Posted inଜାତୀୟ

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ,୧୯ା୮: ଅଭିଯୁକ୍ତଙ୍କ ପରିଚୟ ପ୍ରକାଶ କରିବା କିମ୍ବା ସେମାନଙ୍କୁ ଅମାନବୀୟ ଢଙ୍ଗରେ ଚିତ୍ରଣ କରିବା ଭଳି ବିଷୟବସ୍ତୁ ଅନ୍‌ଲାଇନରେ ପୋଷ୍ଟ କରିବାରୁ ପୋଲିସ ସଂଗଠନକୁ ରୋକିବା ପାଇଁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଏର ହୋଇଥିଲା। ସର୍ବୋଚ୍ଚ ଅଦାଲତ ମଙ୍ଗଳବାର ଏହାର ଶୁଣାଣି କରି କେନ୍ଦ୍ର, ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଜବାବ ମାଗିଛନ୍ତି। ଆବେଦନକାରୀ ହେମେନ୍ଦ୍ର ପଟେଲଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଗୋପାଳ ଶଙ୍କରନାରାୟଣନ ରଖିଥିବା ଯୁକ୍ତିକୁ ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ, ଜଷ୍ଟିସ୍‌ ଜୟମାଲ୍ୟ ବାଗ୍‌ଚୀ ଏବଂ ଭି. ମୋହନଙ୍କ ଖଣ୍ଡପୀଠ ଗ୍ରହଣ କରିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମେତ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକୁ ନୋଟିସ ଜାରି କରିଛନ୍ତି। ଅଭିଯୁକ୍ତ ବ୍ୟକ୍ତିଙ୍କ ମୁହଁ କିମ୍ବା ପରିଚୟ ପ୍ରଘଟ କରୁଥିବା କିମ୍ବା ସେମାନଙ୍କୁ ଅମାନବୀୟ ଢଙ୍ଗରେ ଚିତ୍ରଣ କରୁଥିବା ପୋଲିସ ସୋସିଆଲ ମିଡିଆ ହ୍ୟାଣ୍ଡଲ୍‌ ପୋଷ୍ଟଗୁଡ଼ିକୁ ହଟାଇବା ପାଇଁ ନିର୍ଦ୍ଦେଶ ଦେବାକୁ ପିଆଇଏଲ୍‌ରେ ନିବେଦନ କରାଯାଇଥିଲା। ରାଜ୍ୟଗୁଡ଼ିକର ପୋଲିସ ସଂଗଠନ ଦ୍ୱାରା ବ୍ୟବହୃତ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମକୁ ନିୟନ୍ତ୍ରଣ କରିବା ପାଇଁ ଉପଯୁକ୍ତ ଗାଇଡଲାଇନ୍‌ ପ୍ରସ୍ତୁତ କରିବାକୁ ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେବା ଲାଗି କୁହାଯାଇଥିଲା।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମୋଦି କ୍ୟାବିନେଟ୍‌ରେ ବଡ଼ ଅଦଳବଦଳ ଚର୍ଚ୍ଚା! ଧର୍ମେନ୍ଦ୍ରଙ୍କ ସମେତ ଏହି ସବୁ ନେତାଙ୍କୁ ମିଳିବ ଦାୟିତ୍ୱ! ମିଳିଲା ଏହି ସଙ୍କେତ

ନୂଆଦିଲ୍ଲୀ, ୧୯।୮: ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମ ଘୋଷଣା ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନକୁ ନେଇ ଚର୍ଚ୍ଚା…

୨୦ରୁ ଇଣ୍ଟିଗ୍ରେଟେଡ୍‌ ବି.ଏଡ୍‌, ଏମ୍‌.ଏଡ୍‌ ନାମଲେଖା ଆବେଦନ: ଜାଣନ୍ତୁ କେମିତି କରିବେ ଆବେଦନ

ଭୁବନେଶ୍ୱର,୧୯ା୮(ସୁଚିସ୍ମିତା ସାହୁ):ଉଚ୍ଚଶିକ୍ଷା ବିଭାଗ ଅଧୀନରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ୩ ବର୍ଷିଆ ଇଣ୍ଟିଗ୍ରେଟେଡ୍‌ ବି.ଏଡ୍‌-ଏମ୍‌.ଏଡ୍‌. ପାଠ୍ୟକ୍ରମରେ ନାମଲେଖା ପାଇଁ ଆସନ୍ତା ୨୦ ତାରିଖ ଅପରାହ୍ନ ୨ଟାରୁ ଆବେଦନ…

ସରକାରଙ୍କ ଘୋଷଣା: ୩ୟ ସନ୍ତାନ ପାଇଁ ସରକାରୀ କର୍ମଚାରୀଙ୍କୁ ବର୍ଷେ ମାତୃତ୍ୱ ଛୁଟି

ଚେନ୍ନାଇ, ୧୯।୮: ସରକାରୀ ମହିଳା କର୍ମଚାରୀମାନେ ଏବେ ୩ୟ ସନ୍ତାନ ପାଇଁ ମଧ୍ୟ ପୂର୍ବର ୧୨ ସପ୍ତାହ ବଦଳରେ ପୂରା ୩୬୫ ଦିନ ବା ୧ବର୍ଷର ମାତୃତ୍ୱ…

୩୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ

ମୁମ୍ବାଇ,୧୮ା୮: ମୁମ୍ବାଇର ଜବାହରଲାଲ ନେହେରୁ ବନ୍ଦର ନିକଟ କଣ୍ଟେନର ଫ୍ରେଇଟ୍‌ ଷ୍ଟେଶନରେ ମକା ଚାଲାଣ ଭିତରୁ ୫୫ କେ.ଜି. ମେଥାମ୍ଫେଟାମାଇନ୍‌ ଜବତ ହୋଇଛି। ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ…

ଶାହରୁଖଙ୍କ ଘରେ ସାପ

ମୁମ୍ବାଇ,୧୮ା୮: ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ମୁମ୍ବାଇ ବାସଭବନ ମାନତ୍‌ରୁ ସୋମବାର ରାତିରେ ୨ଟି ସାପ ଦେଖିବାକୁ ମିଳିଥିଲା। ବାସଭବନ ବଗିଚାର ଏକ ସେଡ୍‌ ତଳେ ସାପ…

ହୋଇଗଲା କି Ayesha Khanଙ୍କ ନିର୍ବନ୍ଧ? ମିଷ୍ଟ୍ରି ମ୍ୟାନ୍‌ଙ୍କ ସହ ରୋମାଣ୍ଟିକ ଫଟୋ ଶେୟାର କରି ଚମକାଇଲେ

ମୁମ୍ବାଇ: ଟିଭି ଏବଂ ବଲିଉଡ଼ର ଜଣାଶୁଣା ଅଭିନେତ୍ରୀ ଆୟଶା ଖାନ ପ୍ରାୟତଃ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରୁହନ୍ତି। ’ବିଗ ବସ 17’ ରୁ ଆରମ୍ଭ…

ଲଗାଣ ବର୍ଷା: ଏହି ଜିଲାରେ ବନ୍ଦ ରହିବ ସମସ୍ତ ସ୍କୁଲ

ସୁନ୍ଦରଗଡ଼, ୧୮ା୮(ଜୟ ନାରାୟଣ ମେଣ୍ଡୁଳି)- ଲଗାଣ ବର୍ଷା ସହ ପ୍ରତିକୂଳ ପାଗ ଜାରି ରହିଥିବାରୁ ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ବୁଧବାର…

ମହିଳା ହକି ବିଶ୍ୱକପ୍‌ରେ ଭାରତର ବଡ଼ ବିଜୟ

ଆମଷ୍ଟେଲଭିନ୍‌,୧୮ା୮: ଓଡ଼ିଆ ଝିଅ ସୁନେଲିତା ଟପ୍ପୋଙ୍କ ଗୋଲ ବଳରେ ଚଳିତ ଏଫ୍‌ଆଇଏଚ୍‌ ମହିଳା ହକି ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ଗ୍ରୁପ୍‌ ମ୍ୟାଚ୍‌ରେ ଭାରତ ୬-୧ ଗୋଲରେ ଦକ୍ଷିଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri