ଚାମେଲିଙ୍କୁ ପୁଣି ହାଇକୋର୍ଟ ଝଟ୍‌କା

କଟକ/ମହାକାଳପଡ଼ା,୨୫।୧୧(ପ୍ରଭୁକଲ୍ୟାଣ ପାଲ୍/ପ୍ରତାପ ଚନ୍ଦ୍ର ସ୍ୱାଇଁ):କେନ୍ଦ୍ରାପଡ଼ା ଜିଲା ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ପାଇଁ ବଢ଼ିଲା ଅଡ଼ୁଆ। ଚାମେଲିଙ୍କ ସମେତ ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ଜାରି କଲେ ହାଇକୋର୍ଟ। ହାଇକୋର୍ଟରେ ଦାୟର ରିଟ୍ ଅପିଲର ଶୁଣାଣି କରି ଏହି ନୋଟିସ ଜାରି କରିଛନ୍ତି ଅଦାଲତ। ସମସ୍ତ ପ୍ରତିପକ୍ଷଙ୍କୁ ଜବାବ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୫ ତାରିଖକୁ ଧାର୍ଯ୍ୟ କରାଯାଇଛି।

ଗତ ଅକ୍ଟୋବର ୨୮ ତାରିଖରେ ଚାମେଲିଙ୍କ ସରପଞ୍ଚ ପଦବୀ କାଏମ ରଖିବା ନେଇ ରାୟ ପ୍ରକାଶ ପାଇଥିଲା। ଅନାସ୍ଥା ପ୍ରସ୍ତାବକୁ ଅସିଦ୍ଧ ଦର୍ଶାଇ ଚାମେଲି ଓଝାଙ୍କୁ ଆଶ୍ୱସ୍ତି ପ୍ରଦାନ କରିଥିଲେ ହାଇକୋର୍ଟ। ତେବେ ଏକକ ବିଚାରପତିଙ୍କ ଏହି ରାୟକୁ ଚ୍ୟାଲେଞ୍ଜ କରି ଦୁଇଜଣିଆ ଖଣ୍ଡପୀଠରେ ରିଟ୍ ଅପିଲ ଦାୟର କରାଯାଇଥିଲା। ଗତ ଅଗଷ୍ଟ ୧୧ ତାରିଖରେ ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ ଖଣ୍ଡପୀଠ।

ଚାମେଲିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିବାବେଳେ ଏହାକୁ ବିରୋଧ କରି ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଅଗଷ୍ଟ ୧୦ ଓ ୧୧ ତାରିଖରେ ଦୁଇଦିନ ଧରି ମାମଲାର ଶୁଣାଣି ହୋଇଥିଲା। ହାଇକୋର୍ଟ ମଧ୍ୟବର୍ତ୍ତୀକାଳୀନ ଆଦେଶରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ୍ ହେବ, କିନ୍ତୁ ଅଦାଲତଙ୍କ ଅନୁମତି ବିନା ଫଳାଫଳ ପ୍ରକାଶ କରାଯାଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ।

ଚାମେଲି ତାଙ୍କ ପିଟିସନ୍‌ରେ ଦର୍ଶାଇଥିଲେ ଯେ, ଆଇନ ଅନୁଯାୟୀ ଅନାସ୍ଥା ବୈଠକ ପୂର୍ବରୁ ରିଜୋଲ୍ୟୁସନ୍, ରିକ୍ୱିଜିସନ୍ ଓ ନୋଟିସର ନକଲ ତାଙ୍କୁ ପ୍ରଦାନ କରାଯାଇନଥିଲା। ତେଣୁ ତାଙ୍କ ବିରୋଧରେ ଜାରି ଅନାସ୍ଥା ନୋଟିସ ଓ ସମସ୍ତ ପ୍ରକ୍ରିୟାକୁ ରଦ୍ଦ କରିବାକୁ ସେ ପ୍ରାର୍ଥନା କରିଥିଲେ।

ଓଡ଼ିଶା ଗ୍ରାମପଞ୍ଚାୟତ ଆଇନ ଓ ସମ୍ପୃକ୍ତ ନିୟମାବଳୀର ଉଲ୍ଲଂଘନ କରି ଅନାସ୍ଥା ପ୍ରସ୍ତାବର ନୋଟିସ ଜାରି କରାଯାଇଥିବା ଏବଂ ଏଥିପାଇଁ ବୈଠକ ଡକାଯାଇଥିବା ହାଇକୋର୍ଟରେ ଶୁଣାଣି ବେଳେ ସ୍ପଷ୍ଟ ହୋଇଥିଲା। ଏହାକୁ ଆଧାର କରି ଚାମେଲିଙ୍କ ସରପଞ୍ଚ ପଦବୀ କାଏମ ରହିଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୈଭବଙ୍କ ଦ୍ୱିଶତକ ପରେ ଗମ୍ଭୀରଙ୍କୁ ଏମିତି ପରାମର୍ଶ ଦେଲେ ପୂର୍ବତନ କ୍ରିକେଟର, ଉଠାଇଲେ ବଡ଼ ପ୍ରଶ୍ନ

ନୂଆଦିଲ୍ଲୀ, ୨୫।୧୧: ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ରେ ୟୁଏଇ ବିପକ୍ଷରେ ଦ୍ୱିଶତକ ହାସଲ କରିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ସେ ମାତ୍ର ୫୩ଟି ବଲରେ ୨୦୪ ରନର…

ବୈଭବ ସୂର୍ଯ୍ୟବଂଶୀଙ୍କୁ ସମ୍ପୂର୍ଣ୍ଣ ନିଆରା ଢଙ୍ଗରେ ପ୍ରଶଂସା କରିଛନ୍ତି ରବୀନ୍ଦ୍ର ଜାଡେଜା; ଏହି ପୋଷ୍ଟ ଦେଖିଲେ ହସକୁ ଅଟକାଇ ପାରିବେ ନାହିଁ

ନୂଆଦିଲ୍ଲୀ,୨୫।୧୧: ମଙ୍ଗଳବାର ଦୋହା ଠାରେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ୟୁଏଇ (UAE) ବିପକ୍ଷରେ ଧ୍ୱଂସଲୀଳା ଚଳାଇଥିଲେ। ମାତ୍ର ୫୩ଟି ବଲରୁ ୨୦୪ ରନ ସଂଗ୍ରହ କରି…

‘ସମଗ୍ର ବିହାର ଗର୍ବିତ’: ବୈଭବ ସୂର୍ଯ୍ୟବଂଶୀଙ୍କ ଉଚ୍ଚ ପ୍ରଶଂସା କଲେ BCA ସଭାପତି

ନୂଆଦିଲ୍ଲୀ,୨୫।୧୧: ମଙ୍ଗଳବାର ଦୋହାରେ ଅନୁଷ୍ଠିତ ‘ଏସିସି ପୁରୁଷ ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬’ (ACC Men’s Asia Cup Rising Stars 2026) ରେ, ୟୁନାଇଟେଡ…

ମହମ୍ମଦ ସିରାଜଙ୍କୁ ଦଳରେ ସାମିଲ ନକରିବା ନିଷ୍ପତ୍ତି ଉପରେ ମୁହଁ ଖୋଲିଲେ ରାଜୀବ ଶୁକ୍ଲା; ଜାଣନ୍ତୁ ସେ କ’ଣ କହିଲେ

ନୂଆଦିଲ୍ଲୀ,୨୫।୧୧: ୱେଲିଙ୍ଗଟନରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଡ୍ରରେ ଶେଷ ହୋଇଥିଲା। ଦ୍ରୁତ ବୋଲର ମହମ୍ମଦ ସିରାଜ ଏହି ମ୍ୟାଚର…

Jio ୟୁଜର୍ସଙ୍କ ପାଇଁ ଖୁସି ଖବର: ୧୫ ଟଙ୍କାରେ 5G ଡାଟା, ୩୯୯ ରୁ ୩,୯୯୯ ଟଙ୍କା ଯାଏ ଆସିଲା ନୂଆ ପ୍ଲାନ

ଯଦି ଆପଣ Jioର ସିମ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। କମ୍ପାନୀ ତାହାର ଗ୍ରାହକମାନଙ୍କ ପାଇଁ ’Happy New Year…

ଆଜି ଛାଡ଼ଖାଇ, ଆମିଷ ବଜାରରେ ପ୍ରବଳ ଭିଡ଼: ଜୀଅନ୍ତା କଙ୍କଡ଼ା ,ଛଟପଟ ମାଛ

ଭୁବନେଶ୍ବର,୨୫।୧୧: ଛାଡ଼ଖାଇକୁ ନେଇ ଆଜି ସବୁଠି ଉତ୍ସାହ। ଦୀର୍ଘଦିନର ଆମିଷ ବର୍ଜନ ପରେ ଛାଡ଼ଖାଇରେ ଆମିଷ ଖାଇବା ପାଇଁ ଲୋକଙ୍କ ମଧ୍ୟରେ ଦେଖାଦେଇଛି ବେଶ୍ ଆଗ୍ରହ। ଏହାକୁ…

ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ଏକାଠି ନାମ ପଞ୍ଜୀକରଣ କରିଛନ୍ତି ପିତା-ପୁତ୍ର

ନୂଆଦିଲ୍ଲୀ,୨୫।୧୧: ୨୦୨୭ ଇଣ୍ଡିଆନ ପ୍ରିମିୟର ଲିଗ (IPL) ପାଇଁ ଖେଳାଳି ନିଲାମ ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଯାଉଛି। ଆଗାମୀ ସିଜିନ ପାଇଁ ଏହା ଏକ ‘ମିନି-ନିଲାମ’…

୨୦୩ ରନର ଧମାକା ପରେ ବଦଳିବ ବୈଭବଙ୍କ ଭାଗ୍ୟ: ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୨୫।୧୧: ଦୋହାରେ ଚାଲିଥିବା ରାଇଜିଂ ଷ୍ଟାର୍ସ ଏସିଆ କପରେ ମଙ୍ଗଳବାର ୟୁଏଇ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଦ୍ୱିଶତକ ପରେ କ୍ରିକେଟପ୍ରେମୀମାନେ ଆଶ୍ଚର୍ଯ୍ୟଚକିତ। ଗଳି ମୁଣ୍ଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?