Posted inଜାତୀୟ

ଅଶ୍ଳୀଳତା-ଶିଶୁ ଯୌନ ଶୋଷଣ ଉପରେ ଅଧ୍ୟୟନ ଆବେଦନ ସୁପ୍ରିମ୍‌କୋର୍ଟରେ ଖାରଜ…

ନୂଆଦିଲ୍ଲୀ, ୧୨।୯ : ଇଣ୍ଟରନେଟରେ ଅଶ୍ଳୀଳତା (ପୋନୋଗ୍ରାଫି) ଉପଲବ୍ଧତା ଏବଂ ଶିଶୁ ଯୌନ ଶୋଷଣ ମାମଲା ମଧ୍ୟରେ ଥିବା ଚିନ୍ତାଜନକ ସମ୍ପର୍କ ଉପରେ ଅଧ୍ୟୟନ ପାଇଁ ନିର୍ଦ୍ଦେଶ ଲୋଡିଥିବା ଏକ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଭାଜପା ମୁଖପାତ୍ର ନଳିନ କୋହଲିଙ୍କ ଦ୍ୱାରା ଏହି ଜନସ୍ବାର୍ଥ ମାମଲା ଦାଖଲ କରାଯାଇଥିଲା। ଏହି ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିବା ପରେ ଭାଜପା ମୁଖପାତ୍ର ତଥା ଆଇନଜୀବୀ ନଳିନ କୋହଲି ସୁପ୍ରିମକୋର୍ଟରୁ ତାଙ୍କ ଆବେଦନ ପ୍ରତ୍ୟାହାର କରିଛନ୍ତି।

ଏହି ଅଧ୍ୟୟନରେ ଭବିଷ୍ୟତରେ ଏହି ଅପରାଧ ରୋକିବାରେ ସହାୟକ ହେବ ବୋଲି କୋହଲି କହିଥିଲେ। କିନ୍ତୁ ସୁପ୍ରିମକୋର୍ଟ ଆମେରିକାର ସର୍ବୋଚ୍ଚ ନ୍ୟାୟାଳୟର ଇଣ୍ଟରନେଟ ନିଷେଧ ତଥା ନୀରିକ୍ଷଣ ଉପରେ ଦେଇଥିବା ନିଷ୍ପତ୍ତିକୁ ଦର୍ଶାଇ କହିଛନ୍ତି ଯେ ରାନ୍ଧିବା ପାଇଁ ଘରେ ନିଆଁ ଲଗାଇ ପାରିବା ନାହିଁ।

ପ୍ରଧାନ ବିଚାରପତି ୟୁୟୁ ଲଲିତ କୋହଲିଙ୍କୁ ପଚାରିଥିଲେ, ଯେଉଁମାନେ ଅଶ୍ଳୀଳତା ଦେଖନ୍ତି ସେମାନଙ୍କ ପାଖରେ ଏପରି ଅପରାଧିକ ପ୍ରବୃତ୍ତି ଅଛି କି? ଏହାର ଉତ୍ତରରେ କୋହଲି କହିଥିଲେ, ଏନସିଆରବି ଆକଳନ କେବଳ ସଂଖ୍ୟା ଅଟେ। ଶିଶୁ ଏବଂ ମହିଳାଙ୍କ ପ୍ରତି ହେଉଥିବା ଅପରାଧର ମୁକାବିଲା ପାଇଁ କର୍ତ୍ତୃପକ୍ଷଙ୍କୁ ସକ୍ରିୟ ପଦକ୍ଷେପ ନେବାକୁ ସକ୍ଷମ କରିବା ପାଇଁ ପ୍ରକ୍ରିୟା ଏବଂ ନିର୍ଦ୍ଦେଶାବଳୀ ଲାଗୁ କରିବା ଜରୁରୀ ।
ଏହି ଆବେଦନରେ କୋହଲି ଅଶ୍ଳୀଳ ଚିତ୍ରର ମୁକ୍ତ ପ୍ରବେଶ ଏବଂ ଶିଶୁ ଯୌନ ଶୋଷଣ ମାମଲା ମଧ୍ୟରେ ଚିନ୍ତାଜନକ ସମ୍ପର୍କ ଉପରେ ଅଧ୍ୟୟନ କରିବା ପାଇଁ ପୋଲିସ ଅନୁସନ୍ଧାନ ଏବଂ ବିକାଶ ବ୍ୟୁରୋ (ବିପିଆର ଆଣ୍ଡ ଡି) ନିର୍ଦ୍ଦେଶ ଦେବାକୁ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲିଭ୍‌ ଇନ୍‌ରେ ରହୁଥିବା ପାର୍ଟନରଙ୍କ ଗଳା ଚିପିଦେଲେ ଯୁବତୀ: ୧୮ ଘଣ୍ଟା ପର୍ଯ୍ୟନ୍ତ ଘରେ ରଖିବା ପରେ ଘଟିଲା..

ନାସିକ,୧୮।୮: ନାସିକରେ ଜଣେ ମହିଳା ତାଙ୍କ ଲିଭ-ଇନ ପାର୍ଟନରଙ୍କ ଗଳା କାଟି ହତ୍ୟା କରି କସରା ଘାଟରେ ମୃତଦେହ ପକାଇ ଦେଇଛନ୍ତି। ଏହି ହତ୍ୟାକାଣ୍ଡରେ ପୋଲିସ ମହିଳା…

ଲାଇଭ୍‌ ମ୍ୟାଚ୍‌ରେ ପଡିକ୍କଲଙ୍କୁ କୋଳାଗ୍ରତ କରି ଚୁମ୍ବନ ଦେଲେ ରାହୁଲ: ପଡ଼ିଆରେ ଏମିତି କ’ଣ ଘଟିଲା, ଦେଖନ୍ତୁ VIDEO

ଗାଲେ,୧୮।୮: ଗାଲେରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ର ଚତୁର୍ଥ ଦିନରେ ଦେବଦତ୍ତ ପଡିକ୍କଲ ତାଙ୍କ ସାଥୀ କେଏଲ ରାହୁଲଙ୍କୁ ଆଉଟ ହେବାରୁ ରକ୍ଷା…

ପ୍ରାଇଭେଟ ପାର୍ଟ ବିକ୍ରି କଲେ ମିଳିବ ୧.୨୦ କୋଟି! Reel ଦେଖି ନାବାଳକଙ୍କ ସହ ଭୟଙ୍କର କାଣ୍ଡ, କାଟିଦେଲେ…

ଭୋପାଳ,୧୮।୮: ଭୋପାଳରେ ଛୋଟା ତାଳାବ କୂଳରୁ ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲା। ଏହାପରେ ପୋଲିସ ମୃତ ଯୁବକଙ୍କ ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିଲା। ଧୋବି…

ବୟଫ୍ରେଣ୍ଡଙ୍କ ସହ ମୋମୋ ଖାଉଥିଲେ ସ୍ତ୍ରୀ, ହଠାତ୍‌ ପହଞ୍ଚିଗଲେ ସ୍ବାମୀ: ଆଉ ତା’ପରେ ଯାହା ଘଟିଲା…

ଭୋପାଳ,୧୮।୮: ମଧ୍ୟପ୍ରଦେଶର ଭୋପାଳରୁ ଏକ ଅଜବ ପାରିବାରିକ ନାଟକ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏଠାରେ ଏକ ଅନୈତିକ ସମ୍ପର୍କର ହାଇଭୋଲଟେଜ ଡ୍ରାମା ରାସ୍ତା…

ବଡ଼ ଘୋଷଣା କଲା ଭାଜପା: ୩ ରାଜ୍ୟ ପାଇଁ…

ନୂଆଦିଲ୍ଲୀ,୧୮।୮: ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ତିନୋଟି ରାଜ୍ୟ ପାଇଁ ନୂତନ ପ୍ରଭାରୀ ନିଯୁକ୍ତ କରିଛନ୍ତି। ଉତ୍ତର ପ୍ରଦେଶ, ପଞ୍ଜାବ…

ପର୍ବପର୍ବାଣୀ ଋତୁ ପୂର୍ବରୁ LPGକୁ ନେଇ ବଡ଼ ନିଷ୍ପତ୍ତି ନେଲେ ସରକାର, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୮।୮: ଆସନ୍ତା କିଛି ସପ୍ତାହରେ ଗଣେଶ ଚତୁର୍ଥୀ, ନବରାତ୍ରି, ଦୀପାବଳି ଏବଂ ଏହାପରେ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ଏଭଳି ସମୟରେ ରୋଷେଇ ଘରେ…

 କିଏ ଗଠନ କରିଥିଲା ‘ଦିମାଗି ନକ୍ସଲ’ ପାର୍ଟି? ପ୍ରତିଷ୍ଠାତାଙ୍କ ପରିଚୟ ରହସ୍ୟ ହୋଇ ରହିଛି

ଦଳ କିଏ ଗଠନ କରିଥିଲା ‘ଦିମାଗି ନକ୍ସଲ’ ପାର୍ଟି? ପ୍ରତିଷ୍ଠାତାଙ୍କ ପରିଚୟ ରହସ୍ୟ ହୋଇ ରହିଛି ନୂଆଦିଲୀ,୧୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବାଧୀନତା ଦିବସ ଭାଷଣରେ ଉଲ୍ଲେଖ…

ବାନ୍ଦା ଘାଟିରେ ଫସିଲେ ପର୍ଯ୍ୟଟକ: ରାସ୍ତା ଅବସ୍ଥା ଶୋଚନୀୟ

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତର ବାନ୍ଦା ଘାଟିରେ ପର୍ଯ୍ୟଟକଙ୍କ କାର ଫସିଯାଇଛି। ଲଘୁଚାପ ଜନିତ ବର୍ଷା ଯୋଗୁ ଏବେ ଉକ୍ତ ଘାଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri