ବାର୍‌ହା ଶିକାର ପାଇଁ ବିଛାଯାଇଥିଲା ବିଦ୍ୟୁତ ତାର, ଫାଶରେ ପଡ଼ି ଶିକାରୀଙ୍କ ଚାଲିଗଲା ଜୀବନ

ମହାକାଳପଡ଼ା, ୨୫।୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲାରେ ବାର୍‌ହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାରରେ ଲାଗି ଜଣେ ଶିକାରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ଦୁଇ ହାତରେ ପୋଡ଼ା ଦାଗ ରହିଥିବାବେଳେ ତାଙ୍କ ସହ ଯାଇଥିବା ଅନ୍ୟ ଦୁଇ ଶିକାରୀ ଫେରାର ଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ତନ୍ତିଆପାଳ ସାମୁଦ୍ରିକ ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଧୀନ ଗହୀରମଥା ସାମୁଦ୍ରିକ ଅଞ୍ଚଳର ଭୋପାଳ-ଓସ୍ତିରା ମୌଜାସ୍ଥିତ ବିଶ୍ୱବ୍ୟାଙ୍କ ଚିଙ୍ଗୁଡ଼ି ଘେରି ପ୍ରକଳ୍ପ ନିକଟ ଚାଷଜମିରେ ଏହି ଅଘଟଣ ଘଟିଛି। ବାର୍‌ହା ଶିକାର ପାଇଁ ଚାଷଜମି ନିକଟରେ ବିଦ୍ୟୁତ ତାର ବିଛାଯାଇଥିବା ବେଳେ ଏଥିରେ ଲାଗି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ମୃତକ ଭୋପାଳ ମୌଜାର ଅଶ୍ୱସ୍ତ ନାୟକ (୪୫) ବୋଲି ଜଣାପଡ଼ିଛି। ତାଙ୍କ ଦୁଇ ହାତରେ ପୋଡ଼ା ଦାଗ ରହିଥିବା ବେଳେ ପକେଟରୁ ଏକ ଟର୍ଚ୍ଚ ଲାଇଟ ମିଳିଛି। ବିଦ୍ୟୁତ ବାଇଣ୍ଡିଂ ତାର ସଂସ୍ପର୍ଶରେ ଆସି ସେ ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି।

ମୃତକଙ୍କ ପତ୍ନୀ ସାବିତ୍ରୀ ନାୟକ ଥାନାରେ ଦେଇଥିବା ଅଭିଯୋଗ ଅନୁସାରେ, ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଗ୍ରାମର କିଛି ସାଥୀ ତାଙ୍କ ସ୍ବାମୀଙ୍କୁ ଡାକି ବାର୍‌ହା ଶିକାର କରିବାକୁ ନେଇଥିଲେ। ତେବେ ତାଙ୍କ ସହ ଯାଇଥିବା ଅନ୍ୟ ଦୁଇ ଜଣଙ୍କର ଏଯାଏ କୌଣସି ପତ୍ତା ମିଳୁ ନ ଥିବା ଅଭିଯୋଗ ହୋଇଛି। ଖବର ପାଇ ତନ୍ତିଆପାଳ ସାମୁଦ୍ରିକ ଥାନା ଅଧିକାରୀ ନରେଶ ଚନ୍ଦ୍ର ସାହୁଙ୍କ ସମେତ ପୁଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ଏନେଇ ଅପମୃତ୍ୟୁ ମାମଲା ନମ୍ବର ୧୦/୨୬ ରୁଜୁ କରି ପୁଲିସ ତଦନ୍ତ ଚଳାଇଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡ଼ା ଚିକିତ୍ସାଳୟକୁ ପଠାଯାଇଛି।

ଉକ୍ତ ପଞ୍ଚାୟତର ନାଞ୍ଜୁରା ଗ୍ରାମରେ ପ୍ରାୟ ୫ ବର୍ଷ ପୂର୍ବେ ମଧ୍ୟ ବିଦ୍ୟୁତ ତାରରେ ଲାଗି ଜଣେ ଶିକାରୀଙ୍କ ମୃତ୍ୟୁ ହୋଇଥିଲା। ତଥାପି ବେଆଇନ ବନ୍ୟଜନ୍ତୁ ଶିକାର ପାଇଁ ବିଦ୍ୟୁତ ତାର ବିଛାଇବା ଘଟଣା ଥମିବାର ନାଁ ନେଉନାହିଁ। ଅନ୍ୟପକ୍ଷରେ ବୁଧବାର ଛାଡ଼ଖାଇ ଥିବାରୁ ଅଭ୍ୟାସଗତ ଶିକାରୀମାନେ ସକ୍ରିୟ ହୋଇଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ହେଉଛି। ମୃତକଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି। ପତ୍ନୀ ସାବିତ୍ରୀ ଓ ଦୁଇ ଝିଅ ଅସହାୟ ହୋଇପଡ଼ିଛନ୍ତି। ତେବେ ଏହି ଘଟଣାରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଏବଂ ଦୁଇ ସାଥୀ ଶିକାରୀ କେଉଁଠି ଅଛନ୍ତି, ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ବିଧାନସଭାରେ ଆତ୍ମାହୁତି ଦେବି…ଚରମ ଚେତାବନୀ ଦେଲେ ତାରା ବାହିନୀପତି

ଭୁବନେଶ୍ୱର,୨୫।୧୧: କୋଟିଆ ପ୍ରସଙ୍ଗକୁ ନେଇ ବିଧାନସଭାରେ ତାତି। ଏହି ପ୍ରସଙ୍ଗରେ ସ୍ବତନ୍ତ୍ର ଆଲୋଚନା ଦାବି କରି ଚରମ ଚେତାବନୀ ଦେଇଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ଆସନ୍ତାକାଲି…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କହିଦେଲେ ନବୀନ ପଟ୍ଟନାୟକ: ଭାଇରାଲ ହେଉଛି ଟୁଇଟ୍‌

ନୂଆଦିଲ୍ଲୀ,୨୫।୧୧: ଭାରତୀୟ କ୍ରିକେଟର ନୂଆ ପ୍ରତିଭା ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂକୁ ନେଇ ଏବେ ସବୁଠି ଚର୍ଚ୍ଚା। ମାତ୍ର ୫୩ଟି ବଲ୍‌ରେ ୨୦୪ ରନ୍‌ର ଐତିହାସିକ ଇନିଂସ…

ଆଇପିଏଲ ନିଲାମ ପୂର୍ବରୁ ବଡ଼ ହଲଚଲ: ଏହି ୭ ଭାରତୀୟ ଖେଳାଳି ହେଲେ ‘ଅନକ୍ୟାପ୍‌ଡ’, ତାଲିକାରେ ଅଛନ୍ତି…

ନୂଆଦିଲ୍ଲୀ, ୨୫।୧୧: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୭ ନିଲାମ ପାଇଁ ଖେଳାଳିମାନେ ନିଜ ନାମ ପଞ୍ଜୀକରଣ କରିସାରିଛନ୍ତି। ଇଂଲଣ୍ଡର ଅଲରାଉଣ୍ଡର ବେନ ଷ୍ଟୋକ୍ସ ମଧ୍ୟ ନିଲାମ…

ମଣ୍ଡି ଗେଟ ଭାଙ୍ଗି ଧାନ ପୁରାଇଲେ ଚାଷୀ: ଦେଲେ ଆନ୍ଦୋଳନ ଚେତାବନୀ

ଅତାବିରା, ୨୫।୧୧(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ମଣ୍ଡିକୁ ଚାଷୀ ଜୋର ଜବରଦସ୍ତ ଗେଟ ତାଲା ଭାଙ୍ଗି ବୁଧବାର ଧାନ ପୁରାଇଛନ୍ତି l ସଂଯୁକ୍ତ କୃଷକ ସଂଗଠନର…

ବନ୍ଦ ଘରର ତାଲା ଭାଙ୍ଗି ସୁନା ଓ ଟଙ୍କା ଲୁଟ୍‌ : ୨ ଗିରଫ

ଛତ୍ରପୁର, ୨୫ା୧୧ (ଦିଲ୍ଲୀପ ସାମଲ): ଛତ୍ରପୁର ଥାନା ଅଧୀନ ପୁରୁଣା ଛତ୍ରପୁର ଗ୍ରାମରେ ବନ୍ଦ ଘରର ତାଲା ଭାଙ୍ଗି ସୁନା ଓ ଟଙ୍କା ଲୁଟ୍‌ ଘଟଣାରେ ପୁଲିସ…

ବୈଭବଙ୍କ ଦ୍ୱିଶତକ ପରେ ଗମ୍ଭୀରଙ୍କୁ ଏମିତି ପରାମର୍ଶ ଦେଲେ ପୂର୍ବତନ କ୍ରିକେଟର, ଉଠାଇଲେ ବଡ଼ ପ୍ରଶ୍ନ

ନୂଆଦିଲ୍ଲୀ, ୨୫।୧୧: ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ରେ ୟୁଏଇ ବିପକ୍ଷରେ ଦ୍ୱିଶତକ ହାସଲ କରିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ସେ ମାତ୍ର ୫୩ଟି ବଲରେ ୨୦୪ ରନର…

ଚାମେଲିଙ୍କୁ ପୁଣି ହାଇକୋର୍ଟ ଝଟ୍‌କା

କଟକ/ମହାକାଳପଡ଼ା,୨୫।୧୧(ପ୍ରଭୁକଲ୍ୟାଣ ପାଲ୍/ପ୍ରତାପ ଚନ୍ଦ୍ର ସ୍ୱାଇଁ):କେନ୍ଦ୍ରାପଡ଼ା ଜିଲା ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ପାଇଁ ବଢ଼ିଲା ଅଡ଼ୁଆ। ଚାମେଲିଙ୍କ ସମେତ ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ଜାରି କଲେ ହାଇକୋର୍ଟ।…

ବୈଭବ ସୂର୍ଯ୍ୟବଂଶୀଙ୍କୁ ସମ୍ପୂର୍ଣ୍ଣ ନିଆରା ଢଙ୍ଗରେ ପ୍ରଶଂସା କରିଛନ୍ତି ରବୀନ୍ଦ୍ର ଜାଡେଜା; ଏହି ପୋଷ୍ଟ ଦେଖିଲେ ହସକୁ ଅଟକାଇ ପାରିବେ ନାହିଁ

ନୂଆଦିଲ୍ଲୀ,୨୫।୧୧: ମଙ୍ଗଳବାର ଦୋହା ଠାରେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ୟୁଏଇ (UAE) ବିପକ୍ଷରେ ଧ୍ୱଂସଲୀଳା ଚଳାଇଥିଲେ। ମାତ୍ର ୫୩ଟି ବଲରୁ ୨୦୪ ରନ ସଂଗ୍ରହ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?