ବନ୍ଦ ଘରର ତାଲା ଭାଙ୍ଗି ସୁନା ଓ ଟଙ୍କା ଲୁଟ୍‌ : ୨ ଗିରଫ

ଛତ୍ରପୁର, ୨୫ା୧୧ (ଦିଲ୍ଲୀପ ସାମଲ): ଛତ୍ରପୁର ଥାନା ଅଧୀନ ପୁରୁଣା ଛତ୍ରପୁର ଗ୍ରାମରେ ବନ୍ଦ ଘରର ତାଲା ଭାଙ୍ଗି ସୁନା ଓ ଟଙ୍କା ଲୁଟ୍‌ ଘଟଣାରେ ପୁଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତଦ୍ୱୟ ହେଲେ ସେହି ଗ୍ରାମର କାହ୍ନା ଓରଫ୍ କେଶବ ବେହେରା ଓ ବାଲି ଓରଫ୍ ଜି. ଚନ୍ଦନ ରାଓ। ସେମାନଙ୍କ ନିକଟରୁ ପୁଲିସ ଗୋଟିଏ ମଙ୍ଗଳସୂତ୍ର, ହଳେ କାନଫୁଲ, ୫ ହଜାର ଟଙ୍କା ଏବଂ ଗୋଟିଏ ସୁଜୁକି ମୋଟରସାଇକେଲ ଜବତ କରିଛି।

ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ସୂଚନା ଅନୁଯାୟୀ, ଗତ ୨୦ ଓ ୨୧ ତାରିଖ ମଧ୍ୟବର୍ତ୍ତୀ ରାତିରେ ପୁରୁଣା ଛତ୍ରପୁର ଗ୍ରାମର ବିନତି ବେହେରା (୪୬) ଘରେ ତାଲା ପକାଇ କୌଣସି କାମରେ ଛତ୍ରପୁର ବାହାରକୁ ଯାଇଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରର କବାଟ ତାଲା ଭାଙ୍ଗି ଭିତରେ ଥିବା ସୁନା ଅଳଙ୍କାର ଓ ଟଙ୍କା ଲୁଟି ନେଇଥିଲେ।

ଏ ନେଇ ବିନତି ଗତ ୨୩ ତାରିଖରେ ଛତ୍ରପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ୫୮୬/୨୬ ନମ୍ବରରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ତଦନ୍ତ ବେଳେ ଏହି ଘଟଣାରେ ସେହି ଗ୍ରାମର ଦୁଇଜଣ ଅଭିଯୁକ୍ତଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଥିଲା।

ଅଭିଯୁକ୍ତଙ୍କ ନିକଟରୁ ପ୍ରଥମେ ୫ ହଜାର ଟଙ୍କା ଜବତ କରାଯାଇଥିଲା। ସେହିପରି ଲୁଟ୍‌ ହୋଇଥିବା ସୁନା ମଙ୍ଗଳସୂତ୍ର ଓ କାନଫୁଲକୁ ବ୍ରହ୍ମପୁରସ୍ଥିତ ମଣପୁରମ୍ ଗୋଲ୍ଡରେ ବନ୍ଧକ ରଖାଯାଇଥିବା ଜଣାପଡ଼ିବା ପରେ ପୁଲିସ ସେଠାରୁ ମଧ୍ୟ ଅଳଙ୍କାର ଜବତ କରିଥିଲା। ଏହାସହ ଅଭିଯୁକ୍ତମାନଙ୍କ ନାମରେ ପୂର୍ବରୁ ଏଭଳି ଅନ୍ୟ କୌଣସି ମାମଲା ରହିଛି କି ନାହିଁ, ସେ ନେଇ ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ଶ୍ରୀ ମଲ୍ଲ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବଙ୍କ ଦ୍ୱିଶତକ ପରେ ଗମ୍ଭୀରଙ୍କୁ ଏମିତି ପରାମର୍ଶ ଦେଲେ ପୂର୍ବତନ କ୍ରିକେଟର, ଉଠାଇଲେ ବଡ଼ ପ୍ରଶ୍ନ

ନୂଆଦିଲ୍ଲୀ, ୨୫।୧୧: ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ରେ ୟୁଏଇ ବିପକ୍ଷରେ ଦ୍ୱିଶତକ ହାସଲ କରିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ସେ ମାତ୍ର ୫୩ଟି ବଲରେ ୨୦୪ ରନର…

ଚାମେଲିଙ୍କୁ ପୁଣି ହାଇକୋର୍ଟ ଝଟ୍‌କା

କଟକ/ମହାକାଳପଡ଼ା,୨୫।୧୧(ପ୍ରଭୁକଲ୍ୟାଣ ପାଲ୍/ପ୍ରତାପ ଚନ୍ଦ୍ର ସ୍ୱାଇଁ):କେନ୍ଦ୍ରାପଡ଼ା ଜିଲା ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ପାଇଁ ବଢ଼ିଲା ଅଡ଼ୁଆ। ଚାମେଲିଙ୍କ ସମେତ ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ଜାରି କଲେ ହାଇକୋର୍ଟ।…

ବୈଭବ ସୂର୍ଯ୍ୟବଂଶୀଙ୍କୁ ସମ୍ପୂର୍ଣ୍ଣ ନିଆରା ଢଙ୍ଗରେ ପ୍ରଶଂସା କରିଛନ୍ତି ରବୀନ୍ଦ୍ର ଜାଡେଜା; ଏହି ପୋଷ୍ଟ ଦେଖିଲେ ହସକୁ ଅଟକାଇ ପାରିବେ ନାହିଁ

ନୂଆଦିଲ୍ଲୀ,୨୫।୧୧: ମଙ୍ଗଳବାର ଦୋହା ଠାରେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ୟୁଏଇ (UAE) ବିପକ୍ଷରେ ଧ୍ୱଂସଲୀଳା ଚଳାଇଥିଲେ। ମାତ୍ର ୫୩ଟି ବଲରୁ ୨୦୪ ରନ ସଂଗ୍ରହ କରି…

‘ସମଗ୍ର ବିହାର ଗର୍ବିତ’: ବୈଭବ ସୂର୍ଯ୍ୟବଂଶୀଙ୍କ ଉଚ୍ଚ ପ୍ରଶଂସା କଲେ BCA ସଭାପତି

ନୂଆଦିଲ୍ଲୀ,୨୫।୧୧: ମଙ୍ଗଳବାର ଦୋହାରେ ଅନୁଷ୍ଠିତ ‘ଏସିସି ପୁରୁଷ ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬’ (ACC Men’s Asia Cup Rising Stars 2026) ରେ, ୟୁନାଇଟେଡ…

ମହମ୍ମଦ ସିରାଜଙ୍କୁ ଦଳରେ ସାମିଲ ନକରିବା ନିଷ୍ପତ୍ତି ଉପରେ ମୁହଁ ଖୋଲିଲେ ରାଜୀବ ଶୁକ୍ଲା; ଜାଣନ୍ତୁ ସେ କ’ଣ କହିଲେ

ନୂଆଦିଲ୍ଲୀ,୨୫।୧୧: ୱେଲିଙ୍ଗଟନରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଡ୍ରରେ ଶେଷ ହୋଇଥିଲା। ଦ୍ରୁତ ବୋଲର ମହମ୍ମଦ ସିରାଜ ଏହି ମ୍ୟାଚର…

Jio ୟୁଜର୍ସଙ୍କ ପାଇଁ ଖୁସି ଖବର: ୧୫ ଟଙ୍କାରେ 5G ଡାଟା, ୩୯୯ ରୁ ୩,୯୯୯ ଟଙ୍କା ଯାଏ ଆସିଲା ନୂଆ ପ୍ଲାନ

ଯଦି ଆପଣ Jioର ସିମ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। କମ୍ପାନୀ ତାହାର ଗ୍ରାହକମାନଙ୍କ ପାଇଁ ’Happy New Year…

ଆଜି ଛାଡ଼ଖାଇ, ଆମିଷ ବଜାରରେ ପ୍ରବଳ ଭିଡ଼: ଜୀଅନ୍ତା କଙ୍କଡ଼ା ,ଛଟପଟ ମାଛ

ଭୁବନେଶ୍ବର,୨୫।୧୧: ଛାଡ଼ଖାଇକୁ ନେଇ ଆଜି ସବୁଠି ଉତ୍ସାହ। ଦୀର୍ଘଦିନର ଆମିଷ ବର୍ଜନ ପରେ ଛାଡ଼ଖାଇରେ ଆମିଷ ଖାଇବା ପାଇଁ ଲୋକଙ୍କ ମଧ୍ୟରେ ଦେଖାଦେଇଛି ବେଶ୍ ଆଗ୍ରହ। ଏହାକୁ…

ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ଏକାଠି ନାମ ପଞ୍ଜୀକରଣ କରିଛନ୍ତି ପିତା-ପୁତ୍ର

ନୂଆଦିଲ୍ଲୀ,୨୫।୧୧: ୨୦୨୭ ଇଣ୍ଡିଆନ ପ୍ରିମିୟର ଲିଗ (IPL) ପାଇଁ ଖେଳାଳି ନିଲାମ ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଯାଉଛି। ଆଗାମୀ ସିଜିନ ପାଇଁ ଏହା ଏକ ‘ମିନି-ନିଲାମ’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?