ସଲମାନ ଖାଁ ନୁହେଁ ବରଂ ଆମିର ଖାଁଙ୍କ ଏହି ମୁଭି ପ୍ରଥମ ଥର ଛୁଇଁଥିଲା ୧୦୦ କୋଟି

ମୁମ୍ବାଇ: ହିନ୍ଦୀ ସିନେମାର ଦୁଇ ମେଗା ସୁପରଷ୍ଟାରଙ୍କ ବିଷୟରେ କହିବାକୁ ଗଲେ ସଲମାନ ଖାନ ଏବଂ ଆମିର ଖାନଙ୍କ ନାମ ନିଶ୍ଚିତ ଭାବରେ ଏଥିରେ ଅନ୍ତର୍ଭୂକ୍ତ ହେବ। ଆମିର ଏବଂ ସଲମାନ ଇଣ୍ଡଷ୍ଟ୍ରିର ଦୁଇଜଣ ମନୋନୀତ ଅଭିନେତା, ଯାହାର ଚଳଚ୍ଚିତ୍ର ବକ୍ସ ଅଫିସରେ ବହୁତ ରୋଜଗାର କରେ । କିନ୍ତୁ ଆପଣ ଜାଣନ୍ତି କି ସଲମାନ ଖାନ ଏବଂ ଆମୀର ଖାନଙ୍କ ମଧ୍ୟରେ କାହାର ଫିଲ୍ମ ପ୍ରଥମେ ବକ୍ସ ଅଫିସରେ ୧୦୦ କୋଟିର ଆୟ କରି ରେକର୍ଡ କରିଥିଲା।

୨୦୦୮ରେ ଖ୍ରୀଷ୍ଟମାସ ଅବସରରେ ବଲିଉଡର ସୁପରଷ୍ଟାର ଆମିରଙ୍କ ଅଭିନୀତ ଫିଲ୍ମ ‘ଗଜନି’ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରରେ ଆମିରଙ୍କ ମେକଅପ ଓ ଅଭିନୟ ଦର୍ଶକଙ୍କ ହୃଦୟ ଜିତିଥିଲା। ସୁନ୍ଦର କାହାଣୀ ଏବଂ ବଳିଷ୍ଠ ଅଭିନୟ ଯୋଗୁ ଆମିର ଖାନଙ୍କ ଆକ୍ସନ ପ୍ୟାକ ଫିଲ୍ମ ‘ଗଜନି’ ବକ୍ସ ଅଫିସରେ ହିଟ ହୋଇଥିଲା। କେବଳ ଏତିକି ନୁହେଁ, ଫିଲ୍ମ ‘ଗଜନି’ ମଧ୍ୟ ବଲିଉଡରେ ପ୍ରଥମ ଥର ପାଇଁ ୧୦୦ କୋଟିର ଆୟ କରିଥିବା ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରଥମ ଚଳଚ୍ଚିତ୍ର ହେଲା ।
ବଲିଉଡ ହଙ୍ଗାମା ରିପୋର୍ଟ ଅନୁଯାୟୀ ଆମିର ଖାଁଙ୍କ ଅଭିନୀତ ଗଜିନି ବକ୍ସ ଅଫିସରେ ମୋଟ ୧୧୪କୋଟି ଆୟ କରିଥିଲା। ଓ୍ବର୍ଲଡ ଓ୍ବାଇଡ ଏହି ଚଳଚ୍ଚିତ୍ର ୧୮୯.୧୯କୋଟି ଆୟ କରିଥିଲା ।
ଅବଶ୍ୟ, ଆମିରଙ୍କ ଫିଲ୍ମ ‘ଗଜନି’ ବକ୍ସ ଅଫିସରେ ୧୦୦ କୋଟି ରୋଜଗାରର ଧାରା ଆରମ୍ଭ କରିଥାଇପାରେ, କିନ୍ତୁ ସୁପରଷ୍ଟାର ସଲମାନ ଖାନ ହେଉଛନ୍ତି ଏକମାତ୍ର କଳାକାର, ଯାହାର ନାମ ସର୍ବାଧିକ ୧୦୦ କୋଟି ଆୟ କରିଥିବା ଫିଲ୍ମରେ ରହିଛି। ସଲମାନଙ୍କର ପ୍ରାୟ ୧୬ଟି ମୁଭି ୧୦୦ କୋଟି କ୍ଲବରେ ସାମିଲ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri