Posted inଜାତୀୟ

ଆଇପିଏସ୍‌ ରାଜୀବ କୁମାରଙ୍କୁ ଶକ୍ତ ଧକ୍କା

ନୂଆଦିଲ୍ଲୀ,୧୭।୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟତର ଥିବା ତଥା କୋଲକତା ପୋଲିସର ପୂର୍ବତନ ପୋଲିସ କମିଶନର ରାଜୀବ କୁମାରଙ୍କୁ ଶକ୍ତ ଧକ୍କା ଲାଗିଛି। ସାରଦା ଚିଟଫଣ୍ଡ ଘୋଟାଲା ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟଙ୍କ ଦ୍ୱାରା ରାଜୀବଙ୍କ ଉପରେ ଥିବା ଗିରଫଦାରି ସୁରକ୍ଷା ପ୍ରତ୍ୟାହାର କରି ଉପଯୁକ୍ତ ଅଦାଲତରୁ ଆଗୁଆ ଜାମିନ ଆଣିବାକୁ ୭ ଦିନ ସମୟ ଦେଇଛନ୍ତି। ଶୀର୍ଷ ଅଦାଲତ କହିଛନ୍ତି ଯେ ରାଜୀବ କୁମାରଙ୍କୁ ଅସ୍ଥାୟୀ ସୁରକ୍ଷା ଦେଉଥିବା ଫେବୃୟାରୀ ୫ର ଆଦେଶ ଶୁକ୍ରବାର ଠାରୁ ୭ ଦିନ ଯାଏଁ ବଳବତ୍ତର ରହିବ। ସେ ସମୟ ମଧ୍ୟରେ ସେ ଉପଯୁକ୍ତ ଅଦାଲତକୁ ଯାଇ ଆଇନଗତ ପ୍ରତିକାର ପାଇଁ ବ୍ୟବସ୍ଥା କରିପାରିବେ। ନଚେତ୍‌ ୭ ଦିନ ପରେ ସିବିଆଇ ତାଙ୍କୁ ଗିରଫ କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଭାଜପା ଜାରି କଲା ଘୋଷଣାପତ୍ର

ଚଣ୍ଡିଗଡ଼,୧୩।୧୦: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ରବିବାର ଭାରତୀୟ ଜନତା ପାର୍ଟି(ଭାଜପା) ତା’ର ଘୋଷଣା ପତ୍ର ଜାରି କରିଛି। ଏଥିରେ କୃଷକ, ଗରିବ, ଯୁବବର୍ଗ ଓ...

କଂଗ୍ରେସ ନେତ୍ରୀଙ୍କୁ ସହଯୋଗୀଙ୍କ ମାଡ଼

ଦେଓରିଆ,୧୨।୧୦: ଉତ୍ତରପ୍ରଦେଶରେ ଜଣେ ମହିଳା ନେତ୍ରୀଙ୍କୁ ରବିବାର କଂଗ୍ରେସ କର୍ମୀମାନେ ମାଡ଼ ମାରିଛନ୍ତି। ଉପନିର୍ବାଚନ ଲାଗି ବଳାତ୍କାର ଅଭିଯୁକ୍ତଙ୍କୁ ଟିକେଟ ଦିଆଯିବାକୁ ସେ ବିରୋଧ କରିଥିଲେ।...

ଶୁଭେନ୍ଦୁ ଆସିବେ ବୋଲି ଜାଣି ରାଗିଗଲେ ଦିବି

କୋଲକତା,୨୮।୫: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତ୍ୟା ‘ୟାସ୍‌’ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ବାତ୍ୟାଞ୍ଚଳ ପରିଦର୍ଶନ କରି ସମ୍ପୃକ୍ତ ରାଜ୍ୟ...

ରାଜଧାନୀରେ ଉପରମୁହାଁ କରୋନା ସଂକ୍ରମଣ

ନୂଆଦିଲ୍ଲୀ,୧୬।୪: ଦିଲ୍ଲୀରେ ଗତ କିଛି ଦିନ ହେବ କରୋନା ସଂକ୍ରମଣ ବଢିଚାଲିଛି। ଗତ ୨୪ ଘଣ୍ଟାରେ ୩୬୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପଜିଟିଭିଟି...

ଅଧିକ ସମୟ ବଜେଟ ଭାଷଣ ପଢ଼ି ରେକର୍ଡ କଲେ ସୀତାରମଣ

ନୂଆଦିଲ୍ଲୀ,୧।୨: ଚଳିତ ୨୦୨୦-୨୧ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୭୩ ବର୍ଷର ରେକର୍ଡ ଭାଙ୍ଗିଛନ୍ତି। ସେ ଦୀର୍ଘ ୨ ଘଣ୍ଟା ୪୧ ମିନିଟ୍‌ର ବଜେଟ ଭାଷଣ...

ଡାକ୍ତରଙ୍କୁ ପିଟିଲେ ମୁଖ୍ୟମନ୍ତ୍ରୀଙ୍କ ଝିଅ

ଝିଅ ପାଇଁ ଅଡ଼ୁଆରେ ପଡ଼ିଛନ୍ତି ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା। ଜଣେ ଡାକ୍ତରଙ୍କୁ ଝିଅ ମିଲାରି ଛାଙ୍ଗ୍‌ଟେ ମାଡ଼ ମାରିବା ଭିଡିଓ ବହୁଳ ପ୍ରସାରିତ ହେବା ପରେ...

ୟୁକ୍ରେନ ସଙ୍କଟ: ଉଚ୍ଚସ୍ତରୀୟ ବୈଠକ ଡାକିଲେ ମୋଦି

ନୂଆଦିଲ୍ଲୀ,୪।୩: ୟୁକ୍ରେନ ସଙ୍କଟ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଉଚ୍ଚ ପଦାଧିକାରୀଙ୍କ ସହ ଆଲୋଚନା କରୁଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ଭାରତୀୟ ଛାତ୍ରୀଛାତ୍ରଙ୍କୁ...

ମୋଦିଙ୍କ ପ୍ରେରଣା: ୨୨ଥର ହାରି ପୁଣିଥରେ ନିର୍ବାଚନ ଲଢୁଛନ୍ତି ଏହି ଚା’ ଦୋକାନୀ

ଗ୍ବାଲିୟର,୨୦।୪: ଚା’ବାଲା ହୋଇ ଯଦି ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହୋଇ ପାରିଲେ ତେବେ ସେ ବି ଦିନେ ନିର୍ବାଚନରେ ବିଜୟ ଲାଭ କରିବେ ବୋଲି...

Advertisement
Archives

Model This Week