Posted inଜାତୀୟ

‘ଦ କେରଲା ଷ୍ଟୋରି’କୁ ବ୍ୟାନ କରିବା ଉପରେ ପଶ୍ଚିମବଙ୍ଗ ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୨।୫: ସୁପ୍ରିମକୋର୍ଟ ଫିଲ୍ମ ‘ଦ କେରଲା ଷ୍ଟୋରି’ ମାମଲାର ଶୁକ୍ରବାର ଶୁଣାଣି କରିଛନ୍ତି। ଶୁଣାଣି କରି ଫିଲ୍ମ ବ୍ୟାନକୁ ନେଇ ପଶ୍ଚିମବଙ୍ଗ ସରକାର ଏବଂ ତାମିଲନାଡୁ ସରକାରଙ୍କୁ ଜବାବ ମାଗିଛନ୍ତି। ଏଥିସହ ପଶ୍ଚିମବଙ୍ଗ ସରକାରଙ୍କୁ କୋର୍ଟ ପକ୍ଷରୁ ଏକ ନୋଟିସ ଜାରି କରାଯାଇଛି। ଏହି ଫିଲ୍ମ ମେ’ ୫ରେ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। କିନ୍ତୁ ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଏହି ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏଥି ସହିତ ତାମିଲନାଡୁର ପ୍ରେକ୍ଷାଳୟରେ ମଧ୍ୟ ସ୍କ୍ରିନିଂ କରାଯାଉନାହିଁ। ଏହି ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ କହିଛନ୍ତି, ଫିଲ୍ମଟି ଭଲ କି ଖରାପ ତାହା ଲୋକମାନେ ସ୍ଥିର କରନ୍ତୁ। ସୁପ୍ରିମକୋର୍ଟରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ’ ୧୭ରେ ହେବ ବୋଲି ସୂଚନା ମିଳିଛି।

ଶୁଣାଣି ସମୟରେ ଫିଲ୍ମ ନିର୍ମାତାଙ୍କ ଓକିଲ ହରିଶ ସାଲଓ୍ବେ କହିଛନ୍ତି, ମେ’ ୫ ରେ ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେଟ(ସିବିଏଫସି) ପ୍ରମାଣପତ୍ର ପରେ ଫିଲ୍ମ ମୁକ୍ତିଲାଭ କରିଥିଲା। ପଶ୍ଚିମବଙ୍ଗ ଏହି ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇଛି। ତାମିଲନାଡୁରେ ମଧ୍ୟ ଫିଲ୍ମ ପ୍ରଦର୍ଶିତ ହେବାକୁ ଦିଆଯାଉନାହିଁ। ସୁପ୍ରିମକୋର୍ଟ ପୂର୍ବରୁ ଅନେକ ମାମଲାରେ ରାଜ୍ୟ ସରକାରଙ୍କ ଦ୍ୱାରା ଲଗାଯାଇଥିବା ପ୍ରତିବନ୍ଧକକୁ ବାତିଲ କରିସାରିଛନ୍ତି ଏବଂ ଆଇନଶୃଙ୍ଖଳା ବଜାୟ ରଖିବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି। ଏହା ପରେ ସିଜେଆଇ କହିଛନ୍ତି, ଆମେ ନୋଟିସ ଜାରି କରିଦେବୁ। ଖୁବ୍‌ଶୀଘ୍ର ଶୁଣାଣି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ଭାରତର ପ୍ରଥମ ବୁଲେଟ ଟ୍ରେନ୍‌ର ଚିତ୍ର: ଦେଖିବାକୁ…

ନୂଆଦିଲ୍ଲୀ,୧୮।୫: ଭାରତର ପ୍ରଥମ ବୁଲେଟ ଟ୍ରେନ୍‌ର ଚିତ୍ର ସାମ୍ନାକୁ ଆସିଛି। ଏହି ଟ୍ରେନ୍‌ଟି ଗୁଜରାଟରେ ପ୍ରଥମଥର ପାଇଁ ଚାଲିବାକୁ ଯାଉଛି। ଏଥିରେ ଏକ କେଶର ରଙ୍ଗ(ଗେରୁଆ) ରହିବ।…

ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ପୂର୍ବତନ ତହସିଲଦାର: ୩ ବର୍ଷ ସଶ୍ରମ କାରାଦଣ୍ଡ ସହ…

ଗୁଣପୁର,୧୮।୫(ସୁଜାତା ପାଢ଼ୀ):ରାୟଗଡ଼ା ଜିଲା ପଦ୍ମପୁରର ପୂର୍ବତନ ଅବସରପ୍ରାପ୍ତ ତହସିଲଦାର ଖୀରାବ୍ଦି ବେହେରା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି l ତାଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ କୀର୍ତ୍ତିମାନ: IPL ଇତିହାସରେ କେହି ଏମିତି ରେକର୍ଡ ହାସଲ କରିପାରିନାହାନ୍ତି

ନୂଆଦିଲ୍ଲୀ,୧୮।୫: ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଛୋଟ IPL କ୍ୟାରିୟର ମଧ୍ୟରେ ଅନେକ ରେକର୍ଡ ସ୍ଥାପନ କରିସାରିଛନ୍ତି। ତାଙ୍କ କ୍ୟାରିୟରରେ ସୂର୍ଯ୍ୟବଂଶୀ ଚୌକା ଅପେକ୍ଷା ଅଧିକ ଛକା ମାରିଛନ୍ତି।…

ସଲମାନଙ୍କ ଫଟୋ ଦେଖି ୨ ପୂର୍ବତନ ପ୍ରେମିକା ଆଶ୍ଚର୍ଯ୍ୟ: କହିଲେ…

୬୦ ବର୍ଷ ବୟସରେ ବି ସଲମାନ ଖାନଙ୍କ ଜଲଓ୍ବା। ନିକଟରେ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ତାଙ୍କ ଫଟୋକୁ ଯିଏ…

ପ୍ରେମାନନ୍ଦ ମହାରାଜଙ୍କ ବିଗିଡିଲା ସ୍ବାସ୍ଥ୍ୟାବସ୍ଥା: ଅନିର୍ଦ୍ଦିଷ୍ଟ କାଳ ପାଇଁ ପଦଯାତ୍ରା ସ୍ଥଗିତ, ଖେଳିଗଲା…

ଲକ୍ଷ୍ନୌ,୧୮।୫: ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯାଇଛି ପ୍ରେମାନନ୍ଦ ମହାରାଜଙ୍କ ଅସୁସ୍ଥତା ଯୋଗୁ ତାଙ୍କର ରାତ୍ରିକାଳୀନ ପଦଯାତ୍ରା (ପଦଯାତ୍ରା) ଅନିର୍ଦ୍ଦିଷ୍ଟ କାଳ ପାଇଁ…

ଆଜି ଶେଷଥର ପାଇଁ IPL ଖେଳିବେ ଧୋନୀ! ଅବସର ନେଇ ବଢୁଛି ଚର୍ଚ୍ଚା

ଚେନ୍ନାଇ,୧୮।୫:  ଆଜି ଚେନ୍ନାଇ ସୁପର କିଙ୍ଗ୍ସ IPL ୨୦୨୬ର ୬୩ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ । ଏହି ମ୍ୟାଚ୍ ଚେନ୍ନାଇର ଘରୋଇ ଷ୍ଟାଡିୟମ, ଏମ.ଏ. ଚିଦାମ୍ବରମ…

ଆଶାକର୍ମୀଙ୍କ ବଢିଲା ଦରମା, ମହିଳାଙ୍କ ମାଗଣା ବସ୍‌ ଯାତ୍ରା…ସରକାରଙ୍କ ବଡ଼ ଘୋଷଣା

ଥିରୁଭାନନ୍ତପୁରମ୍‌,୧୮।୫: କେରଳମ୍‌ର ନୂତନ ମୁଖ୍ୟମନ୍ତ୍ରୀ ଭି.ଡି. ସତିସନ ଶପଥ ଗ୍ରହଣ କରିଛନ୍ତି। ଏହି ସମାରୋହରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ। ୟୁଡିଏଫ ସରକାର…

ରଙ୍ଗମଞ୍ଚରେ ପପୁ ପମପମଙ୍କୁ ଦେଖିବା ପାଇଁ ଜମିବ ଭିଡ: ଆଜି ଠାକୁରାଣୀ ଯାତ୍ରାର ଶେଷ ପଟୁଆର

ଭଞ୍ଜନଗର,୧୮।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରାର ସୋମବାର ହେଉଛି ଶେଷ ପଟୁଆର। ଆଜି ଜଳସମ୍ପଦ ବିଭାଗ ପକ୍ଷରୁ ବିରାଟ ଶୋଭାଯାତ୍ରା ବାହାରୁଛି। ତେଣୁ ବିଭାଗ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri