Posted inଜାତୀୟ

ଚାଷୀ ଆନ୍ଦୋଳନ ନେଇ ସୁପ୍ରିମ୍‌କୋର୍ଟଙ୍କ ତାଗିଦ୍‌, ସବୁବେଳ ପାଇଁ ବନ୍ଦ କରିହେବନି ରାଜରାସ୍ତା…

ନୂଆଦିଲ୍ଲୀ,୩୦।୯: ଚାଷୀ ଆନ୍ଦୋଳନ ନେଇ ସୁପ୍ରିମ୍‌କୋର୍ଟ ତାଗିଦ୍‌ କରିଛନ୍ତି। ସବୁବେଳ ପାଇଁ ଅଥବା ଦୀର୍ଘ ସମୟ ଲାଗି ରାଜରାସ୍ତାକୁ ବନ୍ଦ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି। ସ୍ଥାୟୀ ଭାବେ ରାଜରାସ୍ତା ବନ୍ଦ ରହିଥିଲେ ମଧ୍ୟ ସରକାର ଏହାକୁ ଖୋଳିବାରେ ଅସଫଳ ରହିଥିବାରୁ ଶୀର୍ଷକୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି। ପୂର୍ବରୁ ମଧ୍ୟ ରାଜରାସ୍ତା ଖୋଲିବା ଲାଗି କୋର୍ଟଙ୍କ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶ ଜାରି ହୋଇଛି।

ତେବେ ଏହାକୁ ଲାଗୁ କରିବାରେ ସରକାର ଅସମର୍ଥ ହୋଇଥିବାକୁ କୋର୍ଟ ଏନେଇ ତାଗିଦ୍‌ କରିଛନ୍ତି। ଆନ୍ଦୋଳନକାରୀ ଚାଷୀ ସଂଗଠନ ନେତାଙ୍କୁ ପକ୍ଷଭୁକ୍ତ କରିବା ଲାଗି ଆବେଦନ କରିବାକୁ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଚାଷୀ ଆନ୍ଦୋଳନ ଯୋଗୁ ରାସ୍ତା ବନ୍ଦ ହେବାରୁ ସୃଷ୍ଟି ହେଉଥିବା ସମସ୍ୟା ନେଇ ନୋଏଡ଼ାର ମୋନିକା ଅଗ୍ରଓ୍ବାଲ ଚଳିତ ବର୍ଷ ମାର୍ଚ୍ଚରେ ଏକ ପିଟିଶନ୍‌ ଦାଖଲ କରିଥିଲେ। ତେବେ ଗତ ୬ ମାସ ଧରି ପକ୍ଷଭୁକ୍ତ ହୋଇଥିବା ହରିୟାଣା ଏବଂ ଉତ୍ତରପ୍ରଦେଶ ସରକାର ଲଗାତାର ସମାନ ବୟାନ ଦେବା ଜାରି ରଖିଛନ୍ତି। ଉଭୟ ରାଜ୍ୟ ସରକାର ଚାଷୀଙ୍କୁ ବୁଝାସୁଝା କରାଯାଇ ସଡ଼କରୁ ହଟାଇବାର ଉଦ୍ୟମ ହେଉଥିବା କହି ଆସୁଛନ୍ତି।

ମାତ୍ର ଏହାର କୌଣସି ସୁଫଳ ମିଳୁ ନ ଥିବାରୁ ସର୍ବୋଚ୍ଚ ଅଦାଲତ କଠୋର ମନୋଭାବ ପୋଷଣ କରିଛନ୍ତି। ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା ସରକାରଙ୍କ ପକ୍ଷ ରଖିଥିଲେ। ବିଚାରପତି ସଞ୍ଜୟ ମିଶନ କୌଲ ଏବଂ ଏମ୍‌.ଏମ୍‌, ସୁନ୍ଦରେଶଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, କୋର୍ଟ ବାରମ୍ବାର ଗୋଟିଏ ନିର୍ଦ୍ଦେଶକୁ ଦୋହରାଇ ପାରିବେ ନାହିଁ। ଏନେଇ ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ଉଚିତ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ୪ ଅକ୍ଟୋବରରେ କରାଯିବ ବୋଲି କୋର୍ଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ପ୍ରବାସୀ ଶ୍ରମିକଙ୍କ ମୃତଦେହ ନ ଗଣିଲେ ବି ମୃତ୍ୟୁ ତ ଆସିଲା: ରାହୁଲ

ନୂଆଦିଲ୍ଲୀ, ୧୫।୯: ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ନେଇ ବିରୋଧୀ ଶାସକ ଦଳଙ୍କୁ ଘେରିଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ନେଇ କୌଣସି...

୨୦୨୦: ସରିନାହିଁ ଆନ୍ଦୋଳନ, ରାଜନୀତି

ପୁରୁଣା ବର୍ଷ ୨୦୧୯ ଧରାପୃଷ୍ଠରୁ ବିଦାୟ ନେଇସାରିଛି ଆଉ ପୃଥିବୀରେ ପାଦ ଦେଇଛି ନୂଆବର୍ଷ ୨୦୨୦। ନୂତନବର୍ଷ ସାଙ୍ଗରେ ନେଇ ଆସିଛି ୩୬୬ର (ଅଧିବର୍ଷ) ସମ୍ଭାବନାମୟ...

ଦିଲ୍ଲୀ ପରେ ମୁମ୍ବାଇରେ ମୋଦି ବିରୋଧୀ ପୋଷ୍ଟର…

ମୁମ୍ବାଇ,୨୦।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଥିବାବେଳେ ଭାକ୍ସିନ୍‌ ଅଭାବକୁ ନେଇ ରାଜଧାନୀ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧୀ ବିବାଦୀୟ ପୋଷ୍ଟର ଲଗାଯାଇଥିଲା।...

ଭାରତରେ ପ୍ରସ୍ତୁତ କରୋନା ଟୀକା ଉପରେ ସବୁ ଦେଶଙ୍କ ଆଖି…

ନୂଆଦିଲ୍ଲୀ, ୪।୮: ଭାରତରେ କରୋନା ବିରୋଧରେ ଲଢ଼େଇ ଜାରି ରହିଛି। ପୁଣେସ୍ଥିତ ସିରମ୍‌ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ଔଷଧ କମ୍ପାନୀ ଆଷ୍ଟ୍ରାଜେନେକାର ମିଳିତ...

ଚିଟ୍‌ଫଣ୍ଡ ବିଲ୍‌କୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ,୧ା୮: ଚିଟ୍‌ଫଣ୍ଡ (ସଂଶୋଧନ) ବିଲ୍‌, ୨୦୧୯ ପାର୍ଲାମେଣ୍ଟରେ ଆଗତ କରିବା ଲାଗି କେନ୍ଦ୍ର କ୍ୟାବିନେଟ ବୁଧବାର ମଞ୍ଜୁରୀ ପ୍ରଦାନ କରିଛି। ଏହି ବିଲ୍‌ ପାସ୍‌ ହେଲେ...

ମାନବ ଚାଲାଣ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ୍‌: ୧୪ ମହିଳା ଉଦ୍ଧାର

ଶ୍ରୀନଗର,୨୯।୧୦: ଜମ୍ମୁ-କଶ୍ମୀର ବୁଡଗାଓ ଜିଲାରୁ ଏକ ମାନବ ଚାଲାଣ ଗ୍ୟାଙ୍ଗ୍‌କୁ ଶୁକ୍ରବାର ସ୍ଥାନୀୟ ପୋଲିସ ଧରିବାରେ ସଫଳ ହୋଇଛି। ଶାମିମ୍‌ ଅହମଦ୍‌ ଭଟ୍ଟ, ଶାଗୁଫ୍‌ତା ଏବଂ...

ଭାରତର ହେବ ପିଓକେ

ନୂଆଦିଲ୍ଲୀ, ୧୮ା୯: ପିଓକେ(ପାକିସ୍ତାନ ଅଧିକୃତ କଶ୍ମୀର) ଭାରତର ଅଂଶବିଶେଷ। ଦିନେ ଏହା ଭାରତର ଅଂଶବିଶେଷ ଭାବେ ପରିଗଣିତ ହେବ। ଏନେଇ ନୂଆଦିଲ୍ଲୀ ପକ୍ଷରୁ ପ୍ରୟାସ ଜାରି...

ଉତ୍ତରପ୍ରଦେଶ ୧୦୦ ଟପିଲା ଭାଜପା…

ଲକ୍ଷ୍ନୌ,୧୦।୩ : ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି ଗୁରୁବାର ଆରମ୍ଭ ହୋଇଛି। ଉତ୍ତରପ୍ରଦେଶରେ ଭାଜପା ଆଗୁଆ ରହିଛି। ଉତ୍ତରପ୍ରଦେଶରେ ୧୨୦ ଆସନରେ ଭାଜପା...

Advertisement
Archives

Model This Week