ବୁଝୁନି ସୁରଙ୍କ ମନ; ସାନପୁଅ ପାଇଁ କଲେ ପୁଣି ପ୍ରଚାର

ଭୁବନେଶ୍ୱର,୫।୪: ସୁର ରାଉତରାୟଙ୍କ ବୁଝୁନି ମନ । ଗତକାଲି ପିସିସି ସଭାପତି ଶରତ ପଟ୍ଟନାୟକଙ୍କ କଡ଼ା ନିର୍ଦ୍ଦେଶ ପରେ ବି ବିଜେଡି ଏମପି ପ୍ରାର୍ଥୀ ତଥା ନିଜ ସାନ ପୁଅ ମନ୍ମଥଙ୍କ ପାଇଁ ପୁଣି ମାଗିଛନ୍ତି ଭୋଟ। ଏଆଇସିସି ଶୃଙ୍ଖଳା କମିଟିକୁ ଲିଖିତ ପ୍ରତିଶ୍ରୁତି ଦେବାର କିଛି ଘଣ୍ଟା ପରେ ନିଜ ସାନ ପୁଅ ପାଇଁ କରିଛନ୍ତି କ୍ୟାମ୍ପେନ ।

ତେବେ ଏହାକୁ ନେଇ ସୁରଙ୍କ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି। ସାନପୁଅ ମନ୍ମଥ ପାଇଁ ପ୍ରଚାର କରିବେ ନାହିଁ ବୋଲି କହି କଂଗ୍ରେସକୁ କଥା ଦେଇଥିବା ସୁର ପୁଣି ଏକ ଭୁଲ କରି ବସିଛନ୍ତି । ଏଆଇସିସି ଶୃଙ୍ଖଳା କମିଟିକୁ ଲିଖିତ ପ୍ରତିଶ୍ରୁତି ଦେବାର କେଇ ଘଣ୍ଟା ପରେ ଜଟଣୀର ଏକ ଘରୋଇ ଉତ୍ସବରେ ପୁଣି ସାନପୁଅ ପାଇଁ ପରୋକ୍ଷରେ ଭୋଟ ଭିକ୍ଷା କରିଛନ୍ତି ସୁର ।

ସାନପୁଅ ମନ୍ମଥ ରାଉତରାୟ ପାଇଁ ପ୍ରଚାର କରିବେ ନାହିଁ, ଭୋଟ ଭିକ୍ଷା କରିବେ ନାହିଁ ବୋଲି ୪ ତାରିଖ ସକାଳେ AICC ଶୃଙ୍ଖଳା କମିଟିକୁ ସ୍ପଷ୍ଟୀକରଣ ଲେଖିଥିଲେ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ । ପିସିସି ସଭାପତିଙ୍କୁ ସାକ୍ଷାତ କରି ସ୍ପଷ୍ଟ ମଧ୍ୟ କରିଥିଲେ । ଜଟଣୀ କୁଦିଆରୀ ଦୋଳ ମେଳଣ ଉତ୍ସବରେ ଅତିଥି ଭାବେ ଯୋଗ ଦେଇ ସୁର ପରୋକ୍ଷରେ ସାନପୁଅକୁ ଜିତାଇବା ପାଇଁ ଲୋକମାନଙ୍କୁ ଅନୁରୋଧ କରଛନ୍ତି। ମଞ୍ଚରେ ଜଟଣୀର ବିଧାୟକ ପ୍ରାର୍ଥୀ ବିଭୂତି ବଳବନ୍ତରାୟ ଉପସ୍ଥିତ ଥିଲେ । ସୁରଙ୍କ ଭାଷଣର କିଛି ସମୟ ପରେ ଆସି ପହଞ୍ଚିଥିଲେ ସାନପୁଅ ତଥା ଭୁବନେଶ୍ବର ଏମପି ପ୍ରାର୍ଥୀ ମନ୍ମଥ ରାଉତରାୟ । ସାନପୁଅ ନାଁ ନ ନେଇ ସୁର କହିଥିଲେ, ଦୁଇ ଜଣଙ୍କୁ ଜିତାଇ ଦିଅ । ସୁର କହିଥିଲେ, ଜଟଣୀରେ ଅନେକ କିଛି ବିକାଶ କରିଛନ୍ତି ନବୀନ ପଟ୍ଟନାୟକ ଓ 5ଟି ଅଧ୍ୟକ୍ଷ । ପାନୀୟ ଜଳଠାରୁ ରାସ୍ତା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଅନେକ ବିକାଶ ହୋଇଛି ।

ତେବେ ସୁରଙ୍କ ଏଭଳି ବୟାନ ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛ। କାରଣ କିଛି ଦିନ ତଳେ ସାନପୁଅ ପାଇଁ ଭୋଟ ଭିକ୍ଷା କରିଥିବାରୁ ତାଙ୍କୁ ଏଆଇସିସି ପକ୍ଷରୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଥିଲା । ଗୁରୁବାର ଯାହାର ଉତ୍ତର ଦେଇ ଏଭଳି କରିବେ ନାହିଁ ବୋଲି କହିଥିଲେ ସୁର । କିନ୍ତ ଜଟଣୀର ଏକ ଉତ୍ସବରେ ଯେଉଁ ଭାଷଣ ରଖିଛନ୍ତି, ତାହା ଏଆଇସିସିକୁ ଦେଇଥିବା ପ୍ରତିଶ୍ରୁତିର ବିରୋଧାଚରଣ କରୁଛି ବୋଲି କୁହାଯାଉଛି ।

ସୂଚନାଥାଉ କି, କଂଗ୍ରେସ ପକ୍ଷରୁ ଜାରି ହୋଇଥିବା କାରଣ ଦର୍ଶାଅ ନୋଟିସ୍‌ର ସୁର କହିଥିଲେ, ମୁଁ ବଞ୍ଚିବା ପର୍ଯ୍ୟନ୍ତ କଂଗ୍ରେସରେ ରହିବି। କଂଗ୍ରେସକୁ ଭୋଟ୍‌ ଦେବି ଓ କଂଗ୍ରେସ ପାଇଁ ପ୍ରଚାର କରିବି। ହେଲେ ପରୋକ୍ଷରେ କହିଥିଲେ, ମୁଁ ସାନପୁଅ ମନ୍ମଥ ପାଇଁ ଭୋଟ୍‌ ମାଗୁ ନାହିଁ। ବଡ଼ ପୁଅ ପାଇଁ ମାଗୁଛି। କିନ୍ତୁ ବଡ଼ ପୁଅ ସହ ସାନପୁଅଙ୍କୁ ଟିକେ ଦେଖିବା ପାଇଁ ଜନତାଙ୍କୁ ଜଣାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ସୁଭଦ୍ରା ଯୋଜନାକୁ ନେଇ ଭାଜପା ଉପରେ ବର୍ଷିଲେ ଲେଖାଶ୍ରୀ, କହିଲେ…

ଭୁବନେଶ୍ୱର,୨୬।୭: ରାଜ୍ୟ ସରକାର ବିଧାନସଭାରେ ତାଙ୍କର ପ୍ରଥମ ବଜେଟ ଗୁରୁବାର ଉପସ୍ଥାପନ କରିଥିଲେ । ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ବଜେଟ୍‌ରେ ରାଜ୍ୟର...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri