙ୍ଗିନାହାନ୍ତି ନୟନତାରା

ଚେନ୍ନାଇ: ଦକ୍ଷିଣ ଭାରତୀୟ ଫିଲ୍ମ ଅଭିନେତ୍ରୀ ନୟନତାରା ଏବଂ ସ୍ବାମୀ ବିଘ୍ନେଶ ସରୋଗେସିର କୌଣସି ନିୟମ ଭଙ୍ଗ କରି ନାହାନ୍ତି ବୋଲି ତାମିଲନାଡୁ ସରକାରଙ୍କ ପକ୍ଷରୁ କୁହାଯାଇଛି। କିଛିଦିନ ପୂର୍ବେ ନୟନତାରା ସରୋଗେସି ଜରିଆରେ ଯମଜ ପୁତ୍ର ସନ୍ତାନ ଉୟିର ଓ ଉଲାଘାମଙ୍କ ମା’ ହୋଇଛନ୍ତି ।

ଚଳିତବର୍ଷ ଜାନୁୟାରୀରୁ ଦେଶରେ କମର୍ସିଆଲ ସରୋଗେସି ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବାବେଳେ ନାୟିକା ଜଣକ ସରୋଗେସି ପଦ୍ଧତିରେ ମା’ ହେବାକୁ ନେଇ ବହୁ ବିବାଦ ମୁଣ୍ଡ ଟେକିଥିଲା। ଘଟଣାର ଯାଞ୍ଚ ପାଇଁ ରାଜ୍ୟ ସରକାର ସ୍ବାସ୍ଥ୍ୟ ବିଭାଗ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ତିନିଜଣିଆ ଟିମ୍‌ ଗଠନ କରିଥିଲେ।

୨୦୨୦ରେ ନୟନତାରାଙ୍କ ଫ୍ୟାମିଲି ଡାକ୍ତର ସରୋଗେସି କରୁଥିବା ଡାକ୍ତରଙ୍କୁ ଚିକିତ୍ସା ପାଇଁ ଏକ ଚିଠି ଲେଖିଥିଲେ। ଉକ୍ତ ଚିଠି ଅନୁସାରେ ଟ୍ରିଟ୍‌ମେଣ୍ଟ କରାଯାଇଥିବା ଯାଞ୍ଚ ଦଳ କହିଛି। ଫ୍ୟାମିଲି ଡାକ୍ତର ବିଦେଶ ଯାଇଥିବା କାରଣରୁ ତାଙ୍କ ସହ କୌଣସି ଯୋଗାଯୋଗ ସମ୍ଭବ ହୋଇନାହିଁ। ୨୦୨୧ରେ ସରୋଗେଟ୍‌ ମଦର ଓ ନୟନତାରଙ୍କ ମଧ୍ୟରେ ଏଗ୍ରିମେଣ୍ଟ ସ୍ବାକ୍ଷର କରାଯାଇଥିଲା। ଚଳିତ ବର୍ଷ ମାର୍ଚ୍ଚରେ ସରୋଗେଟ୍‌ ମଦରଙ୍କ ଗର୍ଭାଶୟରେ ଭ୍ରୂଣ ରଖାଯାଇଥିବା ତଦନ୍ତରୁ ଜଣାପଡ଼ିଛି। ଚଳିତବର୍ଷ ଜୁନ୍‌ରେ ନୟନତାରା ଓ ବିଘ୍ନେଶ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଥିୟାଙ୍କୁ ଡେଟ୍‌ କରୁଛନ୍ତି କେଏଲ୍‌ ରାହୁଲ, ସମ୍ପର୍କ ହେଉଛିି ନିବିଡ଼ !

ମୁମ୍ବାଇ: କ୍ରିକେଟର କେଏଲ୍‌ ରାହୁଲ ପୁଣି ନିଜର ଲଭ୍‌ ଲାଇଫ୍‌କୁ ନେଇ ଚର୍ଚ୍ଚାରେ। ଏବେ ସେ ସୁନିଲ ସେଟ୍ଟୀଙ୍କ ଝିଅ ଆଥିୟାଙ୍କ ପ୍ରେମରେ ପଡ଼ିଥିବା କୁହାଯାଉଛି।...

ଲମ୍ବା ରେସ୍‌ର ଘୋଡ଼ା

”ଏ ତ ଟ୍ରେଲର, ପୂରା ଫିଲ୍ମ ତ ବାକି ଅଛି। ନା ମୁଁ ତୋତେ କେବେ ମା’ ବନିବାର ସୁଯୋଗ ଦେବି ନା କେବେ ଭଲ...

ସଙ୍ଗରୋଧରେ ରହିଲେ କରଣ ଜୋହର

ବଲିଉଡର ଜଣାଶୁଣା ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହରଙ୍କ ଘରେ କାମ କରୁଥିବା ଦୁଇ ଜଣ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହି ଖବର ଜଣାପଡିବା...

୧୮ ବର୍ଷ ବଡ଼ ନିର୍ଦ୍ଦେଶକଙ୍କୁ ବିବାହ କରିଥିଲେ ଏହି ଅଭିନେତ୍ରୀ; ସ୍ବାମୀଙ୍କ ମୃତ୍ୟୁ ପରେ ଲାଗିଥିଲା…

ବମ୍ବେ: ଲୋକପ୍ରିୟ ଟେଲି ଧାରାବାହିକ ‘ପାଣ୍ଡ୍ୟା ଷ୍ଟୋର୍‌’ରେ ଅଭିନୟ କରି ଉଚ୍ଚ ପ୍ରଶଂସିତ ହେଉଛନ୍ତି ଅଭିନେତ୍ରୀ କୃତିକା ଦେଶାଇ। ଶୋ’ରେ ସେ ଘରର ମୁଖ୍ୟ ଚରିତ୍ରରେ...

ନିର୍ଦ୍ଦେଶକଙ୍କଠାରୁ ଏପରି କଥା ଶୁଣି ସୁନୀଲ ଦତ୍ତଙ୍କ ଆଖିରେ ଆଜିଯାଇଥିଲା ଲୁହ: ନେଇଥିଲେ ବଜ୍ର ଶପଥ

ବଲିଉଡ୍‌ର ମହାନ ଅଭିନେତାଙ୍କ ମଧ୍ୟରୁ ସୁନୀଲ ଦତ୍ତ ଅନ୍ୟତମ। ସେ ଆଜି ନାହାନ୍ତି ସତ, ମାତ୍ର ତାଙ୍କ ଅଭିନୟକୁ ଦର୍ଶକ ଆଜି ବି ମନେ ରଖିଛନ୍ତି।...

‘ଅନ୍ତର୍ଧ୍ୱନି’କୁ ୨ ପୁରସ୍କାର

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): ବାଂଲାଦେଶର ଢାକାଠାରେ ଆୟୋଜିତ ସିନେ ମେକିଙ୍ଗ୍‌ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ‘ଅନ୍ତର୍ଧ୍ୱନି’କୁ ୨ଟି ପୁରସ୍କାର ମିଳିଛି। ଚଳଚ୍ଚିତ୍ରର ନାୟିକା ସ୍ବପ୍ନା ପତି ଶ୍ରେଷ୍ଠ ଅନ୍ତର୍ଜାତୀୟ...

ମାତ୍ର ପାଞ୍ଚ ଜଣ ବରଯାତ୍ରୀ

ବଲିଉଡ୍‌ର ଲୋକପ୍ରିୟ ଅଭିନେତାଙ୍କ ମଧ୍ୟରେ ଅମିତାଭ ବଚ୍ଚନଙ୍କ ସ୍ଥାନ କେଉଁଠି ତାହା କହିବା ବାହୁଲ୍ୟ। ଦିନ ଥିଲା, ସିନେମାଟିଏ ପାଇବାକୁ ତାଙ୍କୁ ବେଶ୍‌ ପରିଶ୍ରମ କରିବାକୁ...

କେବଳ ଗ୍ରୀନ୍‌ କାର୍ଡ ପାଇଁ ବିଦେଶୀ ମହିଳାଙ୍କୁ ବିବାହ କରି ଛାଡ଼ିଦେଲେ ଏହି ଅଭିନେତା !

ବମ୍ବେ: ଏକତା କପୁରଙ୍କ ଧାରାବାହିକ ‘କସୌଟି ଜିନ୍ଦେଗୀ କେ’ରେ ନାୟକ ଭୂମିକାରେ ନଜର ଆସିଥିଲେ ଅଭିନେତା ସିଜେନ୍‌ ଖାନ୍‌। ଶ୍ୱେତା ତିଓ୍ବାରୀଙ୍କ ସହ ତାଙ୍କର ଯୋଡ଼ିକୁ...

Advertisement
Archives

Model This Week